OR/Prabhupada 0051 - ନିସ୍ତେଜ ବୁଦ୍ଧି ଏହି ଶରୀରଠାରୁ ଉର୍ଦ୍ଧ୍ଵ କ'ଣ ତାହା ବୁଝିପାରେ ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0051 - in all Languages Category:OR-Quotes - 1976 Category:OR-Quotes - Con...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in USA]]
[[Category:OR-Quotes - in USA]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0050 - ସେମାନେ ଜାଣି ନାହାଁନ୍ତି ଯେ ପରବର୍ତ୍ତୀ ଜୀବନ କ'ଣ|ପୂର୍ବ ପୃଷ୍ଠା - ବିଡିଓ 0050|OR/Prabhupada 0052 - ଭକ୍ତ ଏବଂ କର୍ମି ମଧ୍ୟରେ ଅନ୍ତର|ପର ପୃଷ୍ଠା - ବିଡିଓ 0052}}
{{1080 videos navigation - All Languages|Oriya|OR/Prabhupada 0050 - ସେମାନେ ଜାଣି ନାହାଁନ୍ତି ଯେ ପରବର୍ତ୍ତୀ ଜୀବନ କ'ଣ|0050|OR/Prabhupada 0052 - ଭକ୍ତ ଏବଂ କର୍ମି ମଧ୍ୟରେ ଅନ୍ତର|0052}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|1oQZJVsaJuA|ନିସ୍ତେଜ ବୁଦ୍ଧି ଏହି ଶରୀରଠାରୁ ଉର୍ଦ୍ଧ୍ଵ କ'ଣ ତାହା ବୁଝିପାରେ ନାହିଁ<br />- Prabhupāda 0051}}
{{youtube_right|nE3G1Fy8Xwo|ନିସ୍ତେଜ ବୁଦ୍ଧି ଏହି ଶରୀରଠାରୁ ଉର୍ଦ୍ଧ୍ଵ କ'ଣ ତାହା ବୁଝିପାରେ ନାହିଁ<br />- Prabhupāda 0051}}
<!-- END VIDEO LINK -->
<!-- END VIDEO LINK -->



Latest revision as of 15:28, 16 October 2018



Interview with Newsweek -- July 14, 1976, New York

ସାକ୍ଷାତକର୍ତା: ଆପଣକୁ ଲାଗୁଛି କି ଯେ ଦିନେ କୃଷ୍ଣ ଚେତନା ଆନ୍ଦୋଳନ ଦୁନିଆର ସମସ୍ତ ଲୋକମାନଙ୍କ ମଧ୍ୟରେ ପ୍ରସାରିତ ହେବ?

ପ୍ରଭୁପାଦ: ତାହା ସମ୍ଭବ ନୁହେଁ । ଏହା ଅଧିକାଂଶ ସବୁଠାରୁ ବୁଦ୍ଧିମାନ ବର୍ଗର ବ୍ୟକ୍ତମାନଙ୍କ ପାଇଁ ଅଟେ । ତେଣୁ ଏହି ଆନ୍ଦୋଳନ, ସବୁଠାରୁ ଅଧିକ ବୁଦ୍ଧିମାନ ବର୍ଗର ବ୍ୟକ୍ତମାନଙ୍କ ପାଇଁ ଅଟେ ।

ସାକ୍ଷାତକର୍ତା: କିନ୍ତୁ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିମାନଙ୍କ ମଧ୍ୟରୁ ।

ପ୍ରଭୁପାଦ: ଯଦି ଜଣେ ବୁଦ୍ଧିମାନ ବର୍ଗର ଅନ୍ତର୍ଗତ ନୁହେଁ, ସେ ଏହା ବୁଝିପାରିବ ନାହିଁ । ତେଣୁ ଆମେ ଆଶା ରଖିନାହୁଁ ଯେ ସମସ୍ତେ ବୁଦ୍ଧିମାନ । କୃଷ୍ଣ ଯେ ଭଜ ସେ ବଡ଼ ଚତୁର । ଯଦି ଜଣେ ବୁଦ୍ଧିମାନ ନୁହେଁ, ସେ କୃଷ୍ଣ ଚେତନାଯୁକ୍ତ ହୋଇପାରିବ ନାହିଁ, କାରଣ ଏହା ଏକ ଭିନ୍ନ ବିଷୟ ବସ୍ତୁ ଅଟେ । ଲୋକମାନେ ଶାରୀରିକ ସଂକଳପନାରେ ଲୀନ । ଏହା ତାଠାରୁ ଉର୍ଦ୍ଧ୍ଵରେ ଅଛି । ତେଣୁ ନିସ୍ତେଜ ବୁଦ୍ଧି ଏହି ଶରୀରଠାରୁ ଉର୍ଦ୍ଧ୍ଵ କ'ଣ ତାହା ବୁଝିପାରେ ନାହିଁ । ତେଣୁ ତୁମେ ଆଶା କରିପାରିବାନି ଯେ ସମସ୍ତେ କୃଷ୍ଣ ଚେତନା ବୁଝିପାରିବେ । ତାହା ସମ୍ଭବ ନୁହେଁ ।

ସାକ୍ଷାତକର୍ତା: ମାନବ ଜାତିର ଅନୁବାଂଶିକ ପୂର୍ଣ୍ଣତା ସମ୍ଵନ୍ଧରେ ଅନେକ ଚର୍ଚା କରାଯାଉଛି, କିମ୍ଵା ଏକ ଅନୁବାଂଶିକ ପୂର୍ଣ୍ଣତାର ପ୍ରୟାସ କରାଯାଉଛି ।

ପ୍ରଭୁପାଦ: ଅନୁବାଂଶିକ କ'ଣ?

ସାକ୍ଷାତକର୍ତା: ଅନୁବାଂଶିକ ପୂର୍ଣ୍ଣତା କ'ଣ?

ବଳି-ମରଦନ: ଆମେମାନେ ଗତକାଲି ଅନୁବାଂଶିକ ବିଜ୍ଞାନ ସମ୍ଵନ୍ଧରେ ଚର୍ଚା କରୁଥିଲୁ । ସେମାନେ ଲକ୍ଷ୍ୟଣକୁ ବୁଝିବାକୁ ଚେଷ୍ଟା କରୁଥିଲେ, ଯେ କିପରି ଶରୀର ଏବଂ ମନ ତିଆରି ହେଉଛନ୍ତି, ଏବଂ ପରେ ଏହାକୁ ବଦଳେଇବାକୁ ଚେଷ୍ଟା କରୁଛନ୍ତି ।

ପ୍ରଭୁପାଦ: ତାହା ଆମେ ପୂର୍ବରୁ...ସେ ପୁସ୍ତକ କାହିଁ?

ରାମେଶ୍ଵର: ସ୍ଵରୂପ ଦମୋଦରର ପୁସ୍ତକ ।

ପ୍ରଭୁପାଦ: ହଁ । ଆଣ ।

ରାମେଶ୍ଵର: ଆପଣଙ୍କର ପ୍ରଶ୍ନ କ'ଣ?

ସାକ୍ଷାତକର୍ତା: ମୋ ପ୍ରଶ୍ନ ହେଉଛି... ଆପଣ ପ୍ରୌଦଗିକ ଉପକରଣମାନଙ୍କର ବ୍ୟବହାର ସମ୍ଵନ୍ଧରେ ପୂର୍ବରୁ ଉଲ୍ଲେଖ କରୁଥିଲେ, ଏବଂ ଯଦି ଏପରି କୌଣସି ସମାଜ ଅଛି ଯେଉଁଠାରେ କିଛି...

ପ୍ରଭୁପାଦ: ସେ ପୁସ୍ତକ ଏଠାରେ ନାହିଁ? କେଉଁଠାରେ ମଧ୍ୟ?

ସାକ୍ଷାତକର୍ତା: ମୁଁ ଆପଣକୁ ପଚାରିବାକୁ ଚାହୁଁଛି । ଯଦି ପ୍ରୌଦଗିକ ମାଧ୍ୟମରେ ମାନବ ଜାତିରେ କିଛି ସୁଧାର ହୁଏ, ଅନ୍ୟ ଶଦ୍ଦରେ, ହାରାହାରି ବ୍ୟକ୍ତି ଅଧିକ ବୁଦ୍ଧିମାନ ଅଟନ୍ତି, ଯାହାକୁ ଆପଣ ଆଜି ବୁଦ୍ଧିମାନ ବ୍ୟକ୍ତି କହୁଛନ୍ତି...

