OR/Prabhupada 0245 - ସମସ୍ତେ ନିଜର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି



Lecture on BG 2.9 -- London, August 15, 1973

ତେବେ କୃଷ୍ଣ ହେଉଛନ୍ତି ଇନ୍ଦ୍ରିୟମାନଙ୍କର ମାଲିକ । ସମଗ୍ର ଦୁନିଆ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ ସଂଘର୍ଷ ରତ । ଏଠାରେ ସରଳ ତତ୍ତ୍ଵଜ୍ଞାନ, ସତ୍ୟ ଅଛି, ଯେ "ପ୍ରଥମେ ଉପଭୋଗ କରିବାକୁ ଦିଅ, କୃଷ୍ଣଙ୍କୁ ଉପଭୋଗ କରିବାକୁ ଦିଅ । ସେ ହେଉଛନ୍ତି ମାଲିକ । ତାପରେ ଆମେ ଉପଭୋଗ କରିବା ।" ତେନ ତ୍ୟକ୍ତେନ ଭୁନ୍ଜିତଃ । ଈଶୋପନିଷେଦ କୁହେ ସବୁକିଛି ଭଗବାନଙ୍କର । ଈଶ୍ଵାସ୍ୟମ ଇଦମ୍ ସର୍ବମଃ (ISO 1) "ସବୁକିଛି କୃଷ୍ଣଙ୍କର ।" ଏହା ହେଉଛି ଭୁଲ । ସବୁକିଛି କୃଷ୍ଣଙ୍କର, କିନ୍ତୁ ଆମେ ଭାବୁଛୁ, "ସବୁକିଛି ମୋର ।" ଏହା ହେଉଛି ଭ୍ରମ । ଅହମ ମମେତି (SB 5.5.8) । ଅହମ ମମେତି । ଜନସ୍ୟ ମୋହ ଅୟମ ଅହମ ମମେତି । ଏହା ହେଉଛି ଭ୍ରମ । ସମସ୍ତେ ଭାବୁଛନ୍ତି, "ମୁଁ ହେଉଛି ଏହି ଶରୀର, ଏବଂ ସବୁକିଛି, ଯାହା ଏହି ଭୌତିକ ଦୁନିଆରେ ଆମେ ପାଇଛୁ, ତାହା ସବୁ ମୋର ଉପଭୋଗ ପାଇଁ ଅଛି ।" ଏହା ହେଉଛି ସଭ୍ୟତାର ଭୁଲ । ଜ୍ଞାନ ହେଉଛି: "ସବୁକିଛି ଭଗବାନଙ୍କର । ସେ ଯାହା ଦେବେ ମୁଁ କେବଳ ତାହା ଗ୍ରହଣ କରିବି, ଦୟାକରି ଅନୁମତି ଦିଅନ୍ତୁ ।" ତେନ ତ୍ୟକ୍ତେନ ଭୁନ୍ଜିତଃ । ଏହା ବୈଷ୍ଣବ ତତ୍ତ୍ଵଜ୍ଞାନ ନୁହେଁ; ଏହା ହେଉଛି ତଥ୍ୟ । କେହି ମାଲିକ ନୁହଁନ୍ତି । ଈଶ୍ଵାସ୍ୟମ ଇଦମ୍ ସର୍ବମ । ସବୁକିଛି...କୃଷ୍ଣ କୁହଁନ୍ତି, "ମୁଁ ହେଉଛି ଉପଭୋଗୀ । ମୁଁ ହେଉଛି ମାଲିକ ।" ସର୍ବ ଲୋକ ମହେଶ୍ଵରମ୍ (BG 5.29) । ମହା-ଈଶ୍ଵରମ । ମହା ଅର୍ଥାତ୍ ମହାନ । ଆମେ ଦାବୀ କରି ପାରିବା ଈଶ୍ଵରମ, ନିୟନ୍ତ୍ରକ, କିନ୍ତୁ କୃଷ୍ଣଙ୍କୁ ମହା-ଈଶ୍ଵରମ କୁହାଯାଇଛି "ନିୟନ୍ତ୍ରକମାନଙ୍କର ନିୟନ୍ତ୍ରକ ।" ସେ ହେଉଛନ୍ତି କୃଷ୍ଣ । କେହି ସ୍ଵତନ୍ତ୍ର ଭାବରେ ନିୟନ୍ତ୍ରକ ନୁହଁନ୍ତି ।

