OR/Prabhupada 0065 - ସମସ୍ତେ ସୁଖୀ ହୋଇଯିବେ

Revision as of 15:35, 16 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Arrival Lecture -- Gainesville, July 29, 1971

ମହିଳା ଅତିଥି:ଅନ୍ୟ ବ୍ୟକ୍ତିମାନଙ୍କ ପାଇଁ ଆନ୍ଦୋଳନରେ ଜାଗା ଅଛି କି ଯେଉଁମାନେ ଦିନ ସାରା ହରେ କୃଷ୍ଣ ଜପ କରିବା ବଦଳରେ ପରୋକ୍ଷ ଭାବରେ କୃଷ୍ଣଙ୍କର ସେବା କରନ୍ତି?

ପ୍ରଭୁପାଦ:ନାଁ, ପ୍ରକ୍ରୟା ଏହିକି ଯେ, ଯେପରି ତୁମେ ଯଦି ବୃକ୍ଷ ମୂଲରେ ପାଣି ଢ଼ାଳ, ତହାହେଲେ ସେହି ପାଣି ପତ୍ର, ଶାଖା, ଛୋଟ ଡାଳରେ ବିତରଣ ହୋଇଯାଏ ଏବଂ ସେମାନେ ସତେଜ ରୁହଁନ୍ତି । କିନ୍ତୁ ଯଦି ତୁମେ କେବଳ ପତ୍ରରେ ପାଣି ଦେବ, ପତ୍ର ମଧ୍ୟ ଶୁଖିଯିବ, ଏବଂ ବୃକ୍ଷ ମଧ୍ୟ ଶୁଖିଯିବ । ଯଦି ତୁମେ ଖାଦ୍ୟପଦାର୍ଥ ତୁମ ପେଟରେ ପକାଅ, ତେବେ ଶକ୍ତି ତୁମ ଆଙ୍ଗୁଳି, ତୁମ ଚୁଟି, ତୁମ ନଖ ଏବଂ ପ୍ରତ୍ୟେକ ସ୍ଥାନରେ ବିତରଣ ହୋଇଯିବ । ଏବଂ ତୁମେ ଯଦି ହାତରେ ଖାଦ୍ୟପଦାର୍ଥ ନେବ ଏବଂ ପେଟରେ ପକାଇବ ନାହିଁ, ତେବେ ଏହା ବ୍ୟର୍ଥ ହୋଇଯିବ । ତେଣୁ ଏହି ସବୁ ମାନବୀୟ ସେବା ବ୍ୟର୍ଥ ଅଟେ କାରଣ ସେଥିରେ କୃଷ୍ଣ ଚେତନା ନାହିଁ । ସେମାନେ ଅନେକ ପ୍ରକାରରେ ମାନବ ସମାଜର ସେବା କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ସମସ୍ତେ ବ୍ୟର୍ଥ ପ୍ରୟାସରେ ହତାଶ ହେଉଛନ୍ତି, କାରଣ ସେଥିରେ କୃଷ୍ଣ ଚେତନା ନାହିଁ । ଏବଂ ଯଦି ଲୋକମାନଙ୍କୁ କୃଷ୍ଣ ଚେତନାଶୀଳ ହେବା ପାଇଁ ପ୍ରଶିକ୍ଷିତ କରାଯାଏ, ତେବେ ସ୍ଵୟଂଚାଳିତ ଭାବରେ ସମସ୍ତେ ସୁଖୀ ହୋଇଯିବେ । ଯେ କେହି ଯୋଗ ଦେବେ, ଯେ କେହି ଶୁଣିବେ, ଯେ କେହି ସହଯୋଗ କରିବେ - ସମସ୍ତେ ସୁଖୀ ହୋଇଯିବେ । ତେଣୁ ଆମର ପ୍ରକ୍ରିୟା ପ୍ରାକୃତିକ ପ୍ରକ୍ରିୟା ଅଟେ । ତୁମେ ଭଗବାନଙ୍କୁ ପ୍ରେମ କର, ଏବଂ ତୁମେ ଯଦି ବାସ୍ତବରେ ଭଗବାନଙ୍କୁ ପ୍ରେମ କରିବାରେ ଦକ୍ଷ ଅଟ, ସ୍ଵାଭାବିକ ଭାବରେ ତୁମେ ସମସ୍ତଙ୍କୁ ପ୍ରେମ କରିବ । ଯେପରିକି କୃଷ୍ଣ ଚେତନାଶୀଳ ବ୍ୟକ୍ତି, କାରଣ ସେ ଭଗବାନଙ୍କୁ ପ୍ରେମ କରେ, ସେ ପଶୁମାନଙ୍କୁ ମଧ୍ୟ ପ୍ରେମ କରେ । ସେ ପକ୍ଷୀ, ପଶୁମାନଙ୍କୁ, ସମସ୍ତଙ୍କୁ ପ୍ରେମ କରେ । କିନ୍ତୁ ତଥାକଥିତ ମାନବୀୟ ପ୍ରେମ ଅର୍ଥାତ୍ ସେମାନେ ଜଣେ ମନୁଷ୍ୟକୁ ପ୍ରେମ କରନ୍ତି, କିନ୍ତୁ ପଶୁମାନଙ୍କୁ ହତ୍ୟା କରାଯାଉଛି । କାହିଁକି ସେମାନେ ପଶୁମାନଙ୍କୁ ପ୍ରେମ କରୁନାହାଁନ୍ତି? କାରଣ ଅପୂର୍ଣ୍ଣତା । କିନ୍ତୁ କୃଷ୍ଣ ଚେତନାଶୀଳ ବ୍ୟକ୍ତି କୌଣସି ପଶୁକୁ ମାରିବ ନାହିଁ ବା ଏପରିକି ପଶୁକୁ ଅସୁବିଧାରେ ମଧ୍ୟ ପକେଇବ ନାହିଁ । କିନ୍ତୁ ତାହା ସାର୍ବଜନୀନ ପ୍ରେମ ଅଟେ । ଯଦି ତୁମେ କେବଳ ତୁମ ଭାଇ ଏବଂ ଭଉଣୀକୁ ପ୍ରେମ କର, ତାହା ସାର୍ବଜନୀନ ପ୍ରେମ ନୁହେଁ । ସାର୍ବଜନୀନ ପ୍ରେମ ଅର୍ଥାତ୍ ସମସ୍ତଙ୍କୁ ପ୍ରେମକରିବା । ସେହି ସାର୍ବଜନୀନ ପ୍ରେମ କୃଷ୍ଣ ଚେତନାଦ୍ଵାରା ବିକସିତ କରାଯାଇପାରିବ, ଅନ୍ୟଥା କରାଯାଇପାରିବ ନାହିଁ ।

