OR/Prabhupada 0226 - ଭଗବାନଙ୍କର ନାମ, ଗୌରବ, କାର୍ଯ୍ୟକଳାପ, ସୁନ୍ଦରତା ଏବଂ ପ୍ରେମ ପ୍ରଚାର କରିବା



Lecture -- Los Angeles, May 18, 1972

ବ୍ୟବହାରିକ ଭାବରେ, କୃଷ୍ଣ ଏଠାରେ ଏହି ଭୌତିକ ଜଗତ ଭିତରେ ନାହାଁନ୍ତି । ଯେପରି ଏକ ବଡ଼ ଲୋକ, ତାର କାରଖାନା ଚାଲିଛି, ତାର ବ୍ୟବସାୟ ଚାଲିଛି, କିନ୍ତୁ ଏହା ଜରୁରୀ ନୁହେଁ ଯେ ସେ ସେଠାରେ ଉପସ୍ଥିତ ରହିବ । ସେହିପରି, କୃଷ୍ଣଙ୍କର ଶକ୍ତି କାମ କରୁଛନ୍ତି । ତାଙ୍କର ସହାୟକ, ତାଙ୍କର ବହୁତ ସାରା ଦେବତା, ସେମାନେ କାମ କରୁଛନ୍ତି । ଶାସ୍ତ୍ରରେ ସେମାନଙ୍କୁ ବର୍ଣ୍ଣନା କରାଯାଇଛି । ଯେପରି ସୂର୍ଯ୍ୟ । ବ୍ୟବହାରିକ ଭାବରେ ସୂର୍ଯ୍ୟ ହେଉଛନ୍ତି ଏହି ଭୌତିକ ଲୌକିକ ଆବିର୍ଭାବର କାରଣ । ତାହା ବ୍ରହ୍ମ ସଂହିତାରେ ବର୍ଣ୍ଣନା କରାଯାଇଛି ।

ୟଚ ଚକ୍ଶୁର ଇଶ ସବିତା ସକଳ ଗ୍ରହାନାମ
ରାଜା ସମସ୍ତ ସୁର ମୂର୍ତ୍ତିର ଅଶେଶ ତେଜାଃ
ୟସ୍ୟା ଜ୍ଞୟା ବ୍ରହ୍ମତି ସମଭ୍ରତ କାଳ ଚକ୍ରୋ
ଗୋବିନ୍ଦମ ଆଦି ପରୁଷମ ତମ ଅହମ ଭଜାମି
(Brahma-samhita 5.52)

ଗୋବିନ୍ଦ...ସୂର୍ଯ୍ୟ ଭଗବାନଙ୍କର ଏକ ଆଖି ରୂପରେ ବର୍ଣ୍ଣିତ । ସେ ସବୁକିଛି ଦେଖୁଛନ୍ତି । ଭଗବାନଙ୍କର ଦୃଷ୍ଟିରୁ ତୁମେ ନିଜକୁ ଲୁଚେଇ ପାରିବ ନାହିଁ, ଯେପରି ତୁମେ ସୂର୍ଯ୍ୟକିରଣରୁ ନିଜକୁ ଲିଚେଇ ପାରିବ ନାହିଁ ତେଣୁ, ଏହିପରି ଭାବରେ, ଭଗବାନଙ୍କର ନାମ, କୌଣସି ନାମ ହୋଇପାରେ... ଏବଂ ଏହା ବୈଦିକ ସାହିତ୍ୟରେ ସ୍ଵୀକୃତ କରାଯାଇଛି ଯେ ଭଗବାନଙ୍କର ଅନେକ ନାମ ଅଛି, କିନ୍ତୁ ଏହି କୃଷ୍ଣ ନାମ ହେଉଛି ମୂଖ୍ୟ ନାମ । ମୂଖ୍ୟ । ମୂଖ୍ୟ ଅର୍ଥାତ୍ ପ୍ରମୁଖ । ଏବଂ ଏହା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି: "ସର୍ବ ଅକର୍ଷକ ।" ଅନେକ ପ୍ରକାରରେ ସେ ହେଉଛନ୍ତି ସର୍ବ ଆକର୍ଷକ । ତେଣୁ ଭଗବାନଙ୍କ ନାମ...କୃଷ୍ଣ ଚେତନା ଆନ୍ଦୋଳନ ଭଗବାନଙ୍କର ନାମ ପ୍ରଚାର କରୁଛି, ଭଗବାନଙ୍କର ଗୌରବ, ଭଗବାନଙ୍କର କାର୍ଯ୍ୟକଳାପ, ଭଗବାନଙ୍କର ସୁନ୍ଦରତା, ଭଗବାନଙ୍କର ପ୍ରେମ । ସବୁକିଛି । ଯେପରି ଆମେ ଏହି ଭୌତିକ ଦୁନିଆ ଭିତରେ ବହୁତ କିଛି ପାଇଛୁ, ସେ ସବୁ, କୃଷ୍ଣଙ୍କ ଠାରେ ଅଛି । ଯାହା କିଛି ତୁମେ ପାଇଛ ।

ଯେପରି ଏଠାରେ, ଏହି ଭୌତିକ ଦୁନିଆରେ ସବୁଠାରୁ ପ୍ରମୁଖ ବଶେଷତା ହେଉଛି ଯୌନ ଆକର୍ଷଣ । ତେବେ ତାହା କୃଷ୍ଣଙ୍କ ଠାରେ ଅଛି । ଆମେ ରାଧା ଏବଂ କୃଷ୍ଣଙ୍କୁ ପୂଜା କରୁ, ଆକର୍ଷଣ । କିନ୍ତୁ ସେହି ଆକର୍ଷଣ ଏବଂ ଏହି ଆକର୍ଷ୍ଣ ସମାନ ନୁହଁନ୍ତି । ତାହା ହେଉଛି ପ୍ରକୃତ ଏବଂ ଏଠାରେ ଏହା ହେଉଛି ଅପ୍ରକୃତ । ଯାହା ଆଧ୍ୟାତ୍ମିକ ଦୁନିଆରେ ଉପସ୍ଥିତ ଆମେ ସେହି ସମସ୍ତ ଜିନିଷ ସହିତ କାରବାର କରୁଛୁ, କିନ୍ତୁ ଏହା କେବଳ ପ୍ରତିବିମ୍ଵ । ଏହାର କୌଣସି ବାସ୍ତବ ମୂଲ୍ୟ ନାହିଁ । ଯେପରି ଦର୍ଜୀ ଦୋକାନରେ, ବେଳେ ବେଳେ ସେଠାରେ ଅନେକ ସୁନ୍ଦର କଣ୍ଡେଇ ଥାଏ, ଏକ ସୁନ୍ଦର ଝିଅ ଛିଡ଼ା ହୋଇଛି । କିନ୍ତୁ କେହି ଏହାକୁ ଦେଖିନ୍ତି ନାହିଁ । କାରଣ ସମସ୍ତେ ଜାଣିଛନ୍ତି ଯେ "ଏହା ହେଉଛି ମିଥ୍ୟା ।" ଯେତେ ସୁନ୍ଦର ହେଲେ ମଧ୍ୟ, ଏହା ହେଉଛି ମିଥ୍ୟା ।" କିନ୍ତୁ ଏକ ଜୀବିତ ମହିଳା, ଯଦି ସେ ସୁନ୍ଦର, ବହୁତ ସାରା ଲୋକ ତାକୁ ଦେଖନ୍ତି । ଏହା ହେଉଛି ଏକ ଉଦାହରଣ । ଏଠାରେ ତଥା କଥିତ ଜୀବିତ ମଧ୍ୟ ମୃତ, କାରଣ ଶରୀର ହେଉଛି ପଦାର୍ଥ । ଏହା ହେଉଛି ପଦାର୍ଥର ଏକ ଗୋଳା । ଯଥା ଶୀଘ୍ର ଆତ୍ମା ସେହି ସୁନ୍ଦର ମହିଳାର ଶରୀର ଛାଡ଼ି ଚାଲିଯାଏ, କେହି ତାକୁ ଦେଖନ୍ତି ନାହିଁ । କାରଣ ଏହା ଦର୍ଜୀ ଦୋକାନରେ ଛିଡ଼ା ହୋଇଥିବା କଣ୍ଡେଇ ସହିତ ସମାନ । ତେଣୁ ପ୍ରକୃତ ତତ୍ତ୍ଵ ହେଉଛି ଆତ୍ମା, ଏବଂ କାରଣ ଏଠାରେ ସବୁକିଛି ମୃତ ବସ୍ତୁରି ନିର୍ମିତ, ସେଥିପାଇଁ ଏହା କେବଳ ନକଲି ରୂପ, ପ୍ରତିବିମ୍ଵ । ପ୍ରକୃତ ଜିନିଷ ଆଧ୍ୟାତ୍ମିକ ଦୁନିଆରେ ଅଛି ।

