OR/Prabhupada 0068 - ସମସ୍ତଙ୍କୁ କାମ କରିବାକୁ ପଡ଼େ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0068 - in all Languages Category:OR-Quotes - 1975 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in USA]]
[[Category:OR-Quotes - in USA]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0067 - ଗୋସ୍ଵାମୀମାନେ କେବଳ ଦୁଇ ଘଣ୍ଟା ଶୋଉଥିଲେ|ପୂର୍ବ ପୃଷ୍ଠା - ବିଡିଓ 0067|OR/Prabhupada 0069 - ମୁଁ ମରିବି ନାହିଁ|ପର ପୃଷ୍ଠା - ବିଡିଓ 0069}}
{{1080 videos navigation - All Languages|Oriya|OR/Prabhupada 0067 - ଗୋସ୍ଵାମୀମାନେ କେବଳ ଦୁଇ ଘଣ୍ଟା ଶୋଉଥିଲେ|0067|OR/Prabhupada 0069 - ମୁଁ ମରିବି ନାହିଁ|0069}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|l_zQXJRQgzE|ସମସ୍ତଙ୍କୁ କାମ କରିବାକୁ ପଡ଼େ<br />- Prabhupāda 0068}}
{{youtube_right|1cBvbMQM5kA|ସମସ୍ତଙ୍କୁ କାମ କରିବାକୁ ପଡ଼େ<br />- Prabhupāda 0068}}
<!-- END VIDEO LINK -->
<!-- END VIDEO LINK -->



Latest revision as of 15:37, 16 October 2018



Lecture on SB 6.1.45 -- Laguna Beach, July 26, 1975

ନିତାଇ: "ଏହି ଜୀବନରେ କୌଣସି ବ୍ୟକ୍ତି ଯେତେ ମାତ୍ରାରେ ବିଭିନ୍ନ କାର୍ଯ୍ୟ କରେ, ଧାର୍ମିକ କିମ୍ଵା ଅଧାର୍ମିକ, ପରବର୍ତ୍ତୀ ଜୀବନରେ ମଧ୍ୟ, ସେହି ବ୍ୟକ୍ତି, ସେହି ମାତ୍ରାରେ, ସେହି ବିଭିନ୍ନତା ସହିତ, ନିଜ କର୍ମ ଅନୁସାରେ ସେ ଉପଭୋଗ କରିବ କିମ୍ଵା ପୀଡ଼ିତ ହେବ । ପ୍ରଭୁପାଦ:

ଯେନ ଯାବାନ୍ ଯଥାଧର୍ମୋ
ଧର୍ମୋ ବେହ ସମୀହିତଃ
ସ ଏବ ତତଫଳଂ ଭୁନ୍କତେ ତଥା
ତାବଦ ଅମୁତ୍ର ବୈ
(SB 6.1.45)

