OR/Prabhupada 0182 - ନିଜକୁ ସେହି ପ୍ରକ୍ଷାଳନ ଅବସ୍ଥାରେ ରଖ
Lecture on SB 2.3.15 -- Los Angeles, June 1, 1972
ଗୋଟିଏ ଲାଭ ହେଉଛି, କୃଷ୍ଣଙ୍କର ବିଷୟରେ ଶୁଣିବା ଦ୍ଵାରା, ସେ ଧିରେ ଧିରେ ପାପ ମୁକ୍ତ ହୋଇଯାଉଛି, କେବଳ ଶୁଣିବା ଦ୍ଵାରା । ଯଦି ଆମେ ପାପି ହୋଇନଥାନ୍ତେ, ଆମେ ଏହି ଭୌତିକ ଜଗତକୁ ଆସି ନ ଥାନ୍ତେ । ତେଣୁ ଆମକୁ ଘରକୁ, ଭଗବତ ଧାମକୁ ଯିବା ପୂର୍ବରୁ ପାପ ମୁକ୍ତ ହେବାକୁ ପଡ଼ିବ । କାରଣ ଭଗବାନଙ୍କର ଧାମ...ଭଗବାନ ହେଉଛନ୍ତି ଶୁଦ୍ଧ, ଧାମ ହେଉଛି ଶୁଦ୍ଧ । କୌଣସି ଅଶୁଦ୍ଧ ଜୀବ ସେଠାରେ ପ୍ରବେଶ କରିପାରିବ ନାହିଁ । ତେଣୁ ଜଣକୁ ଶୁଦ୍ଧ ହେବାକୁ ପଡ଼ିବ । ତାହା ଭଗବଦ୍ ଗୀତାରେ ମଧ୍ୟ କୁହାଯାଇଛି । ଯେଶାମ ଅଂତ-ଗତମ ପାପମ (BG 7.28) । "ଯିଏ ତାର ଜୀବନର ସମସ୍ତ ପାପ କର୍ମର ପ୍ରତିକ୍ରିୟାରୁ ସଂପୂର୍ଣ୍ଣ ଭାବରେ ମୁକ୍ତ ହୋଇଯାଏ," ଯେଶାମ ଅଂତ-ଗତମ ପାପମ ଜନାନାମ ପୂର୍ଣ୍ଣ୍ୟ-କର୍ମନାମ (BG 7.28), "ଏବଂ ସର୍ବଦା ପବିତ୍ର କାର୍ଯ୍ୟକଳାପରେ ବ୍ୟସ୍ତ ରହୁଥିବ, ଆଉ କୌଣସି ପାପି କାର୍ଯ୍ୟକଳାପ ନାହିଁ..." ତେଣୁ ଏହି କୃଷ୍ଣ ଚେତନା ଅନ୍ଦୋଳନ ହେଉଛି ଯେ ତାକୁ ଥରେ ସୁଯୋଗ ଦିଆଯାଏ ତାର ସମସ୍ତ ପାପି କାର୍ଯ୍ୟକଳାପକୁ ଲୁପ୍ତ କରିବା ପାଇଁ ଏବଂ ନିଜକୁ ଅଖଣ୍ଡ ରଖି: ନା ଅବୈଧ ଯୌନ, ନା ନିଶା, ନା ମାଂସ ଭକ୍ଷଣ, ନା ଜୁଆ ଖେଳ । ଯଦି ଆମେ ଏହି ନିୟମଗୁଡ଼ିକୁ ଅନୁସରଣ କରିବା, ତେବେ ଦୀକ୍ଷା ନେବା ପରେ, ମୋର ସମସ୍ତ ପାପ ଧୋଇ ହୋଇଯିବ । ଏବଂ ଯଦି ମୁଁ ନିଜକୁ ସେହି ପ୍ରକ୍ଷଳିତ ଅବସ୍ଥାରେ ରଖେ, ତେବେ ପୁଣି ଥରେ ପାପି ହେବାର ପ୍ରଶ୍ନ କେଉଁଠାରେ ରହିଲା? କିନ୍ତୁ ଥରେ ପ୍ରକ୍ଷାଳନ ପରେ, ତୁମେ ସ୍ନାନ କର, ଏବଂ ପୁଣି ସେହି ଧୂଳି ନେଇ ନିଜ ଶରୀରରେ ପକାଅ - ସେହି ପ୍ରକ୍ରିୟା ସାହାର୍ଯ୍ୟ କରିବ ନାହିଁ । ଯଦି ତୁମେ କହିବ, "ମୁଁ ପୁଣି ପ୍ରକ୍ଷାଳନ କରିବି ଏବଂ ପୁଣି ପକେଇବି," ତେବେ ପ୍ରକ୍ଷାଳନ କରିବାର କ'ଣ ଲାଭ ରହିଲା?
