OR/Prabhupada 0181 - ମୁଁ ଭଗବାନଙ୍କ ସହିତ ଘନିଷ୍ଠ ଭାବରେ ସମ୍ପର୍କ ରଖିବି

Revision as of 12:58, 4 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0181 - in all Languages Category:OR-Quotes - 1976 Category:OR-Quotes - Con...")
(diff) ← Older revision | Latest revision (diff) | Newer revision → (diff)


Evening Darsana -- August 9, 1976, Tehran

ପ୍ରଭୁପାଦ: ଆଧ୍ୟାତ୍ମିକ ପ୍ରଶିକ୍ଷଣ ଅର୍ଥାତ୍ ପ୍ରଥମତଃ ତୁମର ଅଳ୍ପ ବିଶ୍ଵାସ ଥିବା କଥା ଯେ "ମୁଁ ଭଗବାନଙ୍କ ସହିତ ଘନିଷ୍ଠ ଭାବରେ ସମ୍ପର୍କ ରଖିବି ।" ଯେ ପର୍ଯ୍ୟନ୍ତ ତୁମେ ଏହି ବିଶ୍ଵାସ ପାଇନାହିଁ, ସେ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ପ୍ରଶିକ୍ଷଣର ପ୍ରଶ୍ନ ଉଠୁ ନାହିଁ । ଯଦି ତୁମେ କେବଳ ସନ୍ତୁଷ୍ଟ ରହିବ,"ଭଗବାନ ହେଉଛନ୍ତି ମହାନ, ତାଙ୍କୁ ତାଙ୍କ ଘରେ ରହିବାକୁ ଦିଅ, ମୁଁ ମଧ୍ୟ ମୋ ଘରେ ରହିବି," ତାହା ପ୍ରେମ ନୁହେଁ । ତୁମେ ଭଗବାନଙ୍କୁ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ଜାଣିବା ପାଇଁ ଇଛୁକ ହେବା ଉଚିତ୍ । ତାପରେ ପରବର୍ତ୍ତୀ ସ୍ତର ହେଉଛି, କିପରି ଭଗବାନଙ୍କୁ ଜାଣିବା ଯେ ପର୍ଯ୍ୟନ୍ତ ତୁମେ ସେହି ବ୍ୟକ୍ତିମାନଙ୍କ ସହିତ ସହଯୋଗ କରି ନାହଁ ଯେଉଁମାନେ କେବଳ ଭଗବାନଙ୍କର ସେବାରେ ବ୍ୟସ୍ତ । ସେମାନଙ୍କର ଅନ୍ୟ କୌଭସି କାମ ନାହିଁ । ଯେପରି ଆମେମାନେ ଲୋକମାନଙ୍କୁ ପ୍ରଶିକ୍ଷିଣ ଦେଉଛୁ, ସେମାନେ କେବଳ ଭଗବାନଙ୍କ କାମ ପାଇଁ ଅଛନ୍ତି । ସେମାନଙ୍କର ଅନ୍ୟ କୌଣସି କାମ ନାହିଁ । ଲୋକମାନେ କିପରି ଭଗବାନଙ୍କ ବିଷୟରେ ବୁଝିପାରିବେ, ସେମାନେ କିପରି ଲାଭବାନ ହେବେ, ସେମାନେ କେବଳ ଅନେକ ପ୍ରକାରର ଯୋଜନା କରୁଛନ୍ତି । ତେଣୁ ଆମେ ଏପରି ବ୍ୟକ୍ତିମାନଙ୍କ ସହିତ ସହଯୋଗ କରିବା ଉଚିତ୍ ଯେଉଁମାନେ ଭଗବାନଙ୍କ ବିଷୟରେ ଦୃଢ଼ ନିଶ୍ଚୟୀ ଏବଂ ତାଙ୍କର ଜ୍ଞାନ ପୁରା ଦୁନିଆରେ ପ୍ରସାର କରିବାକୁ ଚେଷ୍ଟା କରୁଛନ୍ତି । ତୁମକୁ ସେମାନଙ୍କ ସହିତ ମିଶିବାକୁ ହେବ, ସହଯୋଗ କରିବାକୁ ହେବ । ପ୍ରଥମତଃ, ତୁମକୁ ବିଶ୍ଵାସ ହେବା ଉଚିତ୍ ଯେ, "ଏହି ଜନ୍ମରେ ମୁଁ ଭଗବାନଙ୍କୁ ଭଲ ଭାବରେ ବୁଝିବି ।" ତାପରେ ଯେଉଁମାନେ ଭଗବାନଙ୍କ କାମରେ ବ୍ୟସ୍ତ ସେମାନଙ୍କୁ ସହଯୋଗ କର । ତାପରେ ତୁମେ ମଧ୍ୟ ସେମାନଙ୍କ ପରି କାମ କରିବ । ତାପରେ ତୁମର ଭୌତିକ ଜୀବନର ଭୁଲ ଧାରଣା ଶେଷ ହୋଇଯିବ । ତାପରେ ତୁମେ ଆସକ୍ତ ହେବ । ତାପରେ ତୁମର ସ୍ଵାଦ ଆସିବ । ଏହି ପରି ଭାବରେ ତୁମର ଭଗବାନଙ୍କ ପ୍ରତି ପ୍ରେମ ବିକସିତ ହେବ ।

ଅଲ୍ଲି: ମୋର ପୂର୍ବରୁ ବିଶ୍ଵାସ ଅଛି ।

ପ୍ରଭୁପାଦ: ତେବେ ତୁମକୁ ଏହା ବଢ଼େଇବାକୁ ହେବ । କେବଳ ପ୍ରାଥମିକ ବିଶ୍ଵାସ, ତାହା ଭାରୀ ଭଲ, କିନ୍ତୁ ଯେ ପର୍ଯ୍ୟନ୍ତ ସେହି ବିଶ୍ଵାସ ଅଧିକରୁ ଅଧିକ ବଢ଼ି ନାହିଁ, ସେ ପର୍ଯ୍ୟନ୍ତ କୌଣସି ପ୍ରଗତି ହେବ ନାହିଁ ।

ପରିବ୍ରଜକାଚାର୍ଯ: ସେହି ବିଶ୍ଵାସ ହରେଇବାର ବିପଦ ଅଛି ।

ପ୍ରଭୁପାଦ: ହଁ, ଯଦି ତୁମେ ପ୍ରଗତି କରିବାକୁ ଚେଷ୍ଟା କରିବ ନାହିଁ ଏବଂ କ୍ରମଶଃ ଆଗକୁ ବଢ଼ି ଚାଲିବ, ତେବେ ବିପଦ ଅଛି ଯାହା କିଛି ଅଳ୍ପ ବିଶ୍ଵାସ ତୁମେ ପାଇଥିବ, ତାହା ମଧ୍ୟ କମ ହୋଇଯିବ ।