OR/Prabhupada 0052 - ଭକ୍ତ ଏବଂ କର୍ମି ମଧ୍ୟରେ ଅନ୍ତର

Revision as of 15:29, 16 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Lecture on SB 1.2.9-10 -- Delhi, November 14, 1973

ଏହା ହେଉଛି ଭକ୍ତି ଏବଂ କର୍ମ ମଧ୍ୟରେ ଅନ୍ତର । କର୍ମ ହେଉଛି ଇନ୍ଦ୍ରିୟ ତୃପ୍ତି, ଏବଂ ଭକ୍ତି ହେଉଛି ଭଗବାନଙ୍କୁ ସନ୍ତୁଷ୍ଟ କରିବା । ଏକା କଥା । ସେଥିପାଇଁ ଲୋକେ ଭକ୍ତ ଏବଂ କର୍ମି ମଧ୍ୟରେ ଅନ୍ତର କ'ଣ ଜାଣିପାରନ୍ତି ନାହିଁ । କର୍ମି ନିଜର ଇନ୍ଦ୍ରିୟଙ୍କୁ ତୃପ୍ତ କରେ ଏବଂ ଭକ୍ତ କୃଷ୍ଣଙ୍କ ଇନ୍ଦ୍ରିୟଙ୍କୁ ତୃପ୍ତ କରେ । କିଛି ଇନ୍ଦ୍ରିୟ ଉପଭୋଗ ତ ରହିବା ଦରକାର । କିନ୍ତୁ ଯେବେ ତୁମେ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବ, ତାହାକୁ ଭକ୍ତି କୁହାଯାଏ । ହୃଷୀକେଣ ହୃଷୀକେଶ-ସେବନଂ ଭକ୍ତିର୍ ଉଚ୍ୟତେ (CC Madhya 19.170) । ହୃଷୀକର ଅର୍ଥ ହେଉଛି ଇନ୍ଦ୍ରିୟ ଗୁଡିକ, ଶୁଦ୍ଧ ଇନ୍ଦ୍ରିୟ ଗୁଡିକ । ତାହା ମୁଁ ସେହି ଦିନ ବର୍ଣ୍ଣନା କରିଥିଲି, ଯେ

ସର୍ବପାଧି-ବିନିର୍ମୁକ୍ତଂ
ତତ୍-ପରତ୍ଵେନ ନିର୍ମଲମ୍
ହୃଷୀକେଣ ହୃଷୀକେଶ-
ସେବନଂ ଭକ୍ତିର୍ ଉଚ୍ୟତେ
(CC Madhya 19.170)

ଭକ୍ତି ମାନେ ତୁମେ ତୁମର କାମ ବନ୍ଦକରିବା ନୁହେଁ । ଭକ୍ତି ମାନେ ଭାବ ପ୍ରବଣତା ରୂପେ ଅତି ଭକ୍ତି କରିବା ନୁହେଁ । ତାହା ଭକ୍ତି ନୁହେଁ । ଭକ୍ତିର ଅର୍ଥ ହେଉଛି ତୁମର ସମସ୍ତ ଇନ୍ଦ୍ରିୟ ଗୁଡିକ ଦ୍ଵାରା ଇନ୍ଦ୍ରିୟଙ୍କ ମାଲିକଙ୍କୁ ସନ୍ତୁଷ୍ଟ କରିବାରେ ନିଯୁକ୍ତ କରିବା । ଏହାକୁ ଭକ୍ତି କୁହାଯାଏ । ସେଥିପାଇଁ କୃଷ୍ଣଙ୍କ ନାମ ହେଉଛି ହୃଷୀକେଶ । ହୃଷୀକର ଅର୍ଥ ହେଉଛି ଇନ୍ଦ୍ରିୟ ଗୁଡିକ । ଏବଂ ହୃଷୀକ ଈଶ, ସେ ଇନ୍ଦ୍ରିୟଗୁଡିକର ନିୟନ୍ତ୍ରଣକ ଅଟନ୍ତି । ବାସ୍ତବରେ, ଆମ ଇନ୍ଦ୍ରିୟ ଗୁଡିକ ସ୍ଵତନ୍ତ୍ର ଭାବରେ କାମ କରୁନାହାନ୍ତି । ଆମେ ଏହା ବୁଝିପାରିବା । କୃଷ୍ଣ ନିର୍ଦେଶନ କରୁଛନ୍ତ । ସର୍ବସ୍ୟ ଚାହଂ ହୃଦି ସନ୍ନିବିଶ୍ଟୋ ମତ୍ତଃ ସ୍ମୃତିର୍ଜ୍ଞାନମପୋହନଂ ଚ (BG 15.15) । ମତ୍ତଃ ସ୍ମୃତିର୍ଜ୍ଞାନମପୋହନଂ ଚ । ଏକ ବୈଜ୍ଞାନିକ କାମ କରୁଛନ୍ତି କାରଣ କୃଷ୍ଣ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି, ତାହା ନୁହେଁ ଯେ ସେ ସ୍ଵତନ୍ତ୍ର ରୂପରେ କାମ କରୁଛନ୍ତି । ତାହା ସମ୍ଭବ ନୁହେଁ । ସେ ସେହିପରି ଭାବରେ କରିବାକୁ ଚାହୁଁଥିଲେ। ସେଥିପାଇଁ କୃଷ୍ଣ ତାଙ୍କୁ ସୁବିଧା ଦେଉଛନ୍ତି । କିନ୍ତୁ ବାସ୍ତବରେ କୃଷ୍ଣ କାମ କରୁଛନ୍ତି । ଏହା ସବୁ ଉପନିଷଦ ଗୁଡିକରେ ବର୍ଣ୍ଣନା କରାଯାଇଛି । କୃଷ୍ଣଙ୍କ କାମ କରିବା ବିନା, ଦେଖିବା ବିନା, କୃଷ୍ଣଙ୍କ ଦେଖିବା ବିନା, ତୁମେ ଦେଖିପାରିବ ନାହିଁ । ଯେପରିକି ସୂର୍ଯ୍ୟକିରଣ ବିଷୟରେ ବ୍ରହ୍ମ ସଂହିତାରେ ବର୍ଣ୍ଣନା କରାଯାଇଛି । ୟଚ୍ଚକ୍ଷୁରେଷ ସବିତା ସକଳଗ୍ରହାଣାଂ । ସୂର୍ଯ୍ୟ କୃଷ୍ଣଙ୍କ ଆଖି ମାନଙ୍କ ମଧ୍ୟରୁ ଗୋଟିଏ ଆଖି ଅଟନ୍ତି ।

ୟଚ୍ଚକ୍ଷୁରେଷ ସବିତା ସକଳଗ୍ରହାଣାଂ
ରାଜା ସମସ୍ତସୁରମୂର୍ତ୍ତିରଶେଷତେଜାଃ
ୟସ୍ୟାଜ୍ଞୟା ଭ୍ରମତି ସମ୍ଭୁତକାଲଚକ୍ରୋ
ଗୋବିନ୍ଦମାଦି ପୁରୂଷଂ ତମହଂ ଭଜାମି
(Bs 5.52)

