OR/Prabhupada 0138 - ଭଗବାନ ଭାରୀ ଦୟାଳୁ । ତୁମେ ଯାହା ଇଛା କର, ସେ ପୁରା କରନ୍ତି

Revision as of 18:18, 15 November 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0138 - in all Languages Category:OR-Quotes - 1975 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Ratha-yatra -- Philadelphia, July 12, 1975

ଭଉଣୀ ଏବଂ ଭାଈମାନେ, ପ୍ରଥମେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣେଇବାକୁ ଚାହୁଁଛି, ଏହି ମହାନ ସହରର ନିବାସୀମାନେ, ଫିଲାଡେଲଫିଆ । ଆପଣମାନେ ଭାରୀ ଦୟାଳୁ, ଉତ୍ସାହି, କି ଏହି ଆନ୍ଦୋଳନରେ ଭାଗ ନେଲେ । ତେଣୁ ମୁଁ ବହୁତ ଉପକୃତ ଅଟେ । ମୁଁ ବିଶେଷ କରି ଆମେରିକୀୟ ବାଳକ ଏବଂ ବାଳିକାମାନଙ୍କ ନିକଟରେ ଉପକୃତ ଯେଉଁମାନେ ମୋତେ ଏତେ ସାହାର୍ଯ୍ୟ କରିଲେ କୃଷ୍ଣ ଚେତନା ଆନ୍ଦୋଳନ ପଶ୍ଚିମୀ ଦେଶମାନଙ୍କରେ ପ୍ରସାରିତ କରିବା ପାଇଁ । ମୁଁ ଏହି କୃଷ୍ଣ ଚେତନା ଆନ୍ଦୋଳନ ପଶ୍ଚିମୀ ଦେଶମାନଙ୍କରେ ପ୍ରଚାର କରିବା ପାଇଁ ମୋ ଗୁରୁ ମାହାରାଜଙ୍କ ଠାରୁ ଆଦେଶ ପାଇଥିଲି । ତେଣୁ ୧୯୬୫ ରେ ମୁଁ ପ୍ରଥମେ ନ୍ୟୁୟର୍କ ଆସିଥିଲି । ତାପରେ ୧୯୬୬ ରେ ଏହି ସମାଜ ନିୟମିତ ରୂପରେ ନ୍ୟୁୟର୍କରେ ପାଞ୍ଚିକୃତ କରାଗଲା, ଏବଂ ୧୯୬୭ ରୁ ଏହି ଆନ୍ଦୋଳନ ଆମେରିକା, ଇଉରୋପ, କାନାଡାରେ ଚାଲିଛି, ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏବଂ ପୁରା ବିଶ୍ଵରେ ।

ତେଣୁ ମୁଁ ଏହି ଆନ୍ଦୋଳନ,କୃଷ୍ଣ ଚେତାନା ବିଷୟରେ ଅଳ୍ପ ସୂଚନା ଦେଇ ପାରେ । କୃଷ୍ଣ, ଏହି ଶଦ୍ଦ, ଅର୍ଥାତ୍ ସର୍ବ ଆକର୍ଷକ । କୃଷ୍ଣ କେବଳ ମନୁଷ୍ୟ ନୁହଁ, ସମସ୍ତ ଜୀବମାନଙ୍କ ପାଇଁ ଆକର୍ଷକ । ଏପରିକି ପଶୁ, ପକ୍ଷୀ, ମହୁମାଛି, ବୃକ୍ଷ, ଫୁଲ, ଫଳ, ଜଳ । ତାହା ବୃନ୍ଦାବନର ଛବି ଅଟେ । ଏହା ହେଉଛି ଭୌତିକ ଜଗତ । ଆଧ୍ୟାତ୍ମିକ ଜଗତର କୌଣସି ଅନୁଭୁତି ଆମର ନାହିଁ । କିନ୍ତୁ ଆମେ ଏକ ଆଭାସ ପାଇପାରିବା, ଆତ୍ମା କ'ଣ ଏବଂ ପଦାର୍ଥ କ'ଣ ।