ମହିଳା ଅତିଥି: ମୁଁ ଜାଣିଛି କେତେ ଭକ୍ତଙ୍କୁ ସମ୍ପର୍କ ବିଛିନ୍ନ କରିବାକୁ ପଡ଼ିଲା, ସେମାନଙ୍କର ଭୌତିକ ଜଗତର ମାତା ପିତାଙ୍କ ସହିତ, ଏବଂ ଏହା କିଛି ମାତ୍ରାରେ ସେମାନଙ୍କୁ ଦୁଃଖ ଦେଇଥିଲା । କାରଣ ସେମାନଙ୍କର ମାତା ପିତା ଏହା ବୁଝିପାରିଲେ ନାହିଁ । ବର୍ତ୍ତମାନ ଆପଣ ସେମାନଙ୍କୁ କ'ଣ କହିବା ଏହି ସ୍ଥିତିକୁ ସହଜ କରିବା ପାଇଁ?

ପ୍ରଭୁପାଦ: ଠିକ୍ ଅଛି, ଏକ ବାଳକ ଯିଏ କୃଷ୍ଣ ଚେତନାରେ ଅଛି, ସେ ତାର ମାତା ପିତା, ପରିବାର, ଦେଶବାସୀ, ସମାଜକୁ ସବୁଠାରୁ ଭଲ ସେବା ଦେଉଛି । କୃଷ୍ଣ ଚେତନାଶୀଳ ନ ହୋଇ, ସେ କେଉଁ ସେବା ତାଙ୍କର ମାତା ପିତାଙ୍କୁ ଦେବ? ସେମାନେ ଅଧିକାଂଶ ବିଛିନ୍ନ ଅଟନ୍ତି । କିନ୍ତୁ, ଯେପରି ପ୍ରହଲ୍ଲାଦ ମହାରାଜା ଜଣେ ମହାନ୍ ଭକ୍ତ ଥିଲେ ଏବଂ ତାଙ୍କର ପିତା ଜଣେ ମାହାନ୍ ଅଭକ୍ତ ଥିଲେ, ଏତେ ବେଶୀ ଯେ ତାଙ୍କ ପିତାଙ୍କର ବଧ ନୃସିଂହଦେବଙ୍କ ଦ୍ଵାରା ହୋଇଥିଲା, କିନ୍ତୁ ଯେତେବେଳେ ପ୍ରହଲ୍ଲାଦ ମହାରାଜାଙ୍କୁ ଭଗବାନଙ୍କ ଦ୍ଵାରା ଆଦେଶ ଦିଆଗଲା କିଛି ବରଦାନ ନେବା ପାଇଁ, ସେ କହିଲେ ଯେ "ମୁଁ ଏକ ବ୍ୟବସାୟୀ ନୁହେଁ, ମହାଶୟ, ଯେ ଆପଣଙ୍କୁ କିଛି ସେବା ଦେଇ ମୁଁ କିଛି ଫେରସ୍ତ ନେବି । ଦୟାକରି ମୋତେ କ୍ଷମା କରିବେ ।" ନୃରସିଂହଦେବ ଅତ୍ୟନ୍ତ ସନ୍ତୁଷ୍ଟ ହେଲେ: "ଏଠାରେ ଏକ ଶୁଦ୍ଧ ଭକ୍ତ ଅଛି ।" କିନ୍ତୁ ସେହି ଶୁଦ୍ଧ ଭକ୍ତ ଭଗବାନଙ୍କୁ ଅନୁରୋଧ କରିଲେ, "ହେ ଭଗବାନ, ମୋର ପିତା ନାସ୍ତିକ ଥିଲେ, ଏବଂ ସେ ଅନେକ ଅପରାଧ କରିଛନ୍ତି, ତେଣୁ ମୁଁ ଭିକ୍ଷା ମାଗୁଛି ଯେ ମୋ ପିତାଙ୍କୁ ମୁକ୍ତି ମିଳୁ ।" ଏବଂ ନୃସିଂହଦେବ କହିଲେ, "ତୁମର ପିତା ପୂର୍ବରୁ ମୁକ୍ତ ହୋଇଯାଇଛନ୍ତି କାରଣ ତୁମେ ତାଙ୍କର ପୁତ୍ର ଅଟ ।" ତାଙ୍କର ସମସ୍ତ ଅପରାଧ ଥିଲେ ମଧ୍ୟ, ସେ ମୁକ୍ତ ଅଟନ୍ତି, କରଣ ତୁମେ ତାଙ୍କର ପୁତ୍ର ଅଟ । କେବଳ ତୁମର ପିତା ନୁହଁନ୍ତି, ତୁମ ପିତାଙ୍କର ପିତା, ତାଙ୍କର ପିତା ସାତ ପୀଢ଼ି ପର୍ଯ୍ୟନ୍ତ, ସେମାନେ ସମସ୍ତେ ମୁକ୍ତ ଅଟନ୍ତି । ତେଣୁ ଯଦି ଜଣେ ଵୈଷ୍ଣବ ଏକ ପରିବାରରେ ଗନ୍ମ ଗ୍ରହଣ କରେ, ସେ କେବଳ ତାର ପିତାଙ୍କୁ ମୁକ୍ତି ଦିଏ ନାହିଁ, କିନ୍ତୁ ତାଙ୍କ ପିତା, ତାଙ୍କ ପିତା, ତାଙ୍କ ପିତା, ଏହିପରି ଭାବରେ । କିନ୍ତୁ କୃଷ୍ଣ ଚେତନାଶୀଳ ହେବା ପରିବାର ପାଇଁ ସବୁଠାରୁ ଭଲ ସେବା ଅଟେ । ବାସ୍ତବରେ, ଏହା ଘଟିଛି । ମୋର ଜଣେ ଛାତ୍ର, କାର୍ତ୍ତିକେୟ, ତାର ମାତା ସମାଜ ପ୍ରତି ଅତ୍ୟନ୍ତ ଆସକ୍ତ ଥିଲେ, ଯେ ଯେତେବେଳେ ସେ ତାର ମାତାଙ୍କୁ ଦେଖିବାକୁ ଚାହୁଁଥିଲା, ମା କହୁଥିଲେ, "ବସିଯାଅ । ମୁଁ ନୃତ୍ୟ ସମାହାରକୁ ଯାଉଛି ।" ଏହି ସମ୍ପର୍କ ଥିଲା । ତଥାପି, କାରଣ ସେ, ଏହି ବାଳକ, କୃଷ୍ଣ ଚେତନାଶୀଳ ଅଟେ, ସେ କୃଷ୍ଣଙ୍କ ବିଷୟରେ ଅନେକ ଥର ତାର ମାତା ସହିତ କଥା ହୋଇଛି । ମୃତ୍ୟୁ ସମୟରେ ମାତା ପୁତ୍ରକୁ ପଚାରିଲେ, "ତୁମର କୃଷ୍ଣ କାହାଁନ୍ତି? ସେ ଏଠାରେ ଅଛନ୍ତି କି?" ଏବଂ ସେ ତୁରନ୍ତ ମୃତ୍ୟୁବରଣ କରିଲେ । ତାହା ମାନେ ସେ ମୃତ୍ୟୁ ସମୟରେ କୃଷ୍ଣଙ୍କୁ ମନେ ପକେଇଲେ, ଏବଂ ତୁରନ୍ତ ସେ ମୁକ୍ତ ହୋଇଗଲେ । ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଯଂ ଯଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍ (BG 8.6) । ମୃତ୍ୟୁ ସମୟରେ ଯଦି କେହି କୃଷ୍ଣଙ୍କୁ ସ୍ମରଣ କରେ, ତେବେ ଜୀବନ ସଫଳ ଅଟେ । ତେଣୁ ଏହି ମାତା, ପୁତ୍ର ଯୋଗୁଁ, କୃଷ୍ଣ ଚେତନାଶୀଳ ପୁତ୍ର, ସେ ମୁକ୍ତି ପାଇଲେ, କୃଷ୍ଣ ଚେତନାକୁ ଆସିବା ବିନା । ତେଣୁ ଏହା ହେଉଛି ଲାଭ ।