OR/Prabhupada 0353 - କୃଷ୍ଣଙ୍କ ପାଇଁ, ଲେଖ, ପଢ଼, କଥାହୁଅ, ଚିନ୍ତାକର, ପୂଜାକର, ରାନ୍ଧ ଏବଂ ଖାଅ - ତାହା ହେଉଛି କୃଷ୍ଣ କୀର୍ତ୍ତନ

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on SB 2.1.2 -- Vrndavana, March 17, 1974

ପ୍ରଭୁପାଦ: ତେବେ ଆମେ ଏହି ତଥାକଥିତ ଗୋସ୍ଵାମୀମାନଙ୍କ ଠାରୁ ଦୁରେଇ ରହିବା ଉଚିତ୍ । ବୃନ୍ଦାବନରେ ଯେଉଁମାନେ ରହିବେ... ସବୁଆଡେ । ସବୁ ଜାଗା ହେଉଛି ବୃନ୍ଦାବନ । ଯେଉଁଠାରେ କୃଷ୍ଣଙ୍କର ମନ୍ଦିର ଅଛି, କୃଷ୍ଣଙ୍କର ସଙ୍କୀର୍ତ୍ତନ, ତାହା ହେଉଛି ବୃନ୍ଦାବନ । ଚୈତନ୍ୟ ମହାପ୍ରଭୁ କହିଥିଲେ ଯେ "ମୋର ମନ ସର୍ବଦା ବୃନ୍ଦାବନରେ ଅଛି ।" କାରଣ ସେ ସର୍ବଦା କୃଷ୍ଣଙ୍କ ବିଷୟରେ ଭାବୁଥିଲେ । ଶ୍ରୀ କୃଷ୍ଣ ଅଛନ୍ତି - ସେ ସ୍ଵୟଂ ହେଉଛନ୍ତି ଶ୍ରୀ କୃଷ୍ଣ - କେବଳ ଆମକୁ ଶିକ୍ଷା ଦେବା ପାଇଁ । ତେବେ ସେହିପରି, ଯେଉଁଠାରେ ମଧ୍ୟ ତୁମେ ରୁହ, ଯଦି ତୁମେ ବାସ୍ତବରେ କୃଷ୍ଣଙ୍କର ନିର୍ଦ୍ଦେଶର ଅନୁସରଣକାରୀ, ଯେମିତି କି ଶ୍ରୀକୃଷ୍ଣ କୁହଁନ୍ତି, ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65), ତେବେ ତାହା ହେଉଛି ବୃନ୍ଦାବନ । ଯେଉଁଠାରେ ବି ତୁମେ ରୁହ । ଏମିତି ଭାବିବନି ଯେ "ଯେହେତୁ ମେଲବର୍ନରେ ଆମର ଏକ ମନ୍ଦିର ଅଛି, ମେଲବର୍ନର ଅର୍ଚ୍ଚ ବିଗ୍ରହ ଏଠାରେ ଅଛି, ତେଣୁ ଏହା ବୃନ୍ଦାବନ ନୁହେଁ ।" ତାହା ମଧ୍ୟ ବୃନ୍ଦାବନ ଅଟେ । ଯଦି ତୁମେ ଦୃଢ ନିଷ୍ଠାର ସହ ଅର୍ଚ୍ଚ ବିଗ୍ରହର ପୂଜା କର, ନୀତି-ନିୟମ ସବୁ ପାଳନ କର, ତେବେ ଯେଉଁଠାରେ ମଧ୍ୟ ତୁମେ ପାଳନ କର, ତାହା ହେଉଛି ବୃନ୍ଦାବନ । ବିଶେଷ କରି ଏହି ବୃନ୍ଦାବନ ଧାମ, ଯେଉଁଠାରେ କୃଷ୍ଣ ବାସ୍ତବରେ ଆବିର୍ଭୂତ ହୋଇଥିଲେ । ତେଣୁ ଏହା ହେଉଛି ବୃନ୍ଦାବନ, ଗୋଲୋକ ବୃନ୍ଦାବନ । ଏଠାରେ, ଯେଉଁମାନେ ଏହି ସଂସ୍ଥାକୁ ପରିଚାଳନା କରିବେ, ସେମାନେ ନିଶ୍ଚିତ ରୂପରେ ପ୍ରଥମ ଶ୍ରେଣୀର ଗୋସ୍ଵାମୀ ହେବାକୁ ହେବ । ଏହା ହେଉଛି ମୋର ପ୍ରସ୍ତାବ । ଗୃହମେଧୀ ନୁହେଁ, ଗୃହମେଧୀ ନୁହେଁ, ଗୋସ୍ଵାମୀ । ଯେମିତି କି...

