OR/Prabhupada 0244 - ଆମର ତତ୍ତ୍ଵଜ୍ଞାନ ହେଉଛି ସବୁକିଛି ଭଗବାନଙ୍କର

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.9 -- London, August 15, 1973

ଅନ୍ୟ ଏକ ଦିନ ପେରିସ୍ ରେ ଏକ ସମ୍ଵାଦକ ମୋ ପାଖକୁ ଅାସିଥିଲେ, ସମାଜବାଦୀ ପ୍ରେସ୍ । ତେଣୁ ମୁଁ ତାଙ୍କୁ ସୂଚନା ଦେଲି ଯେ "ଆମର ତତ୍ତ୍ଵଜ୍ଞାନ ହେଉଛି ସବୁକିଛି ଭଗବାନଙ୍କର ।" କୃଷ୍ଣ କୁହଁନ୍ତି ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକ ମହେଶ୍ଵରମ୍ (BG 5.29)। "ମୁଁ ହେଉଛି ଉପଭୋକ୍ତା, ଭୋକ୍ତା । ଭୋକ୍ତ ଅର୍ଥାତ୍ ଉପଭୋକ୍ତା । ତେଣୁ ଭୋକ୍ତାରଂ ଯଜ୍ଞତପସାଂ । ଯେପରି ଏହି ଶରୀର କାମ କରୁଛି । ସମ୍ପୂର୍ଣ୍ଣ ଶରୀର କାମ କରୁଛି, ସମସ୍ତଙ୍କର, ଜୀବନ ଉପଭୋଗ କରିବା ପାଇଁ, କିନ୍ତୁ ଉପଭୋଗ କେଉଁଠାରୁ ଆରମ୍ଭ ହୁଏ? ଉପଭୋଗ ପେଟରୁ ଆରମ୍ଭ ହୁଏ । ତୂମକୁ ପେଟକୁ ଯଥେଷ୍ଟ ଭଲ ଖାଦ୍ୟ ପଦାର୍ଥ ଦେବାକୁ ପଡ଼ିବ । ଯଦି ଯଥେଷ୍ଟ ଶକ୍ତି ଅଛି, ଆମେ ହଜମ କରି ପାରିବା । ଯଦି ଯଥେଷ୍ଟ ଶକ୍ତି ଅଛି, ତେବେ ଅନ୍ୟ ଇନ୍ଦ୍ରିୟ ଶକ୍ତିଶାଳୀ ହୋଇ ଯାଆନ୍ତି । ତାପରେ ତୁମେ ଇନ୍ଦ୍ରିୟ ସନ୍ତୁଷ୍ଟିର ଆନନ୍ଦ ନେଇ ପାରିବ । ଅନ୍ୟଥା ଏହା ସମ୍ଭବ ନୁହେଁ । ଯଦି ତୁମେ ହଜମ କରି ପାରିବ ନାହିଁ... ଯେପରି ଆମେ ବର୍ତ୍ତମାନ ବୃଦ୍ଧ ଲୋକ । ଆମେ ହଜମ କରି ପାରିବୁ ନାହିଁ । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟିର ପ୍ରଶ୍ନ ନାହିଁ । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟି ପେଟରୁ ଆରମ୍ଭ ହୁଏ । ବୃକ୍ଷର ବିଳାସୀ ବିକାଶ ଚେରରୁ ଆରମ୍ଭ ହୁଏ, ଯଦି ଯଥେଷ୍ଟ ପାଣି ଥାଏ । ସେଥିପାଇଁ ବୃକ୍ଷମାନଙ୍କୁ ପାଦ-ପ କୁହାଯାଏ । ସେମାନେ ପାଦରୁ ପାଣି ପିଅଁନ୍ତି, ଚେର, ମୁଣ୍ଡରୁ ନାହିଁ । ଯେପରି ଆମେ ମୁଣ୍ଡରୁ ଖାଉଛୁ । ତେଣୁ ଭିନ୍ନ ଭିନ୍ନ ବ୍ୟବସ୍ଥା ଅଛି । ଯେପରି ଆମେ ମୁହଁରେ ଖାଉଛୁ, ବୃକ୍ଷ, ସେମାନେ ସେମାନଙ୍କର ଗୋଡ଼ରେ ଖାଆଁନ୍ତି । କିନ୍ତୁ ଜଣକୁ ଖାଇବାକୁ ପଡ଼ିବ । ଆହାର ନିଦ୍ରା ଭୟ ମୈଥୁନ । ଖାଇବା ଅଛି, ତୁମେ ତୁମର ଗୋଡ଼ ବା ତୁମର ମୁହଁ ବା ତୁମର ହାତରେ ଖାଅ । କିନ୍ତୁ ଯେ ପର୍ଯ୍ୟନ୍ତ କୃଷ୍ଣଙ୍କର ସମ୍ବନ୍ଧ ଅଛି, ସେ କେଉଁ ଠାରୁ ମଧ୍ୟ ଖାଇ ପାରିବେ । ସେ ହାତର ଖାଇ ପାରିବେ, ଗୋଡ଼ରେ, ଆଖିରେ, କାନରେ, କେଉଁଠାରୁ । କାରଣ ସେ ହେଉଛନ୍ତି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ । ତାଙ୍କର ହାତ ଏବଂ ଗୋଡ଼ ଏବଂ କାନ ଏବଂ ଆଖି ମଧ୍ୟରେ କୌଣସି ଅନ୍ତର ନାହିଁ । ତାହା ବ୍ରହ୍ମ ସଂହିତାରେ କୁହାଯାଇଛି,