ଟିକିଏ ବୁଝିବାକୁ ଚେଷ୍ଟା କର ଜୀବିତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତି ମଧ୍ୟରେ ଅନ୍ତର । ମୃତ ଶରୀର ଅର୍ଥାତ୍ ଯଥା ଶୀଘ୍ର ଶରୀର ମଧ୍ୟରେ ଥିବା ଆତ୍ମା ଛାଡ଼ି ଚାଲିଯାଏ, ତେବେ ଏହା ମୃତ ପଦାର୍ଥ ହୋଇଯାଏ, ବେକାର । ଏବଂ ଯେତେ ପର୍ଯ୍ୟନ୍ତ ଆତ୍ମା ଅଛି, ସେପର୍ଯ୍ୟନ୍ତ ଶରୀର ବହୁତ ମହତ୍ଵପୂର୍ଣ୍ଣ ଅଟେ । ତେଣୁ ଯେପରି ଆମେ ଏହି ଶରୀରରେ ଅନୁଭବ କରୁଛୁ, କିଛି ମୃତ ବସ୍ତୁ ଏବଂ କିଛି ଜୀବିତ, ସେହିପରି, ଦୁଇଟି ଦୁନିଆ ଅଛି: ଭୌତିକ ଜଗତ ଏବଂ ଆଧ୍ୟାତ୍ମିକ ଜଗତ । ଆମେ ଜୀବ, ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ଆମେ ଆଧ୍ୟାତ୍ମିକ ଦୁନିଆରୁ ଆସିଛୁ । ଆମର ଭୌତିକ ଦୁନିଆ ସହିତ ସମ୍ପର୍କ ନାହିଁ । ଯେ କୌଣସି ପ୍ରକାରରେ, ଆମେ ବର୍ତ୍ତମାନ ଭୋତିକ ଦୁନିଆ ଏବଂ ଭୌତିକ ଶରୀର ସହିତ ସମ୍ପର୍କିତ, ଏବଂ କଥା ଏହିକି ଯେ ଯଦିଓ ଆମେମାନେ ଶାଶ୍ଵତ ଜିବାତ୍ମା, ଏହି ଭୌତିକ ଶରୀର ସହିତ ଆମର ସମ୍ପର୍କ ଯୋଗୁଁ, ଆମକୁ ଚାରୋଟି କ୍ଲେଶ ନେବାକୁ ପଡ଼େ: ଜନ୍ମ, ମୃତ୍ୟ, ଜରା ଏବଂ ବ୍ୟାଧି । ଆମକୁ ତାହା ମଧ୍ୟରେ ଗତି କାରିବାକୁ ପଡ଼ିବ । ଏହି ଭୌତିକ ଜଗତରେ ଆମେ ଏକ ପ୍ରକାରର ଶରୀର ପାଉ, ଏବଂ ଏକ ନିର୍ଦ୍ଧିଷ୍ଟ ସ୍ତ୍ରରରେ ଏହା ଶେଷ ହୋଇଯାଏ । ଯେପରି କୌଣସି ଭୌତିକ ପଦାର୍ଥ । ଉଦାହରଣ ସ୍ଵରୂପ, ତୁମର ବସ୍ତ୍ର । ତୁମେ ଏକ ନିର୍ଦ୍ଧିଷ୍ଟ ପ୍ରକାରର ପୋଷାକ ପିନ୍ଧିଛ, କିନ୍ତୁ ଯେତେବେଳେ ଏହା, କୌଣସି କାମରେ ଆସେ ନାହିଁ, ତାପରେ ତୁମେ ଫିଙ୍ଗି ଦେଉଛ, ଅନ୍ୟ ଏକ ପୋଷାକ ନେଉଛ । ତେଣୁ ଏହି ଭୌତିକ ଶରୀର ଅତ୍ମାର ପୋଷାକ ଅଟେ । କିନ୍ତୁ କାରଣ ଆମେ ଏହି ଭୌତିକ ଦୁନିଆ ସହିତ ଆସକ୍ତ, ଆମେ ଏହି ଭୌତିକ ଦୁନିଆ ଉପଭୋଗ କରିବାକୁ ଚାହୁଁ, ଆମେ ବିଭିନ୍ନ ପ୍ରକାରର ଶରୀର ପ୍ରାପ୍ତ କରୁ । ଭଗବଦ୍ ଗୀତାରେ ଏହାକୁ ବର୍ଣ୍ଣନା କରାଯାଇଛି ଯେପରି ଏକ ଯନ୍ତ୍ର । ବାସ୍ତବରେ ଏହି ଶରୀର ହେଉଛି ଏକ ଯନ୍ତ୍ର । ଭଗବଦ୍ ଗୀତାରେ ଏହା କୁହାଯାଇଛି,

ଇଶ୍ଵର ସର୍ଭଭୂତାନାଂ
ହୃଦ୍ଦେଶେଽର୍ଜୁନ ତିଷ୍ଠତି
ଭ୍ରାମୟନ୍ ସର୍ବଭୂତାନି
ଯନ୍ତ୍ରାରୂଢ଼ାନି ମାୟାୟା
(BG 18.61)

ତେଣୁ ଆମେ ଜୀବ, ଆମେ ଇଛାକରୁ । "ମନୁଷ୍ୟ ପ୍ରସ୍ତାବ ରଖେ; ଭଗବାନ ସମାପ୍ତ କରନ୍ତି ।" ଭଗବାନ ଭାରୀ ଦୟାଳୁ । ତୁମେ ଯାହା ଇଛା କର, ସେ ପୁରା କରନ୍ତି । ଯଦିଓ ସେ କୁହଁନ୍ତି ଯେ "ଏହି ପ୍ରକାରର ଭୌତିକ ଇଛା ତୁମକୁ କେବେ ସନ୍ତୁଷ୍ଟ କରିପାରିବ ନାହିଁ," କିନ୍ତୁ ଆମେ ଚାହୁଁ । ସେଥିପାଇଁ ଭଗବାନ, କୃଷ୍ଣ, ଆମକୁ ବିଭିନ୍ନ ପ୍ରକାରର ଶରୀର ଆମର ଇଛା ପୁରଣ କରିବା ପାଇଁ ଯୋଗାଇ ଦେଉଛନ୍ତି । ଏହାକୁ ଭୌତିକ, ବଦ୍ଧ ଜୀବନ କୁହାଯାଏ । ଏହି ଶରୀର, ଇଛା ଅନୁଯାୟୀ ଶରୀର ପରିବର୍ତ୍ତନକୁ ବିକାସମୂଳକ ପ୍ରକ୍ରିୟା କୁହାଯାଏ । ବିକାସ ଦ୍ଵାରା ଅନେକ ଲକ୍ଷ ଶରୀର ଦେଇ ଆମେ ମନୁଷ୍ୟ ଶରୀରକୁ ଆସୁ । ଜଳଜା ନବ-ଲକ୍ଷ୍ୟାଣୀ ସ୍ଥାବର ଲକ୍ଷ-ବିମ୍ଶତି । ଆମେ ଜଳରେ ୯୦୦,୦୦୦ ପ୍ରଜାତି ଦେଇ ଗତି କରୁ । ସେହିପରି, ଦୁଇ ଲକ୍ଷ, ଉଦ୍ଭିଦ, ବୃକ୍ଷ ରୂପରେ । ଏହିପାରି ଭାବରେ, ପ୍ରକୃତିର ମାଧ୍ୟମରେ, ପ୍ରକୃତି ଆମକୁ ମନୁଷ୍ୟ ଜୀବନରେ ଆଣେ, କେବଳ ଚେତନାର ବିକାସ କିମ୍ଵା ଜାଗୃତ କରିବା ପାଇଁ । ପ୍ରକୃତି ଆମକୁ ସୁଯୋଗ ଦିଏ, " ବର୍ତ୍ତମାନ ତୁମେ କ'ଣ କରିବାକୁ ଚାହୁଁଛ? ବର୍ତ୍ତମାନ ତୁମେ ଉନ୍ନତ ଚେତନା ପାଇଛ । ବର୍ତ୍ତମାନ ତୁମେ ପୁନଃ ବିକାସ ପ୍ରକ୍ରିୟାରେ ଯିବାକୁ ଚାହୁଁଛ, କିମ୍ଵା ତୁମେ ଉଚ୍ଚତର ଗ୍ରହମାନଙ୍କୁ ଯିବା ପାଇଁ ଚାହୁଁଛ, କିମ୍ଵା ତୁମେ ଭଗବାନ, କୃଷ୍ଣଙ୍କ ପାଖକୁ ଯିବାକୁ ଚାହୁଁଛ, କିମ୍ଵା ତୁମେ ଏଠାରେ ରହିବାକୁ ଚାହୁଁଛ?" ଏହି ବିକଳ୍ପ ଅଛି । ଭଗବଦ୍ ଗୀତାରେ ଏହା କୁହାଯାଇଛି,