ତେଣୁ ସେଥିପାଇଁ କୃଷ୍ଣଙ୍କୁ କୁହାଯାଇଛି ହୃଶୀକେଷ । ହୃଶୀକେଣ ହୃଶୀକେଷ ସେବନମ୍ ଭକ୍ତିର ଉଚ୍ୟତେ (CC Madhya 19.170) । ଏବଂ ଭକ୍ତି ଅର୍ଥାତ୍ ହୃଶୀକ ଦ୍ଵାରା ହୃଶୀକେଷଙ୍କର ସେବା କରିବା । ହୃଶୀକ ଅର୍ଥାତ୍ ଇନ୍ଦ୍ରିୟମାନେ । କୃଷ୍ଣ ହେଉଛନ୍ତି ଇନ୍ଦ୍ରିୟମାନଙ୍କର ମାଲିକ,ଏବଂ ସେଥିପାଇଁ, ଯାହା କିଛି ଇନ୍ଦ୍ରିୟ ମୁଁ ପାଇଛି, କୃଷ୍ଣ ହେଉଛନ୍ତି ସ୍ଵାମୀ, ମାଲିକ ହେଉଛନ୍ତି କୃଷ୍ଣ । ତେଣୁ ଯେତେବେଳେ ଆମର ଇନ୍ଦ୍ରିୟଗୁଡ଼ିକ ଇନ୍ଦ୍ରିୟଗୁଡ଼ିକର ମାଲିକକୁ ସନ୍ତୁଷ୍ଟ କରିବା ପାଇଁ ନିଯୁକ୍ତ ହୁଅଁନ୍ତି, ତାହାକୁ ଭକ୍ତି କୁହାଯାଏ । ଏହା ହେଉଛି ଭକ୍ତିର ପରିଭାଷା, ଭକ୍ତି ସେବା । ଏବଂ ଯେତେବେଳେ ଇନ୍ଦ୍ରିୟଗୁଡ଼ିକ ଇନ୍ଦ୍ରିୟ ସନ୍ତୁଷ୍ଟିରେ ନୁଯୁକ୍ତ ହୁଅଁନ୍ତି, ମାଲିକ ପାଇଁ ନୁହେଁ, ତାହାକୁ କାମ କୁହାଯାଏ । କାମ ଏବଂ ପ୍ରେମ । ପ୍ରେମ ଅର୍ଥାତ୍ କୃଷ୍ଣଙ୍କୁ ଭଲ ପାଇବା ଏବଂ ସବୁକିଛି କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ପାଇଁ କରିବା । ତାହା ହେଉଛି ପ୍ରେମ, ଭଲପାଇବା । ଏବଂ କାମ ଅର୍ଥାତ୍ ସବୁକିଛି ନିଜର ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ କରିବା । ଏହା ହେଉଛି ଅନ୍ତର । ଇନ୍ଦ୍ରିୟଗୁଡ଼ିକ ହେଉଛନ୍ତି ମାଧ୍ୟମ । ତୁମେ ତୁମର ଇନ୍ଦ୍ରିୟ ତୃପ୍ତି କର କିମ୍ଵା କୃଷ୍ଣଙ୍କର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କର । କିନ୍ତୁ ଯେତେବେଳେ ତୁମେ କୃଷ୍ଣଙ୍କର ଇନ୍ଦ୍ରିୟ ସନ୍ତୁଷ୍ଟି କର, ତୁମେ ପୂର୍ଣ୍ଣ ହୋଇଯାଅ । ଏବଂ ଯେତେବଳେ ତୁମେ ତୁମର ଇନ୍ଦ୍ରିୟ ସନ୍ତୁଷ୍ଟି କର, ତୁମେ ଅପୁର୍ଣ୍ଣ ହୋଇଯାଅ, ଭ୍ରମିତ । କାରଣ ତୁମେ ତୁମର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିପାରିବ ନାହିଁ । କୃଷ୍ଣଙ୍କ ବିନା ତାହା ସମ୍ଭବ ନୁହେଁ । ହୃଶୀକେଣ ହୃଶୀକେଷ ସେବନମ ଭକ୍ତିର ଉଚ୍ୟତେ (CC Madhya 19.170) ତେଣୁ ଜଣକୁ ନିଜର ଇନ୍ଦ୍ରିୟଗୁଡ଼ିକୁ ଶୁଦ୍ଧ କରିବାକୁ ହେବ ।

