OR/Prabhupada 0265 - ଭକ୍ତି ଅର୍ଥାତ୍ ଇନ୍ଦ୍ରିୟମାନଙ୍କର ମାଲିକ, ହୃଷୀକେଶଙ୍କର ସେବା କରିବା



Lecture on BG 2.10 -- London, August 16, 1973

ପ୍ରଦ୍ୟୁମ୍ନ: ଅନୁବାଦ, "ଓ ଭରତ ବଂଶଜ, ସେହି ସମୟରେ କୃଷ୍ଣ, ହସୁଥିଲେ, ଦୁଇ ସେନାଙ୍କ ମଝିରେ, ବିଶାଦରେ ପୂର୍ଣ୍ଣ ଅର୍ଜୁନଙ୍କୁ ନିମ୍ନଲିଖିତ ଉକ୍ତି କହିଥିଲେ ।"

ପ୍ରଭୁପାଦ: ତେବେ ହୃଶୀକେଷ, ପ୍ରହାସ୍ନ ଇବା । କୃଷ୍ଣ ହସିବା ଆରମ୍ଭ କରିଲେ, ହସିଲେ, "ଅର୍ଜୁନ, ଏ କି ବାଜ୍ୟ କଥା । ପ୍ରଥମତଃ ସେ କହିଲେ, "ମୋତେ ରଖ ।" ସେନୟୋରୁଭୟୋର୍ମଧ୍ୟେ ରଥଂ ସ୍ଥାପୟ ମେଽଚ୍ୟୁତ (BG 1.21) । "କୃଷ୍ଣ, ମୋର ରଥଟିକୁ ଦୁଇ ସେନା ମଧ୍ୟରେ ରଖନ୍ତୁ ।" (ମୋ ପାଇଁ ପାଣି ଆଣ) ଏବଂ ବର୍ତ୍ତମାନ...ଆରମ୍ଭରେ ସେ ବହୁତ ଉତ୍ସାହିତ ଥିଲେ, "ଦୁଇ ସେନାଙ୍କ ମଧ୍ୟରେ ମୋର ରଥକୁ ରଖନ୍ତୁ ।" ବର୍ତ୍ତମାନ ଏହି ଦୁର୍ଜନ କହୁଛି ନ ଯୋତ୍ସ୍ୟ "ମୁଁ ଯୁଦ୍ଧ କରିବି ନାହିଁ ।" ଟିକିଏ ଦୁର୍ଜନତା ଦେଖନ୍ତୁ । ତେବେ ଅର୍ଜୁନ ମଧ୍ୟ, କୃଷ୍ଣଙ୍କର ପ୍ରତ୍ୟକ୍ଷ ମିତ୍ର, ମାୟା ଭାରୀ ବଳଶାଳୀ, ଯେ ସେ ମଧ୍ୟ ଦୁର୍ଜନ ହୋଇଗଲେ, ଅନ୍ୟମାନଙ୍କର କଥା କ'ଣ କହିବା । ପ୍ରଥମେ ବହୁତ ଉତ୍ସାହିତ: "ହଁ, ମୋର ରଥ ଦୁଇ ସେନା ମଧ୍ୟରେ ରଖ ।" ଏବଂ ବର୍ତ୍ତମାନ..., ନ ଯୋତ୍ସ୍ୟ ଇତି ଗୋବିନ୍ଦମ (BG 2.9), "ମୁଁ ଯୁଦ୍ଧ କରିବି ନାହିଁ ।" ଏହା ହେଉଛି ଦୁର୍ଜନତା । ତେବେ ସେ ହସୁଥିଲେ, ଯେ "ସେ ହେଉଛି ମୋର ମିତ୍ର, ପ୍ରତ୍ୟକ୍ଷ ମିତ୍ର, ଏବଂ ଏପରି ଏକ ବଡ଼... ଏବଂ ସେ ବର୍ତ୍ତମାନ କୁହୁଛି ଯେ 'ମୁଁ ଯୁଦ୍ଧ କରିବି ନାହିଁ ।'"

ତେଣୁ କୃଷ୍ଣ ହସୁଥିଲେ, ଏହି ହସ ଭାରୀ ମହତ୍ତ୍ଵପୂର୍ଣ୍ଣ, ପ୍ରହସନ୍ନ । ତମୁବାଚ ହୃଷୀକେଶଃ ପ୍ରହସନ୍ନିବ ଭାରତ, ସେନୟୋରୁଭୟୋର ବିଷୀଦନ୍ତମ, ବିଳାପ । ପ୍ରଥମେ ସେ ଯୁଦ୍ଧ କରିବା ପାଇଃ ବହୁତ ଉତ୍ସାହର ସହିତ ଆସିଲେ; ବର୍ତ୍ତମାନ ସେ ବିଳାପ କରୁଛନ୍ତି । ଏବଂ ଏଠାରେ କୃଷ୍ଣଙ୍କୁ ହୃଷୀକେଶ ଭାବରେ ସମ୍ଵୋଧନ କରାଯାଇଛି । ସେ ହେଉଛନ୍ତି ଦୃଢ଼ । ସେ ହେଉଛନ୍ତି ଅଚ୍ୟୁତ । ସେ ପରିବର୍ତ୍ତୀତ ହୁଅନ୍ତି ନାହିଁ । ହୃଷୀକେଶ ନାମର ଅନ୍ୟଏକ ମହତ୍ତ୍ଵ ହେଉଛି... କାରଣ ନାରଦ ପଞ୍ଚରାତ୍ରରେ ଭକ୍ତି ଅର୍ଥାତ୍ ହୃଷିକେଶ ସେବନମ୍ । ସେଥିପାଇଁ ଏହି ନାମ ଏଠାରେ ଉଲ୍ଲେଖ କରାଯାଇଛି, ହୃଷିକେଶ । ହୃଷୀକେଶ ସେବନମ ଭକ୍ତିର ଉଚ୍ୟତେ । ଭକ୍ତି ଅର୍ଥାତ୍ ଇନ୍ଦ୍ରିୟମାନଙ୍କର ମାଲିକ, ହୃଷୀକେଶଙ୍କର ସେବା କରିବା । ଏବା ଇନ୍ଦ୍ରିୟମାନଙ୍କର ମାଲିକ, କିଛି ଦୁର୍ଜନମାନେ ବର୍ଣ୍ଣନା କରୁଛନ୍ତି ଯେ କୃଷ୍ଣ ହେଉଛନ୍ତି ଅନୈତିକ । ସେ ହେଉଛନ୍ତି ଇନ୍ଦ୍ରିୟମାନଙ୍କର ମାଲିକ ଏବଂ ସେ ହେଉଛନ୍ତି ଅନୈତିକ । ଟିକିଏ ଦେଖ ସେମାନେ କିପରି ଭଗବଦ୍ ଗୀତା ପଢ଼ିଛନ୍ତି । ଯଦି କୃଷ୍ଣ ହେଉଛନ୍ତି ଠିକ୍ ବ୍ରହ୍ମଚାରୀ... କୃଷ୍ଣ ହେଉଛନ୍ତି ଠିକ୍ ବ୍ରହ୍ମଚାରୀ,... ଏହା ଭୀଷ୍ମ ଦେବଙ୍କ ଦ୍ଵାରା ଘୋଷଣା କରାଗଲା । ଭୀଷ୍ମଦେବ ହେଉଛନ୍ତି ପ୍ରଥମ ଶ୍ରେଣୀର ବ୍ରହ୍ମଚାରୀ ପୁରା ବ୍ରହ୍ମାଣ୍ଡରେ । ସେ ସତ୍ୟବତୀଙ୍କ ପିତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ... ତୁମେ କାହାଣୀ ଜାଣିଛ । ସତ୍ୟବତୀଙ୍କର ପିତା... ସେ, ଭୀଷ୍ମଦେବଙ୍କର ପିତା ଏକ କେଉଟର ଝିଅ ପ୍ରତି ଆକର୍ଷିତ ହୋଇଗଲେ, କେଉଟର ଝିଅ । ତେବେ ସେ ବିବାହ କରିବାକୁ ଚାହୁଁଥିଲେ । ଏବଂ ଝିଅର ପିତା ମନା କରିଦେଲେ, "ନା, ମୁଁ ତୁମକୁ ମୋର ଝିଅ ଦେଇପାରିବି ନାହିଁ ।" ତେବେ "କାହିଁକି? ମୁଁ ଏକ ରାଜା, ମୁଁ ତୁମ ଝିଅର ହାତ ମାଗୁଛି ।" "ନା, ତୁମର ଏକ ପୁତ୍ର ଅଛି ।" ଭୀଷ୍ମଦେବ ତାଙ୍କର ପ୍ରଥମ ସ୍ତ୍ରୀଙ୍କର ପୁତ୍ର ଥିଲେ, ମାତା ଗଙ୍ଗା । ମାତା ଗଙ୍ଗା ହେଉଛନ୍ତି ମାହାରାଜା ସାନ୍ତୁନୁଙ୍କର ସ୍ତ୍ରୀ, ଏବଂ ଭୀଷ୍ମ ଦେବ ଏକମାତ୍ର ପୁତ୍ର ଥିଲେ । ସାନ୍ତୁନୁ ମାହାରାଜା ଏବଂ ଗଙ୍ଗା ମାତାଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା, ଯେ "ମୁଁ ତୁମ ସହିତ ବିବାହ କରିପାରିବି, ଯଦି ତୁମେ ଅନୁମତି ଦେବ ଯେ ଜନ୍ମ ହୋଇଥିବା ସମସ୍ତ ଶିଶିଙ୍କୁ ମୁଁ ଗଙ୍ଗା ଜଳରେ ପକେଇ ଦେବି । ଏବଂ ଯଦି ତୁମେ ମୋତେ ଅନୁମତି ଦେବ ନାହିଁ, ତେବେ ତୂରନ୍ତ ମୁଁ ତୁମର ସଙ୍ଗ ଛାଡ଼ିଦେବି ।" ତେବେ ସାନ୍ତୁନୁ ମାହାରାଜ କହିଲେ, "ଠିକ୍ ଅଛି, ତଥାପି, ମୁଁ ତୁମକୁ ବିବାହ କରିବି ।" ତେଣୁ ସେ ସମସ୍ତ ଶିଶିଙ୍କୁ ଗଙ୍ଗାରେ ଫିଙ୍ଗିଦେଲେ । ତେବେ ଏହି ଭୀଷ୍ମ ଦେବ ତେବେ ପରିଶେଷରେ, ପିତା, ସେ ବହୁତ ଦୁଃଖିତ ହେଲେ, ଯେ "ଏହା କ'ଣ? ମୁଁ କେଉଁ ପ୍ରକାରର ସ୍ତ୍ରୀ ପାଇଛି? ସେ କେବଳ ସମସ୍ତ ଶିଶୁମାନଙ୍କୁ ପାଣିରେ ପକେଇ ଦେଉଛି ।" ତେଣୁ ଭୀଷ୍ମଦେବଙ୍କ ସମୟରେ, ସନ୍ତୁନୁ ମାହାରାଜା କହିଲେ, "ନା, ମୁଁ ଏଥିପାଇଁ ଅନୁମତି ଦେବି ନାହିଁ । ମୁଁ ଏଥିପାଇଁ ଅନୁମତି ଦେବି ନାହିଁ ।" ତେବେ ମାତା ଗଙ୍ଗା କହିଲେ, "ତେବେ ମୁଁ ଯାଉଛି ।" "ହଁ, ତୁମେ ଯାଇପାର, ମୁଁ ତୁମକୁ ଚାହୁଁ ନାହିଁ । ମୁଁ ଏହି ପୁତ୍ରକୁ ଚାହୁଁଛି ।" ତେବେ ସେ ସ୍ତ୍ରୀବିହୀନ ହୋଇଗଲେ । ପୁଣି ସେ ସତ୍ୟବତୀ ସହିତ ବିବାହ କରିବାକୁ ଚାହିଁଲେ । ତେଣୁ ପିତା କହିଲେ, "ନା, ମୁଁ ମୋ ଝିଅର ହାତ ତୁମକୁ ଦେଇପାରିବି ନାହିଁ କାରଣ ତୁମର ଏକ ପୁତ୍ର ଅଛି, ବଢ଼ିଲା ପୁତ୍ର । ସେ ରାଜା ହେବ । ତେଣୁ ମୁଁ ମୋର ଝିଅକୁ ତୁମର ଦାସୀ ହେବା ପାଇଁ ଦେବି ନାହିଁ । ତାର...ଯଦି ମୁଁ ଭାବିବି ଯେ ତାର ପୁତ୍ର ରାଜା ହେବ, ତେବେ ମୁଁ ମୋ ଝିଅର ହାତା ତୁମକୁ ଦେଇ ପାରିବି ।" ତେଣୁ ସେ କହିଲେ, "ନା, ତାହା ସମ୍ଭବ ନୁହେଁ ।" କିନ୍ତୁ ଭୀଷ୍ମଦେବ ବୁଝିପାରିଲେ ଯେ "ମୋର ପିତା ସେହି ଝିଅ ପ୍ରତି ଆକର୍ଷିତ ।" ତେଣୁ ସେ ପ୍ରସ୍ତାବ ରଖିଲେ, ଯେ...ସେ କେଉଟକୁ କହିଲେ ଯେ "ତୁମେ ତୁମର ଝିଅ ମୋର ପିତାଙ୍କୁ ଦେଇପାର, କିନ୍ତୁ ତୁମେ ଭାବୁଛ ଯେ ମୁଁ ରାଜା ହେବି । ତେବେ ତୁମର ଝିଅର ପୁତ୍ର ରାଜା ହେବ । ଏହି ସର୍ତ୍ତରେ ତୁମେ ତୁମର ଝିଅକୁ ଦେଇ ପାର ।" ତେଣୁ ସେ କହିଲେ, "ନା, ମୁଁ ଦେଇପାରିବି ନାହିଁ ।" କାହିଁକି?" ତୁମେ ରାଜା ହୋଇ ନ ପାର କିନ୍ତୁ ତୁମର ପତ୍ର ରାଜା ହୋଇପାରେ ।" ଟିକିଏ ଦେଖ, ଏହି ଭୌତିକ ଗଣନା । ତେବେ ସେହି ସମୟରେ ସେ କହିଲେ, "ନା, ମୁଁ ବିବାହ କରିବି ନାହିଁ । ବାସ୍ । ମୁଁ ପ୍ରତିଶ୍ରୁତି ଦେଉଛି । ମୁଁ ବିବାହ କରିବି ନାହିଁ ।" ତେଣୁ ସେ ବ୍ରହ୍ମଚାରୀ ହୋଇ ରହିଗଲେ । ସେଥିପାଇଁ ତାଙ୍କର ନାମ ହେଉଛି ଭୀଷ୍ମ । ଭୀଷ୍ମ ଅର୍ଥାତ୍ ଅତି ଦୃଢ଼, ଦୃଢ଼ତାର ସହିତ ସ୍ଥାପିତ । ତେବେ ସେ ହେଉଛନ୍ତି ଏକ ବ୍ରହ୍ମଚାରୀ । ତାଙ୍କ ପିତାଙ୍କର ଇନ୍ଦ୍ରିୟମାନଙ୍କର ସନ୍ତୁଷ୍ଟି ପାଇଁ, ସେ ବ୍ରହ୍ମଚାରୀ ହୋଇ ରହିଗଲେ ।