ପ୍ରକ୍ଷାଳନ କର । ଥରେ ପ୍ରକ୍ଷାଳନ, ବର୍ତ୍ତମାନ ନିଜକୁ ସେହି ପ୍ରକ୍ଷାଳନ ଅବସ୍ଥାରେ ରଖ । ତାହା ଆବଶ୍ୟକ । ତେଣୁ ତାହା ସମ୍ଭବ ଯଦି ତୁମେ ନିଜକୁ ନିରନ୍ତର ଭାବରେ କୃଷ୍ଣଙ୍କର ସମ୍ପର୍କରେ ରଖିବ ତାଙ୍କ ବିଷୟରେ ଶୁଣି । ବାସ୍ । ତୁମକୁ ପବିତ୍ର ରହିବାକୁ ହେବ । ଏବା ତାହା ହେଉଛି ପୁଣ୍ୟ-ଶ୍ରବଣ-କୀର୍ତ୍ତନଃ (SB 1.2.17) । ଯଦି ତୁମେ କୃଷ୍ଣଙ୍କର ବିଷୟରେ ଶୁଣିବ, ତେବେ ପୁଣ୍ୟ, ତୁମେ ସର୍ବଦା ପବିତ୍ର ସ୍ଥିତିରେ ରହିବ । ପୁଣ୍ୟ-ଶ୍ରବଣ-କୀର୍ତ୍ତନଃ । ତୁମେ ଜପ କରିପାର କିମ୍ଵା... ସେଥିପାଇଁ ଆମର ସୁପାରିସ୍ ହେଉଛି ସର୍ବଦା ହରେ କୃଷ୍ଣ ମନ୍ତ୍ର ଜପ କର, ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ,ହରେ ହରେ / ହରେ ରାମ, ହରେ ରାମ, ରାମ ରାମ, ହରେ ହରେ । ତେଣୁ ଆମେ ପୁଣି ଥରେ ପାପ କାର୍ଯ୍ୟକଳାପ ମଧ୍ୟକୁ ଖସିବା ବିଷୟରେ ସତର୍କ ରହିବା ଉଚିତ୍ । ସମସ୍ତେ ସତର୍କ ରହିବା ଉଚିତ୍, ଏବଂ ନିଜକୁ ଜପ ପ୍ରକ୍ରିୟାରେ ରଖିବା ଉଚିତ୍ । ତେବେ ସେ ଠିକ୍ ଅଛି । ତେଣୁ ଶ୍ରନ୍ଵତାମ ସ୍ଵ-କଥା କୃଷ୍ଣଃ ପୂର୍ଣ୍ୟ-ଶ୍ରବଣ-କୀର୍ତ୍ତନଃ (SB 1.2.17) । ଏବଂ ଧିରେ ଧିରେ, ଯେପରି ତୁମେ କୃଷ୍ଣ କଥା ଶୁଣି ଚାଲିବ, ତୁମ ହୃଦୟରେ ଥିବା ସମସ୍ତ ଖରାପ କଥା ପରିଷ୍କାର ହୋଇଯିବ ।
ଖରାପ କଥା ହେଉଛି ଯେ "ମୁଁ ଏକ ଭୌତିକ ଶରୀର; ମୁଁ ଆମେରିକୀୟ; ମୁଁ ଭାରତୀୟ; ମୁଁ ହିନ୍ଦୁ; ମୁଁ ମୁସଲମାନ; ମୁଁ ଏହା; ମୁଁ ତାହା ।" ଏଗୁଡ଼ିକ ଆତ୍ମାର ବିଭିନ୍ନ ପ୍ରକାରର ଆବରଣ । ଅନାବୃତ ଆତ୍ମା ସଂପୂର୍ଣ୍ଣ ରୂପରେ ସଚେତ ଯେ "ମୁଁ ହେଉଛି ଭଗବାନଙ୍କର ଶାଶ୍ଵତ ସେବକ ।" ବାସ୍ । ଜଣଙ୍କର ଅନ୍ୟ କୌଣସି ପରିଚୟ ନାହିଁ । ତାହାକୁ ମୁକ୍ତି କୁହାଯାଏ । ଯେତେବେଳେ ଜଣେ ଏହା ବୁଝେ ଯେ "ମୁଁ କୃଷ୍ଣ, ଭଗବାନଙ୍କର ଶାଶ୍ଵତ ସେବକ, ଏବଂ ମୋର କାମ କେବଳ ତାଙ୍କର ସେବା କରିବା, "ତାହା ହେଉଛି ମୁକ୍ତି ।" ମୁକ୍ତିର ଅର୍ଥ ନୁହେଁ ଯେ ତୁମର ଆଉ ଦୁଇଟି ହାତ ହେବ, ଅଉ ଦୁଇଟି ଗୋଡ଼ ହେବ । ନା । ସେହି ଏକା କଥା, କେବଳ ଏହା ଶୁଦ୍ଧ ହୋଇଯିବ । ଯେପରି ଏକ ବ୍ୟକ୍ତି ଜ୍ଵରରେ ପୀଡ଼ିତ । ଅନେକ ଲକ୍ଷଣ ଅଛି, କିନ୍ତୁ ଯଥା ଶୀଘ୍ର ଜ୍ଵର ଛାଡ଼ିଯାଏ, ତେବେ ସମସ୍ତ ଲକ୍ଷଣ ଚାଲି ଯାଏ । ତେଣୁ ଆମର, ଏହି ଭୌତିକ ଜଗତରେ ଜ୍ଵର ହେଉଛି ଇନ୍ଦ୍ରିୟ ସନ୍ତୁଷ୍ଟି । ଇନ୍ଦ୍ରିୟ ସନ୍ତୁଷ୍ଟି । ଏହା ହେଉଛି ଜ୍ଵର । ତେଣୁ ଯେତେବେଳେ ଆମେ କୃଷ୍ଣ ଚେତନାରେ ନିଯୁକ୍ତ ହେବା, ଏହି ଇନ୍ଦ୍ରିୟ ସନ୍ତୁଷ୍ଟି କାମ ସମାପ୍ତ ହୋଇଯିବ । ତାହା ହେଉଛି ଅନ୍ତର । ତାହା ହେଉଛି ପରୀକ୍ଷା କି କିପରି ତୁମେ କୃଷ୍ଣ ଚେତନାରେ ଉନ୍ନତି କରୁଛ ।