OR/Prabhupada 0457 - କେବଳ ଅଭାବ ହେଉଛି କୃଷ୍ଣ ଚେତନାର
Lecture on SB 7.9.6 -- Mayapur, February 26, 1977
ବିଜ୍ଞାନ ଅର୍ଥାତ୍ କେବଳ ନିରକ୍ଷଣ ନୁହେଁ କିନ୍ତୁ ପରୀକ୍ଷଣ ମଧ୍ୟ । ତାହା ହେଉଛି ପୂର୍ଣ୍ଣ । ଅନ୍ୟଥା ସିଦ୍ଧାନ୍ତ । ଏହା ବିଜ୍ଞାନ ନୁହେଁ । ତେଣୁ ସେମାନଙ୍କର ଭିନ୍ନ ଭିନ୍ନ ସିଦ୍ଧାନ୍ତ ଅଛି । ଯେ କେହି ଆଗରେ ରଖି ପାରିବେ । ତାହା ନୁହେଁ... କିନ୍ତୁ ପ୍ରକୃତ ତଥ୍ୟ ହେଉଛି ଯେ କୃଷ୍ଣ ହେଉଛନ୍ତି ଆଧ୍ୟାତ୍ମିକ ଏବଂ ସେ ହେଉଛନ୍ତି ପରମ । ନିତ୍ୟୌ ନିତ୍ୟାନାମ ଚେତନଶ ଚେତନାନାମ (Katha Upanishad 2.2.13) । ଏହା ହେଉଛି ବୈଦିକ ନିଷେଧାଜ୍ଞ । ଭଗବାନ ହେଉଛନ୍ତି ପରମ ନିତ୍ୟ, ଶାଶ୍ଵତ, ଏବଂ ସର୍ବୋଚ୍ଚ ବ୍ୟକ୍ତି ଅଟନ୍ତି । ଶଦ୍ଦାକୋଷରେ ମଧ୍ୟ ଏହା କୁହାଯାଇଛି, "ଭଗବାନ ଅର୍ଥାତ୍ ସର୍ବୋଚ୍ଚ ଜୀବ ।" ସେମାନେ ବୁଝିପାରନ୍ତି ନାହିଁ "ସର୍ବୋଚ୍ଚ ଜୀବ ।" କିନ୍ତୁ ବେଦରେ ଏହା କୁହାଯାଇଛି କେବଳ ସର୍ବୋଚ୍ଚ ବସ୍ତୁ ନୁହଁ, ପରନ୍ତୁ ସର୍ବୋଚ୍ଚ ଜୀବ ଅଟନ୍ତି । ନିତ୍ୟୌ ନିତ୍ୟାନାମ ଚେତନଶ ଚେତନାନାମ ଏକୋ ଯୋ ବହୁନାମ ବିଦଧାତି କାମାନ (Katha Upanishad 2.2.13) । ତାହା ହେଉଛି ଭଗବାନଙ୍କର ବର୍ଣନ । ତେଣୁ ଏହା ବୁଝିବା ବହୁତ କଷ୍ଟକର ଏପରିକି ଆଧ୍ୟାତ୍ମିକ ବସ୍ତୁକୁ ମଧ୍ୟ, ଏବଂ ଭଗବାନଙ୍କର ବିଷୟରେ କ'ଣ କହିବା । ଆଧ୍ୟାତ୍ମିକ ଜ୍ଞାନର ପ୍ରାରମ୍ଭ ହେଉଛି ପ୍ରଥମେ ବୁଝିବା ଆତ୍ମା କ'ଣ । ଏବଂ ସେମାନେ ବୁଦ୍ଧି ଏବଂ ମନକୁ ଆତ୍ମା ରୂପେ ନିଅଁନ୍ତି । କିନ୍ତୁ ତାହା ଆତ୍ମା ନୁହେଁ । ତା ଠାରୁ ଉପରେ । ଅପରେୟମ ଇତସ ତୁ ବିଦ୍ଧି ମେ ପ୍ରକୃତିଂ ପର (BG 7.5) ।
ତେଣୁ ଏହି ପୂର୍ଣ୍ଣତା, ଯେପରି ପ୍ରହଲ୍ଲାଦ ମାହାରାଜଙ୍କର ଅଛି, ତୁରନ୍ତ ପରମ ବ୍ୟକ୍ତିଙ୍କୁ ସ୍ପର୍ଶ କରିବା ମାତ୍ରେ, ଆମେ ମଧ୍ୟ ପାଇ ପାରିବା । ସମ୍ଭାବନା ଅଛି, ଏବଂ ବହୁତ ସହଜରେ, କାରଣ ଆମେ ହେଉଛୁ ପତୀତ, ମନ୍ଦଃ - ବହୁତ ଧୀରେ, ବହୁତ ଖରାପ । ମନ୍ଦଃ ଏବଂ ସୁମନ୍ଦଃ-ମତୟୋ । ଏବଂ ଯେ ହେତୁ ଆମେମାନେ ଖରାପ, ସମସ୍ତେ ଏକ ସିଦ୍ଧାନ୍ତର ନିର୍ମାଣ କରିଛନ୍ତି । ସୁମନ୍ଦ ମତ । ମତର ଅର୍ଥାତ୍ "ରାୟ" । ଏବଂ ସେହି ରାୟ କ'ଣ? କେବଳ ମନ୍ଦ ନୁହେଁ ପରନ୍ତୁ ସୁମନ୍ଦ, ବହୁତ, ବହୁତ ଖରାପ । ସୁମନ୍ଦ-ମତୟୋ । ମନ୍ଦଃ ସୁମନ୍ଦ-ମତୟୋ ମନ୍ଦ-ଭାଗ୍ୟଃ (SB 1.1.10), ଏବଂ ସମସ୍ତେ ହତଭାଗା, କିମ୍ଵା ଦୁର୍ଭାଗା । କହିଁକି? ଯେତେବେଳେ ଜ୍ଞାନ ଅଛି, ସେମାନେ ନେଇ ପାରିବେ ନାହିଁ । ସେମାନେ ସିଦ୍ଧାନ୍ତ କରିବେ । ସେମାନେ ହତଭାଗା । ଜ୍ଞାନ ଅଛି, କିନ୍ତୁ ସେମାନେ ସିଦ୍ଧାନ୍ତ କରୁଛନ୍ତି । "ଏହା ଏପରି । ତାହା ସେପରି । ତାହା ସେପରି । ସମ୍ଭବତଃ... ହୋଇପାରେ..." ଏହା ଚାଲିଛି । ସେଥିପାଇଁ ମନ୍ଦ ଭାଗ୍ୟଃ । ଠିକ୍ ଯେପରି ଏଠାରେ ଟଙ୍କା ଅଛି । କେହି ସେ ଟଙ୍କା ନେଇ ପାରିବେ ନାହିଁ । ସେ ଟଙ୍କା ରୋଜଗାର କରିବା ପାଇଁ ଘୁଷୁରି ଏବଂ କୁକୁର ପରି କାମ କରେ । ତେଣୁ ତାର ଅର୍ଥ ହତଭାଗ । ତେବେ ମନ୍ଦ ସୁମନ୍ଦ-ମତୟୌ ମନ୍ଦ-ଭାଗ୍ୟ । ଏବଂ ଯେହେତୁ ମନ୍ଦ-ଭାଗ୍ୟ, ଉପଧୃତ, ସର୍ବଦା ଅଶାନ୍ତି, ଏହି ଯୁଦ୍ଧ, ସେହି ଯୁଦ୍ଧ, ସେହି ଯୁଦ୍ଧ । ଆରମ୍ଭ, ସମଗ୍ର ଇତିହାସ, କେବଳ ଯୁଦ୍ଧ । ଯୁଦ୍ଧ କାହିଁକି? ଝଗଡା କାହିଁକି? ଝଗଡା କରିବା କଥା ନୁହେଁ, କାରଣ ସବୁ କିଛି ହେଉଛି ପୂର୍ଣ୍ଣ, ପୂର୍ଣ୍ଣମ୍ ଇଦମ୍ (ISO Invocation) । ପରମ ଭଗବାନଙ୍କର କୃପାରୁ ସମଗ୍ର ବିଶ୍ଵ ହେଉଛି ପୂର୍ଣ୍ଣ, କାରଣ ଏହା ହେଉଛି ସାମ୍ରାଜ୍ୟ... ଏହା ମଧ୍ୟ ଭଗବାନଙ୍କର ସାମ୍ରାଜ୍ୟ । କିନ୍ତୁ ଆମେ ଅନାବଶ୍ୟକ ଝଗଡା କରି ଏହାକୁ ନର୍କ କରିଦେଇଛୁ । ବାସ୍ । ଅନ୍ୟଥା ଏହା ହେଉଛି... ଏକ ଭକ୍ତପାଇଁ - ପୂର୍ଣ୍ଣମ । ବିଶ୍ଵମ ପୂର୍ଣ୍ଣମ ସୁଖାୟତେ । କାହିଁକି ଝଗଡା ହେବ? ଭଗବାନ ସବୁକିଛି ଯୋଗେଇ ଦେଇଛନ୍ତି । ତୁମେ ପାଣି ଚାହଁ? ପୃଥିବୀର ତିନ-ଚତୁର୍ଥାଶଂ ଜଳମଗ୍ନ । କିନ୍ତୁ ସେହି ପାଣି ଲୁଣିଆ ଅଟେ । ଭଗବାନଙ୍କ ପାଖରେ ପ୍ରକ୍ରିୟା ଅଛି କିପରି ଏହାକୁ ମିଠା କରାଯିବ । ତୁମେ ଏହା କରି ପାରିବ ନାହିଁ । ତୁମକୁ ପାଣି ଦରକାର । ପର୍ଯ୍ୟାପ୍ତ ପାଣି ଅଛି । ଅଭାବ କାହିଁକି ହେବ? ବର୍ତ୍ତମାନ ଆମେ ଶୁଣୁଛୁ ଯେ ଇଉରୋପରେ ସେମାନେ ଭାବୁଛନ୍ତି ପାଣି ଆମଦାନୀ କରିବେ । (ହସ) ତାହା