OR/Prabhupada 0050 - ସେମାନେ ଜାଣି ନାହାଁନ୍ତି ଯେ ପରବର୍ତ୍ତୀ ଜୀବନ କ'ଣ



Lecture on BG 16.5 -- Calcutta, February 23, 1972

ପ୍ରକୃତି, କୃଷ୍ଣଙ୍କର ଆଦେଶରେ, ଆମକୁ ସୁଯୋଗ ଦିଏ, ଆମକୁ ଜନ୍ମ ଓ ମୃତ୍ୟୁର ଜଞାଳରୁ ବାହାରିବାକୁ ସୁଯୋଗ ଦିଏ: ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ଦୁଃଖ-ଦୋଷାନୁଦର୍ଶନମ୍ (BG 13.9) । ଜୀବନର ଏହି ଚାରୋଟି ପ୍ରସଂଗ ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ଯୋଗୁଁ ହେଉଥିବା ଅସୁବିଧାକୁ ବୁଝିବା ପାଇଁ ମନୁଷ୍ୟକୁ ବୁଦ୍ଧିମାନ ହେବା ଉଚିତ୍ । ଏହା ହେଉଛି ସଂପୂର୍ଣ୍ଣ ବୈଦିକ ପ୍ରଣାଳୀ-କିପରି ଏହି ଜଞାଳରୁ ବାହାରିବା । କିନ୍ତୁ ସେମାନଙ୍କୁ ସୁଯୋଗ ଦିଆଯାଇଛି ଯେ "ତୁମେ ଏହା କର, ତୁମେ ତାହା କର," ତେଣୁ ନିୟନ୍ତ୍ରିତ ଜୀବନ, ଯାହା ଯୋଗୁଁ ଅନ୍ତରେ ବାହାରକୁ ଆସିପାରିବ ।

ସେଥିପାଇଁ ଭଗବାନ୍ କହିଛନ୍ତି, ଦୈବୀ ସମ୍ପଦ୍ ବିମୋକ୍ଷାୟ (BG 16.5) । ଯଦି ତୁମେ ଦୈବି ସମ୍ପତ୍ ର ବିକାଶ କରିପାର, ଏହି ଗୁଣଗୁଡ଼ିକୁ, ଯେପରି ବର୍ଣ୍ଣନା କରାଯାଇଛି - ଅହିମସା, ସତ୍ଵ-ସମଶୁଧିଃ, ଅହିମସା, ଅନେକ ଜିନିଷ - ତାପରେ ତୁମେ ବାହାରକୁ ବାହାରିପାରିବ, ବିମୋକ୍ଷାୟ । ଦୁର୍ଭାଗ୍ୟବଶତଃ, ଆଧୁନିକ ସଭ୍ୟତା, ସେମାନେ ଜାଣି ନାହାଁନ୍ତି ବିମୋକ୍ଷାୟ କ'ଣ । ସେମାନେ ଏତେ ଅନ୍ଧ, ସେମାନେ ଜାଣି ନାହାଁନ୍ତି ଯେ ଏପରି କିଛି ସ୍ଥିତି ଅଛି ଯାହାକୁ ବିମୋକ୍ଷାୟ କୁହାଯାଏ । ସେମାନେ ଜାଣି ନାହାଁନ୍ତି । ସେମାନେ ଜାଣି ନାହାଁନ୍ତି ଯେ ପରବର୍ତ୍ତୀ ଜୀବନ କ'ଣ । କୌଣସି ଶିକ୍ଷା ପ୍ରଣାଳୀ ନାହିଁ । ମୁଁ ସାରା ଦୁନିଆରେ ଭ୍ରମଣ କରୁଛି । ଏପରି ଗୋଟିଏ ବି ସଂସ୍ଥାନ ନାହିଁ ଯାହା ଆତ୍ମାର ସ୍ଥାନ ପରିବର୍ତ୍ତନ ସମ୍ଵନ୍ଧରେ ଶିକ୍ଷା ଦେଇପାରିବ, କିପରି ଜଣେ ଭଲ ଜୀବନ ପାଇପାରିବ । କିନ୍ତୁ ସେମାନେ ବିଶ୍ଵାସ କରନ୍ତି ନାହିଁ । ସେମାନଙ୍କର କୌଣସି ଜ୍ଞାନ ନାହିଁ । ତାହା ହେଉଛି ଆସୁରି ସମ୍ପତ । ତାହାକୁ ଏଠାରେ ବର୍ଣ୍ଣନା କରାଯିବ: ପ୍ରବୁତ୍ତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରଂ ଆସୁରାଃ । ପ୍ରବୃତ୍ତିଂ । ପ୍ରବୃତ୍ତିଂ ଅର୍ଥାତ୍ ଆକର୍ଷଣ, ବା ଆସକ୍ତି । ଆମେ କେଉଁ କାର୍ଯ୍ୟକଳାପ ପ୍ରତି ଆକର୍ଷିତ ହେବା ଉଚିତ୍, ଏବଂ କେଉଁ କାର୍ଯ୍ୟକଳାପ ଠାରୁ ପୃଥକ ହେବା ଉଚିତ୍, ତାହା ଅସୁର, ସେମାନେ ଜାଣି ନାହାଁନ୍ତି ।ପ୍ରବୃତ୍ତିଂ ଚ ନିବୃତ୍ତିଂଚ ।