ଯାନ୍ତି ଦେବ୍ରତା ଦେବାନ୍
ପିତୄନ୍ ଯାନ୍ତି ପିତୃବ୍ରତାଃ
ଭୂତାନି ଯାନ୍ତି ଭୂତେଜ୍ୟା
ଯାନ୍ତି ମଦ୍ ଯାଜିନୋଽପି ମାମ୍
(BG 9.25)

ବର୍ତ୍ତମାନ ତୁମେ ମନୋନୀତ କର । ଯଦି ତୁମେ ଉଚ୍ଚତର ଗ୍ରହମାନଙ୍କୁ ଯିବା ପାଇଁ ଚାହୁଁଛ, ତେବେ ତୁମେ ଯାଇ ପାରିବ । ଯଦି ତୁମେ ଏଠାରେ ରହିବାକୁ ଚାହୁଁଛ, ମଧ୍ୟ ଗ୍ରହ ପ୍ରଣାଳୀରେ, ତୁମେ ତାହା କରି ପାରିବ । ଏବଂ ତୁମେ ଯଦି ନୀଚ ଗ୍ରହମାନଙ୍କୁ ଯିବାକୁ ଚାହୁଁଛ, ତାହା ତୁମେ କରି ପାରିବ । ଏବଂ ତୁମେ ଯଦି ଭଗବାନ, କୃଷ୍ଣଙ୍କ ପାଖକୁ ଯିବାକୁ ଚାହୁଁଛ, ତାହା ମଧ୍ୟ ତୁମେ କରି ପାରିବ । ଏହା ତୁମ ବିକଳ୍ପ ଉପରେ ନିର୍ଭର କରେ । ସେଥିପାଇଁ, ଅନ୍ତର କ'ଣ ଏହି ଭୌତିକ ଦୁନିଆ, ଉଚ୍ଚଗ୍ରହ ମାନଙ୍କରେ ଏବଂ ନୀଚଗ୍ରହ ମାନଙ୍କରେ, ଏବଂ ଆଧ୍ୟାତ୍ମିକ ଦୁନିଆ କ'ଣ? ଆଧ୍ୟାତ୍ମିକ ଦୁନିଆ ଅର୍ଥାତ୍ ସେଠାରେ କୌଣସି ଭୌତିକ ଉପଭୋଗ ନାହିଁ । ସବୁକୁଛି ଆତ୍ମା, ଯାହା ମୁଁ ତୁମକୁ କହିଥିଲି । ବୃକ୍ଷ, ଫୁଲ, ଫଳ, ଜଳ, ପଶୁ - ସବୁକିଛି ଆଧ୍ୟାତ୍ମିକ । ତେଣୁ ସେଠାରେ କୌଣସି ବିନାଶ ନାହିଁ । ଏହା ଶାଶ୍ଵତ ଅଟେ । ତେଣୁ ତୁମେ ଯଦି ସେହି ଆଧ୍ୟାତ୍ମିକ ଦୁନିଆକୁ ଯିବାକୁ ଚାହୁଁଛ, ତେବେ ବର୍ତ୍ତମାନ ତୁମକୁ ଏହି ମନୁଷ୍ୟ ଜୀବନର ସୁଯୋଗ ମିଳିଛି, ଏବଂ ତୁମେ ଯଦି ଏହି ଭୌତିକ ଦୁନିଆରେ ରହିବାକୁ ଚହୁଁଛ, ତେବେ ତୁମେ ତାହା କରିପାରିବ ।