ସେଥିପାଇଁ, ସୂର୍ଯ୍ୟ କୃଷ୍ଣଙ୍କ ଆଖି ମାନଙ୍କ ମଧ୍ୟରୁ ଗୋଟିଏ ଆଖି । କାରଣ ସୂର୍ଯ୍ୟ ଉଦୟ ହୁଅନ୍ତି, କାରଣ ସୂର୍ଯ୍ୟ ଦେଖନ୍ତି, ସେଥିପାଇଁ ତୁମେ ଦେଖିପାରୁଛ । ତୁମେ ସ୍ଵତନ୍ତ୍ର ରୂପରେ ଦେଖିପାରିବ ନାହିଁ । ତୁମେ ତୁମ ଆଖି ଉପରେ ବହୁତ ଗର୍ବ କରୁଛ । ତୁମ ଆଖିର ମୂଲ୍ୟ କ'ଣ ଯଦି ସୂର୍ଯ୍ୟ କିରଣ ହିଁ ନଥିବ? ତୁମେ ଦେଖିପାରିବ ନାହିଁ । ଏପରିକି ଏହି ବିଜୁଳି ମଧ୍ୟ ସୂର୍ଯ୍ୟଙ୍କଠାରୁ ପ୍ରାପ୍ତ ହେଉଛି । ତେଣୁ ବାସ୍ତବରେ ଯେତେବେଳେ କୃଷ୍ଣ ଦେଖନ୍ତି, ତେବେ ତୁମେ ଦେଖିପାରିବ । ଏହା ହିଁ ସ୍ଥିତି । ତେଣୁ ଆମ ଇନ୍ଦ୍ରିୟ ଗୁଡିକ...ଭଗବଦ୍ ଗୀତାରେ କୁହାଯାଇଛି ସର୍ବତଃ ପାଣି ପାଦଂ ତତ୍ । ସର୍ବତଃ ପାଣି ପାଦ... କୃଷ୍ଣଙ୍କର ହାତ ଓ ଗୋଡ ସବୁଠରେ ଅଛି । ତାହା କ'ଣ? ମୋର ହାତ ଗୁଡିକ, ତୁମ ହାତ, ତୁମ ଗୋଡ- ତାହା କୃଷ୍ଣଙ୍କର । ଯେପରି ଜଣେ କହେ ସାରା ଦୁନିଆରେ ମୋର ଶାଖା ପ୍ରଶାଖା ଅଛି । ତେଣୁ ଏହି ସବୁ ଶାଖା ପ୍ରଶାଖା ପରମ ପୁରୁଷଙ୍କ ପ୍ରବନ୍ଧନରେ କାର୍ଯ୍ୟ କରୁଛନ୍ତି । ସେହିପରି ଭାବରେ, ଶ୍ରୀ କୃଷ୍ଣ ମଧ୍ୟ । ସେଥିପାଇଁ ତାଙ୍କୁ ହୃଷୀକେଶ କୁହାଯାଏ, ହୃଷୀକେଶ । ତେଣୁ କାମ ହେଉଛି... ଭକ୍ତି ର ଅର୍ଥ ହେଉଛି ଯେବେ ଆମେ ଆମ ହୃଷୀକ, ଆମ ଇନ୍ଦ୍ରିୟ ଗୁଡିକ, ଇନ୍ଦ୍ରିୟଙ୍କ ମାଲିକଙ୍କ ସେବାରେ ଲଗାଇବା । ତାହା ହେଉଛି ଆଦର୍ଶ ଜୀବନ । ତାହା ହେଉଛି ଆମର ଆଦର୍ଶ... କିନ୍ତୁ ଯଦି ଯେବେ ଆମେ ନିଜ ଇନ୍ଦ୍ରିୟ ତୃପ୍ତି ପାଇଁ ଇଚ୍ଛା ପ୍ରକାଶ କରିବା, ତାହାକୁ କର୍ମ କୁହାଯିବ । ତାହା ହେଉଛି ଭୌତିକ ଜୀବନ । ତେଣୁ ସେଥିପାଇଁ, ଜଣେ ଭକ୍ତ ପାଇଁ କିଛି ମଧ୍ୟ ଭୌତିକ ନୁହେଁ । ତାହା ହେଉଛି ଈଶାବାସ୍ୟାଂ ଇଦଂ ସର୍ବଂ (ISO 1) । ତେଣୁ ଭକ୍ତ ଦେଖେ ଯେ ସବୁ କିଛି କୃଷ୍ଣଙ୍କ ଅନ୍ତର୍ଗତରେ ଆସେ । ଈଶାବାସ୍ୟାଂ ଇଦଂ ସର୍ବଂ ୟତ୍ ‌‌କିଂଚ ଜଗତୟାଂ ଜଗତ, ତେନ ତ୍ୟକ୍ତେନ ଭୁଂଜିଥା (ISO 1) । ସବୁକିଛି କୃଷ୍ଣଙ୍କର ଅଟେ । ତେଣୁ ଯାହା କିଛି କୃଷ୍ଣ ଆମକୁ ଦିଅନ୍ତି... ଯେପରି ଏକ ମାଲିକ ପରି । ମାଲିକ ଚାକରକୁ କିଛି ଦିଅନ୍ତି, 'ତୁମେ ତାହାକୁ ଉପଭୋଗ କରିପାର" ସେହି ପ୍ରସାଦଂ । ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟୋପଜା... ଏହା ହିଁ ଜୀବନ । ଯଦି ତୁମେ କୃଷ୍ଣ ଚେତନାଶୀଳ ହୁଅ, ଯଦି ତୁମେ ବୁଝିପାର "ସବୁ ଜିନିଷ କୃଷ୍ଣଙ୍କର ବୋଲି, ଯଦି ତୁମେ କୃଷ୍ଣ ଚେତନାଶୀଳ ହୁଅ, ଯଦି ତୁମେ ବୁଝିପାର "ସବୁ ଜିନିଷ କୃଷ୍ଣଙ୍କର ବୋଲି,"ସେହି ପ୍ରକାରରେ ମୋର ହାତ ଓ ଗୋଡ ମଧ୍ୟ କୃଷ୍ଣଙ୍କର, ମୋର ଶରୀରର ସମସ୍ତ ଅଂଗ କୃଷ୍ଣଙ୍କର, ମୋର ଶରୀରର ସମସ୍ତ ଅଂଗ କୃଷ୍ଣଙ୍କର, ତେବେ ଏସବୁ କୃଷ୍ଣଙ୍କ କାର୍ଯ୍ୟରେ ବିନିଯୋଗ କରିବା," ତାହାକୁ ଭକ୍ତି କୁହାଯାଏ ।