ଅଙ୍ଗାନୀ ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତି
ପଶ୍ୟାନ୍ତି ପାନ୍ତି କଳୟନ୍ତି ଚିରମ ଜଗାନ୍ତି
ଆନନ୍ଦ ଚିନ୍ମୟ ସଦୁଜ୍ଵଳ ବିଗ୍ରହସ୍ୟ
ଗୋବିନ୍ଦମ୍ ଆଦି ପୁରୁଷମ୍ ତମ୍ ଅହଂ ଭଜାମି
(Bs. 5.32)

ତେଣୁ, ଯେପରି ଆମର ଏହି ଶରୀରରେ ଇନ୍ଦ୍ରିୟ ସନ୍ତୁଷ୍ଟି ପେଟରୁ ଆରମ୍ଭ ହେବା ଉଚିତ୍, ସେହିପରି, ଯେପରି ବୃକ୍ଷର ବିଳାସୀ ବିକାସ ଚେରରୁ ଆରମ୍ଭ ହୁଏ, ସେହିପରି, କୃଷ୍ଣ ହେଉଛନ୍ତି ସବୁକିଛିର ମୂଳ, ଜନ୍ମାଦି ଅସ୍ୟ ଯତଃ (SB 1.1.1), ଚେର । ତେଣୁ କୃଷ୍ଣ ଚେତନା ବିନା, କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ବିନା, ତୁମେ ଖୁସୀ ହୋଇ ପାରିବ ନାହିଁ । ଏହା ହେଉଛି ପ୍ରଣାଳୀ । ସେଥିପାଇଁ କୃଷ୍ଣ କିପରି ସନ୍ତୁଷ୍ଟ ହେବେ? କୃଷ୍ଣ ପ୍ରସନ୍ନ ହେବେ...ଆମେମାନେ ସମସ୍ତେ କୃଷ୍ଣଙ୍କ ସନ୍ତାନ, ଭଗବାନଙ୍କ ସନ୍ତାନ । ସବୁକିଛି କୃଷ୍ଣଙ୍କର ସମ୍ପତ୍ତି । ଏଗୁଡ଼ିକ ହେଉଛି ତଥ୍ୟ । ବର୍ତ୍ତମା, ଆମେ କୃଷ୍ଣ ପ୍ରସାଦ ଗ୍ରହଣ କରି ଉପଭୋଗ କରିବା, କାରଣ ସେ ହେଉଛନ୍ତି ମାଲିକ, ଭୋକ୍ତା, ଉପଭୋକ୍ତା । ତେଣୁ ସବୁକିଛି ପ୍ରଥମେ କୃଷ୍ଣଙ୍କୁ ଦେବା ଉଚିତ୍, ଏବଂ ତାପରେ ତୁମେ ପ୍ରସାଦ ଗ୍ରହଣ କର । ତାହା ତୁମକୁ ଖୁସୀ କରେଇବ । ତାହା ଭଗବଦ୍ ଗୀତାରେ କୁହାଯାଇଛି । ଭୁଞ୍ଜତେ ତେ ତ୍ଵଘଂ ପାପା ଯେ ପଚନ୍ତ୍ୟାତ୍ମକାରଣାତ୍ (BG 3.13) । "ଯେଉଁମାନେ ନିଜେ ଖାଇବା ପାଇଁ ରୋଷେଇ କରନ୍ତି, ସେମାନେ କେବଳ ପାପ ଖାଆନ୍ତି ।" ଭୁଞ୍ଜତେ ତେ ତ୍ଵଘଂ ପାପା ଯେ ପଚନ୍ତ୍ୟାତ୍ମ...ଯଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମ... ସବୁକିଛି କୃଷ୍ଣଙ୍କ ପାଇଁ ହେବା ଉଚିତ୍, ଏପରି ତୁମେ ଖାଇବା ମଧ୍ୟ, କିଛି ବି । ସମସ୍ତ ଇନ୍ଦ୍ରିୟ ସନ୍ତୁଷ୍ଟି, ତୁମେ ଉପଭୋଗ କରି ପାରିବ । କିନ୍ତୁ କୃଷ୍ଣ ଉପଭୋଗ କରି ସାରିଲା ପରେ । ତାପରେ ତୁମେ ଖାଇ ପାରିବ । ସେଥିପାଇଁ କୃଷ୍ଣଙ୍କର ନାମ ହେଉଛି ହୃଷିକେଶ । ସେ ହେଉଛନ୍ତି ମାଲିକ । ଇନ୍ଦ୍ରିୟମାନଙ୍କର ମାଲିକ । ତୁମେ ତୁମର ଇନ୍ଦ୍ରିୟ ସ୍ଵତନ୍ତ୍ର ଭାବରେ ଉପଭୋଗ କରି ପାରିବ ନାହିଁ । ଯେପରି ସେବକ । ସେବକ ଉପଭୋଗ କରି ପାରେ ନାହିଁ । ଯେପରି ରୋଷେୟା ରୋଷେଇ ଘରେ ଭଲ, ଭଲ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିଛି, କିନ୍ତୁ ସେ ଆରମ୍ଭରେ ଖାଇ ପାରିବ ନାହିଁ । ତାହା ସମ୍ଭବ ନୁହେଁ । ତେବେ ତାକୁ ବାହାର କରି ଦିଆଯିବ । ମାଲିକ ପ୍ରଥମେ ଗ୍ରହଣ କରିବା ଉଚିତ୍, ଏବଂ ତାପରେ ସେମାନେ ସମସ୍ତ ଭଲ ଖାଦ୍ୟ ପଦାର୍ଥ ଉପଭୋଗ କରି ପାରିବେ ।