OR/Prabhupada 0086 - ଏତେ ଅସମାନତା କାହିଁକି ଅଛି

Revision as of 05:49, 5 November 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0086 - in all Languages Category:OR-Quotes - 1970 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Sri Isopanisad, Mantra 9-10 -- Los Angeles, May 14, 1970

ଅମେ କାହିଁକି ଏତେ ସାରା ଭିନ୍ନ ବ୍ୟକ୍ତିତ୍ଵ ପାଉଛୁ? ଯଦି ଏହା ପିତ୍ତ, କଫ, ଏବଂ ବାୟୁର ଏକ ସଂଯୋଗ ଅଟେ, ତେବେ ସେମାନେ କାହିଁକି ସମାନ ନୁହଁନ୍ତି? ତେଣୁ ସେମାନେ ଏହି ଜ୍ଞାନକୁ ବିକସିତ କରୁ ନାହାଁନ୍ତି । ଏତେ ଅସମାନତା କାହିଁକି ଅଛି? ଜଣେ ବ୍ୟକ୍ତି କୋଟିପତି ଜନ୍ମ ହୁଏ; ଅନ୍ୟ ଏକ ବ୍ୟକ୍ତି ଜନ୍ମ ହୁଏ, ସେ ଦିନକୁ ଦୁଇଥର ପୁରା ଭୋଜନ ମଧ୍ୟ କରିପାରେ ନାହିଁ ଯଦିଓ ସେ କଠିନ ସଂଘର୍ଷ କରୁଛି । କାହିଁକି ଏହି ଅସମାନତା? କାହିଁକି ଜଣେ ଅନୁକୂଳ ପରିସ୍ଥିତିରେ ଅଛି? ଅନ୍ୟ ଜଣେ କାହିଁକି ନାହିଁ? ତେଣୁ କର୍ମର ଆଇନ୍ ଅଛି, ବ୍ୟକ୍ତିତ୍ଵ । ତେଣୁ ଏହା ହେଉଛି ଜ୍ଞାନ ।

ସେଥିପାଇଁ ଇଶୋପନିଷେଦ କୁହେ ଯେ ଅନ୍ୟାଦ୍ ଏବାହୁର୍ ବିଦ୍ୟ ଯଯା ଅନ୍ୟଦ୍ ଆହୁର୍ ଅବିଦ୍ ଯଯା । ଯେଉଁମାନେ ଅଜ୍ଞାନତାରେ ଅଛନ୍ତି, ସେମାନେ ଏକ ଭିନ୍ନ ପ୍ରକାରର ଉନ୍ନତ ଜ୍ଞାନ ବିକସିତ କରୁଛନ୍ତି, ଏବଂ ଯେଉଁମାନେ ବାସ୍ତବରେ ଜ୍ଞାନରେ ଅଛନ୍ତି, ସେମାନେ ଭିନ୍ନ ପ୍ରକାରରେ ବିକସିତ କରୁଛନ୍ତି । ସାଧାରଣ ଲୋକ, ଆମର ଗତିବିଧିଗୁଡ଼ିକୁ ପସନ୍ଦ କରନ୍ତି ନାହିଁ, କୃଷ୍ଣ ଚେତନା । ସେମାନେ ଆଶ୍ଚର୍ଯ୍ୟ । ଗର୍ଗମୁନୀ ମୋତେ ଗତକାଲି ସଂଧ୍ୟାରେ କହୁଥିଲା ଯେ ଲୋକମାନେ ପଚାରନ୍ତି "ତୁମର କେଉଁଠାରୁ ଏତେ ଟଙ୍କା ପାଉଛ?" ତୁମେମାନେ ଏତେ ସାରା କାର ଏବଂ ବଡ଼ ଚର୍ଚ୍ଚ ସମ୍ପତ୍ତି କିଣୁଛ ଏବଂ ପ୍ରତିଦିନ ପଚାଶ, ଷାଠିଏ ଲୋକମାନଙ୍କର ପୋଷଣ କରୁଛ ଏବଂ ଆନନ୍ଦରେ ଅଛ । ଏହା କ'ଣ? ତେଣୁ ସେମାନେ ଆଶ୍ଚର୍ଯ୍ୟ । ଏବଂ ଆମେମାନେ ଆଶ୍ଚର୍ଯ୍ୟ କାହିଁକି ଏହି ଦୁର୍ଜନମାନେ କେବଳ ପେଟ ଭରିବା ପାଇଁ ଏତେ କଠିନ ପରିଶ୍ରମ କରୁଛନ୍ତି । ତେଣୁ ଭଗବଦ୍ ଗୀତା କୁହେ, ଯା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତି ସଂଯାମୀ । ଆମେ ଦେଖୁଛୁ ଯେ ଏହି ଲୋକମାନେ ଶୋଇଛନ୍ତି, ଏବଂ ସେମାନେ ଦେଖୁଛନ୍ତି ଯେ ଆମେମାନେ ଆମର ସମୟ ନଷ୍ଟ କରୁଛୁ । ଏହା ବିପରୀତ ମତ ଅଟେ । କାହିଁକି? କାରଣ ତାଙ୍କର କାମ ଭିନ୍ନ ଅଟେ, ଆମର କାମ ଭିନ୍ନ ଅଟେ । ବର୍ତ୍ତମାନ, ଏକ ବୁଦ୍ଧିମାନ ବ୍ୟକ୍ତି ଦ୍ଵାରା ଏହା ନିଶ୍ଚିନ୍ତ କରିବା ଉଚିତ୍ ଯେ ବାସ୍ତବରେ କାହାର କାମ ଠିକ୍ ଅଟେ ।