ଅନ୍ୟାଭିଳାଷିତାଶୂନ୍ୟଂ
ଜ୍ଞାନକର୍ମାଦ୍ୟନାବୃତଂ
ଆନୁକୂଳ୍ୟେନ କୃଷ୍ଣାନୁ-
ଶୀଳନଂ ଭକ୍ତିଋତ୍ତମା
(Brs. 1.1.11)

"ତାହା କୃଷ୍ଣ କରିଥିଲେ, ନାହିଁ, ଅର୍ଜୁନ କରିଥିଲେ । ସେ ନିଜ ଇନ୍ଦ୍ରିୟଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହୁଁଥିଲେ, ଯୁଦ୍ଧ ନ କରି, କିନ୍ତୁ ସେ ଭଗବଦ୍ ଗୀତା ଶୁଣିବା ପରେ ରାଜି ହୋଇଥିଲେ ହଁ,"କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ୍"।

ଅହଂ ସର୍ବସ୍ୟ ପ୍ରଭବୋ
ମତ୍ତଃ ସର୍ବଂ ପ୍ରବର୍ତତେ
ଇତି ମତ୍ଵା ଭଜନ୍ତେ ମାଂ
ବୁଧା ଭାବସମନ୍ଵିତାଃ
(BG 10.8)

ଏସବୁ ବହୁତ ଭଲ ରୂପରେ ଭଗବଦ୍ ଗୀତାରେ ବର୍ଣ୍ଣନା କରିଯାଇଛି । ଏହା ହେଉଛି ଆଧ୍ୟାତ୍ମିକ ଜୀବନର ପ୍ରାଥମିକ ଶିକ୍ଷା । ଏବଂ ଯଦି ଆମେ ବାସ୍ତବରେ ଭଗବଦ୍ ଗୀତାର ଶିକ୍ଷାଗୁଡ଼ିକୁ ବୁଝିପାରିବା, ତେବେ ଅମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିପାରିବା । କୃଷ୍ଣ ତାହା ଚାହାନ୍ତି । ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । ତାହା ସେ ଚାହାନ୍ତି । ବାସ୍ତବରେ ଯେତେବେଳେ ଆମେ ଏହି ପ୍ରକ୍ରିୟା ଗ୍ରହଣ କରିବା, ଏହାକୁ ଶ୍ରଦ୍ଧା କୁହାଯାଏ । ଶ୍ରଦ୍ଧା । ଶ୍ରଦ୍ଧାର ଅର୍ଥ କ'ଣ ତାହା କବିରାଜ ଗୋସ୍ଵାମୀଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଛି ।