OR/Prabhupada 0201 - କିପରି ତୁମର ମୃତ୍ୟୁକୁ ରୋକିବ

Revision as of 22:41, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on CC Madhya-lila 20.102 -- Baltimore, July 7, 1976

ତେବେ ଆମେ ଜ୍ଞାନ ପଛରେ ଅଛୁ, କିନ୍ତୁ ଏତେସାରା ଜିନିଷ ଆମକୁ ଅଜ୍ଞାତ ଅଛି । ସେଥିପାଇଁ ସନାତନ ଗୋସ୍ଵାମୀ ଆମକୁ ଶିକ୍ଷା ଦେଉଛନ୍ତି ତାଙ୍କର ବ୍ୟବହାରିକ ବ୍ୟବହାର ଦ୍ଵାରା ଆଧ୍ୟାତ୍ମିକ ଗୁରୁଙ୍କ ପାଖରେ ପହଞ୍ଚିବା, ଏବଂ ନିଜର ଅବସ୍ଥା ରଖି ଯେ "ମୁଁ ଏହିପରି ଭାବରେ ପୀଡ଼ିତ ହେଉଛି ।" ସେ ମନ୍ତ୍ରୀ ଥିଲେ, ପୀଡ଼ିତ ହେବାର କୌଣସି ପ୍ରଶ୍ନ ନାହିଁ । ସେ ଭଲ ଭାବରେ ସ୍ଥିତ ଥିଲେ । ତାହା ସେ ପୂର୍ବରୁ ବର୍ଣ୍ଣନା କରିଛନ୍ତି, ଯେ ଗ୍ରାମ୍ୟ-ବ୍ୟବହାରେ ପଣ୍ଡିତା, ତାଇ ସତ୍ୟ କରି ମାନି । "ଅନେକ ପ୍ରଶ୍ନ ଅଛି ମୁଁ ଉତ୍ତର ଦେଇ ପାରିବି ନାହିଁ । କୌଣସି ସମାଧାନ ନାହିଁ । ତଥାପି, ଲୋକମାନେ କହୁଛନ୍ତି ଯେ ମୁଁ ଅତି ବିଦ୍ଵାନ - ମୁଁ ଏହାକୁ ମୂର୍ଖ ଭାବରେ ଗ୍ରହଣ କରିଲି ।" କେହି ବିଦ୍ଵାନ ନୁହଁନ୍ତି ଯେ ପର୍ଯ୍ୟନ୍ତ ସେ ଗୁରୁଙ୍କ ପାଖକୁ ଯାଇ ନାହାଁନ୍ତି । ତଦ୍-ବିଜ୍ଞାନାର୍ଥମ୍ ସ ଗୁରୁମ ଏବାଭିଗଛେତ (MU 1.2.12) । ସେଥିପାଇଁ ବୈଦିକ ଉପଦେଶ ହେଉଛି ଯଦି ତୁମେ ବିଦ୍ଵାନ ହେବାକୁ ଚାହୁଁଛ, ତେବେ ଗୁରୁଙ୍କ ପାଖକୁ ଯାଅ, ଯଥାର୍ଥ ଗୁରୁ, ତଥା କଥିତ ଗୁରୁ ନୁହେଁ ।

ତଦ୍ ବିଦ୍ଧି ପ୍ରଣିପାତେନ
ପରିପ୍ରଶ୍ନେନ ସେବୟା
ଉପଦେକ୍ଷ୍ୟନ୍ତି ତେ
ଜ୍ଞାନଂ ଜ୍ଞାନିନସ୍ତତ୍ତ୍ଵଦର୍ଶିନଃ
(BG 4.34)

ଗୁରୁ ଅର୍ଥାତ୍ ଯିଏ ପରମ ସତ୍ୟ ଦେଖିଛି । ସେ ହେଉଛି ଗୁରୁ । ତତ୍ତ୍ଵଦର୍ଶିନଃ, ତତ୍ତ୍ଵ ଅର୍ଥାତ୍ ପରମ ସତ୍ୟ, ଏବଂ ଦାର୍ଶିନଃ, ଯିଏ ଦେଖିଛି । ତେଣୁ ଏହି ଆନ୍ଦୋଳନ, ଆମର କୃଷ୍ଣ ଚେତନା ଆନ୍ଦୋଳନ, ଏହି ଉଦ୍ଦେଶ୍ୟ ପାଇଁ ଅଛି, ପରମ ସତ୍ୟକୁ ଦେଖିବା ପାଇଁ, ପରମ ସତ୍ୟକୁ ବୁଝିବା ପାଇଁ, ଜୀବନର ସମସ୍ୟା ଜାଣିବା ପାଇଁ ଏବଂ କିପରି ଏହାର ସମାଧାନ କରିବ । ଏହି ଜିନିଷଗୁଡ଼ିକ ହେଉଛି ଆମର ବିଷୟ ବସ୍ତୁ । ଆମର ବିଷୟ ବସ୍ତୁ ଭୌତିକ କଥା ନୁହେଁ, ଯେ କୌଣସି ପ୍ରକାରରେ ତୁମେ ଏକ ମୋଟର ଗାଡ଼ି, ଏକ ଭଲ ଘର, ଏକ ଭଲ ସ୍ତ୍ରୀ ପାଅ, ତେବେ ତୁମର ସମସ୍ୟା ସମାଧାନ ହୋଇଯିବ । ନା । ତାହା ସମସ୍ୟାର ସମାଧାନ ନୁହେଁ । ପ୍ରକୃତ ସମସ୍ୟା ହେଉଛି କିପରି ତୁମର ମୃତ୍ୟୁକୁ ରୋକିବ । ତାହା ହେଉଛି ପ୍ରକୃତ ସମସ୍ୟା । କିନ୍ତୁ କାରଣ ଏହା ଅତ୍ୟନ୍ତ କଷ୍ଟକର ବିଷୟ ବସ୍ତୁ, ଏହାକୁ କେହି ଛୁଇଁ ପାରିବେ ନାହିଁ । "ଓ, ମୃତ୍ୟୁ - ଆମେ ଶାନ୍ତିରେ ମରିବା ଉଚିତ୍ ।" କିନ୍ତୁ କେହି ଶାନ୍ତିରେ ମରନ୍ତି ନାହିଁ । ଯଦି ମୁଁ ଏକ ଛୁରୀ ନେବି ଏବଂ ମୁଁ କହିବି, "ବର୍ତ୍ତମାନ ମୁଁ ଶାନ୍ତିରେ ମରିବି," (ହସ) ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଅବସ୍ଥା ତୂରନ୍ତ ଶେଷ ହୋଇଯିବ । ସେ କାନ୍ଦିବ । ତେଣୁ ଏଗୁଡ଼ିକ ନିରର୍ଥକ ଅଟେ, ଯଦି ଜଣେ କୁହେ, "ମୁଁ ଶାନ୍ତିରେ ମରିବି ।" କେହି ଶାନ୍ତିରେ ମରନ୍ତି ନାହିଁ, ତାହା ସମ୍ଭବ ନୁହେଁ । ସେଥିପାଇଁ ମୃତ୍ୟୁ ହେଉଛି ସମସ୍ୟା । ଜନ୍ମ ମଧ୍ୟ ଏକ ସମସ୍ୟା । ମା'ର ଗର୍ଭରେ କେହି ଶାନ୍ତିରେ ନଥାନ୍ତି । ଏହା ପରିପୁର୍ଣ୍ଣ, ବାୟୁଋଦ୍ଧ ଅବସ୍ଥା, ଏବଂ ଆଜିକାଲି ହତ୍ୟା ହେବାର ବିପଦ ମଧ୍ୟ ଅଛି । ତେଣୁ ଶାନ୍ତିର କୌଣସି ପ୍ରଶ୍ନ ନାହିଁ, ଜନ୍ମ ଏବଂ ମୃତ୍ୟୁ । ଏବଂ ତାପରେ ବୃଦ୍ଧାବସ୍ଥା । ଯେପରି ମୁଁ ଏକ ବୃଦ୍ଧ ବ୍ୟକ୍ତି, ଏତେ ସାରା ଅସୁବିଧା ମୋର ଅଛି । ତେଣୁ ବୃଦ୍ଧାବସ୍ଥା । ଏବଂ ରୋଗ, ସମସ୍ତେ ଅନୁଭବ କରି ଥିବେ, ଏପରିକି ମୁଣ୍ଡ ବଥା ଯଥେଷ୍ଟ ତୁମକୁ ଅସୁବିଧା ଦେବା ପାଇଁ । ଏହା ହେଉଛି ପ୍ରକୃତ ସମସ୍ୟା: ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି । ତାହା କୃଷ୍ଣଙ୍କ ଦ୍ଵରା ଦିଆଯାଇଥିବା ବକ୍ତବ୍ୟ, ଯେ ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ଦୁଃଖ-ଦୋଷାନୁଦର୍ଶନମ୍ (BG 13.9) । ଯଦି ତୁମେ ବୁଦ୍ଧିମାନ, ତୁମେ ଜୀବନର ଏହି ଚାରୋଟି ସମସ୍ୟାକୁ ଅତି ବିପଦ ଜନକ ଭାବରେ ନେବା ଉଚିତ୍ ।

ତେବେ ସେମାନଙ୍କର କୌଣସି ଜ୍ଞାନ ନାହିଁ; ସେଥିପାଇଁ ସେମାନେ ଏହି ପ୍ରଶ୍ନ ପରିହାର କରନ୍ତି । କିନ୍ତୁ ଆମେ ଏହି ପ୍ରଶ୍ନଗୁଡ଼ିକୁ ଅତି ଗମ୍ଭୀରତାର ସହ ନେଉ । ତାହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ ଏବଂ ଅନ୍ୟ ଆନ୍ଦୋଳନ ମଧ୍ୟରେ ଅନ୍ତର । ଆମର ଆନ୍ଦୋଳନ ହେଉଛି କିପରି ଏହି ସମସ୍ୟାଗୁଡ଼ିକର ସମାଧାନ କରିବା ।