OR/Prabhupada 0020 - କୃଷ୍ଣଙ୍କୁ ବୁଝିବା ଏତେ ସହଜ ନୁହେଁ

Revision as of 15:13, 16 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Arrival Lecture -- Miami, February 25, 1975

କୃଷ୍ଣଙ୍କୁ ବୁଝିବା ଏତେ ସହଜ ନୁହେଁ ।

ମନୁଷ୍ୟାଣାଂ ସହସ୍ରେଷୁ
କଶ୍ଚିଦ୍ ଯତତି ସିଦ୍ଧୟେ
ଯତତାମପି ସିଦ୍ଧାନାଂ
କଶ୍ଚିନ୍ମାଂ ବେତ୍ତି ତତ୍ତ୍ଵତଃ
(BG 7.3)

ହଜାରେ, ଲକ୍ଷେ ଲୋକମାନଙ୍କ ମଧ୍ୟରୁ କେବଳ ଜଣେ ତାର ଜୀବନ ସାର୍ଥକ କରିବା ପାଇଁ ଉଦବିଗ୍ନ । କେହି ଇଛୁକ ନୁହଁନ୍ତି । ପ୍ରକୃତରେ ସେମାନେ ବାସ୍ତବରେ ଜୀବନର ସଫଳତା କ'ଣ ତାହା ଜାଣି ନାହାଁନ୍ତି । ଆଧୁନିକ ସଭ୍ୟତା, ସମସ୍ତେ ଭାବନ୍ତି, "ଯଦି ମୁଁ ଏକ ଉତ୍ତମ ସ୍ତ୍ରୀ ଏବଂ ଭଲ ମୋଟର ଗାଡ଼ି ଏବଂ ଏକ ସୁନ୍ଦର ଘର ପାଏ, ତାହା ହିଁ ସଫଳତା ।" ତାହା ସଫଳତା ନୁହେଁ । ତାହା କ୍ଷଣସ୍ଥାୟୀ । ପ୍ରକୃତ ସଫଳତା ହେଉଛି ମାୟା କବଳରୁ ମୁକ୍ତ ହେବା, ଅର୍ଥାତ୍ ଏହି ବଦ୍ଧ ଭୌତିକ ଜୀବନ ଯାହା ହେଉଛି ଜନ୍ମ, ମୃତ୍ୟୁ, ଜରା, ଓ ବ୍ୟାଧି । ଆମେମାନେ ବିଭିନ୍ନ ପ୍ରକାରର ଜୀବନ ଦେଇ ଗତି କରୁ, ଏବଂ ଏହି ମନୁଷ୍ୟ ଜୀବନ ସେଥିରୁ ବାହାରିବା ପାଇଁ ଏକ ଉତ୍ତମ ସଂଯୋଗ ଗୋଟିଏ ପରେ ଅନ୍ୟ ଏକ ଶରୀର ପରିବର୍ତ୍ତନ କରିବା ବନ୍ଧନରୁ । ଆତ୍ମା ଶାଶ୍ଵତ ଏବଂ ଆନନ୍ଦମୟ କାରଣ ଏହା ଭଗବାନ୍ କୃଷ୍ଣଙ୍କର ଅଂଶ ବିଶେଷ, ସତ୍-ଚିତ୍-ଆନନ୍ଦ, ଶାଶ୍ଵତ, ଆନନ୍ଦମୟ, ଜ୍ଞାନପୂର୍ଣ୍ଣ । ଦୁର୍ଭାଗ୍ୟବଶତ, ଏହି ଭୌତିକ, ବଦ୍ଧ ଜୀବନରେ ଅମେମାନେ ବିଭିନ୍ନ ପ୍ରକାରର ଶରୀର ପରିବର୍ତ୍ତନ କରୁ, କିନ୍ତୁ ଆମେମାନେ ପୁଣିଥରେ ସେହି ଆଧ୍ୟାତ୍ମିକ ସ୍ତରରେ ଅବସ୍ଥିତ ହୋଇପାରୁ ନାହୁଁ ଯେଉଁଠାରେ ଜନ୍ମ ନାହିଁ କି ମୃତ୍ୟୁ ନାହିଁ । ସେଥିରେ କୌଣସି ବିଜ୍ଞାନ ନାହିଁ । ଏକଦା ଜଣେ ମନୋବ୍ୟାଧି ଚିକିକତ୍ସକ ମୋତେ ଦେଖାକରିବାକୁ ଆସିଥିଲେ । ଏବଂ ଆତ୍ମା ଓ ତାର ସ୍ଵରୂପ ସ୍ଥିତିକୁ ବୁଝିବା ପାଇଁ ତୁମର ଶିକ୍ଷା କାହିଁ? ତେଣୁ ପ୍ରକୃତରେ ସମଗ୍ର ବିଶ୍ଵ ଅନ୍ଧକାରରେ ଅଛି । ସେମାନେ ପଚାସ,ଷାଠିଏ କିମ୍ଵା ଶହେ ବର୍ଷର ଏହି ଜୀବନ କାଳ ପାଇଁ ଇଛୁକ, କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ ଆମେମାନେ ଶାଶ୍ଵତ, ଆନନ୍ଦମୟ ଏବଂ ଜ୍ଞାନପୂର୍ଣ୍ଣ, ଏବଂ ଏହି ଭୌତିକ ଶରୀର ଯୋଗୁଁ ଆମେମାନେ ଜନ୍ମ, ମୃତ୍ୟୁ, ଜରା ଓ ବ୍ୟାଧିର ଅଧିନରେ ଅଛୁ । ଏବଂ ଏହା ବାରମ୍ଵାର ଘଟିଚାଲିଛି ।

