OR/Prabhupada 0019 - ତମେ ଯାହା ଶୁଣୁଛ, ତାହା ଆଉ ସମସ୍ତଙ୍କୁ କୁହ

----


Jagannatha Deities Installation Srimad-Bhagavatam 1.2.13-14 -- San Francisco, March 23, 1967

ଧରିନିଅ ଯଦି ତୁମେ ମୋତେ ଜାଣିବାକୁ ଚାହୁଁଛ କିମ୍ବା ମୋ ବିସୟରେ କିଛି ଜାଣିବାକୁ ଚାହୁଁଛ, ତୁମେ ଜଣେ ବନ୍ଧୁକୁଂ ପଚାରିପାର, "ଓଃ, ସ୍ବାମୀଜୀ କେମିତି ଅଛନ୍ତି?" ସିଏ କିଛି କହିପାରେ, ଆଉକେହି ଆଉ କିଛି କହିପାରେ | କିନ୍ତୁ ଯେତେବେଳେ ମୁଁ ନିଜେ ତୁମ ମାନଂକୁ ମୋ ବିସୟରେ କହୁଛିଯେ, "ମୋର ଅବସ୍ଥାନ ଏଇଆ. ମୁଁ ଏଇଆ, " ତାହାଲେ ତାହା ତୃଟିହୀନ | ତାହା ହିଁ ସଠିକ୍ / ତୃଟିହୀନ | ତେଣୁ ଯଦି ତୁମେ ଭଗବାନକୂଂ ଜାଣିବାକୁ ଚାହଁ, ତୁମେ କେବେହେଲେ ତାହା କଲ୍ପନା କରିପାରିବ ନାହିଁ କିମ୍ବା ଚିନ୍ତାଭି କରିପାରିବ ନାହିଁ | ଏହା ସମ୍ଭବପର ନୁହେଁ କାରଣ ତୁମର ଇନ୍ଦୃୟମାନେ ତୃତିପୁର୍ଣ/ଅପୁର୍ଣ ଅଟନ୍ତି | ତେଣୁ ଉପାୟ କଣ? କେବଳ ତାଂକଠାରୁ ଶ୍ରବଣ କର | ତେଣୁ ସିଏ କୃପା ପୁର୍ବକ ଅବର୍ତିତ ହୋଇଛନ୍ତି ଭଗବଦ୍ ଗୀତା ର ବ୍ୟାଖ୍ୟ କରିବାଲାଗି | ସ୍ରୋତବ୍ଃ: "କେବଳ ଶ୍ରବଣ କରିବାକୁ ପ୍ରୟାସ କର ଶ୍ରୋତବ୍ଃ ଏବଂ କିର୍ତୀତବ୍ୟସ୍ ଚ (SB 2.1.5) ଯଦି ତୁମେ ଶ୍ରବଣ କର ଏବଂ କୃଷ୍ଣ ଚେତନାଯୁକ୍ତ ଶ୍ରେଣୀରେ କେବଳ ଶ୍ରବଣ କର, ଏବଂ ବାହାରକୁ ଯାଇ ସବୁ ଭୁଲିଜାଅ, ଓଃ ତାହା ଭଲ ନୁହେଁ | ତାହା ତୁମକୁ ଉନ୍ନତି କରିବାକୁ ଦେବ ନାହିଁ | କିର୍ତୀତବ୍ୟସ୍ ଚ : "ଯାହାସବୁ ତୁମେ ଶ୍ରବଣ କରୁଛ, ତୁମେ ତାହା ଅନ୍ୟମାନଂକୁ କହିବା ଉଚିତ୍ | ତାହା ହିଁ ପ୍ରବିଣତା | ସେଥିଲାଗି ଆମେ "Back to Godhead" ର ପ୍ରତିଷ୍ଠା କରିଛୁ: ଛାତ୍ରମାନଂକୁ ଅନୁମତି ଅଛି, ଯେ ସେମାନେ ଯାହାସବୁ ଶୁଣୁଛନ୍ତି, ତାହା ବିଚାରାତ୍ମକ ଏବଂ ଲିଖିତ ହେବା ଉଚିତ୍ | କିର୍ତୀତବ୍ୟସ୍ ଚ | କେବଳ ଶ୍ରବଣ ନୁହେଁ | ଓଃ, ମୁଁ ବର୍ଷ ବର୍ଷ ଧରି ଶୁଣୁଛି; ହେଲେବି କିଛି ବୁଝି ପାରୁନି " - କାରଣ ତୁମେ ତାକୁ ଭଜୁ ନାହଁ, ତୁମେ ଯାହା ଶୁଣୁଛ ତାହାର ପୁନରାବୃତି କରୁ ନାହଁ | ତୁମକୁ ପୁନରାବୃତି କରିବାକୁ ପଡିବ | କିର୍ତୀତବ୍ୟସ୍ ଚ | ଶ୍ରୋତବ୍ଃ କିର୍ତୀତବ୍ୟସ୍ ଚ ଧେୟଃ | ଏବଂ ତାଂକୁ ସ୍ମରଣ ନକରି ତୁମେ କେମିତି ଲେଖି ପାରିବ ବା କହି ପାରିବ ? ତୁମେ କୃଷ୍ଣ କଥା ଶୁଣୁଛ, କହିବା ପୁର୍ବରୁ ଆଗ ତୁମକୁ ଭାବିବାକୁ ପଡିବ, ଅନ୍ୟଥା ନୁହେଁ | ତେଣୁ, ଶ୍ରୋତବ୍ଃ କିର୍ତୀତବ୍ୟସ୍ ଚ ଧେୟଃ ଏବଂ ପୂଯ୍ସଚ | ଏବଂ ତୁମକୁ ପୂଜା କରିବା ଉଚିତ୍ |ତେଣୁ ଆମକୁ ପୂଜା କରିବାପାଇଁ ବିଗ୍ରହ ଆବଶ୍ୟକ | ଆମକୁ ଚିନ୍ତନ, କଥନ, ଶ୍ରବଣ, ପୂଜନ କରିବା ଉଚିତ୍, ପୁଜୟସ୍ ଚ.. ତାହାଲେ, କେବେ କେବେ? ନା | ନିତ୍ୟଦା : ନିୟମିତ ଭାବେ, ସର୍ବଦା | ନିତ୍ୟଦା, ଏହା ହିଁ ପଧତ୍ତି ବା ପ୍ରକ୍ରିୟା | ତେଣୁ ଯିଏ ଏହି ପ୍ରକ୍ରିୟାର ଅନୁସରଣ କରେ, ସିଏ ହିଁ ଏହି ପରମ ସତ୍ୟକୁ ବୁଝି ପାରିବ | ଏହା ଶ୍ରୀମଦ୍ - ଭାଗବତମ୍ର ର ସ୍ପଷ୍ଟ ଘୋଷଣା |