ତେଣୁ ଅାମେ ପୁର୍ବ ଶ୍ଳୋକରେ ଆଲୋଚନା କରିଥିଲୁ, ଦେହବାନ ନ ହୟକର୍ମ-କୃତ ଯାହାକୁ ଏହି ଭୌତିକ ଶରୀର ମିଳିଛି, ତାକୁ କାମ କରିବାକୁ ପଡ଼ିବ । ସମସ୍ତଙ୍କୁ କାମ କରିବାକୁ ପଡ଼େ । ଆଧ୍ୟାତ୍ମିକ ଶରୀରରେ ମଧ୍ୟ ତୁମକୁ କାମ କରିବାକୁ ପଡ଼ିବ । ଭୌତିକ ଶରୀରରେ ମଧ୍ୟ ତୁମକୁ କାମ କରିବାକୁ ପଡ଼ିବ । କାରଣ ଆତ୍ମାର ସିଦ୍ଧାନ୍ତ ହେଉଛି କାମ କରିବା - ଆତ୍ମା ହେଉଛି ଜୀବିତ ଶକ୍ତି - ତେଣୁ ସେ ବ୍ୟସ୍ତ ଅଟେ । ଜୀବିତ ଶରୀର ଅର୍ଥାତ୍ ଚଳନ । କାମ ତ ଅଛି । ସେ ଅଳସୁଆ ଭାବେ ବସିପାରିବ ନାହିଁ । ଭଗବଦ୍ ଗୀତାରେ ଏହା କୁହାଯାଇଛି, "କ୍ଷଣକ ପାଇଁ ମଧ୍ୟ କେହି ନିଷ୍କ୍ରୟ ରହିପାରିବେ ନାହିଁ । ତାହା ଜୀବିତ ହେବାର ଲକ୍ଷଣ ଅଟେ । ତେଣୁ ଏକ ନିର୍ଦ୍ଧିଷ୍ଟ ଶରୀର ଅନୁସାରେ ଏହି କାମ ହେଉଛି । କୁକୁର ମଧ୍ୟ ଦୌଡ଼ୁଛି, ଏବଂ ଏକ ମନୁଷ୍ୟ ମଧ୍ୟ ଦୌଡ଼ୁଛି। କିନ୍ତୁ ଏକ ମନୁଷ୍ୟ ନିଜକୁ ଭାରୀ ସଭ୍ୟ ଭାବେ କାରଣ ସେ ମୋଟର ଗାଡ଼ିରେ ଦୌଡ଼ୁଛି । ସେମାନେ ଦୁଇଜଣ ଦୌଡ଼ୁଛନ୍ତି, କିନ୍ତୁ ମନୁଷ୍ୟକୁ ଏକ ନିର୍ଦ୍ଧିଷ୍ଟ ପ୍ରକାରର ଶରୀର ମିଳିଛି ଯାହା ଦ୍ଵାରା ସେ ଏକ ଯାନ କିମ୍ଵା ସାଇକେଲ ତିଆରି କରିପାରିବ, ଏବଂ ତାକୁ ଚଲେଇ ପାରିବ । ସେ ଭାବୁଛି ଯେ "ମୁଁ କୁକୁର ଠାରୁ ମଧ୍ୟ ଅଧିକ ଗତିରେ ଦୌଡ଼ୁଛି; ସେଥିପାଇଁ ମୁଁ ସଭ୍ୟ ଅଟେ । ଏହା ହେଉଛି ଆଧୁନିକ ମାନସିକତା । ସେ ଜାଣି ନାହିଁ ଯେ ଏହି ଦୁଇ ପ୍ରକାରର ଦୌଡ଼ିବା ମଧ୍ୟରେ ଅନ୍ତର କ'ଣ ପଚାଶ ମାଇଲ୍ ଗତି କିମ୍ଵା ପାଞ୍ଚ ମାଇଲ୍ ଗତି କିମ୍ଵା ପାଞ୍ଚ ହଜାର ମାଇଲ୍ ଗତି କିମ୍ଵା ପାଞ୍ଚ ଲକ୍ଷ ମାଇଲ୍ ଗତିରେ । ‍ମହାକାଶ ଅସୀମିତ ଅଟେ । ଯେଉଁ ଗତି ତୁମେ ଆବିଷ୍କାର କରୁଛ, ତାହା ଏବେ ବି ଅଯଥେଷ୍ଟ ଅଟେ । ଏବେ ବି ଅଯଥେଷ୍ଟ ।

ତେଣୁ ଏହା ଜୀବନ ନୁହେଁ, ଯେ "କାରଣ ମୁଁ କୁକୁର ଠାରୁ ମଧ୍ୟ ଅଧିକ ଗତିରେ ଦୌଡ଼ୁଛି, ସେଥିପାଇଁ ମୁଁ ସଭ୍ୟ ଅଟେ ।"

ପଂଥସ୍ ତୁ କୋଟି-ଶତ-ବତ୍ସର-ସଂପ୍ରଗମ୍ୟୈ
ବାଯୈ ଅଥାପି ମନସୈ ମୁନି ପୁଂଗବାନା
ସୈପ୍ୟ ଅତ୍ସି ଯତ୍-ପ୍ରପଦ-ସୀନ୍ମି ଅବିଚିନ୍ତ୍ୟ-ତତ୍ଵେ
ଗୋବିନ୍ଦମ୍ ଆଦି ପୁରୁଷଂ ତମ୍ ଅହଂ ଭଜାମି
(Bs. 5.34)