ବର୍ତ୍ତମାନ ସମୟରେ, ସମସ୍ତେ ନିଜର ଇନ୍ଦ୍ରିୟଗୁଡ଼ିକୁ ତୃପ୍ତ କରିବାରେ ଲାଗିଛନ୍ତି । ଅହମ ମମେତି । ଜନସ୍ୟ ମୋହୋ ଅୟମ (SB 5.5.8) । ପୁମ୍ସଃ ସ୍ତ୍ରୀୟା ମୈଥୁନୀ ଭାବମ ଏତତ୍ । ସମଗ୍ର ଭୌତିକ ଦୁନିଆ ହେଉଛି ତାହା... ଦୁଇଟି ଜୀବ ଅଛନ୍ତି, ପୁରୁଷ ଏବଂ ସ୍ତ୍ରୀ । ପୁରୁଷ ମଧ୍ୟ ନିଜ ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛି ଏବଂ ସ୍ତ୍ରୀ ମଧ୍ୟ ନିଜ ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛି । ଏଠାରେ ତଥା କଥିତ ଭଲ ପାଇବା ଅର୍ଥାତ୍...ଭଲ ପାଇବା ନୁହେଁ । ଏହା ହୋଇପାରିବ ନାହିଁ । କାରଣ ପୁରୁଷ ଏବଂ ସ୍ତ୍ରୀ, କେହି ମଧ୍ୟ ଅନ୍ୟର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହାଁନ୍ତି । ସମସ୍ତେ ନିଜର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଏକ ସ୍ତ୍ରୀ ନିଜର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବା ପାଇଁ ଏକ ପୁରୁଷକୁ ଭଲ ପାଉଛି, ଏବଂ ଏକ ପୁରୁଷ ନିଜର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବା ପାଇଁ ଏକ ସ୍ତ୍ରୀକୁ ଭଲ ପାଉଛି... ସେଥିପାଇଁ, ଯଥାଶୀଘ୍ର ତାଙ୍କର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାରେ କିଛି ବାଧା ସୃଷ୍ଟି ହୁଏ, ଛାଡପତ୍ର । "ମୁଁ ଏହା ଚାହୁଁନାହିଁ ।" କାରଣ ମୂଳ ପ୍ରସଙ୍ଗ ହେଉଛି ଇନ୍ଦ୍ରିୟ ସନ୍ତୁଷ୍ଟି । କିନ୍ତୁ ଆମେ ଏକ ଚିତ୍ର ଆଙ୍କୁଛୁ, ଦେଖାଣିଆ, "ଓ, ମୁଁ ତୁମକୁ ବହୁତ ଭଲ ପାଏ । ମୁଁ ତୁମକୁ ବହୁତ ଭଲ ପାଏ ।" ସେଥିରେ ପ୍ରେମ ନାହିଁ । ଏହା ହେଉଛି କାମ, କାମବାସନା । ଭୌତିକ ଦୁନିଆରେ, ଭଲପାଇବାର କୌନସି ସମ୍ଭାବନା ନାହିଁ । ଏହା ସମ୍ଭବ ନୁହେଁ । ତଥା କଥିତ ହେଉଛି, ଠକିବା, କେବଳ ଠକିବା । "ମୁଁ ତୁମକୁ ଭଲ ପାଉଛି କାରଣ ତୁମେ ସୁନ୍ଦର । ଏହା ମୋର ଇନ୍ଦ୍ରିୟକୁ ସନ୍ତୁଷ୍ଟ କରିବ । କାରଣ ତୁମେ ଯୁବକ, ଏହା ମୋର ଇନ୍ଦ୍ରିୟକୁ ସନ୍ତୁଷ୍ଟ କରିବ ।" ଏହା ହେଉଛି ଦୁନିଆ । ଭୌତିକ ଜଗତ ଅର୍ଥାତ୍ ଏହା । ପୁମ୍ସଃ ସ୍ତ୍ରିୟ ମୈଥୁନୀ ଭାବମ ଏତତ୍ । ଭୌତିକ ଦୁନିଆରେ ମୂଳ ସିଦ୍ଧାନ୍ତ ହେଉଛି ଇନ୍ଦ୍ରିୟ ସନ୍ତୁଷ୍ଟି । ଯେନ ମୈଥୁନାଦି ଗ୍ରହମେଶୀ ସୁଖମ୍ ତୁଚ୍ଛମ୍ କନ୍ଦୁୟନେନ କରୟୋର ଇବ ଦୁଃଖ ଦୁଃଖମ (SB 7.9.45) ।