ପ୍ରଭୁପାଦ: ବୁଦ୍ଧିମାନ ବ୍ୟକ୍ତି....ଯଦି ଜଣେ ଏହା ବୁଝିପାରେ ଯେ ସେ ଏହି ଶରୀର ନୁହେଁ - ସେ ଶରୀର ଭିତରେ ଅଛି... ଯେପରି ତୁମ ପାଖରେ ଏକ ସାର୍ଟ ଅଛି । ତୁମେ ସାର୍ଟ ନୁହଁ । କେହି ବି ବୁଝିପାରିବ । ତୁମେ ସାର୍ଟ ଭିତରେ ଅଛ । ସେହିପରି, ଯେଉଁ ବ୍ୟକ୍ତି ଏହା ବୁଝିପାରେ ଯେ ସେ ଏହି ଶରୀର ନୁହେଁ- ସେ ଶରୀର ଭିତରେ ଅଛି... ଯେ କେହି ବୁଝିପାରିବେ କାରଣ ଯେତେବେଳେ ଶରୀର ମରିଯାଏ, ଏଥିରେ ପାର୍ଥକ୍ୟ କ'ଣ? କାରଣ ଶରୀର ମଧ୍ୟରେ ଥିବା ଜୀବାତ୍ମା ଶରୀର ତ୍ୟାଗ କରେ, ସେଥିପାଇଁ ଆମେ ଶରୀରକୁ ମୃତ କହୁ ।

ସାକ୍ଷାତକାର: କିନ୍ତୁ ଅନେକ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଆଧ୍ୟାତ୍ମିକତାରେ ପ୍ରବୃଦ୍ଧ ନୁହଁନ୍ତି, ସଂଭବତଃ ଏପରି ବ୍ୟକ୍ତିମାନେ ଯେଉଁମାନେ ବୁଝିପାରନ୍ତି ନାହିଁ ଯେ ସେମାନେ ଏହି ଶରୀର ନୁହଁନ୍ତି, ଶରୀର ମୃତ ଅଟେ ଏବଂ ସେଥିରେ ଆଉ କିଛି ଅଛି । କାହିଁକି ଏହି ଲୋକମାନେ ଆଧ୍ୟାତ୍ମିକ ରୂପ ସହିତ ଅବଗତ ନୁହଁନ୍ତି?

ପ୍ରଭୁପାଦ: ଯଦି ଜଣେ ଏହି ସାଧାରଣ କଥା ବୁଝିନପାରେ, ଯେ ସେ ଏହି ଶରୀର ନୁହେଁ, ତେବେ ସେ ପଶୁ ସହିତ ସମାନ ଅଟେ । ତାହା ହେଉଛି ଆଧ୍ୟାତ୍ମିକ ସ୍ଥରର ପ୍ରଥମ ସୁବୋଧ । ଯଦି ସେ ଭାବେ ସେ ଏହି ଶରୀର, ତେବେ ସେ ପଶୁମାନଙ୍କ ଶ୍ରେଣୀ ସହିତ ସମାନ ଅଟେ ।

ରାମେଶ୍ଵର: ତାଙ୍କର ପ୍ରଶ୍ନ ହେଉଛି... ଧର ଜଣଙ୍କର ବିଶ୍ଵାସ ଅଛି ଯେ ମୃତ୍ୟପରେ ଜୀବନ ଅଛି, ଏବଂ ସେ ଭୌତିକ ମାନଦଣ୍ତ ଅନୁସାରେ ଏକ ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ହୋଇପାରେ । ସେ ସ୍ଵୟଂ କାହିଁକି ନୁହେଁ...?

ପ୍ରଭୁପାଦ: ନା, ଭୌତିକ ମାନଦଣ୍ତ ବୁଦ୍ଧିମତା ନୁହେଁ । ଭୌତିକ ମାନଦଣ୍ତ ହେଉଛି ଯେ "ମୁଁ ଏହି ଶରୀର । ମୁଁ ଜଣେ ଆମେରିକୀୟ । ମୁଁ ଜଣେ ଭାରତୀୟ । ମୁଁ ଏକ କୋକୋଶୀଆଳି । ମୁଁ ଏକ କୁକୁର । ମୁଁ ଏକ ମଣିଷ । ଏହା ଭୌତିକ ବୁଝାମଣା ଅଟେ । ଆଧ୍ୟାତ୍ମିକ ବୁଝାମଣା ତାଠରୁ ଉର୍ଦ୍ଦ୍ଵରେ, ଯେ ମୁଁ ଏହି ଶରୀର ନୁହେଁ ।" ଏବଂ ଯେତେବେଳେ ସେ ଏହି ଆଧ୍ୟାତ୍ମିକ ଏକୀକରଣକୁ ବୁଝିବାକୁ ଚେଷ୍ଟା କରେ, ତେବେ ସେ ବୁଦ୍ଧିମାନ ଅଟେ । ଅନ୍ୟଥା ସେ ବୁଦ୍ଧିମାନ ନୁହେଁ ।

ସାକ୍ଷାତକର୍ତା: ତେଣୁ ଏହାର ମାନେ ଏହିକି ଯେ...