ଏହି ସ୍ଥାନଟି ଗୋସ୍ଵାମୀ ମାନଙ୍କ ଦ୍ଵାରା ଖୋଦନ କରାଯାଇଥିଲା, ଷଢ-ଗୋସ୍ଵମୀ । ସନାତନ ଗୋସ୍ଵମୀ ଏଠାକୁ ଆସିଥିଲେ, ରୂପ ଗୋସ୍ଵାମୀ ଏଠାକୁ ଆସିଥିଲେ । ଏବଂ ତାହା ପରେ ଅନ୍ୟ ଗୋସ୍ଵାମୀମାନେ, ଜୀବ ଗୋସ୍ଵାମୀ, ଗୋପାଳ ଭଟ୍ଟ ଗୋସ୍ଵାମୀ, ରଘୁନାଥ ଦାସ ଗୋସ୍ଵାମୀ, ସମସ୍ତେ ଏକା ସାଙ୍ଗରେ ଯୋଗ ଦେଇଥିଲେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଆଦେଶୂ ପାଳନ କରିବାପାଇଁ - କୃଷ୍ଣଙ୍କ ସମ୍ଵନ୍ଧରେ ବହି ଲେଖିବା ପାଇଁ, ତାଙ୍କର ଲୀଳା ଗୁଡିକ; ଅତ୍ୟନ୍ତ, ମୋର କହିବାର ଉଦ୍ଦେଶ୍ୟ, ଉଚ୍ଚସ୍ତରର ଅଧ୍ୟାତ୍ମିକ ଜ୍ଞାନର ପୁସ୍ତକ ସେ ଉଲ୍ଲେଖ କରିଥିଲେ । ନାନା-ଶାସ୍ତ୍ର-ବିଚାରଣୌକ-ନିପୁଣୌ ସଦ-ଧର୍ମ-ସମସ୍ଥାପକୌ । ଏହା ହେଉଛି ଗୋସ୍ଵାମୀମାନଙ୍କର କାମ, ଲକ୍ଷଣ । ପ୍ରଥମ ଲକ୍ଷଣ ହେଉଛି, କୃଷ୍ଣକୀର୍ତ୍ତନ-ଗାନ-ନର୍ତ୍ତନ-ପରୌ । ସେମାନେ ସର୍ବଦା ବ୍ୟସ୍ତ ରହୁଥିଲେ-କୃଷ୍ଣ-କୀର୍ତ୍ତନରେ । କୃଷ୍ଣ-କୀର୍ତ୍ତନ ମାନେ... ଠିକ ଯେମିତି ଆମେ ଖୋଳ, କରତାଳର ସହିତ କୀର୍ତ୍ତନ କରୁ, ଏହା ମଧ୍ୟ କୃଷ୍ଣ-କୀର୍ତ୍ତନ । ଏବଂ ପୁସ୍ତକ ଲେଖିବା, ଏହା ମଧ୍ୟ କୃଷ୍ଣ-କୀର୍ତ୍ତନ । ଏବଂ ପୁସ୍ତକ ପଢିବା, ତାହା ମଧ୍ୟ କୃଷ୍ଣ କୀର୍ତ୍ତନ । ନାଁ କି ଯେ କେବଳ ଏହି କୀର୍ତ୍ତନ ହି କୀର୍ତ୍ତନ । ଯଦି ତୁମେ କୃଷ୍ଣଙ୍କ ବିଷୟରେ ପୁସ୍ତକ ଲେଖ, ଯଦି ତୁମେ କୃଷ୍ଣଙ୍କ ବିଷୟରେ ପଢ଼, ଯଦି ତୁମେ କୃଷ୍ଣଙ୍କ ବିଷୟରେ କଥାବାର୍ତ୍ତା କର, ତୁମେ କୃଷ୍ଣଙ୍କ ବିଷୟରେ ଚିନ୍ତା କର, ତୁମେ କୃଷ୍ଣଙ୍କୁ ପୂଜା କର, ତୁମେ କୃଷ୍ଣଙ୍କ ପାଇଁ ରୋଷେଇ କର, ତୁମେ କୃଷ୍ଣଙ୍କ ପାଇଁ ଖାଅ- ତେବେ ତାହା ହେଉଛି କୃଷ୍ଣ-କୀର୍ତ୍ତନ ।

ତେଣୁ ଗୋସ୍ଵାମୀ ଅର୍ଥ ହେଉଛି ଚବିଶ ଘଣ୍ଟା କୃଷ୍ଣ ଚେତନାରେ ଲିପ୍ତ ରହିବା, ଯେ କୌଣସି ଭାବରେ । କୃଷ୍ଣକୀର୍ତ୍ତନ-ଗାନ-ନର୍ତ୍ତନ-ପରୌ । କେମିତି? ପ୍ରେମାମୃତାମ୍ଭୋ ନିଧୀ । କାରଣ ସେମାନେ କୃଷ୍ଣ ପ୍ରେମର ମହାସାଗରରେ ବିଲୀନ ଥିଲେ । ଯେ ପର୍ଯ୍ୟନ୍ତ ଆମକୁ କୃଷ୍ଣ ପ୍ରେମ ମିଳି ନାହିଁ, କୃଷ୍ଣଙ୍କ ପ୍ରତି ପ୍ରେମ ଭାବ, ଆମେ କିପରି ସନ୍ତୁଷ୍ଟ ହେବା କେବଳ କୃଷ୍ଣଙ୍କ କାର୍ଯ୍ୟରେ? ତାହା ସମ୍ଭବ ନୁହେଁ । ଯେଉଁମାନେ କୃଷ୍ଣଙ୍କ ପ୍ରତି ପ୍ରେମ ଭାବ ବିକସିତ କରିନାହାଁନ୍ତି, ସେମାନେ ଚବିଶ ଘଣ୍ଟା କୃଷ୍ଣଙ୍କର କାର୍ଯ୍ୟରେ ନିଯୁକ୍ତ ରହିପାରିବେ ନାହିଁ । ଆମକୁ ସେ ବିଷୟରେ ବିଚାର କରିବାକୁ ହେବ... ସବୁବେଳେ ଆମକୁ ସମୟକୁ ସଂରକ୍ଷଣ କରିବାକୁ ହେବ, କୃଷ୍ଣଙ୍କର କାର୍ଯ୍ୟରେ ପୂର୍ଣ୍ଣରୂପରେ ନିଯୁକ୍ତ ରହିବା ପାଇଁ । ଯେଉଁ ସମୟରେ ଆମେ ନିଦ୍ରା କରୁ, ତାହା ବ୍ୟର୍ଥ ଅଟେ । ତାହା ବ୍ୟର୍ଥ ଅଟେ । ତେଣୁ ଆମକୁ ସମୟ ବଞ୍ଚାଇବା ପାଇଁ ଚେଷ୍ଟା କରିବାକୁ ହେବ । କୀର୍ତ୍ତନିୟଃ ସଦା ହରିଃ (CC Adi 17.31) । ହରି କୃଷ୍ଣଙ୍କର ଅନ୍ୟ ଏକ ନାମ । ସଦା, ଚବିଶ ଘଣ୍ଟା । ବାସ୍ତବରେ ଗୋସ୍ଵାମୀ ମାନେ କରୁଥିଲେ । ସେମାନେ ହେଉଛନ୍ତି ଆମର ଆଦର୍ଶ । ସେମାନେ ଦୁଇ ଘଣ୍ଟା ମଧ୍ୟ ଶୋଉନଥିଲେ, ବା ଅତି ବେଶିରେ, ତିନି ଘଣ୍ଟା । ତେଣୁ ନିଦ୍ରାହାର ବିହାରକାଦି ବିଜେତୈ । ସେମାନେ ବିଜୟ ପ୍ରାପ୍ତ କରିଥିଲେ । ଏହା ହେଉଛି ଗୋସ୍ଵାମୀ । ଏହି ସବୁ ଜିନିଷ ଉପରେ ବିଜୟ ପ୍ରାପ୍ତ କରିଛନ୍ତି । ସେଗୁଡିକ କ‍'ଣ? ନିଦ୍ରହାର, ନିଦ୍ରା, ଆହାର, ବିହାର । ବିହାର ମାନେ ଇନ୍ଦ୍ରିୟ ଉପଭୋଗ, ଏବଂ ଆହାର ମାନେ ଖାଇବା ବା ସଙ୍ଗ୍ରହ କରିବା । ସାଧାରଣତଃ, ଖାଇବା, ଆହାର । ଏବଂ ନିଦ୍ରା । ତେଣୁ ନିଦ୍ରାହାର ବିହାରକାଦି ବିଜେତୈ । ବିଜୟ ଲାଭ କରିବା । ଏହା ହେଉଛି ବୈଷ୍ଣବ । ଏହା ନାହିଁ ଯେ ଚବିଶ ଘଣ୍ଟାରେ ଛତିଶ ଘଣ୍ଟା ଶୋଇବା । (ହାସ୍ୟ ଧ୍ଵନି) ଏବଂ ତାହା ସହିତ ନିଜକୁ ଗୋସ୍ଵମୀ କହିବା । ଏହି ଗୋ... କ'ଣ? ଗୋଦାସ । ସେମାନେ ହେଉଛନ୍ତି ଗୋ-ଦାସ । ଗୋ ମାନେ ଇନ୍ଦ୍ରିୟଗୁଡିକ ଏବଂ ଦାସ ମାନେ ସେବକ ।

ତେଣୁ ଆମର ନିତି ଏହା ହେବା ଦରକାର ଯେ, ଇନ୍ଦ୍ରିୟଗୁଡିକର ସେବକ ହେବା ବଦଳରେ, ଆମକୁ କୃଷ୍ଣଙ୍କ ସେବକ ହେବା ଦରକାର । ଏହା ହେଉଛି ଗୋସ୍ଵାମୀ । କାରଣ ଯେପର୍ଯ୍ୟନ୍ତ ତୁମେ ବିଜୟପ୍ରାପ୍ତ କରିନାହଁ, ଇନ୍ଦ୍ରିୟଗୁଡିକ ସର୍ବଦା ତୁମକୁ ମାଗନ୍ତି, "ଦୟାକରି ଖାଅ, ଦୟାକରି ଶୁଅ, ଦୟାକରି ସମ୍ଭୋଗ କର । ଦୟାକରି ଏହା ନିଅ, ଦୟାକରି ଏହା ନିଅ ।" ଏହା ହେଉଛି ଭୌତିକ ଜୀବନ । ଏହା ହେଉଛି ଭୌତିକ ଜୀବନ, ଇନ୍ଦ୍ରିୟଗୁଡିକର ହୁକୁମରେ ଚାଲେ । ତାହା ହେଉଛି ଭୌତିକ ଜୀବନ । ଏବଂ ଆମକୁ ହେବାକୁ ପଡିବ... ଗୋସ୍ଵାମୀ (ଏହି ପ୍ରକାରରେ) ମାନେ ମନ ହୁକୁମ କରୁଛି, "ଦୟାକରି ଅଧିକ ଖାଅ, ଦୟାକରି ଅଧିକ ଶୁଅ, ଦୟାକରି ଅଧିକ ସମ୍ଭୋଗ କର, ଦୟାକରି ଅଧିକ ସୁରକ୍ଷିତ ଟଙ୍କା ସଞ୍ଚୟ କର..." ଏହା ହେଉଛି ଭୌତିକବାଦ । ସୁରକ୍ଷା ଟଙ୍କା ମାନେ ଟଙ୍କା ସଞ୍ଚୟ କରିବା । ତାହା ହେଉଛି ସୁରକ୍ଷା ଟଙ୍କା । ତେଣୁ... ତେଣୁ ଏହା ହେଉଛି ଭୌତିକବାଦ । ଆଧ୍ୟାତ୍ମବାଦ ମାନେ, "ନାହିଁ, ତାହା ନୁହେଁ ।" ନିଦ୍ରହାର । ଇନ୍ଦ୍ରିୟଗୁଡିକ ହୁକୁମ ଦିଅନ୍ତି, "ଏହା କର, ତାହା କର," ଏବଂ ତୁମକୁ ଅତ୍ୟନ୍ତ ଦୃଢ଼ ହେବାକୁ ପଡିବ, ଯେ ତୁମେ ସଠିକ ଭାବରେ ଉତ୍ତର ଦେବ, "ନାଁ, ଏହା ନୁହେଁ ।" ତେବେ ଗୋସ୍ଵାମୀ । ଏହା ହେଉଛି ଗୋସ୍ଵାମୀ । ଏବଂ ସେ ଗୃହମେଧି, ଗୃହସ୍ଥ ସମାନ ଦେଖାଯାଆନ୍ତି । କିନ୍ତୁ ଗୃହସ୍ଥ ମାନେ ଇନ୍ଦ୍ରିୟଗୁଡିକର ହୁକୁମ ନାହିଁ । ତେବେ ତୁମେ ଗୋସ୍ଵାମୀ ହୋଇଯିବ । ତେବେ, ଯେମିତି ନରୋତ୍ତମ ଦାସ ଠାକୁର କୁହନ୍ତି, ଗୃହେ ବା ବନେତେ ଥାକେ ହା ଗୌରାଙ୍ଗ ବୋଲେ । ହା ଗୌରାଙ୍ଗ, "ସବୁବେଳେ ନିତାଇ-ଗୌରା କୀର୍ତ୍ତନ କରିବା, ଏବଂ ନିତାଇ-ଗୌରା ବିଷୟରେ ଭାବିବା," ସେହିଭଳି ବ୍ୟକ୍ତି, ନରୋତ୍ତମ ଦାସ ଠାକୁର କୁହନ୍ତି... ଗୃହେ ବା... "ସେ ଜଣେ ସନ୍ୟାସୀ ହେଉ, ବା ସେ ଜଣେ ଗୃହସ୍ଥ ହେଉ । ଏହା କିଛି ଫରକ ପକାଏ ନାହିଁ । କାରଣ ସେ ନିତାଇ-ଗୌରାର ଚିନ୍ତାରେ ଲିପ୍ତ ରୁହେ ।" ତ ନରୋତ୍ତମ ମାଗେ ତନ୍ର ସଙ୍ଗ: "ନରୋତ୍ତମ ସର୍ବଦା ସେହି ଭଳିଆ ବ୍ୟକ୍ତିଙ୍କ ସଙ୍ଗ ଲାଭ ପାଇଁ ଇଛା ପ୍ରକାଶ କରନ୍ତି ।" ଗୃହେ ବା ବନେତେ ଠାକେ, ହା ଗୌରାଙ୍ଗ ବୋଲେ ଡାକେ, ନରୋତ୍ତମ ମାଗେ ତାନ୍ର ସଙ୍ଗ । ନରୋତ୍ତମ ସର୍ବଦା ସେହି ଭଳିଆ ବ୍ୟକ୍ତିଙ୍କ ସଙ୍ଗ ଲାଭ ପାଇଁ ଇଛା କରନ୍ତି । କୃଷ୍ଣୋକୀର୍ତ୍ତନ ଗାନ ନର୍ତନ ପରୌ ପ୍ରେମାମୃତାଂଭୋ ନିଧୀ ଧୀରା-ଧୀର ଜନ ପ୍ରିୟୌ,

