OR/Prabhupada 0057 - ହୃଦୟ ମାର୍ଜନ କରିବା

Revision as of 15:31, 16 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Lecture on SB 6.1.34-39 -- Surat, December 19, 1970

ରେବତୀନନ୍ଦନ- ଆମେ ସର୍ବଦା ହରେ କୃଷ୍ଣ ମନ୍ତ୍ର ଜପ କରିବା ପାଇଁ ଉତ୍ସାହିତ କରୁଛୁ, ଏହା ନା?

ପ୍ରଭୁପାଦ: ହଁ । ଏହି କଳିଯୁଗରେ ତାହା ଏକମାତ୍ର ପଦ୍ଧତି । ହରେ କୃଷ୍ଣ ମନ୍ତ୍ର ଜପ କରିବା ଦ୍ଵାରା, ଜଣଙ୍କର... ଜ୍ଞାନର ଭଣ୍ତାର ନିର୍ମଳ ହେବ । ଏବଂ ପରେ ସେ ପ୍ରାପ୍ତ କରିପାରିବ, ସେ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ କରିପାରିବ । ହୃଦୟ ମାର୍ଜନ କରିବା ବିନା ଆଧ୍ୟାତ୍ମିକ ଜ୍ଞାନ ବୁଝିବା ଏବଂ ପ୍ରାପ୍ତ କରିବା ଅତ୍ୟନ୍ତ କଷ୍ଟକର । ଏହି ସମସ୍ତ ସୁଧାରାତ୍ମକ ଉପାୟ - ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ତ - ସେଗୁଡ଼ିକ କେବଳ ମାର୍ଜନ ପଦ୍ଧତି ଅଟନ୍ତି । ଏବଂ ଭକ୍ତି ମଧ୍ୟ ଏକ ମାର୍ଜନ ପଦ୍ଧତି ଅଟେ, ବିଧି - ଭକ୍ତି । କିନ୍ତୁ ବିଗ୍ରହ ପୂଜାରେ ନିଜକୁ ନିଯୁକ୍ତ କରିବା ଦ୍ଵାରା, ସେ ମଧ୍ୟ ଶୁଦ୍ଧ ହୋଇଯାଏ । ତତ୍ - ପରତ୍ଵେ...ସର୍ବୋପାଧି... ଏବଂ ସେ ଏହା ବୁଝିବାରେ ପ୍ରବୃଦ୍ଧ କିମ୍ଵା ଉଚ୍ଚସ୍ଥରୀୟ ହୋଇଯାଏ ଯେ ସେ ହେଉଛି କୃଷ୍ଣଙ୍କର ଶାଶ୍ଵତ ସେବକ, ସେ ଶୁଦ୍ଧ ହୋଇଯାଏ । ସେ ଶୁଦ୍ଧ ହୋଇଯାଏ । ସର୍ବୋପାଧି ଅର୍ଥାତ୍ ସେ କରେ ନାହିଁ...ସର୍ବୋପାଧି । ସେ ତାର ପଦବୀକୁ ବାହାର କରିଦେବାକୁ ଚେଷ୍ଟା କରେ, ଯେ "ମୁଁ ଆମେରିକୀୟ," "ମୁଁ ଭାରତୀୟ," "ମୁଁ ଏହା," "ମୁଁ ତାହା ।" ତେଣୁ ଏହିପରି ଭାବରେ, ତୁମେ ଯେତେବେଳେ ଜୀବନର ଏହି ଶାରୀରିକ ଧାରଣାକୁ ପୂର୍ଣ୍ଣ ରୂପରେ ବାହାର କରିଦିଅ, ତାପରେ ନିର୍ମଳମ୍ । ସେ ନିର୍ମଳ ହୋଇଯାଏ, ପବିତ୍ର । ଏବଂ ଯେତେପର୍ଯ୍ୟନ୍ତ ଜୀବନର ଏହି ଧାରଣା ରହିଥିବ ଯେ "ମୁଁ ଏହା," "ମୁଁ ତାହା," ସେ ତଥାପି... ସ ଭକ୍ତଃ ପ୍ରକୃତଃ ସ୍ମୃତଃ । (ଏକ ପାଖକୁ:) ଠିକରେ ବସ, ନା ସେପରି ନୁହେଁ । ସ ଭକ୍ତଃ ପ୍ରକୃତଃ ସ୍ମୃତଃ । ଅର୍ଚାୟାମ୍ ଏବ ହରୟେ... ଏପରିକି ଏହି ପ୍ରକ୍ରିୟାରେ, ଯେତେବେଳେ ସେମାନେ ବିଗ୍ରହ ପୂଜାରେ ନିଯୁକ୍ତ ହେବେ, ଅର୍ଚାୟମ୍ ହରୟେ ୟତ-ପୂଜାଂ ଶ୍ରଦ୍ଧାୟେହତେ, ବହୁତ ଭକ୍ତିରେ କରିବା, କିନ୍ତୁ ନ ତଦ ଭକ୍ତେଷୁ ଚାନ୍ୟେଷୁ, କିନ୍ତୁ ତାର ଅନ୍ୟ ଲୋକମାନଙ୍କ ପ୍ରତି କୌଣସି ସହାନୁଭୁତି ନାହିଁ କିମ୍ଵା ସେ ଜାଣି ନାହିଁ ଜଣେ ଭକ୍ତର ସ୍ଥିତି କ'ଣ, ତାପରେ ସ ଭକ୍ତଃ ପ୍ରକୃତଃ ସ୍ମୃତଃ: "ତାକୁ ଭୌତିକ ଭକ୍ତ କୁହାଯାଏ, ଭୌତିକ ଭକ୍ତ ।" ତେଣୁ ଆମକୁ ଭୌତିକ ଭକ୍ତି ସ୍ତରରୁ ନିଜକୁ ଉପରକୁ ଉଠାଇବାକୁ ହେବ ଦ୍ଵିତୀୟ ସ୍ତରକୁ ଯେଉଁଠାରେ ଜଣେ ବୁଝିପାରିବ ଭକ୍ତ କ'ଣ, ଅଭକ୍ତ କ'ଣ, ଭଗବାନ୍ କ'ଣ, ନାସ୍ତିକ କ'ଣ । ଏହି ଅନ୍ତର ସେଠାରେ ଅଛି । ଏବଂ ପରମହଂସ ସ୍ତରରେ ଏପରି କୌଣସି ଭେଦଭାବ ନାହିଁ । ସେ ଦେଖନ୍ତି ସମସ୍ତେ ଭଗବାନଙ୍କର ସେବାରେ ନିଯୁକ୍ତ । ସେ କାହାକୁ ଈର୍ଷା କରନ୍ତି ନାହିଁ, ସେ କିଛି ଦେଖନ୍ତି ନାହିଁ, କାହାକୁ ଭି । କିନ୍ତୁ ତାହା ଅନ୍ୟ ଏକ ସ୍ତର ଅଟେ । ଆମେ ନକଲ କରିବା ଉଚିତ୍ ନୁହେଁ, ନକଲ କରିବାର ଚେଷ୍ଟା, କିନ୍ତୁ ଆମେ ବୁଝିପାରିବା ଯେ ପରମହଂସ ହେଉଛି ପୂର୍ଣ୍ଣତାର ଉଚ୍ଚତମ ସ୍ତର ଅଟେ । ଜଣେ ପ୍ରଚାରକ ଭାବେ ଆମକୁ ଦେଖେଇବାକୁ ପଡ଼େ...ଯେପରି ମୁଁ ଏହି ବାଳକକୁ କହିଲି, "ତୁମେ ଏପରି ବସ ।" କିନ୍ତୁ ଜଣେ ପରମହସଂ କୁହନ୍ତି ନାହିଁ । ଜଣେ ପରମହଂସ, ବରଂ, ସେ ଦେଖନ୍ତି: "ସେ ଠିକ୍ ଅଛି ।" ସେ ଦେଖନ୍ତି । କିନ୍ତୁ ଆମେ ପରମହଂସଙ୍କୁ ନକଲ କରିବା ଉଚିତ୍ ନୁହେଁ । କାରଣ ଆମେ ପ୍ରଚାରକ ଅଟୁ, ଆମେମାନେ ଶିକ୍ଷକ, ଆମେ ପରମହଂସଙ୍କୁ ନକଲ କରିବା ଉଚିତ୍ ନୁହେଁ । ଆମକୁ ଠିକ୍ ସ୍ରୋତ, ଠିକ୍ ମାର୍ଗ କହିବାକୁ ହେବ ।