ଆମର ଗତି...ଗତି କେଉଁଥି ପାଇଁ? କାରଣ ଅମେ ଏକ ନିଶ୍ଚିତ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାକୁ ଚାହୁଁଛୁ, ତାହା ତାର ଗତି ଅଟେ । ତେଣୁ ବାସ୍ତବିକ ଗନ୍ତବ୍ୟ ସ୍ଥାନ ଗୋବିନ୍ଦ ଅଟନ୍ତି, ବିଷ୍ଣୁ । ଏଵଂ ନ ତେ ଵିଦୁଃ ସ୍ଵାର୍ଥ-ଗତିଂ ହି ବିଷ୍ଣୁ । ସେମାନେ ବିଭିନ୍ନ ଗତିରେ ଦୌଡ଼ୁଛନ୍ତି, କିନ୍ତୁ ସେମାନେ ଗନ୍ତବ୍ୟ ସ୍ଥାନ କ'ଣ ଜାଣି ନାହାଁନ୍ତି । ଆମ ଦେଶରେ ଏକ ବଡ଼ କବି, ରବିନ୍ଦ୍ରନାଥ ଟେଗୋର, ସେ ଏକ ଅନୁଛେଦ ଲେଖିଥିଲେ - ମୁଁ ତାହା ପଢ଼ିଥିଲି - ଯେତେବେଳେ ସେ ଲଣ୍ତନରେ ଥିଲେ । ତେଣୁ ତୁମ ଦେଶରେ, ପାଶ୍ଚାତ୍ୟ ଦେଶରେ, ମୋଟର ଗାଡ଼ି ଏଵଂ..., ସେମାନେ ଅଧିକ ଗତିରେ ଦୌଡ଼ୁଛନ୍ତି । ତେଣୁ ରବିନ୍ଦ୍ରନାଥ ଟେଗୋର, ସେ ଜଣେ କବି ଥିଲେ । ସେ ଭାବୁଥିଲେ ଯେ "ଏହି ଇଂରେଜମାନଙ୍କ ଦେଶ ଅତି ଛୋଟ, ଏବଂ ସେମାନେ ଏତେ ଅଧିକ ଗତିରେ ଦୌଢ଼ୁଛନ୍ତି ଯେ ସେମାନେ ସମୁଦ୍ରରେ ପଡିଯିବେ ।" ସେ ଏପରି ମନ୍ତବ୍ୟ ଦେଇଥିଲେ । ସେମାନେ କାହିଁକି ଏତେ ଦୃତ ଗତିରେ ଦୌଡ଼ୁଛନ୍ତି? ତେଣୁ ସେହିପରି, ଆମେମାନେ ନର୍କକୁ ଯିବା ପାଇଁ ଏତେ ଦୃତ ଗତିରେ ଦୌଡ଼ୁଛୁ । ଏହା ହେଉଛି ଆମର ସ୍ଥିତି, କାରଣ ଅମେ ଜାଣି ନାହୁଁ ଗନ୍ତବ୍ୟ ସ୍ଥାନ କ'ଣ । ଯଦି ଆମେ ଗନ୍ତବ୍ୟ ସ୍ଥାନ କ'ଣ ଜାଣିନାହୁଁ ଏବଂ ମୁଁ ଅଧିକ ଗତିରେ ମୋ ଗାଡ଼ି ଚଲେଇବାକୁ ଚେଷ୍ଟା କରୁଛି, ତେବେ ଏହାର ପରିଣାମ କ'ଣ ହେବ? ପରିଣାମ ଦୁର୍ଦ୍ଦଶା ହେବ । ଆମେ ଜାଣିବା ଉଚିତ୍ ଆମେ କାହିଁକି ଦୌଡ଼ୁଛୁ । ଯେପରି ନଦୀ ଅଧିକ ପ୍ରଭାବରେ ଗତି କରୁଛି, କିନ୍ତୁ ଗନ୍ତବ୍ୟ ସ୍ଥାନ ହେଉଛି ସମୁଦ୍ର । ଯେତେବେଳେ ନଦୀ ସମୁଦ୍ରକୁ ଆସେ, ତେବେ ତାର ଗନ୍ତବ୍ୟ ସ୍ଥାନ ରହେ ନାହିଁ । ତେଣୁ ସେହିପରି, ଆମେ ଜାଣିବା ଉଚିତ୍ ଗନ୍ତବ୍ୟ ସ୍ଥାନ କ'ଣ । ଗନ୍ତବ୍ୟ ସ୍ଥାନ ହେଉଛନ୍ତି ବିଷ୍ଣୁ, ଭଗବାନ । ଆମେ ଭଗବାନଙ୍କର ଅଂଶ ବିଶେଷ ଅଟୁ । ଆମେ ମାନେ... କୌଣସି ପ୍ରକାରରେ, ଆମେମାନେ ଏହି ଭୌତିକ ଜଗତରେ ପଡିଛୁ । ସେଥିପାଇଁ ଆମ ଜୀବନର ଲକ୍ଷ୍ୟ ହେଉଛି ଘରକୁ, ଭଗବଦ୍ ଧାମକୁ ଫେରିବା । ତାହା ଆମର ଗନ୍ତବ୍ୟ ସ୍ଥାନ । ଅନ୍ୟ କୌଣସି ଗନ୍ତବ୍ୟ ସ୍ଥାନ ନାହିଁ । ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ଶିକ୍ଷା ଦିଏ ଯେ "ତୁମେ ତୁମ ଜୀବନର ଲକ୍ଷ୍ୟ ସ୍ଥିର କରି ନିଅ ।" ଏବଂ ସେହି ଜୀବନର ଲକ୍ଷ୍ୟ କ'ଣ? "ଘରକୁ ଫେରିବା, ଭଗବଦ୍ ଧାମକୁ । ତୁମେ ଏହି ପାର୍ଶ୍ଵରେ ଯାଉଛୁ, ବିପରୀତ ପାର୍ଶ୍ଵରେ, ନର୍କ ଆଡ଼କୁ । ତାହା ଗନ୍ତବ୍ୟ ସ୍ଥାନ ନୁହେଁ । ତୁମେ ଏହି ପାର୍ଶ୍ଵରେ ଯାଅ,ଭଗବଦ୍ ଧାମକୁ ଫେରିବା ।" ଏହା ଆମର ଅଧିପ୍ରଚାର ।