ଏବଂ ଗୋସ୍ଵାମୀ ମାନେ ସବୁ ଶ୍ରେଣୀର ଲୋକମାନଙ୍କର ଅତିପ୍ରିୟ ହେବା ଉଚିତ୍ । ଦୁଇ ଶ୍ରେଣୀର ଲୋକ ଅଛନ୍ତି: ଧୀର ଏବଂ ଅଧୀର । ଧୀର ମାନେ ଜଣେ ଯିଏ ନିଜର ଇନ୍ଦ୍ରିୟଗୁଡିକୁ ନିୟନ୍ତ୍ରଣ କରିପାରିଛି, ଏବଂ ଅଧୀର ମାନେ ଜଣେ ଯିଏ କରିପାରି ନାହିଁ । ଗୋସ୍ଵାମୀ ମାନେ ସବୁ ଶ୍ରେଣୀର ଲୋକମାନଙ୍କ ପ୍ରତି ଅତ୍ୟନ୍ତ ଦୟାଶୀଳ । ଧୀର-ଅଧୀର ଜନ ପ୍ରିୟୌ । ତେଣୁ ତୁମେ କିପରି...? ଗୋସ୍ଵାମୀ ମାନେ କିପରି...? ଯେତେବେଳେ ଗୋସ୍ଵାମୀ ମାନେ ଏଠି ବୃନ୍ଦାବନରେ ଥିଲେ, ସେମାନେ ସମସ୍ତ ଲୋକମାନଙ୍କ ମଧ୍ୟରେ ଅତି ପ୍ରିୟ ଥିଲେ । ଏମିତିକି ଏହି ବୃନ୍ଦାବନ ଧାମରେ, ଗାଁ ଲୋକମାନେ, ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୁଏ, ତେବେ ସେମାନେ ସନାତନ ଗୋସ୍ଵାମୀଙ୍କ ପାଖକୁ ଯାଆନ୍ତି, "ମହାଶୟ, ଆମ ମଧ୍ୟରେ କିଛି ମତ ପାର୍ଥକ୍ୟ ଅଛି । ଆପଣ ସମାଧାନ କରନ୍ତୁ।" ଏବଂ ସନାତନ ଗୋସ୍ଵାମୀ ନିଷ୍ପତି ଦିଅନ୍ତି, "ତୁମର ଭୁଲ ।" ବାସ୍ ସେତିକି । ସେମାନେ ତାହା ସ୍ଵୀକାର କରନ୍ତି । ଦେଖ, ସେମାନେ କେତେ ପ୍ରସିଦ୍ଧ ଥିଲେ । ସନାତନ ଗୋସ୍ଵାମୀ ସେମାନଙ୍କର ପାରିବାରିକ ବିବାଦର ମଧ୍ୟ ନିଷ୍ପତି ଦିଅନ୍ତି । ତେଣୁ ଧୀର-ଅଧୀର ଜନ ପ୍ରିୟୌ ।

ଏହି ସାଧାରଣ ଲୋକ, ସେମାନେ ସାଧୁ ନଥିଲେ, କିନ୍ତୁ ସେମାନେ ସନାତନ ଗୋସ୍ଵାମୀଙ୍କ ପ୍ରତି ନିଷ୍ଠାବାନ୍ ଥିଲେ । ସେଥିପାଇଁ ତାଙ୍କର ଜୀବନ ସଫଳ ଥିଲା । କାରଣ ସେମାନେ ସନାତନ ଗୋସ୍ଵାମୀଙ୍କ ଆଦେଶକୁ ପାଳନ କରୁଥିଲେ, ସେଥିପାଇଁ ସେମାନେ ମଧ୍ୟ ମୁକ୍ତି ଲାଭ କରିଥିଲେ । ସେମାନେ ବ୍ୟକ୍ତିଗତ ହିସାବରେ ଭୁଲ ହୋଇପାରନ୍ତି, କିନ୍ତୁ ସେମାନେ ସନାତନ ଗୋସ୍ଵାମୀଙ୍କ ଆଦେଶ ପାଳନ କରୁଥିଲେ । ଏବଂ ସନାତନ ଗୋସ୍ଵାମୀ ସେମାନଙ୍କ ପ୍ରତି ଅତ୍ୟନ୍ତ ଦୟାଶୀଳ ଥିଲେ । ତୁମେ ମଧ୍ୟ ସେମାନଙ୍କୁ ଡାକିପାର, ଏବଂ ପ୍ରସାଦ ପ୍ରଦାନ କରିପାର, ତାଙ୍କର ଭଲ ଭାବରେ ଆଚରଣ କରିପାର । "କେବଳ ହରେ କୃଷ୍ଣର ଶ୍ରବଣ କର । ତୁମେ ଏଠାକୁ ଆସ । ହରେ କୃଷ୍ଣ କୀର୍ତ୍ତନ କର । ପ୍ରସାଦ ଗ୍ରହଣ କର ।" ସେମାନେ ତୁମର..., ଅଧିନରେ ରହିବେ । ସେମାନେ ତୁମର ଅଧିନରେ ରହିବେ । ଏବଂ ଯେମିତି ହି ସେମାନେ ତୁମର ଅଧିନରେ ରହିବେ, ସେମାନେ ପ୍ରଗତି କରିବେ । ସେହି କ୍ଷଣରୁ । କାରଣ ବୈଷ୍ଣବଙ୍କ ଆଶ୍ରୟରେ, ଯଦି ସେମାନେ ପାଳନ କରିବା ପାଇଁ ଆଗ୍ରହ ହୁଅନ୍ତି, ତେବେ ସେମାନେ ହୋଇଯାଆନ୍ତି... ତାହାକୁ ଅଜ୍ଞାନ ସୁକୃତି କୁହାଯାଏ । କାରଣ ସେ ପ୍ରଦାନ କରନ୍ତି... ଠିକ୍ ଯେପରି ଆମେ ଯେତେବେଳେ ଚାଲୁଛୁ, ସେମାନେ କୁହନ୍ତି, "ହରେ କୃଷ୍ଣ । ଜୟ ରାଧେ ।" ଏହା ହେଉଛି ସମ୍ମାନ ଦେବା ପ୍ରକ୍ରିୟା । ତେଣୁ ଯଦି ଏହି ସାଧାରଣ ଲୋକେ ବୈଷ୍ଣବ ମାନଙ୍କୁ ସମ୍ମାନ ଦିଅନ୍ତି, ସେମାନେ ପ୍ରଗତି କରନ୍ତି । ତେଣୁ ତୁମକୁ ବୈଷ୍ଣବ ହେବାକୁ ପଡିବ । ନଚେତ୍ ସେମାନେ କାହିଁକି ତୁମକୁ ସମ୍ମାନ ଦେବେ? ସମ୍ମାନକୁ କେବେ ମାଗି ହେବ ନାହିଁ । ତାକୁ ଅର୍ଜନ କରିବାକୁ ପଡେ । କେବଳ ତୁମକୁ ଦେଖିକି ହିଁ, ସେମାନେ ତୁମକୁ ସମ୍ମାନ ଦେବେ । ତେଣୁ ଧୀର-ଅଧୀର ଜନ ପ୍ରିୟୌ । ଏହା ହେଉଛି ଗୋସ୍ଵାମୀ ।

ବହୁତ ବହୁତ ଧନ୍ୟବାଦ ।

ଭକ୍ତଗଣ: ଜୟ ଶ୍ରୀଲ ପ୍ରଭୁପାଦ ।