OR/Prabhupada 0145 - ଆମକୁ କିଛି ପ୍ରକାରର ତପସ୍ୟା ସ୍ଵୀକାର କରିବାକୁ ପଡ଼ିବ

Revision as of 13:38, 17 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Lecture on SB 3.12.19 -- Dallas, March 3, 1975

ସ୍ଵତନ୍ତ୍ରତା ସ୍ଵଚାଳିତ ରୂପରେ ଆସେ ନାହିଁ । ଯେପରିକି ତୁମେ ରୋଗଗ୍ରସ୍ତ ଅଛ । ତୁମେ ଜ୍ଵର କିମ୍ଵା ଅନ୍ୟ କୌଣସି ଯନ୍ତ୍ରଣା ଦାୟକ ଅବସ୍ଥାର ନିୟନ୍ତ୍ରଣରେ ଅଛ, କିଛି ରୋଗ ଅଧିନରେ । ତେଣୁ ତୁମକୁ କିଛି ତପସ୍ୟା ଦେଇ ଗତି କରିବାକୁ ପଡ଼ିବ । ଯେପରି ତୁମେ ତୁମ ଶରୀରରେ ହୋଇଥିବା କିଛି ବଥରେ ପୀଡ଼ିତ । ଏହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ତେବେ ଏହାକୁ ଭଲ କରିବା ପାଇଁ, ତୁମକୁ ଶଲ୍ୟ ଚିକିତ୍ସା କରିବାକୁ ପଡ଼ିବ, ଯଦି ତୁମେ ଭଲ ହେବାକୁ ଚାହୁଁଛ । ସେଥିପାଇଁ ତପସ୍ୟା । ତାହା ହେଉଛି ତପସ୍ୟା । ତପ ଅର୍ଥାତ୍ ଯନ୍ତ୍ରଣା ଦାୟକ ସ୍ଥିତି, ତପ । ଯେପରିକି ତାପମାତ୍ରା । ଯଦି ତୁମକୁ ଅଧିକ ତାପମାତ୍ରାରେ, ୧୧୦ ଡିଗ୍ରୀରେ ରଖାଯାଏ, ତେବେ ଏହା ତୁମ ପାଇଁ ଭାରୀ ଅସହ୍ୟ ହୋଇଯିବ । ଏହା ଭାରୀ ଯନ୍ତ୍ରଣା ଦାୟକ । ଏପରିକି ଆମେ ଭାରତୀୟମାନଙ୍କ ପାଇଁ ମଧ୍ୟ - ଆମେ ଭାରତରେ ଜନ୍ମ ହୋଇଛୁ, ଗ୍ରୀଷ୍ମ ମଣ୍ଡଳ ଜଳବାୟୁ - ତଥାପି, ଯେତେବେଳେ ତାପମାତ୍ରା ଶହେ ଡିଗ୍ରିରୁ ଅଧିକ ହୋଇଯାଏ, ଏହା ଅସହ୍ୟ ହୋଇଯାଏ । ଏବଂ ତୁମ କଥା କ'ଣ କହିବା? ତୁମେ ଭିନ୍ନ ତାପମାତ୍ରାରେ ଜନ୍ମ ହୋଇଛ । ସେହିପରି, ଆମେମାନେ କମ ତାପମାତ୍ରା ସହିପାରିବୁ ନାହିଁ । ଯଦି ଏହା ପଚାଶ ଡିଗ୍ରି ତଳେ ଅଛି, ଏହା ଆମ ପାଇଁ ଅସହ୍ୟ ହୋଇଯାଏ । ତେଣୁ ବିଭିନ୍ନ ପ୍ରକାରର ଜଳବାୟୁ, ବିଭିନ୍ନ ପ୍ରକାରର ତାପମାତ୍ରା ଅଛି । ଏବଂ କାନାଡାରେ ସେମାନେ ଶୂନ୍ୟରୁ ଚାଳିଶି ଡିଗ୍ରି କମ ତାପମାତ୍ରା ସହ୍ୟ କରିପାରନ୍ତି । ତେଣୁ ଜୀବନର ବିଭିନ୍ନ ସ୍ଥିତିର ଏହା ଏକ ପ୍ରଶ୍ନ । କିନ୍ତୁ ଆମେମାନେ ଅନୁକୂଳିତ ଅଟୁ: ଉଚ୍ଚ ତାପମାତ୍ରା, କମ ତାପମାତ୍ରା, ଅଧିକ ଥଣ୍ଡା । କିନ୍ତୁ ଆମକୁ କୌଣସି ପ୍ରକାରର ଅନୁକୂଳିତ ଜୀବନ ପାଇଁ ପ୍ରଶିକ୍ଷିତ କରାଯାଇ ପାରିବ । ସେହି କ୍ଷମତା ଆମେ ପାଇଛୁ । ଏକ ବେଙ୍ଗୋଲି ଢ଼ଗ ଅଛି, ଶରୀରେ ନ ମହାଶୟ ଯ ସହବେ ତୟ ସୟ, ଅର୍ଥାତ୍ "ଏହି ଶରୀର ହେଉଛି," ଅର୍ଥାତ୍, "ଏହା କୌଣସି ସ୍ଥିତି ସହ୍ୟ କରିପାରେ, ଯଦି ତୁମେ ଅଭ୍ୟାସ କର ।" ଏହା ନୁହେଁ ଯେ, ତୁମେ ଏକ ନିର୍ଦ୍ଧିଷ୍ଟ ସ୍ଥିତିରେ ରହୁଛ, ଏବଂ ତୁମେ ଯଦି ତାହାକୁ ପରିବର୍ତ୍ତନ କରୁଛ, ଏହା ଏତେ ଅସହ୍ୟ ହୋଇଯିବ ଯେ ତୁମେ ବଞ୍ଚିପାରିବ ନାହିଁ । ନା । ଯଦି ତୁମେ ଅଭ୍ୟାସ କରିବ...

ଯେପରିକି ଆଜିକାଲି କେହି ମଧ୍ୟ ଯାଉ ନାହାଁନ୍ତି । ପୂର୍ବେ ସେମାନେ ହିମାଳୟ ପର୍ବତକୁ ଯାଉଥିଲେ, ଏବଂ ସେଠାରେ ଭାରୀ ଶୀତ ହୁଏ । ଏଵଂ ତପସ୍ୟା...ଅଭ୍ୟାସ, ବିଧି ଅଛି: ଉଚ୍ଚ ପ୍ରଖର ଖରାରେ ସାଧୁ ବ୍ୟକ୍ତି କିମ୍ଵା ମୁନୀ ଋଷିମାନେ, ସେମାନେ ଚାରି ପାଖରେ ନିଆଁ ଲଗଉଥିଲେ । ପୂର୍ବରୁ ଉଚ୍ଚ ତାପମାତ୍ରା ଅଛି, ଏବଂ ତଥାପି ସେମାନେ ଚାରି ପାଖରେ ନିଆଁ ଲଗାନ୍ତି ଏବଂ ଧ୍ୟାନ କରନ୍ତି । ଏହାକୁ ତପସ୍ୟା କୁହାଯାଏ । ଏଗୁଡ଼ିକ ତପସ୍ୟାର ଅଶଂ ଅଟେ । ସେଠାରେ ଭୀଷଣ ଗରମ ହୁଏ ଏବଂ ସେମାନେ ତାହାର ବ୍ୟବସ୍ଥା କରନ୍ତି । ସେଠାରେ ଭୀଷଣ ଥଣ୍ଡା