ଏହିସବୁ କଥା ବୈଦିକ ସାହିତ୍ୟରେ ବହୁତ ଭଲ ଭାବରେ ଆଲୋଚନା କରାଯାଇଛି । ଆଉ ଏକ ଅଛି, ଯେପରି ଏହି ଇଶୋପନିଷେଦ ଅଛି, ସେହିପରି, ଅନ୍ୟ ଏକ ଉପନିଷେଦ ଅଛି, ଗର୍ଗ ଉପନିଷେଦ । ତେଣୁ ତାହା ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ କଥା ଅଟେ, ଭାରୀ ଶିକ୍ଷିତ । ସ୍ଵାମୀ ସ୍ତ୍ରୀକୁ ଶିକ୍ଷା ଦେଉଛି । ଏତଦ୍ ବିଦିତ୍ଵା ଯଃ ପ୍ରଯାତି ସ ଏବ ବ୍ରାହ୍ମଣ ଗର୍ଗି । ଏତଦ୍ ଅବିଦିତ୍ଵା ଯଃ ପ୍ରଯାତି ସ ଏବ ବ୍ରାହ୍ମଣ କୃପଣା । ଏହି ଜ୍ଞାନର ପ୍ରକୃତ ସଂସ୍କୃତି, ଯିଏ... ସମସ୍ତେ ଜନ୍ମ ନିଅନ୍ତି ଏବଂ ସମସ୍ତେ ମରିବେ । ଏହା ବିଷୟରେ କୌଣସି ଭିନ୍ନ ମତ ନାହିଁ । ଆମେମାନେ ମରିବୁ ଏବଂ ସେମାନେ ମଧ୍ୟ ମରିବେ । ସେମାନେ କହିପାରନ୍ତି ଯେ "ତୁମେମୋନେ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି ବିଷୟରେ ଭାବୁଛ । ତେଣୁ ତୁମେ କହିବାକୁ ଚାହୁଁଛ ଯେ ଯେହେତୁ ତୁମେ କୃଷ୍ଣ ଚେତନା ଜ୍ଞାନ ବିକସିତ କରୁଛ, ତୁମେ ପ୍ରକୃତିର ଏହି ଚାରି ସିଦ୍ଧାନ୍ତରୁ ମୁକ୍ତ ହୋଇଯିବ?" ନା । ତାହା ତଥ୍ୟ ନୁହେଁ । ତଥ୍ୟ ହେଉଛି, ଗର୍ଗ ଉପନିଷେଦ କହେ, ଏତଦ୍ ବିଦିତ୍ଵା ଯଃ ପ୍ରଯାତି । ଯିଏ ସେ କ'ଣ ଏହା ଜାଣିବା ପରେ ଶରୀର ତ୍ୟାଗ କରେ, ସ ଏବ ବ୍ରାହ୍ମଣ, ସେ ବ୍ରାହ୍ମଣ ଅଟେ । ବ୍ରାହ୍ମଣ...ଆମେ ତୁମକୁ ପଇତା ଦେଉଛୁ । କାହିଁକି? ତୁମେ କେବଳ ଜୀବନର ରହସ୍ୟ କ'ଣ ତାହା ବୁଝିବାକୁ ଚେଷ୍ଟା କର । ତାହା ହେଉଛି ବ୍ରାହ୍ମଣ । ବିଜାନତଃ । ଆମେମାନେ ଏହି ଶ୍ଳୋକରେ ପଢ଼ିଛୁ, ବିଜାନତଃ । ଯିଏ ସବୁକିଛି ଯଥାର୍ତ ରୂପରେ ଜାଣିଲା ପରେ ଶରୀର ତ୍ୟାଗ କରେ, ସେ ବ୍ରାହ୍ମଣ ଅଟେ ।