OR/Prabhupada 0266 - କୃଷ୍ଣ ହେଉଛନ୍ତି ଏକ ପୂର୍ଣ୍ଣ ବ୍ରହ୍ମଚାରୀ
Lecture on BG 2.10 -- London, August 16, 1973
ପ୍ରଭୁପାଦ: ତେବେ ଭୀଷ୍ମଦେବ, ରାଜସୁୟ ଯଜ୍ଞରେ, ସ୍ଵୀକାର କରିଥିଲେ ଯେ "କୃଷ୍ଣଙ୍କ ଠାରୁ ଆଉ କେହି ଭଲ ବ୍ରହ୍ମଚାରୀ ନାହାଁନ୍ତି । ସେ ଗୋପୀମାନଙ୍କ ମଧ୍ୟରେ ଥିଲେ, ସମସ୍ତେ ଯୁବତୀ ଥିଲେ, କିନ୍ତୁ ସେ ବ୍ରହ୍ମଚାରୀ ହୋଇ ରହିଥିଲେ । ଯଦି ମୁଁ ଗୋପୀମାନଙ୍କ ସହିତ ଥାଆନ୍ତି, ତେବେ ମୁଁ ଜାଣିନଥାନ୍ତି ମୋର ଅବସ୍ଥା କ'ଣ ହୋଇଥାଆନ୍ତା, ତେବେ ମୋର ଅବସ୍ଥା କ'ଣ ହୋଇଥାନ୍ତା ।" ତେଣୁ ସେଥିପାଇଁ କୃଷ୍ଣ ହେଉଛନ୍ତି ଏକ ପୂର୍ଣ୍ଣ ବ୍ରହ୍ମଚାରୀ, ହୃଷୀକେଶ । ଏବଂ ଏହି ଦୁଷ୍ଟମାନେ କହୁଛନ୍ତି ଯେ କୃଷ୍ଣ ହେଉଛନ୍ତି ଅନୈତିକ । ନାଁ । କୃଷ୍ଣ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମଚାରୀ । ଧିର । ଧିର ଅର୍ଥାତ୍ ଜଣେ ଯିଏ ଉତ୍ତେଜିତ ହୁଏ ନାହଁ ଏପରିକି ଉତ୍ତେଜିତ ହେବାର କାରଣ ଥିଲେ ମଧ୍ୟ । ତେଣୁ କୃଷ୍ଣ ହେଉଛନ୍ତି ଏପରି ଏକ ବ୍ରହ୍ମଚାରୀ । ହେଲେ ମଧ୍ୟ...ତାଙ୍କର, ଯୁବାବସ୍ଥାରେ, ୧୫, ୧୬ ବର୍ଷ ବୟସରେ, ଗାଁର ସମସ୍ତ ବାଳିକାମାନେ ସାଙ୍ଗ ଥିଲେ, ସେମାନେ କୃଷ୍ଣଙ୍କର ସୁନ୍ଦରତା ପ୍ରତି ଅତି ଆକର୍ଷିତ ଥିଲେ । ସେମାନେ ଗାଁକୁ ଅସୁଥିଲେ କୃଷ୍ଣଙ୍କ ସହିତ ନାଚିବା ପାଇଁ । କିନ୍ତୁ ସେ ବ୍ରହ୍ମଚାରୀ ଥିଲେ । ତୁମେ କେବେ ଶୁଣି ନ ଥିବ ଯେ କୃଷ୍ଣଙ୍କର ଅବୈଧ ଯୌନ ସମ୍ପର୍କ ଥିଲା । ନା । ଏପରି କୌଣସି କଥା ବର୍ଣ୍ଣନା କରାଯାଇ ନାହିଁ । ନୃତ୍ୟ ବର୍ଣ୍ଣନା କରାଯାଇଛି, କିନ୍ତୁ କୌଣସି ଗର୍ଭନିରୋଧକ ଔଷଧ ନୁହେଁ । ନା । ତାହା ଏଠାରେ ବର୍ଣ୍ଣନା କରାଯାଇ ନାହିଁ । ସେଥିପାଇଁ ସେ ହେଉଛନ୍ତି ହୃଷୀକେଶ । ହୃଷୀକେଶ ଅର୍ଥାତ୍ ପୂର୍ଣ୍ଣ ବ୍ରହ୍ମଚାରୀ । ବିକାର-ହେତୁ, ଏପରିକି ଉତ୍ତେଜିତ ହେବାର କାରଣ ଥିଲେ ମଧ୍ୟ, ସେ ଉତ୍ତେଜିତ ହୁଅନ୍ତି ନାହିଁ । ସେ ହେଉଛନ୍ତି କୃଷ୍ଣ । ତାଙ୍କର ହଜାରେ ଏବଂ ହଜାରେ ଭକ୍ତ ଅଛନ୍ତି, ଏବଂ କିଛି ଭକ୍ତ, ଯଦି ସେମାନେ କୃଷ୍ଣଙ୍କୁ ପ୍ରେମି ରୂପରେ ଚାହାଁନ୍ତି, କୃଷ୍ଣ ତାହା ସ୍ଵୀକାର କରନ୍ତି, କିନ୍ତୁ ତାଙ୍କୁ ଅନ୍ୟ କାହାର ଆବଶ୍ୟକତା ନାହିଁ । ତାଙ୍କର ଆବଶ୍ୟକତା ନାହିଁ । ସେ ହେଉଛନ୍ତି ଆତ୍ମନିର୍ଭରଶୀଳ । ତାଙ୍କୁ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ କାହାର ସହାୟତାର ଆବଶ୍ୟକତା ନାହିଁ । ସେଥିପାଇଁ କୃଷ୍ଣ ହେଉଛନ୍ତି ହୃଷୀକେଶ, ଇନ୍ଦ୍ରିୟମାନଙ୍କର ମାଲିକ ।
ତେଣୁ ଅତି କମରେ କୃଷ୍ଣଙ୍କର ଭକ୍ତମାନେ...କୃଷ୍ଣଙ୍କର ଭକ୍ତମାନଙ୍କର ଅନେକ ଉଦାହରଣ ଅଛି । ସେମାନେ ମଧ୍ୟ... ଅନେକ କାହିଁକି? ପ୍ରାୟତଃ ସମସ୍ତ ଭକ୍ତ, ସେମାନେ ଇନ୍ଦ୍ରିୟମାନଙ୍କର ମାଲିକ ଅଟନ୍ତି, ଗୋସ୍ଵାମୀ । ଠିକ୍ ଯେପରି ହରିଦାସ ଠାକୁର, ତୁମେ ଜାଣିଛ । ହରିଦାସ ଠାକୁର ଯୁବକ ଥିଲେ, ଏବଂ ଗାଁର ଜମିଦାର ସେ ମହମ୍ମଦିଆନ୍ ଥିଲେ । ତେବେ ସମସ୍ତେ ହରିଦାସ ଠାକୁରଙ୍କର ପ୍ରଶଂସା କରିଥିଲେ, ଏତେ ମାହାନ୍ ଭକ୍ତ । ତେଣୁ ଜମିଦାର, ଗାଁର ଜମିଦାର, ସେ ବହୁତ ଈର୍ଷାପରାୟଣ ହୋଇଗଲେ । ତେଣୁ ସେ ଏକ ବେଶ୍ୟାକୁ ହରିଦାସ ଠାକୁରଙ୍କୁ ଅପବିତ୍ର କରିବା ପାଇଁ ନିଯୁକ୍ତ କରିଲେ । ଏବଂ ସେ ମଧ୍ୟ ରାତ୍ରିରେ ଆସିଲା, ସୁନ୍ଦର ବସ୍ତ୍ର ପିନ୍ଧି, ଆକର୍ଷକ । ସେ ମଧ୍ୟ ଯୁବତୀ ଥିଲା, ଅତି ସୁନ୍ଦର । ତେବେ ସେ ପ୍ରସ୍ତାବ ରଖିଲା ଯେ "ମୁଁ ଆପଣଙ୍କର ସୁନ୍ଦତାରେ ଆକର୍ଷିତ ହୋଇ ଆସିଛି ।" ହରିଦାସ ଠାକୁର କହିଲେ, "ହଁ, ତାହା ଠିକ୍ ଅଛି । ଚାଲ, ବସ । ମୋତେ ମୋର ମାଳ ଶେଷ କରିବାକୁ ଦିଅ । ତାପରେ ଆମେ ଉପଭୋଗ କରିବା ।" ତେବେ ସେ ତଳେ ବସିଗଲା । କିନ୍ତୁ ହରିଦାସ ଠାକୁର ଜପ କରୁଥିଲେ, ସେ ଜପ କରୁଥିଲେ... ଆମେ, ଆମେ କେବଳ ଷୋହଳ ମାଳ ଜପ କରି ପାରୁ ନାହୁଁ, ଏବଂ ସେ ତିନିଥର ଚଉଷଠି ମାଳ ଜପ କରୁଥିଲେ । ଏହା କେତେ?
