OR/Prabhupada 0165 - ଶୁଦ୍ଧ କର୍ମକୁ ଭକ୍ତି କୁହାଯାଏ

Revision as of 22:39, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on BG Introduction — New York, February 19-20, 1966

ସର୍ବୋଚ୍ଚ ଚେତନା, ଏହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି ଯେଉଁ ଅଧ୍ୟାୟରେ ଜୀବ ଏବଂ ଈଶ୍ଵର ମଧ୍ୟରେ ଭିନ୍ନତା ବିଷୟରେ ବର୍ଣ୍ଣନା କରାଯାଇଛି । କ୍ଷେତ୍ର-କ୍ଷେତ୍ରଜ୍ଞ । ଏହି କ୍ଷେତ୍ରଜ୍ଞ ସମ୍ଵନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ମଧ୍ୟ ହେଉଛନ୍ତି କ୍ଷେତ୍ରଜ୍ଞ ବା ଚେତନାଶୀଳ, ଏବଂ ଜୀବମାନେ, ସେମାନେ ମଧ୍ୟ ହେଉଛନ୍ତି କ୍ଷେତ୍ରଜ୍ଞ । କିନ୍ତୁ ଅନ୍ତର ଏହିକି ଯେ ଜୀବ ତାର ସୀମିତ ଶରୀର ସମ୍ଵନ୍ଧରେ ଚେତନାଶୀଳ, କିନ୍ତୁ ଭଗବାନ ସମସ୍ତ ଶରୀର ସମ୍ବନ୍ଧରେ ଚେତନାଶୀଳ । ଈଶ୍ଵରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି (BG 18.61) । ଭଗବାନ ସମସ୍ତ ଜୀବମାନଙ୍କର ହୃଦୟର ଅନ୍ତରରେ ବାସ କରନ୍ତି, ସେଥିପାଇଁ ସେ ନିର୍ଦ୍ଧିଷ୍ଟ ଜୀବର ମାନସୀକ ଗତିବିଧି, କାର୍ଯ୍ୟକଳାପ ସମ୍ଵନ୍ଧରେ ଚେତନାଶୀଳ । ଆମେ ଏହା ଭୁଲିବା ଉଚିତ୍ ନୁହେଁ । ଏହା ମଧ୍ୟ କୁହାଯାଇଛି ଯେ ପରମାତ୍ମା ବା ପରମପୁରୁଷ ଭଗବାନ, ସେ ସମସ୍ତଙ୍କ ହୃଦୟରେ ନିୟନ୍ତ୍ରକ ରୂପରେ ଈଶ୍ଵର ହୋଇ ଅଛନ୍ତି ଏବଂ ସେ ପଥ ପ୍ରଦର୍ଶନ କରନ୍ତି । ସେ ପଥ ପ୍ରଦର୍ଶନ କରନ୍ତି । ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ (BG 15.15) । ସମସ୍ତଙ୍କ ହୃଦୟରେ ସେ ଅବସ୍ଥିତ, ଏବଂ ସେ ତାଙ୍କ ଇଛାନୁଯାୟୀ କାର୍ଯ୍ୟ କରିବା ପାଇଁ ପଥପ୍ରଦର୍ଶନ କରନ୍ତି ।