ତେଣୁ ଶ୍ରୀ ଚୈତନ୍ୟ ମହାପ୍ରଭୁ, ପତିତ ଜୀବମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇ, ଆବିର୍ଭୂତ ହୋଇଥିଲେ । କୃଷ୍ଣ ମଧ୍ୟ ଆବିର୍ଭୂତ ହୋଇଥିଲେ । କିନ୍ତୁ କୃଷ୍ଣ ଏତେ ଉଦାର ନୁହଁନ୍ତି । କୃଷ୍ଣ ସର୍ତ୍ତ ରଖନ୍ତି ଯେ "ପ୍ରଥମେ ତୁମେ ସମସ୍ତେ ଆତ୍ମ ସମର୍ପଣ କର । ତାପରେ ମୁଁ ତୁମର ଦାୟିତ୍ଵ ନେବି" । କିନ୍ତୁ ଶ୍ରୀ ଚୈତନ୍ୟ ମହାପ୍ରଭୁ କୃଷ୍ଣଙ୍କଠାରୁ ମଧ୍ୟ ଅତ୍ୟନ୍ତ ସହାନୁଭୂତିଶୀଳ, ଯଦିଓ କୃଷ୍ଣ ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁ ଅଭିନ୍ନ ଅଟନ୍ତି । ତେଣୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ କୃପା ଯୋଗୁଁ ଆମେମାନେ କୃଷ୍ଣଙ୍କୁ ସହଜରେ ବୁଝିପାରୁଛୁ । ତେଣୁ ସେହି ଶ୍ରୀ ଚୈତନ୍ୟ ମହାପ୍ରଭୁ ଏଠାରେ ଉପସ୍ଥିତ ଅଛନ୍ତି । ତୁମେ ତାଙ୍କୁ ପୂଜା କର । ଏହା ଏତେ କଷ୍ଟକର ନୁହେଁ । ଯଜ୍ଞଃ ସଂକୀର୍ତ୍ତନ ପ୍ରୟୈର୍ୟଜନ୍ତି ହି ସୁମେଧସଃ । କୃଷ୍ଣବର୍ଣ୍ଣଂ ତ୍ଵିସାକୃଷ୍ଣାଂ ସାଙ୍ଗୋପାଙ୍ଗାଶତ୍ରାପାର୍ଷଦଂ (SB 11.5.32)। ତୁମେ କେବଳ ହରେ କୃଷ୍ଣ ମନ୍ତ୍ର ଜପ କର ଏବଂ ତୁମେ ଯାହାକିଛି ହୋଇପାରିବ, ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ଅର୍ପଣ କରିପାରିବ । ସେ ଭାରି ଦୟାଳୁ ସେ ଅପରାଧ ଧରନ୍ତି ନାହିଁ । ରାଧାକୃଷ୍ଣଙ୍କୁ ପୂଜା କରିବା ସାମାନ୍ୟ କଷ୍ଟକର । ଆମେମାନେ ତାଙ୍କୁ ଅତ୍ୟନ୍ତ ଗୌରବ ଓ ସଂଭ୍ରମ ସହିତ ପୂଜା କରିବା ଉଚିତ୍ । କିନ୍ତୁ ଶ୍ରୀ ଚୈତନ୍ୟ ମହପ୍ରଭୁ ସ୍ଵଇଛାରେ ପତିତ ଜୀବମାନଙ୍କର ଉଧାର କରିବା ପାଇଁ ଆବିର୍ଭୂତ ହୋଇଥିଲେ । ସ୍ଵଳ୍ପ ସେବାରେ, ସେ ସନ୍ତୁଷ୍ଟ ହୁଅନ୍ତି । କିନ୍ତୁ ଅବହେଳା କର ନାହିଁ । କାରଣ ସେ ଅତ୍ୟନ୍ତ ଦୟାଳୁ ଏବଂ ସହାନୁଭୂତିଶୀଳ, ତାହାମାନେ ନୁହେଁ ଯେ ଆମେମାନେ ତାଙ୍କର ସ୍ଥିତି ଭୁଲିଯିବା । ସେ ହେଉଛନ୍ତି ପରମପୁରୁଷ ଭଗବାନ୍ । ତେଣୁ ଆମେମାନେ ତାଙ୍କୁ ଯେତିକି ସମ୍ଭବ ସେତିକି ସମ୍ମାନ ଦେବା ଉଚିତ୍ । କିନ୍ତୁ ଲାଭ ଏହି କି ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁ କୌଣସି ଅପରାଧ ଧରନ୍ତି ନାହିଁ । ଏବଂ ତାଙ୍କୁ ପୂଜା କରିବା, ତାଙ୍କୁ ଖୁସୀ କରିବା ଅତ୍ୟନ୍ତ ସହଜ । ଯଜ୍ଞଃ ସଂକୀର୍ତ୍ତନ ପ୍ରୟୈର୍ୟଜନ୍ତି ହି ସୁମେଧସଃ । ତୁମେ କେବଳ ହରେ କୃଷ୍ଣ ମହାମନ୍ତ୍ର ଜପ କର ଏବଂ ନୃତ୍ୟ କର ଏବଂ ଏଥିରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଅତ୍ୟନ୍ତ ଖୁସୀ ହେବେ । ସେ ଏହି ନୃତ୍ୟ ଏବଂ କୀର୍ତ୍ତନ କରିବା ପ୍ରରମ୍ଭ କରାଇଥିଲେ ଏବଂ ଏହା ହେଉଛି ଭଗବଦ୍ ଅନୁଭୂତିର ସରଳତମ ଉପାୟ । ତେଣୁ ଯେତେ ସମ୍ଭବ ସେତେ....ଯଦି ସମ୍ଭବ ଚବିଶ ଘଣ୍ଟା । ଯଦି ତାହା ସମ୍ଭବ ନୁହେଁ, ଅତିକମରେ ଚାରିଥର, ଛଅଥର, ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସମ୍ମୁଖରେ ଜପ କର, ଏବଂ ତୁମେ ତୁମ ଜୀବନରେ ସଫଳତା ପାଇପାରିବ । ଏହା ହିଁ ତଥ୍ୟ ଅଟେ ।