ରେବତୀନନ୍ଦନ: ୧୯୬ ।
ପ୍ରଭୁପାଦ:୧୯୬ ମାଳ । ତାହା ତାଙ୍କର ଏକମାତ୍ର କାମ ଥିଲା । ହରେ କୃଷ୍ଣ, ହରେ କୃଷ୍ଣ, ହରେ କୃଷ୍ଣ... ତେବେ ବେଳେ ବେଳେ କେହି ହରିଦାସ ଠାକୁରଙ୍କର ନକଲ କରିବାକୁ ଚାହାଁନ୍ତି । ଏହା ସମ୍ଭବ ନୁହେଁ । ତେବେ ହରିଦାସ ଠାକୁର, ଯେତେବେଳେ ସକାଳ ହୋଇଗଲା, ବେଶ୍ୟା, "ମହାଶୟ, ବର୍ତ୍ତମାନ ସକାଳ ହୋଇଗଲାଣି ।" "ହଁ, ପରବର୍ତ୍ତୀ ରାତ୍ରିରେ ମୁଁ...ପରବର୍ତ୍ତୀ ରାତ୍ରିରେ ଆସ । ଆଜି ମୁଁ ମୋର ଜପ ଶେଷ କରି ପାରିଲି ନାହିଁ ।" ତାହା ଏକ ବାହାନା ଥିଲା । ଏହିପରି ଭାବରେ ତିନି ଦିନ ବିତିଗଲା । ତାପରେ ବେଶ୍ୟା ପରିବର୍ତ୍ତୀ ହୋଇଗଲା, ତାଙ୍କ ଚରଣରେ ପଡ଼ିଗଲା..., "ମହାଶୟ, ମୁଁ ଆପଣଙ୍କୁ ଅପବିତ୍ର କରିବାକୁ ଆସିଥିଲି । ବର୍ତ୍ତମାନ ମୋତେ ରକ୍ଷା କରନ୍ତୁ, ମୁଁ ଅତି ପତୀତ ।" ତେବେ ହରିଦାସ ଠାକୁର କହିଲେ "ହଁ, ମୁଁ ତାହା ଜାଣିଛି । ଯେତେବେଳେ ତୁମେ ଅସିଲ ମୁଁ ଏହି ସ୍ଥାନ ତୂରନ୍ତ ଛାଡି ପାରିଥାନ୍ତି, କିନ୍ତୁ ମୁଁ ଚାହୁଁଥିଲି ଯେ ତୁମେ ମୋ ପାଖକୁ ଆସିଛ, ତୁମେ ବୈଷ୍ଣବରେ ପରିଣତ ହୋଇପାର ।" ତେବେ ଏହି ବେଶ୍ୟା ଏକ ମାହାନ୍ ଭକ୍ତ ହୋଇଗଲା ତାଙ୍କ ଦୟାରୁ... ହରିଦାସ ଠାକୁର କହିଲେ ଯେ "ତୁମେ ଏହି ସ୍ଥାନରେ ବସ । ତୁମେ ଏହି ତୁଳସୀ ବୃକ୍ଷ ସମ୍ମୁଖରେ ହରେ କୃଷ୍ଣ ମନ୍ତ୍ର ଜପ କର । ବର୍ତ୍ତମାନ ମୁଁ ଏହି ସ୍ଥାନକୁ ଛାଡି ଯାଉଛି ।"