OR/Prabhupada 0144 - ଏହାକୁ ମାୟା କୁହାଯାଏ



Sri Isopanisad, Mantra 2-4 -- Los Angeles, May 6, 1970

ପ୍ରକୃତେଃ କ୍ରିୟମାଣିନି
ଗୁଣୈଃ କର୍ମାଣି ସର୍ବଶଃ
ଅହଙ୍କାର ବିମୂଢ଼ାତ୍ମା
କର୍ତ୍ତାହମିତି ମନ୍ୟତେ
(BG 3.27)

ଭକ୍ତମାନଙ୍କର, କୃଷ୍ଣ ନିଜେ ଭାର ନିଅନ୍ତି, ଏବଂ ସାଧାରଣ ଜୀବମାନଙ୍କର, ଭାର ମାୟା ନିଏ । ମାୟା ମଧ୍ୟ କୃଷ୍ଣଙ୍କର ପ୍ରତିନିଧି । ଯେପରିକି ଭଲ ନାଗରିକ, ସରକାରଙ୍କ ଦ୍ଵାରା ସେମାନଙ୍କର ଧ୍ୟାନ ପ୍ରତ୍ୟକ୍ଷ ଭାବରେ ରଖାଯାଏ, ଏବଂ ଅପରାଧିମାନେ, ସେମାନଙ୍କର ଧ୍ୟାନ କାରାଗାର ବିଭାଗ ମାଧ୍ୟମରେ ସରକାରଙ୍କ ଦ୍ଵାରା ରଖାଯାଏ, ଅପରାଧି ବିଭାଗ ମାଧ୍ୟମରେ । ସେମାନଙ୍କର ମଧ୍ୟ ଧ୍ୟାନ ରଖାଯାଏ । କାରଗାରରେ ସରକାର ଧ୍ୟାନ ରଖନ୍ତି ଯେ ଯେପରି ଅପରାଧିମାନେ ଅସୁବିଧାଜନକ ସ୍ଥିତିରେ ନ ରହନ୍ତୁ - ସେମାନଙ୍କୁ ଯଥେଷ୍ଟ ଭୋଜନ ମିଳୁ; ଯଦି ସେମାନେ ଅସୁସ୍ଥ ଅଛନ୍ତି ସେମାନଙ୍କର ଚିକିତ୍ସା କରାଯାଉ । ପୁରା ଯତ୍ନ ନିଆଯାଉଛି, କିନ୍ତୁ ଦଣ୍ଡ ଅନ୍ତର୍ଗତ ଯତ୍ନ ପରି । ସେହିପରି, ଏହି ଭୌତିକ ଜଗତରେ, ନିଶ୍ଚିତ ଯତ୍ନ ଅଛି, କିନ୍ତୁ, ଏକ ଦଣ୍ଡ ସଦୃଶ । ଯଦି ତୁମେ ଏହା କରିବ, ତେବେ ଚଟକଣା । ଯଦି ତୁମେ ଏହା କରିବ, ତେବେ ଲାତ । ଯଦି ତୁମେ ଏହା କରିବ, ତେବେ ଏହା...ଏହା ଚାଲିଛି । ଏହାକୁ ତିନି ଗୁଣ ଦୁଃଖ କୁହାଯାଏ । କିନ୍ତୁ ମାୟାର ସମ୍ମୋହନ ଅଧିନରେ ଆମେ ଭାବୁଛୁ ଯେ ମାୟାର ଏହି ଲାତ ମାରିବା, ମାୟାର ଏହି ଚଟକଣି ମାରିବା, ମାୟାର ଏହି ପିଟିବା ଭାରୀ ଭଲ । ତୁମେ ଦେଖୁଛ? ଏହାକୁ ମାୟା କୁହାଯାଏ । ଏବଂ ଯଥା ଶୀଘ୍ର ତୁମେ କୃଷ୍ଣ ଚେତନାରେ ଆସୁଛ, ତେବେ କୃଷ୍ଣ ତୁମର ଯତ୍ନ ନିଅନ୍ତି । ଅହଂ ତ୍ଵାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ (BG 18.66) କୃଷ୍ଣ, ଯଥା ଶୀଘ୍ର ତୁମେ ଆତ୍ମସମର୍ପଣ କରିବ, କୃଷ୍ଣଙ୍କର ତତ୍ କାଳ ଶଦ୍ଦ ହେଉଛି "ମୁଁ ତୁମର ଧ୍ୟାନ ରଖିବି । ସମସ୍ତ ପାପ ପ୍ରତିକ୍ରୟାରୁ ମୁଁ ତୁମକୁ ରକ୍ଷା କରିବି ।" ଆମ ଜୀବନରେ ପାପ ପ୍ରତିକ୍ରିୟାର ଗଦା ଅଛି, ଭୌତିକ ଦୁନିଆରେ ଏତେ ସାରା ଜୀବନ ପରେ ଜୀବନର । ଯଥା ଶୀଘ୍ର ତୁମେ କୃଷ୍ଣଙ୍କୁ ଆତ୍ମସମର୍ପଣ କର, ତୂରନ୍ତ କୃଷ୍ଣ ତୁମର ଯତ୍ନ ନିଅନ୍ତି ଏବଂ ସମସ୍ତ ପାପ ପ୍ରତିକ୍ରିୟାକୁ କିପରି ବ୍ୟବସ୍ଥିତ କରିବେ ସେଥିପାଇଁ ପ୍ରବନ୍ଧ କରନ୍ତି । ଅହଂ ତ୍ଵାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚିଃ । କୃଷ୍ଣ କୁହଁନ୍ତି, "ସଂକୋଚ କର ନାହିଁ ।" ଯଦି ତୁମେ ଭାବିବ ଯେ "ଓ, ମୁଁ ଏତେସାରା ପାପକର୍ମ କରିଛି । କୃଷ୍ଣ ମୋତେ କିପରି ରକ୍ଷା କରିବେ?" ନା । କୃଷ୍ଣ ସର୍ବ ଶକ୍ତିମାନ ଅଟନ୍ତି । ସେ ତୁମକୁ ରକ୍ଷା କରି ପାରିବେ । ତୁମର କର୍ତ୍ତବ୍ୟ ହେଉଛି କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା, ଏବଂ କୌଣସି ସଂରକ୍ଷଣ ବିନା, ତୁମର ଜୀବନ ତାଙ୍କର ସେବାରେ ଉତ୍ସର୍ଗ କରିବା, ଏବଂ ଏହି ପ୍ରକାରରେ ତୁମେ ସୁରକ୍ଷିତ ହୋଇଯିବ ।