ହୁଏ, ଶହେ ଡିଗ୍ରିରୁ କମ, ଏବଂ ସେମାନେ ଜଳ ମଧ୍ୟକୁ ଯାଆନ୍ତି ଏବଂ ଶରୀରକୁ ଏହିପରି ରଖନ୍ତି ଏବଂ ଧ୍ୟାନ କରନ୍ତି । ଏଗୁଡ଼ିକ ହେଉଛି ତପସ୍ୟାର ଅଂଶ । ତପସ୍ୟା । ତେଣୁ ପୂର୍ବେ ଭଗବତ ଅନୁଭୂତି ପାଇଁ ଲୋକମାନେ ଏହି ପ୍ରକାରର କଠୋର ତପସ୍ୟା ଦେଇ ଗତି କରୁଥିଲେ, ଏବଂ ବର୍ତ୍ତମାନ ମୂହୁର୍ତରେ ଆମେ ମାନେ ଏତେ ପତିତ, ଆମେମାନେ ଏହି ଚାରୋଟି ସିଦ୍ଧାନ୍ତ ସହ୍ୟ କରି ପାରିବା ନାହିଁ ? ଏହା ଅତ୍ୟନ୍ତ କଷ୍ଟକର କି? ଆମେ କିଛି ତପସ୍ୟା ଧାର୍ଯ୍ୟ କରୁଛୁ, ଯେ "ଏହି ସବୁ ଜିନିଷ କର ନାହିଁ । କୌଣସି ଅବୈଧ ଯୌନ ନାହିଁ, କୌଣସି ନିଶା ନାହିଁ, କୌଣସି ମାଂସ ଭକ୍ଷଣ ନାହିଁ, କୌଣସି ଜୁଆ ଖେଳ ନାହିଁ ।" ଏହି ସବୁ କୃଷ୍ଣ ଚେତନାରେ ଆଗକୁ ବଢ଼ିବା ପାଇଁ ତପସ୍ୟାର ଅଂଶ ଅଟେ । ତେଣୁ ଏହା ଭାରୀ କଷ୍ଟକର କି? ଏହା କଷ୍ଟକର ନୁହେଁ । ଯଦି ଜଣେ ଅଭ୍ୟାସ କରିବ, ଭୀଷଣ ଥଣ୍ଡାରେ ବେକ ଯାଏଁ ପାଣି ଭିତରକୁ ଯିବା, ଅବୈଧ ଯୌନ ଏବଂ ମାଂସ ଭକ୍ଷଣ ଏଵଂ ନିଶା ତ୍ୟାଗ କରିବା ଅତି କଷ୍ଟକର କି? ଆମେମାନେ ପରାମର୍ଶ ଦେଉ ନାହୁଁ, " କୌଣସି ଯୌନ ପ୍ରକ୍ରିୟା ନାହିଁ ।" ଅବୈଧ ଯୌନ ପ୍ରକ୍ରିୟା । ତେବେ ଅସୁବିଧା କେଉଁଠି ରହିଲା? କିନ୍ତୁ ଏହି ଯୁଗ ଏତେ ପତିତ ଯେ ଆମେ ଏହି ପ୍ରାଥମିକ ତପସ୍ୟା ମଧ୍ୟ କରି ପାରୁ ନାହୁଁ । ତାହା ହେଉଛି ଅସୁବିଧା । କିନ୍ତୁ ତୁମେ ଯଦି ଭଗବତ ଅନୁଭୂତି କରିବାକୁ ଚାହୁଁଛ, ଯେପରି ଏଠାରେ କୁହାଯାଇଛି, ତପସୈବ, କେବଳ ତପସ୍ୟା ଦ୍ଵାରା, ଜଣେ ଅନୁଭବ କରିପାରିବ । ଅନ୍ୟଥା ନୁହେଁ । ଅନ୍ୟଥା ଏହା ସମ୍ଭବ ନୁହେଁ । ତେଣୁ ଏହି ଶଦ୍ଦ ତପସୈବ ବ୍ୟବହାର କରାଯାଇଛି । ତପସା ଏବ: "କେବଳ ତପସ୍ୟା ଦ୍ଵାରା ।" ଅନ୍ୟ କୌଣସି ମାଧ୍ୟମ ନାହିଁ । ତପସା ଏବ ପରମ । ପରମ ଅର୍ଥାତ୍ ସର୍ବୋଚ୍ଚ ।

ଯଦି ତୁମେ ପରମକୁ ଅନୁଭବ କରିବାକୁ ଚାହୁଁଛ, ସଂପୂର୍ଣ୍ଣ, ତେବେ ତୁମକୁ ନିର୍ଦ୍ଧିଷ୍ଟ ପ୍ରକାରର ତପସ୍ୟା ପାଇଁ ଏକମତ ହେବାକୁ ପଡ଼ିବ । ଅନ୍ୟଥା ଏହା ସମ୍ଭବ ନୁହେଁ । ପ୍ରାଥମିକ ଅଳ୍ପ ତପସ୍ୟା । ଯେପରିକି ଏକାଦଶୀ । ତାହା ମଧ୍ୟ ତପସ୍ୟାର ଅଂଶ । ବାସ୍ତବରେ ଏକାଦଶୀ ଦିନ ଆମେ କୌଣସି ଖାଦ୍ୟ ଖାଇବା କଥା ନୁହେଁ, ଏପରିକି ପାଣି ମଧ୍ୟ ପିଇବା କଥା ନୁହେଁ । କିନ୍ତୁ ଆମ ସମାଜରେ ଆମେ ଏତେ କଠୋର ଭାବରେ କରୁ ନାହୁଁ । ଆମେ କହୁଛୁ, "ଏକାଦଶୀ, ତୁମେ ଶସ୍ୟ ଜାତୀୟ ଖାଦ୍ୟ ଖାଅ ନାହିଁ ।" ଅଳ୍ପ ଫଳ ଏବଂ କ୍ଷୀର ନିଅ । ଏହା ହେଉଛି ତପସ୍ୟା । ତେଣୁ ଆମେ ଏହି ତପସ୍ୟା ସମ୍ପାଦନ କରି ପାରିବା ନାହିଁ । ଯଦି ଆମେ ଏହି ଛୋଟ ଛୋଟ ଅତି ସହଜରେ ସମ୍ପାଦିତ ହେଉଥିବା ତପସ୍ୟା ପ୍ରାରମ୍ଭ କରିବା ପାଇଁ ପ୍ରସ୍ତୁତ ନାହୁଁ, ତେବେ ଆମେ କିପରି ଆଶା କରିପାରିବା ଯେ ଆମେ ଘରକୁ ଫେରି ପାରିବା, ଭଗବତ ଧାମକୁ? ନା, ତାହା ସମ୍ଭବ ନୁହେଁ । ସେଥିପାଇଁ ଏଠାରେ କୁହାଯାଇଛି, ତପସୈବ, ତାପସ୍ୟା ଏବ । ଏବ ଅର୍ଥାତ୍ ନିଶ୍ଚିତ ଭାବରେ । ତୁମକୁ କରିବାକୁ ହେବ । ବର୍ତ୍ତମାନ ଏହି ତପସ୍ୟା ସମ୍ପାଦନ କରି, ତୁମର କିଛି କ୍ଷତି ହେଉଛି କି? ତୁମର କୌଣସି କ୍ଷତି ହେଉ ନାହିଁ । ବର୍ତ୍ତମାନ, ଯେ କେହି ବାହାରୁ ଆସିବ, ସେମାନେ ଆମ ସମାଜରେ ଦେଖିବେ, ଆମର ସଦସ୍ୟ, ବାଳକ ଏବଂ ବାଳିକାମାନଙ୍କୁ । ସେମାନେ କୁହଁନ୍ତି, "ଉଜ୍ଵଳ ଚେହେରା ।" ହଁ କି ନାହିଁ ? ସେମାନେ ଅନ୍ତର ଦେଖନ୍ତି । ସାଧା ବସ୍ତ୍ରରେ ଏକ ପୂଜାରି...ମୁଁ ଲସ୍ ଏଂଜିଲସ୍ ରୁ ହୱାଇ ଯାଉଥିଲି । ଜଣେ ପୂଜାରି, ସେ ବିମାନରେ ମୋ ପାଖକୁ ଆସିଲା । ତେବେ ସେ ମୋତେ ଅନୁମତି ମାଗିଲା, "ମୁଁ ଆପଣଙ୍କ ସାଥିରେ କଥା ହୋଇପାରିବି କି?" "ହଁ, କାହିଁକି ନାହିଁ?" ତେବେ ତାର ପ୍ରଥମ ପ୍ରଶ୍ନ ଥିଲା ଯେ "ମୁଁ ଦେଖୁଛି ଆପଣଙ୍କର ଶିଷ୍ୟମାନେ ବହୁତ ଉଜ୍ଵଳ ଚେହେରା ରଖିଛନ୍ତି । ଏହା କିପରି କରାଯାଉଛି?" ସେ ଦାୟିତ୍ଵବାନ । ତେବେ କ୍ଷତି କେଉଁଠାରେ ଅଛି? ଏହି ପଥ ଦେଇ ଗତିକରି, ସମସ୍ତ ପାପି କାର୍ଯ୍ୟକଳାପକୁ ମନା କରି, ଆମେ କ୍ଷତି ଗ୍ରସ୍ତ ହୋଇ ନାହୁଁ । ଆମେ ଅତି ସରଳ ଜୀବନ ଯାପନ କରିପାରିବୁ । ଆମେ ଚଟାଣରେ ବସି ପାରିବୁ, ଆମେ ଚଟାଣରେ ଶୋଇ ପାରିବୁ । ଆମେ ଅଧିକ ଆସବାବ ଆବଶ୍ୟକ କରୁ ନାହୁଁ, ନାକି ଅଧିକ ସଂଖ୍ୟାର ସୁନ୍ଦର ପୋଷାକ । ତେଣୁ ତପସ୍ୟା ଆବଶ୍ୟକ । ଯଦି ଆମେ ଆଧ୍ୟାତ୍ମିକ ଜୀବନରେ ଉନ୍ନତି କରିବାକୁ ଚାହୁଁ, ତେବେ ଅମକୁ କିଛି ପ୍ରକାରର ତପସ୍ୟା ସ୍ଚୀକାର କରିବାକୁ ପଡ଼ିବ । ଏହି କଳି ଯୁଗରେ ଆମେ ଏପରି କଠୋର ତପସ୍ୟା ସ୍ଵୀକାର କରି ପାରିବା ନାହିଁ, ଯେପରି ଥଣ୍ଡାରେ, ଆମେ ଭିତରକୁ ଯିବା, ପାଣି ଭିତରକୁ, ବେଳେ ବେଳେ ବୁଡିବା କିମ୍ଵା ବେଳେ ବେଳେ ଉପର ପର୍ଯ୍ୟନ୍ତ, ଏବଂ ତାପରେ ଧ୍ୟାନ କରିବା କିମ୍ଵା ହରେ କୃଷ୍ଣ ଜପ କରିବା । ଏହା ସମ୍ଭବ ନୁହେଁ । ନ୍ୟୁନତମ । ତେଣୁ ତପସ୍ୟା ରହିବା ଉଚିତ୍ । ତେବେ ଏହି ଶ୍ଳୋକରେ ଆମେ ଧ୍ୟାନ ଦେବା ଉଚିତ୍ ଯେ ଯଦି ଆମେ ଭଗବତ ଅନୁଭୂତି କରିବାକୁ ଗମ୍ଭୀର ତେବେ କିଛି ପ୍ରକାରର ତପସ୍ୟା କରିବାକୁ ପଡ଼ିବ । ତାହା ଆବଶ୍ୟକ ।