ଜୀବମାନେ ଭୁଲି ଯାଇଛନ୍ତି କ'ଣ କରିବା ଉଚିତ୍ । ପ୍ରଥମତଃ ସେ(ଜୀବ) ଦୃଢ଼ ପ୍ରତିଜ୍ଞାର ସହିତ ନିଜ ହିସାବରେ ଚାଲିବାକୁ ଚେଷ୍ଟା କରେ, ଏବଂ ତାପରେ ସେ ନିଜର କର୍ମ ଫଳ ଏବଂ ପ୍ରତିଫଳର ଫାଶରେ ପଡ଼ିଯାଏ । କିନ୍ତୁ ଏକ ପ୍ରକାରର ଶରୀର ତ୍ୟାଗ କରିବା ପରେ ଯେତେବେଳେ ସେ ଅନ୍ୟ ଏକ ଶରୀର ଗ୍ରହଣ କରେ... ଯେପରି ଆମେ ଏକ ପ୍ରକାରର ପୋଷାକକୁ ତ୍ୟାଗ କରୁ, ଏକ ପ୍ରକାରର ପୋଷାକ, ଅନ୍ୟ ଏକ ପୋଷାକ ପାଇଁ, ସେହିପରି ଏହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି ଯେ ବାସାଂସି ଜୀର୍ଣ୍ଣାନି ଯଥା ବିହାୟ (BG 2.22) । ଜଣେ ଯେପରି ତାର ବିଭିନ୍ନ ପୋଷାକ ପରିବର୍ତ୍ତନ କରେ, ସେହିପରି ଜୀବମାନେ, ସେମାନେ ମଧ୍ୟ ବିଭିନ୍ନ ପ୍ରକାରର ଶରୀର ପରିବର୍ତ୍ତନ କରନ୍ତି, ଆତ୍ମାର ସ୍ଥାନାନ୍ତର, ଏବଂ ନିଜ ପୂର୍ବ ଜନ୍ମ କର୍ମର ଫଳ ଏବଂ ପ୍ରତିଫଳକୁ ବଳପୂର୍ବକ ଟାଣି ହୁଅନ୍ତି । ତେଣୁ ଏହି କର୍ମଫଳକୁ ଆମେ ବଦଳେଇ ପାରିବା ଯେତେବେଳେ ଜୀବ ସାତ୍ଵିକ ଗୁଣରେ, ସୁସ୍ଥ ଚିନ୍ତାରେ ଥିବ, ଏବଂ ସେ ଜାଣିବା କଥା ଯେ କେଉଁ ପ୍ରକାରର କାର୍ଯ୍ୟ ଅଙ୍ଗୀକାର କରିବା ଉଚିତ୍, ଏବଂ ଯଦି ସେ ତାହା କରେ, ତେବେ ତାର ପୂର୍ବ କର୍ମର ଫଳ ଏବଂ ପ୍ରତିଫଳ ସବୁ ବଦଳାଯାଇ ପାରିବ । ସେଥିପାଇଁ କର୍ମ ଚିରସ୍ଥାୟୀ ନୁହେଁ । ଅନ୍ୟସବୁ, ଚାରି, ପାଞ୍ଚଟି ଜିନିଷ ମଧ୍ୟରୁ - ଈଶ୍ଵର, ଜୀବ, ପ୍ରକୃତି, କାଳ ଏବଂ କର୍ମ - ଏହି ଚାରୋଟି ଚିରସ୍ଥାୟୀ, କିନ୍ତୁ କର୍ମ, ଯାହାକୁ କର୍ମ କୁହାଯାଏ, ତାହା ଚିରସ୍ଥାୟୀ ନୁହେଁ ।

ବର୍ତ୍ତମାନ ଚେତନାଶୀଳ ଈଶ୍ଵର, ପରମଚେତନାଶୀଳ ଈଶ୍ଵର, ଏବଂ ପରମ ଚେତନାଶୀଳ ଈଶ୍ଵର ବା ଭଗବାନ ଏବଂ ଜୀବ ମଧ୍ୟରେ ପାର୍ଥକ୍ୟ, ବର୍ତ୍ତମାନ ପରିସ୍ଥିତିରେ ଏହିଭଳି ଅଛି । ଚେତନା, ଭଗବାନ ଏବଂ ଜୀବ ଉଦ୍ଭୟଙ୍କର ଚେତନା, ସେମାନଙ୍କର ଚେତନା ଦିବ୍ୟ ଅଟେ । ଏହା ନୁହେଁ ଯେ ଏହି ଚେତନା ଭୌତିକ ସଂସ୍ପର୍ଶରୁ ସୃଷ୍ଟି ହୋଇଛି । ତାହା ଏକ ଭୁଲ ଧାରଣା । ସିଦ୍ଧାନ୍ତ ଯାହା ଚେତନା ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଭୌତିକ ସଂଯୋଗରୁ ବିକସିତ ହୁଏ, ତାହା ଭଗବଦ୍ ଗୀତାରେ ସ୍ଵୀକୃତ ହୋଇ ନାହିଁ । ସେମାନେ ନୁହଁନ୍ତି । ଚେତନା ଭୌତିକ ପରିସ୍ଥିତିର ପରସ୍ତ ଯୋଗୁଁ ପଥଭ୍ରଷ୍ଟ ଭଳି ପ୍ରତିଫଳିତ ହୁଏ, ଯେପରି ଆଲୋକ ଏକ ରଙ୍ଗୀନ କାଚରୁ ପ୍ରତିବିମ୍ଵିତ ହେଲେ ସେହି ରଙ୍ଗର ଦେଖାଯାଏ । ସେହିପରି, ଭଗବାନଙ୍କର ଚେତନା, ଏହା ଭୌତିକ ଭାବର ପ୍ରଭାବିତ ନୁହେଁ । ପରମ ଭଗବାନ, କୃଷ୍ଣ, ସେ କୁହନ୍ତି ଯେ ମୟାଧ୍ୟକ୍ଷେଣ ପ୍ରକୃତିଃ (BG 9.10) । ଯେତେବେଳେ ସେ ଏହି ଜଗତକୁ ଆସନ୍ତି, ତାଙ୍କର ଚେତନା ଭୌତିକ ଭାବରେ ପ୍ରଭାବିତ ହୁଏ ନାହିଁ । ଯଦି ତାଙ୍କର ଚେତନା ଭୌତିକ ଭାବରେ ପ୍ରଭାବିତ ହୁଅନ୍ତା, ତେବେ ସେ ଭଗବଦ୍ ଗୀତାର ଦିବ୍ୟ ବିଷୟ ବସ୍ତୁ ସମ୍ଵନ୍ଧରେ କହିବା ପାଇଁ ଯୋଗ୍ୟ ହୋଇ ପାରି ନ ଥାନ୍ତେ । ଜଣେ ଭୌତିକ ପ୍ରକ୍ରିୟାର ପ୍ରଦୂଷିତ ଚେତନାରୁ ମୁକ୍ତି ନ ପାଇବ ସେ ଆଧ୍ୟାତ୍ମିକ ବିଷୟ ବସ୍ତୁ ସମ୍ଵନ୍ଧରେ କିଛି ମଧ୍ୟ କହିପାରିବ ନାହିଁ । ତେଣୁ ଭଗବାନ ଭୌତିକ ଭାବରେ ପ୍ରଭାବିତ ନୁହଁନ୍ତି । କିନ୍ତୁ ଆମର ଚେତନା ବର୍ତ୍ତମାନ ସମୟରେ ଭୌତିକ ଭାବରେ ପ୍ରଦୂଷିତ ।