ପ୍ରବୃତ୍ତଂ ଚ ନିବୃତ୍ତଂ ଚ
ଜନା ନ ବିଦୁରାସୁରାଃ
ନ ଶୌଚଂ ନାପି ଚାଚାରୋ
ନ ସତ୍ୟଂ ତେଷୁ ବିଦ୍ୟତେ
(BG 16.7)

ଏମାନେ ଅସୁର ଅଟନ୍ତି । ସେମାନେ ଜାଣି ନାହାଁନ୍ତି ଯେ କିପରି, କେଉଁ ଦିଶାରେ ସେମାନଙ୍କର ଜୀବନକୁ ନିର୍ଦ୍ଦେଶ ଦିଆଯିବା ଉଚିତ୍ । ତାହାକୁ ପ୍ରବୃତ୍ତି କୁହାଯାଏ । ଏବଂ କେଉଁ ପ୍ରକାରର ଜୀବନରୁ ତାକୁ ପୃଥକ ରହିବାକୁ ହେବ, ତ୍ୟାଗ କରୁବାକୁ ହେବ, ତାହା ନିବୃତ୍ତି ଅଟେ । ପ୍ରବୃତିସ୍ ତୁ ଜୀବାତ୍ମା । ତାହା ଅନ୍ୟ ଏକ ଅଟେ । ଭୁନଂ । ନିବୃତିସ୍ ତୁ ମହାଫଳାଂ । ସମସ୍ତ ଶାସ୍ତ୍ର, ସମସ୍ତ ବୈଦିକ ନିର୍ଦ୍ଦେଶ ପ୍ରବୃତ୍ତି-ନିବୃତ୍ତି ପାଇଁ ଅଛି । ସେମାନେ ଧିରେ ଧିରେ ପ୍ରଶିକ୍ଷଣ ଦେଉଛନ୍ତି । ଯେପରି ଲୋକେ ବ୍ୟବାୟାମିଷ-ମଦ୍ୟ-ସେବା ନିତ୍ୟା ସୁଜନ୍ତୋଃ । ଏକ ଜୀବର ବ୍ୟବାୟ ପ୍ରତି ପ୍ରାକୃତିକ ରୁଚି ଅଛି, ଯୌନ ଜୀବନ; ଏବଂ ମଦ୍ୟ ସେବାଃ, ନିଶା, ଆମିଷ ସେବାଃ, ଏବଂ ମାଂସ ଖାଇବା । ଏକ ସ୍ଵାଭାବିକ ବୃତ୍ତି ଥାଏ । କିନ୍ତୁ ଅସୁରମାନେ, ସେମାନେ ଏହାକୁ ରୋକିବାକୁ ଚେଷ୍ଟା କରନ୍ତି ନାହିଁ । ସେମାନେ ଏହାକୁ ବୃଦ୍ଧି କାରିବାକୁ ଚହାଁନ୍ତି । ତାହା ଅସୁର ଜୀବନ ଅଟେ । ମୋତେ କିଛି ରୋଗ ଅଛି । ଯଦି ମୁଁ ଏହାକୁ ଭଲ କରିବାକୁ ଚାହେଁ, ତେବେ ଚିକିତ୍ସକ ମୋତେ କିଛି ଉପଚାର ବତାନ୍ତି ଯେ "ତୁମେ ଏହା ନିଅ ନାହିଁ ।" ଯେପରିକି ମଧୁମେହ ରୋଗୀ । ତାକୁ ନିଷେଧ କରାଯାଇଛି ଯେ " ଚିନି ନିଅ ନାହିଁ, ସ୍ଟାର୍ଚ ନିଅ ନାହିଁ ।" ନିବୃତ୍ତି । ସେହିପରି, ଶାସ୍ତ୍ର ଆମର ମାର୍ଗ ଦର୍ଶନ କରେ ଯେ ତୁମେ ଏହି ଜିନିଷ ସ୍ଵୀକାର କରିବା ଉଚିତ୍ ଏବଂ ତୁମେ ଏହି ଜିନିଷ ସ୍ଵୀକାର କରିବା ଅନୁଚିତ୍, ଶାସ୍ତ୍ର । ଯେପରିକି ଆମ ସମାଜରେ, ଅମେମାନେ ସବୁଠାରୁ ଅଧିକ ଆବଶ୍ୟକ ନିବୃତ୍ତି ଏବଂ ପ୍ରବୃତ୍ତିକୁ ଗ୍ରହଣ କରିଛୁ । ପ୍ରବୃତ୍ତି...ଆମେ ଅାମର ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେଉଛୁ, "କୌଣସି ଅବୈଧ ଯୌନ ଜୀବନ ନାହିଁ, କୌନସି ମାଂସ ଆହାର ନାହିଁ, କୌଣସି ଆମିଷ ସେବା ନାହିଁ ।" ଆମିଷ-ସେବା ନିତ୍ୟା ସୁଜନ୍ତୋଃ । କିନ୍ତୁ ଶାସ୍ତ୍ର କହେ ଯେ ଯଦି ତୁମେ ତ୍ୟାଗ କରିପାର, ନିବୃତ୍ତିସ ତୁ ମାହାଫଳଂ, ତେବେ ତୁମର ଜୀବନ ସଫଳ ହେବ । କିନ୍ତୁ ଆମେମାନେ ପ୍ରସ୍ତୁତ ନାହୁଁ । ଯଦି ତୁମେ ପ୍ରସ୍ତୁତ ନାହଁ ପ୍ରବୃତ୍ତିକୁ ସ୍ଵୀକାର କରିବା ପାଇଁ ଏବଂ ନିବୃତ୍ତିକୁ ଅସ୍ଵୀକାର କରିବା ପାଇଁ, ତେବେ ଜଣେ ଜାଣିବା ଦରକାର ସେ ଅସୁର ଅଟେ । କୃଷ୍ଣ ଏଠାରେ କହୁଛନ୍ତି, ପ୍ରବୁତ୍ତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରଂ ଆସୁରାଃ (BG 16.7) । ସେମାନେ..."ଓ, ତାହା କ'ଣ?" ସେମାନେ କୁହନ୍ତି, ବଡ଼, ବଡ଼ ସ୍ଵାମୀମାନେ କୁହନ୍ତି, "ଓ, ଏଥିରେ ଭୁଲ କ'ଣ? ତୁମେ କିଛି ବି ଖାଇ ପାରିବ । ଏହା କିଛି ଫରକ ପକାଏ ନାହିଁ । ତୁମେ କିଛି ବି କରିପାରିବ । ତୁମେ କେବଳ ମୋତେ ଶୁଳ୍କ ଦିଅ, ଏବଂ ମୁଁ ତୁମକୁ କିଛି ବିଶେଷ ମନ୍ତ୍ର ଦେବି ।" ଏହିସବୁ କଥା ଚାଲିଛି ।