OR/Prabhupada 0393 - ନିତାଇ ଗୁଣ ମଣି ଆମରର ଭାବାର୍ଥ

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Purport to Nitai Guna Mani Amara

ଏହି ଗୀତ ଲୋଚନ ଦାସ ଠାକୁରଙ୍କ ଦ୍ଵାରା ବୋଲା ଯାଇଥିବା ଏକ ଗୀତ, ପ୍ରାୟକତଃ ଭଗବାନ ଚୈତନ୍ୟଙ୍କର ସମକାଳୀନ ବ୍ୟକ୍ତି । ସେ ଭଗବାନ ଚୈତନ୍ୟଙ୍କର ଜୀବନି ଏବଂ ଉପଦେଶ ଉପରେ ଅନେକ ପୁସ୍ତକ ଲେଖିଛନ୍ତି । ତେଣୁ ସେ କହୁଛନ୍ତି ଯେ ଭଗବାନ ନିତ୍ୟାନନ୍ଦ ଭଲ ଗୁଣରେ ପୂର୍ଣ୍ଣ, ଗୁଣ-ମଣି । ଗୁଣ-ମଣି ଅର୍ଥାତ୍ ଗୁଣର ଅଳଙ୍କାର । ତେଣୁ ନିତାଇ ଗୁଣ-ମଣି ଆମର ନିତାଇ ଗୁଣ-ମଣି । ସେ ବାରମ୍ଵାର କହୁଥିଲେ ଯେ ଭଗବାନ ନିତ୍ୟାନନ୍ଦ ହେଉଛନ୍ତି ସମସ୍ତ ଭଲ ଗୁଣର ଗନ୍ତାଘର । ଆନିଆ ପ୍ରେମେର ବନ୍ୟା ଭାସାଇଲୋ ଅବନି । ଏବଂ ତାଙ୍କର ଆଧ୍ୟାତ୍ମିକ ଗୁଣ ଯୋଗୁଁ, ସେ ସମଗ୍ର ଦୁନିଆକୁ ଭଗବଦ୍ ପ୍ରେମରେ ପ୍ଲାବିତ କରିଥିଲେ । ତାଙ୍କର ଉଦାରତା ଦ୍ଵାରା ଲୋକମାନେ ଅନୁଭବ କରିପାରିବେ ଭଗବଦ୍ ପ୍ରେମ କ'ଣ । ପ୍ରେମେର ବନ୍ୟା ଲୋଇୟା ନିତାଇ ଆଇଲା ଗୌଡ-ଦେଶେ । ଯେତେବେଳେ ଚୈତନ୍ୟ ମହାପ୍ରଭୁ ଘର ଛାଡିଲେ ଏବଂ ସନ୍ୟାସ ଗ୍ରହଣ କରିଲେ, ସେ ଜଗନ୍ନାଥ ପୁରୀକୁ ତାଙ୍କର ମୁଖ୍ୟାଳୟ ବନେଇଲେ । ତେଣୁ ସନ୍ୟାସ ଗ୍ରହଣ କରିବା ପରେ, ଯେତେବେଳେ ସେ ତାଙ୍କର ଘର ଏବଂ ଦେଶ ଛାଡିଲେ, ଭଗବାନ ନିତ୍ୟାନନ୍ଦ ପ୍ରଭୁ ମଧ୍ୟ ତାଙ୍କୁ ଜଗନ୍ନାଥ ପୁରୀ ପର୍ଯ୍ୟନ୍ତ ତାଙ୍କ ସାଥିରେ ଗଲେ । ତେବେ କିଛି ଦିନ ପରେ, ଭଗବାନ ଚୈତନ୍ୟ ତାଙ୍କୁ ଅନୁରୋଧ କରିଲେ ଯେ "ଯଦି ଆମେ ଦୁଇ ଜଣ ଏଠାରେ ରହିବା, ତେବେ ବଙ୍ଗଳାରେ କିଏ ପ୍ରଚାର କରିବ?" ବଙ୍ଗଳା ଗୌଡ-ଦେଶ ଭାବେ ପରିଚିତ । ତେଣୁ ଭଗବାନ ଚୈତନ୍ୟଙ୍କର ଆଦେଶ ଅନୁସାରେ, ସେ ଆଣିଥିଲେ, ତାଙ୍କ ଠାରୁ, ଭଗବଦ୍ ପ୍ରେମର ବନ୍ୟା, ଏବଂ ସେ ସମଗ୍ର ବଙ୍ଗଳା, ଗୌଡ-ଦେଶରେ ବିତରଣ କରିଲେ । ଏବଂ ସେହି ଭଗବଦ୍ ପ୍ରେମର ବନ୍ୟାରେ, ସମସ୍ତ ଭକ୍ତମାନେ ବୁଡି