ରେବତୀନନ୍ଦନ: ଆପଣ ପରମହଂସଙ୍କ ସ୍ତରରୁ ଉପରେ ଥିବେ, ପ୍ରଭୁପାଦ ।

ପ୍ରଭୁପାଦ: ମୁଁ ତୁମଠାରୁ ବି ନୀଚ ସ୍ତରରେ ଅଛି । ମୁଁ ତୁମଠାରୁ ବି ନୀଚ ସ୍ତରରେ ଅଛି ।

ରେବତୀନନ୍ଦନ: ଆପଣ ବହୁତ ସୁନ୍ଦର । ଆପଣ ପରମହଂସ, କିନ୍ତୁ ତଥାପି, ଆପଣ ଆମକୁ ପ୍ରଚାର କରୁଛନ୍ତି ।

ପ୍ରଭୁପାଦ: ନାଁ । ମୁଁ ତୁମଠାରୁ ବି ନୀଚ ସ୍ତରରେ ଅଛି । ମୁଁ ସମସ୍ତ ପ୍ରାଣୀମାନଙ୍କ ଠାରୁ ନୀଚତର । ମୁଁ କେବଳ ମୋର ଆଧ୍ୟତ୍ମିକ ଗୁରୁଙ୍କ ଆଦେଶ ସଂପାଦନ କରୁଛି । ବାସ୍ । ତାହା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ୍ । ଭଲରେ ଚେଷ୍ଟା କର । ଉଚ୍ଚ ଆଦେଶ ସଂପାଦନ କରିବାକୁ ଭଲରେ ଚେଷ୍ଟା କର । ତାହା ପ୍ରଗତି କରିବାର ସୁରକ୍ଷିତ ମାର୍ଗ ଅଟେ । ଜଣେ ନୀଚତର ସ୍ତରରେ ରହିପାରେ, କିନ୍ତୁ ସେ ଯଦି ତାକୁ ଦିଆଯାଇଥିବା କର୍ତ୍ତବ୍ୟ ସଂପାଦନ କରିବାକୁ ଚେଷ୍ଟା କରେ, ତେବେ ସେ ପୂର୍ଣ୍ଣ ଅଟେ । ସେ ନୀଚ ସ୍ତରରେ ରହିପାରେ, କିନ୍ତୁ କାରଣ ସେ ତାକୁ ଦିଆଯାଇଥିବା କର୍ତ୍ତବ୍ୟ ସଂପାଦନ କରିବାକୁ ଚେଷ୍ଟା କରୁଛି, ତେବେ ସେ ପୂର୍ଣ୍ଣ ଅଟେ । ତାହା ହେଉଛି ବିଚାର ।