ନୁହେଁ କି? ହଁ । ଇଂଲଣ୍ଡରେ ସେମାନେ ଭାବୁଛନ୍ତି ଆମଦାନୀ କରିବେ । ତାହା ସମ୍ଭବ କି? (ହସ) କିନ୍ତୁ ଏହି ଦୁର୍ଜନ ବୈଜ୍ଞାନିକମାନେ ସେପରି ଭାବୁଛନ୍ତି । ସେମାନେ ଆମଦାନୀ କରିବେ । କାହିଁକି ନୁହେଁ? ଇଂଲଣ୍ତ ଚାରିଆଡୁ ପାଣି ଦ୍ଵାରା ଘେରି ହୋଇ ରହିଛି । ତୁମେ କାହିଁକି ପାଣି ନେଉ ନାହଁ? ନା । ନୀରେ କରି ବାସ ନା ମେ ତିଲୋ ପ୍ୟାସ । "ମୁଁ ପାଣିରେ ରହୁଛି, କିନ୍ତୁ ମୁଁ ଶୋଷରେ ମରୁଛି ।" (ହସ) ଏହି ଦୁର୍ଜନମାନଙ୍କର ତତ୍ଵଜ୍ଞାନ...କିମ୍ଵା ସେଥିରେ... ମୁଁ ଭାବୁଛି ଆମର ପିଲାଦିନେ ମୁଁ ଏକ ପୁସ୍ତକ ପଢିଥିଲି, ଏକ ନୈତିକ ଶ୍ରେଣୀ ପୁସ୍ତକ, ସେଥିରେ ଏକ କାହାଣୀ ଅଛି ଯେ ଏକ ଜାହାଜ ନଷ୍ଟ ହୋଇଗଲା, ଏବଂ ସେମାନେ ଏକ ଡଙ୍ଗାର ଆଶ୍ରୟ ନେଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେତେ ଜଣ ଶୋଷରେ ମରିଗଲେ କାରଣ ସେମାନେ ପାଣି ପିଇ ପାରିଲେ ନାହିଁ । ତେବେ ଏହି ଜଳରେ ସେମାନେ ବାସ କରୁଥିଲେ, କିନ୍ତୁ ସେମାନେ ଶୋଷରେ ମରିଗଲେ ।
ତେବେ ଆମର ସ୍ଥିତି ହେଉଛି ସେହିପରି । ସବୁକିଛି ପୂର୍ଣ୍ଣ ଅଛି । ତଥାପି, ଆମେମାନେ ମରୁଛୁ ଏବଂ ଝଗଡା କରୁଛୁ । କାରଣ କ'ଣ? କାରଣ ହେଉଛି ଯେ ଆମେମାନେ କୃଷ୍ଣଙ୍କୁ ଅନୁସରଣ କରୁନାହୁଁ । ଏହା ହେଉଛି କାରଣ: କୃଷ୍ଣ ଚେତନାର ଅଭାବ । ମୋର ଗୁରୁ ମାହାରାଜ କହୁଥିଲେ ଯେ ସମଗ୍ର ଦୁନିଆ ସବୁକିଛିରେ ପରିପୂର୍ଣ୍ଣ । କେବଳ ଅଭାବ ହେଉଛି କୃଷ୍ଣ ଚେତନାର । ଏକମାତ୍ର ଅଭାବ । ଅନ୍ୟଥା କୌଣସି ଅଭାବ ନାହିଁ । ସବୁକିଛି ପୂର୍ଣ୍ଣ ଅଟେ । ଏବଂ ଯଦି ତୁମେ କୃଷ୍ଣଙ୍କର ନିର୍ଦ୍ଦେଶ ଗ୍ରହଣ କରିବ ତୁମେ ତୁରନ୍ତ ଖୁସୀ ହୋଇଯିବ । ତୁମେ ସମଗ୍ର ବିଶ୍ଵକୁ ଖୁସୀ କରାଇ ପାରିବ । ଭଗବଦ୍ ଗୀତାରେ କୃଷ୍ଣଙ୍କର ଏହି ନିର୍ଦ୍ଦେଶ, ଏତେ ଠିକ୍ ଅଛି । ଏହା ଠିକ୍ ହୋଇଥିବା ଦରକାର, କାରଣ ଏହା କୃଷ୍ଣଙ୍କ ଠାରୁ ଆସିଛି । ଏହା ତଥାକଥିତ ବୈଜ୍ଞାନିକ ସିଦ୍ଧାନ୍ତ ନୁହେଁ । ନା । ଠିକ୍ ଶିକ୍ଷା । ଏବଂ ଯଦି ଆମେ ନିର୍ଦ୍ଦେଶ ଅନୁସରଣ କରିବା, ବ୍ୟବହାରିକ ରୂପରେ ଉପଯୋଗ କରିବା, ସମଗ୍ର ବିଶ୍ଵ, ବିଶ୍ଵମ ପୂର୍ଣ୍ଣମ ସୁଖାୟତେ ।