ଏକ ଆଧ୍ୟାତ୍ମିକ ଦୁନିଆ ଅଛି । ଯେଉଁମାନେ ଭଗବଦ୍ ଗୀତା ପଢ଼ିଛନ୍ତି ସେମାନେ ବୁଝିପାରିବେ । ସେଥିରେ ଭଗବଦ୍ ଗୀତା ବର୍ଣ୍ଣନା କରାଯାଇଛି: ପରସ୍ତସ୍ମାତ୍ତୁ ଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାତ୍ସନାତନଃ (BG 8.20) । ଭାବଃ ଅର୍ଥାତ୍ ପ୍ରକୃତି । ଏହି ପ୍ରକୃତି ଉର୍ଦ୍ଧ୍ଵରେ ଅନ୍ୟ ଏକ ପ୍ରକୃତି ଅଛି । ଆମେ ଏହି ପ୍ରକୃତି ଆକାଶ ପର୍ଯ୍ୟନ୍ତ ଦେଖି ପାରିବା । ବୈଜ୍ଞାନିକମାନେ, ସେମାନେ ଉଚ୍ଚତମ ଗ୍ରହକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଗଣନା କରୁଛନ୍ତି ଏଥିପାଇଁ ଚାଳିସି ହଜାର ବର୍ଷ ଲାଗିବ । ତେଣୁ କିଏ ଚାଳିସି ହଜାର ବର୍ଷ ପର୍ଯ୍ୟନ୍ତ ବଞ୍ଚିବ, ଯିବ ଏବଂ ଫେରି ଆସିବ? କିନ୍ତୁ ସେଠାରେ ଗ୍ରହ ଅଛି । ତେବେ ଆମେ ଏହି ଭୌତିକ ଜଗତର ଦୈଘ୍ୟ ଏବଂ ପ୍ରସ୍ଥ ମଧ୍ୟ ଗଣନା କରି ପାରିବା ନାହିଁ, ଆଧ୍ୟାତ୍ମିକ ଦୁନିଆ ବିଷୟରେ କ'ଣ କହିବା । ସେଥିପାଇଁ ଆମକୁ ଅଧିକୃତ ସୂତ୍ରରୁ ଜାଣିବାକୁ ହେବ । ସେହି ଅଧିକୃତ ସ୍ରୋତ ହେଉଛନ୍ତି କୃଷ୍ଣ । କାରଣ ଆମେ ପୂର୍ବରୁ ବର୍ଣ୍ଣନା କରିଛୁ, କେହି କୃଷ୍ଣଙ୍କ ଠାରୁ ବୁଦ୍ଧିମାନ କିମ୍ଵା ଜ୍ଞାନୀ ନୁହଁନ୍ତି । ତେଣୁ କୃଷ୍ଣ ଏହି ଜ୍ଞାନ ଦେଇଛନ୍ତି, ଯେ ପରସ୍ତସ୍ମାତ୍ତୁ ଭାବୋଽନ୍ୟୋ (BG 8.20) । "ଏହି ଭୌତିକ ଦୁନିଆ ଉର୍ଦ୍ଧ୍ଵରେ ଆନ୍ୟ ଏକ ପରବ୍ୟୋମ ଅଛି ।" ସେଠାରେ ମଧ୍ୟ ଅସଂଖ୍ୟ ଗ୍ରହ ଅଛନ୍ତି । ଏବଂ ସେହି ଆକାଶ, ଏହି ଆକାଶ ଠାରୁ ବହୁତ, ବହୁତ ବଡ଼ । ଏହା କେବଳ ଏକ ଚତୁର୍ଥାଶଂ । ଏବଂ ପରବ୍ୟୋମ ହେଉଛି ତିନି ଚତୁର୍ଥାଶଂ । ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଏକାଂଶେନ ସ୍ଥିତୋ ଜଗତ୍ (BG 10.42) । ଏହା କେବଳ ଏକ ଚତୁର୍ଥାଶଂ, ଏହି ଭୌତିକ ଜଗତ । ଅନ୍ୟ ଆଧ୍ୟାତ୍ମିକ ଜଗତ ହେଉଛି ତିନି ଚତୁର୍ଥାଶଂ । ମନେକର ଭଗବାନଙ୍କର ସୃଷ୍ଟି ହେଉଛି ଶହେ ପ୍ରତିଶତ । ଏହା କେବଳ ପଚିଶି ପ୍ରତିଶତ ଅଟେ; ସେଠାରେ ପଞ୍ଚସ୍ତରୀ ପ୍ରତିଶତ ଅଛି । ସେହିପରି, ଜୀବମାନେ ମଧ୍ୟ, ଜୀବମାନଙ୍କର ଏକ କ୍ଷୁଦ୍ର ଅଂଶ େ ଏଠାରେ ରୁହେ । ଏବଂ ସେଠାରେ, ଆଧ୍ୟାତ୍ମିକ ଦୁନିଆରେ, ପ୍ରମୁଖ ଅଂଶ ସେଠାରେ ରୁହଁନ୍ତି ।