ଗଲେ । କେବଳ ସେମାନେ ଯେଉଁମାନେ ଭକ୍ତ ନୁହଁନ୍ତି, ସେମାନେ ବୁଡିଲେ ନାହିଁ, କିନ୍ତୁ ସେମାନେ ଭାସୁଥିଲେ, ଦୀନ ହିନ ବାଛେ । କିନ୍ତୁ ଯେତେ ଦୂର ନିତ୍ୟାନନ୍ଦ ପ୍ରଭୁଙ୍କ ବିଷୟରେ ଚିନ୍ତା କରାଯାଏ, ସେ ଭକ୍ତ ଏବଂ ଅଭକ୍ତ ମଧ୍ୟରେ କୌଣସି ଭେଦ ଭାବ କରନ୍ତି ନାହିଁ । ଦୀନ ହିନ ପତୀତ ପାମର ନାହି ବାଛେ । ଗରିବ କିମ୍ଵା ଧନୀ, କିମ୍ଵା ପ୍ରବୃଦ୍ଧ କିମ୍ଵା ମୂର୍ଖ, ସମସ୍ତେ ଚୈତନ୍ୟ ମହାପ୍ରଭୁଙ୍କର ଉପଦେଶ ନେଇ ପାରିବେ, ଏବଂ ଭଗବଦ୍ ପ୍ରେମର ମାହାସାଗରରେ ବୁଡି ପାରିବେ । ଏହି ପ୍ରକାରର ଭଗବଦ୍ ପ୍ରେମ ହେଉଛି ବ୍ରହ୍ମାର ଦୁର୍ଲଭ । ଏପରିକି ଭଗବାନ ବ୍ରହ୍ମା, ଯିଏ ଏହି ବ୍ରହ୍ମାଣ୍ଡର ପରମ ଶିକ୍ଷକ ଅଟନ୍ତି, ସେ ମଧ୍ୟ ସ୍ଵାଦ ନେଇ ପାରିବେ ନାହିଁ । କିନ୍ତୁ ଭଗବାନ ଚୈତନ୍ୟ ମାହାପ୍ରଭୁ ଏବଂ ନିତ୍ୟାନନ୍ଦ ପ୍ରଭୁଙ୍କର ଦୟା ଦ୍ଵାରା, ଏହି ଭଗବଦ୍ ପ୍ରେମ ସମସ୍ତଙ୍କ ମଧ୍ୟରେ କୌଣସି ଭେଦ ଭାବ ବିନା ବିତରିତ କରାଯାଇଛି । ତେଣୁ ଆବଦ୍ଧ କରୁଣା-ସିନ୍ଧୁ, ଏହା ଏକ ବିରାଟ ମାହାସାଗର ପରି ଥିଲା ଯାହା ଚାରିପଟୁ ବନ୍ଦ ଥାଏ । ଭଗବଦ୍ ପ୍ରେମର ମାହାସାଗର ହେଉଛି ଏକ ବିରାଟ ମାହାସାଗର, କିନ୍ତୁ ଏହା ପ୍ଲାବିତ ନ ଥିଲା । ତେଣୁ ନିତ୍ୟାନନ୍ଦ ପ୍ରଭୁ ମାହାସାଗରରୁ ଏକ କେନାଲ କାଟିଲେ, ଏବଂ ସେହି କେନାଲକୁ ସମସ୍ତ ଦ୍ଵାରକୁ ଆଣିଲେ । ଘରେ ଘରେ ବୁଲେ ପ୍ରେମ-ଅମିୟାର ବାନ । ଭଗବଦ୍ ପ୍ରେମର ଅମୃତର ବନ୍ୟା ଏହିପରି ଭାବରେ ବଙ୍ଗଳାର ସମସ୍ତ ଘରେ ବିତରଣ କରାଗଲା । ବାସ୍ତବରେ ବର୍ତ୍ତମାନ ମଧ୍ୟ ବଙ୍ଗଳା ଅଭିଭୂତ ହୁଏ ଯେତେବେଳେ ଭଗବାନ ଚୈତନ୍ୟ ମାହାପ୍ରଭୁ ଏବଂ ନିତ୍ୟାନନ୍ଦ ପ୍ରଭୁଙ୍କ ବିଷୟରେ କୁହାଯାଏ । ଲୋଚନ ବୋଲେ, ବର୍ତ୍ତମାନ ଲେଖକ ତାଙ୍କ ତରଫରୁ କହୁଛନ୍ତି, ଯେ ଯିଏ ଭଗବାନ ନିତ୍ୟାନନ୍ଦଙ୍କ ଦ୍ଵାରା ଦିଆଯାଇ ଥିବା ଲାଭ ନିଏ ନାହିଁ, ତେବେ ତାଙ୍କ ମତରେ ସେ ଭାବନ୍ତି ଯେ ଏକ ବ୍ୟକ୍ତି ଜାଣିଶୁଣି ଆତ୍ମ ହତ୍ୟା କରୁଛି ।