ପ୍ରଭୁପାଦ: ସେମାନଙ୍କୁ ମୂଢ଼ ରୂପରେ ବର୍ଣ୍ଣନା କରାଯାଇଛି । ମୂଢ଼ ଅର୍ଥାତ୍ ଗଧମାନେ । ତେଣୁ ଏହା ପ୍ରଥମ ବୁଝାମଣା, ଯେ ଜଣେ ଏହି ଶରୀର ସହିତ ଏକୀକରଣ ହେବା ଅନୁଚିତ୍ ।

ସାକ୍ଷାତକର୍ତା: କେଉଁ ବୁଝାମଣା ଆସେ...?

ପ୍ରଭୁପାଦ: କୁକୁର ପରି । କୁକୁର ବୁଝେ ଯେ ସେ ଏହି ଶରୀର ଅଟେ । ଯଦି ଜଣେ ମଣିଷ ମଧ୍ୟ ସେହିପରି ଭାବିବ - ସେ ଏକ ଶରୀର - ତେବେ ସେ କୁକୁରଠାରୁ ବି ହୀନ ଅଟେ ।

ସାକ୍ଷାତକର୍ତା: ଏହା ପରେ ଅନ୍ୟ କେଉଁ ବୁଝାମଣା ଆସେ?

ବଳି-ମରଦନ: ତୁମେ ଏହି ଶରୀର ନୁହେଁ ତାହା ଜାଣିବା ପରେ, ଆଗକୁ କ'ଣ ହେବ?

ପ୍ରଭୁପାଦ: ହା! ତାହା ଏକ ବୁଦ୍ଧିମାନ ପ୍ରଶ୍ନ ଅଟେ । ତେବେ ଜଣକୁ ଅନୁସନ୍ଧାନ କରିବାକୁ ହେବ ଯେ "ମୁଁ କେବଳ ଜୀବନର ଏହି ଶାରୀରିକ ସଂକଳ୍ପନାରେ ଲୀନ । ତେବେ ମୋର କର୍ତ୍ତବ୍ୟ କ'ଣ?" ତାହା ସନାତନ ଗୋସ୍ଵମୀଙ୍କର ଜିଜ୍ଞାସା ଅଟେ, ଯେ "ତୁମେ ମୋତେ ଏହି ଭୌତିକ କାର୍ଯ୍ୟରୁ ମୁକ୍ତ କରିଦେଇଛ । ବର୍ତ୍ତମାନ ମୋତେ କୁହ ମୋର କର୍ତ୍ତବ୍ୟ କ'ଣ ।" ଏହି କାରଣରୁ ଆମକୁ ଏକ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯିବାକୁ ହେବ, ଜାଣିବା ପାଇଁ, ବୁଝିବା ପାଇଁ ଯେ ବର୍ତ୍ତମାନ ତାର କର୍ତ୍ତବ୍ୟ କ'ଣ । "ଯଦି ମୁଁ ଏହି ଶରୀର ନୁହେଁ, ତେବେ ମୋର କର୍ତ୍ତବ୍ୟ କ'ଣ? କାରଣ ମୁଁ ଏହି ଶରୀର ପାଇଁ ପୁରା ଦିନ ଏବଂ ପୁରା ରାତି ବ୍ୟସ୍ତ ରହୁଛି । ମୁଁ ଖାଉଛି, ମୁଁ ଶୋଉଛି, ମୁଁ ଯୌନ କ୍ରିୟା କରୁଛି, ମୁଁ ରକ୍ଷା କରୁଛି - ଏହି ସବୁ ଶାରୀରିକ ଆବଶ୍ୟକତା ଅଟେ । ଯଦି ମୁଁ ଏହି ଶରୀର ନୁହେଁ, ତେବେ ମୋର କର୍ତ୍ତବ୍ୟ କ'ଣ? ତାହା ବୁଦ୍ଧିମତା ଅଟେ ।

ରାମେଶ୍ଵର: ତେଣୁ ଆପଣ କହିଲେ, "ତୁମେ ଏହି ଶରୀର ନୁହଁ ଏହା ଜାଣିବା ପରେ ପରବର୍ତ୍ତୀ କଥା କ'ଣ?" ପ୍ରଭୁପାଦ କହିଲେ ପରବର୍ତ୍ତୀ କଥା ହେଉଛି ଏହା ଅନୁସନ୍ଧାନ କରିବା ଯେ ତୁମେ କ'ଣ କରିବା ଉଚିତ୍, ଏବଂ ସେଥିପାଇଁ ତୁମକୁ ଏକ ସ୍ୱରୂପ ସିଦ୍ଧ ବ୍ୟକ୍ତି କିମ୍ଵା ଆଧ୍ୟାତ୍ମିକ ଗୁରୁଙ୍କ ଠାରୁ ସୁଚନା ଗ୍ରହଣ କରିବାକୁ ହେବ ।

ସାକ୍ଷାତକର୍ତ୍ତା: ଆଧ୍ୟାତ୍ମିକ ଗୁରୁ ତାଙ୍କର ପୁସ୍ତକମାନଙ୍କ ରୂପରେ ।

ବଳି-ମରଦନ: ବ୍ୟକ୍ତିଗତ ଭାବରେ କିମ୍ଵା..

