OR/Prabhupada 0101 - ଆମର ସୁସ୍ଥ ଜୀବନ ହେଉଛି ଶାଶ୍ଵତ ଜୀବନକୁ ଉପଭୋଗ କରିବା

Revision as of 09:42, 5 November 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0101 - in all Languages Category:OR-Quotes - 1974 Category:OR-Quotes - Con...")
(diff) ← Older revision | Latest revision (diff) | Newer revision → (diff)


Press Conference -- April 18, 1974, Hyderabad

ଅତିଥି(୧): କୃଷ୍ଣ ଚେତନାର ପରମ ଲକ୍ଷ୍ୟ କ'ଣ?

ପ୍ରଭୁପାଦ: ହଁ, ପରମ ଲକ୍ଷ୍ୟ ହେଉଛି... ନା, ମୁଁ କହିବି । ପରମ ଲକ୍ଷ୍ୟ ହେଉଛି ଏହା ଜାଣିବା ଯେ ଆତ୍ମା ଏବଂ ପଦାର୍ଥ ଭିନ୍ନ ଭିନ୍ନ ଅଟନ୍ତି । ଯେପରିକି ଭୌତିକ ଜଗତ ଅଛି, ଏବଂ ଆଧ୍ୟାତ୍ମିକ ଜୀବନ ମଧ୍ୟ ଅଛି । ପରସ୍ତସ୍ମାତ୍ତୁ ଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାତ୍ସନାତନଃ (BG 8.20) । ଚିଦ୍ ଜଗତ ଶାଶ୍ଵତ ଅଟେ । ଭୌତିକ ଜଗତ କ୍ଷଣସ୍ଥାୟୀ ଅଟେ । ଆମେମାନେ ଆତ୍ମା ଅଟୁ । ଆମେମାନେ ଶାଶ୍ଵତ ଅଟୁ । ସେଥିପାଇଁ ଆମର କାମ ହେଉଛି ଚିଦ୍ ଜଗତକୁ ଫେରିବା, ନା କି ଏହି ଭୌତିକ ଜଗତରେ ରହି ଶରୀର ପରିବର୍ତ୍ତନ କରିବା ଖରାପ ରୁ ଅତିଖରାପ କିମ୍ଵା ଅତିଖରାପ ରୁ ଖରାପ କିମ୍ଵା ଭଲ । ତାହା ଆମର କାମ ନୁହେଁ । ତାହା ରୋଗ ଅଟେ । ଆମର ସୁସ୍ଥ ଜୀବନ ହେଉଛି ଶାଶ୍ଵତ ଜୀବନକୁ ଉପଭୋଗ କରିବା । ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) । ଦେଖ, ଆମର ମନୁଷ୍ୟ ଜୀବନ ସେହି ପରିପୂର୍ଣ୍ଣ ସ୍ତର ପ୍ରାପ୍ତ କରିବା ପାଇଁ ବ୍ୟବହାର କରିବା ଉଚିତ୍ - ନା କି ଆଉ ଥରେ ଏହି ଭୌତିକ ଶରୀର ପ୍ରାପ୍ତ କରିବା ପାଇଁ ଯାହାକୁ ପରିବର୍ତ୍ତନ କରିବାକୁ ପଡ଼ୁଛି । ଏହା ଜୀବନର ଲକ୍ଷ୍ୟ ଅଟେ ।

ଅତିଥି(୨): ସେହି ପୂର୍ଣ୍ଣତା ଏକ ଜୀବନରେ ସମ୍ଭବ କି?

ପ୍ରଭୁପାଦ: ହଁ, ଏକ ମୂହୁର୍ତ୍ତରେ, ଯଦି ତୁମେ ରାଜି ହୁଅ । କୃଷ୍ଣ କୁହଁନ୍ତି ଯେ

ସର୍ବଧର୍ମାନ୍ ପରିତ୍ୟଜ୍ୟ
ମାମେକଂ ଶରଣଂ ବ୍ରଜ
ଅହଂ ତ୍ଵାଂ ସର୍ବପାପେଭ୍ୟୋ
ମୋକ୍ଷୟିଷ୍ୟାମି ମା ଶୁଚିଃ
(BG 18.66)

ଅମେ ପାପକର୍ମ ହିସାବରେ ଆମର ଶରୀର ପରିବର୍ତ୍ତନ କରୁ, କିନ୍ତୁ ଯଦି ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା ଏବଂ କୃଷ୍ଣ ଚେତନା ଗ୍ରହଣ କରିବା, ତେବେ ତୁମେ ତୂରନ୍ତ ଆଧ୍ୟାତ୍ମିକ ସ୍ତରରେ ପହଁଞ୍ଚିପାରିବ ।

ମାଂ ଚ ଯୋଽବ୍ୟଭିଚାରେଣ
ଭକ୍ତି ଯୋଗେନ ସେବତେ
ସ ଗୁଣାନ୍ ସମତୀତ୍ୟୈତାନ୍
ବ୍ରହ୍ମଭୂୟାୟ କଳ୍ପତେ
(BG 14.26)

ଯଥା ଶୀଘ୍ର ତୁମେ କୃଷ୍ଣଙ୍କର ବିଶୁଦ୍ଧ ଭକ୍ତ ହୋଇଯାଅ, ତୁମେ ତୂରନ୍ତ ଏହି ଭୌତିକ ସ୍ତର ଉପରକୁ ଉଠିଯିବ । ବ୍ରହ୍ମଭୂୟାୟ କଳ୍ପତେ । ତୁମେ ଆଧ୍ୟାତ୍ମିକ ସ୍ତରରେ ରହିଯାଅ । ଏବଂ ତୁମେ ଯଦି ଆଧ୍ୟାତ୍ମିକ ସ୍ତରରେ ମୃତ୍ୟୁ ବରଣ କର, ତେବେ ତୁମେ ଚିଦ୍ ଜଗତକୁ ଯିବ ।