ତେଣୁ ସମସ୍ତ ଜିନିଷ ଯେପରି ଏହି ଭଗବଦ୍ ଗୀତା ଶିକ୍ଷା ଦେଇଛି, ଆମେ ଆମ ଭୌତିକ ଭାବରେ ପ୍ରଦୂଷିତ ଚେତନାକୁ ଶୁଦ୍ଧିକରଣ କରିକୁ ପଡ଼ିବ ଏବଂ ସେହି ଶୁଦ୍ଧ ଚେତନାରେ, କର୍ମ କରିବାକୁ ହେବ । ତାହା ଅମକୁ ଖୁସୀ କରେଇବ । ଆମେ ରୋକିପାରିବା ନାହିଁ । ଆମେ ଅମ କର୍ମକୁ ଆମେ ରୋକିପାରିବା ନାହିଁ । କର୍ମଗୁଡ଼ିକୁ ଶୁଦ୍ଧ କରିବାକୁ ହେବ । ଏବଂ ଏହି ଶୁଦ୍ଧ କର୍ମକୁ ଭକ୍ତି କୁହାଯାଏ । ଭକ୍ତି ଅର୍ଥାତ୍ ତାହା ମଧ୍ୟ ସାଧାରଣ କାର୍ଯ୍ୟପରି ପ୍ରତୀତ ହୁଏ, କିନ୍ତୁ ତାହା ପ୍ରଦୂଷିତ କର୍ମ ନୁହେଁ । ସେଗୁଡ଼ିକ ହେଉଛି ଶୁଦ୍ଧ କାର୍ଯ୍ୟ । ତେଣୁ ଏକ ଅଜ୍ଞାନ ବ୍ୟକ୍ତି ଏକ ଭକ୍ତକୁ ସାଧାରଣ ମନୁଷ୍ୟ ପରି କାର୍ଯ୍ୟ କରୁଥିବା ଦେଖିପାରେ, କିନ୍ତୁ ଏକ ନିର୍ବୋଦ୍ଧ ମନୁଷ୍ୟ, ସେ ଜାଣେ ନାହିଁ ଯେ ଭକ୍ତର କାର୍ଯ୍ୟକଳାପ ଏବଂ ଭଗବାନଙ୍କର କାର୍ଯ୍ୟକଳାପ, ସେଗୁଡ଼ିକ ଅଶୁଦ୍ଧ ଚେତନା ଦ୍ଵାରା ପ୍ରଦୂଷିତ ହୁଅନ୍ତି ନାହିଁ । ତିନୋଟି ଗୁଣର ଅଶୁଦ୍ଧତା, ପ୍ରକୃତିର ଗୁଣ, କିନ୍ତୁ ଦିବ୍ୟ ଚେତନା । ତେଣୁ ଆମର ଚେତନା ଭୌତିକ ଭାବରେ ପ୍ରଦୂଷିତ, ଆମେ ଜାଣିବା ଉଚିତ୍ ।