ପୁଷ୍ଟ କୃଷ୍ଣ: ପ୍ରଭୁପାଦ ଏହା ବର୍ଣ୍ଣନା କରୁଥିଲେ ଯେ ବର୍ତ୍ତମାନ ଶାରୀରିକ ସଂକଳ୍ପନାରେ ଆମର ଅନେକ କର୍ତ୍ତବ୍ୟ ଅଛି । ଆମେମାନେ କାମ କରୁଛୁ, ଆମର ଯୌନ ଜୀବନ ଅଛି, ଆମେମାନେ ଖାଉଛୁ, ଶୋଉଛୁ, ନିଜର ରକ୍ଷା କରୁଛୁ - ଅନେକ କଥା ଅଛି । ଏହି ସବୁ ଶରୀର ସମ୍ଵନ୍ଧିତ ଅଟେ । କିନ୍ତୁ ମୁଁ ଯଦି ଏହି ଶରୀର ନୁହେଁ, ତେବେ ମୋର କର୍ତ୍ତବ୍ୟ କ'ଣ? ମୋର ଦାୟିତ୍ଵ କ'ଣ? ତେଣୁ ପରବର୍ତ୍ତୀ କଥା ଏହିକି ଯେ ଯଦି ଜଣେ ଏହା ବୁଝିପାରେ, ତେବେ ତାକୁ ଏକ ଆଧ୍ୟାତ୍ମିକ ଗୁରୁଙ୍କ ଠାରୁ ଶିକ୍ଷା ନେବା, ଆଗକୁ ବଢ଼ିବା ଏବଂ ପ୍ରକୃତ କର୍ତ୍ତବ୍ୟ କ'ଣ ତାହା ଜାଣିବା ଉଚିତ୍ । ଏହା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଅଟେ ।

ପ୍ରଭୁପାଦ: ଏପରିକି ଖାଇବା, ଶୋଇବା, ଯୌନ ଜୀବନ ଏବଂ ରକ୍ଷା କରିବା ପାଇଁ ମଧ୍ୟ ଆମକୁ ଏକ ଶିକ୍ଷକଙ୍କ ଠାରୁ କିଛି ଜ୍ଞାନ ନେବାକୁ ପଡ଼େ । ଧର ଖାଇବା ପାଇଁ, ଆମେ ବିଶେଷଜ୍ଞ ଠାରୁ ଜ୍ଞାନ ନେଉ ଯେ କେଉଁ ପ୍ରକାରର ଖାଇବା ନେବା ଉଚିତ୍, କେଉଁ ପ୍ରକାରର ଭିଟାମିନ୍, କେଉଁ ପ୍ରକାରର...ତେଣୁ ସେଥିପାଇଁ ମଧ୍ୟ ଶିକ୍ଷାର ଆବଶ୍ୟକତା ଅଛି । ଏବଂ ଶୋଇବା ପାଇଁ ମଧ୍ୟ ଶିକ୍ଷାର ଆବଶ୍ୟକତା ଅଛି । ଏବଂ ଶାରୀରିକ ସଂକଳ୍ପନା ପାଇଁ ଜଣକୁ ଅନ୍ୟ ଜଣଙ୍କଠାରୁ ଶିକ୍ଷା ନେବାକୁ ପଡ଼େ । ତେଣୁ ଯେତେବେଳେ ସେ ଏହି ଶାରୀରିକ ସଂକଳ୍ପନାର ଉର୍ଦ୍ଧ୍ଵରେ ରହେ- ସେ ବୁଝିପାରେ ଯେ, "ମୁଁ ଏହି ଶରୀର ନୁହେଁ; ମୁଁ ଆତ୍ମା ଅଟେ"- ତେଣୁ ସେହିପରି ସେ ଏକ ବିଶେଷଜ୍ଞଙ୍କ ଠାରୁ ଉଦାହରଣ ଏବଂ ଶିକ୍ଷା ନେବା ଉଚିତ୍ ।