OR/Prabhupada 0202 - ଏକ ପ୍ରଚାରକ ଠାରୁ ଭଲ କିଏ ପ୍ରେମ କରି ପରିବ?



Morning Walk -- May 17, 1975, Perth

ଅମୋଘା: ଓଟ ପକ୍ଷୀ ଭୂପୃଷ୍ଠରେ ଏକ ଗାତରେ ତାର ମୁଣ୍ଡ ଭର୍ତ୍ତି କରି ରଖେ ।

ପ୍ରଭୁପାଦ: ହଁ ।

ପରମହଂସ: କିନ୍ତୁ କିଛି ପ୍ରଗ୍ରତି ହେବା ଉଚିତ୍ କାରଣ ଏତେ ସାରା ଲୋକ ହରେ କୃଷ୍ଣ ଆନ୍ଦୋଳନରେ ଯୋଗ ଦେଉଛନ୍ତି ।

ପ୍ରଭୁପାଦ: ସେମାନେ ପ୍ରକୃତ ଉନ୍ନତି କରୁଛନ୍ତି । ଭବ-ମହା-ଦେବାଗ୍ନି-ନିର୍ବାପନମ । ସେମାନଙ୍କର ଏହି ଭୌତିକ ଉତ୍କଣ୍ଠା ସମାପ୍ତ ହୋଇଯିବ । ସେମାନେ ଉନ୍ନତି କରୁଛନ୍ତି । ଚେତୋ-ଦର୍ପଣ-ମାର୍ଜନମ୍ ଭବ-ମହା-ଦେବାଗ୍ନି-ନିର୍ବାପନମ (CC Antya 20.12) । ହରେ କୃଷ୍ଣ ମନ୍ତ୍ର ଜପ କରିବା ଦ୍ଵାରା ସେମାନଙ୍କର ହୃଦୟ ନିର୍ମଳ ହୋଇଯିବ, ଏବଂ ଯଥା ଶୀଘ୍ର ଏହା ସଂପୂର୍ଣ୍ଣ ଭାବରେ ନିର୍ମଳ ହୋଇଯିବ, ଭୌତିକ ଅସ୍ତିତ୍ଵର ସମସ୍ୟାଗୁଡ଼ିକ ସମାପ୍ତ ହୋଇଯିବ । ଆଉ ଅଧିକ ଉତ୍କଣ୍ଠା ନାହିଁ ।

ପରମହଂସ: ସେମାନେ ଖୁସି ଦେଖା ଯାଉଛନ୍ତି, କିନ୍ତୁ...କୃଷ୍ଣଙ୍କର ଭକ୍ତମାନେ ଖୁସୀ ଦେଖା ଯାଉଛନ୍ତି, କିନ୍ତୁ ସେମାନେ ଅଧିକ ବ୍ୟବହାରିକ କାମ କରନ୍ତି ନାହିଁ । ସେମାନେ ସର୍ବଦା ଗୀତ ଗାଆଁନ୍ତି ଏବଂ ନୃତ୍ୟ କରନ୍ତି ଏବଂ କିଛି ଟଙ୍କା ମାଗନ୍ତି । କିନ୍ତୁ ସେମାନେ କୌଣସି ବ୍ୟବହାରିକ କାର୍ଯ୍ୟ କରନ୍ତି ନାହିଁ । ଆମେମାନେ ଅନେକ ବ୍ୟବହାରିକ କାର୍ଯ୍ୟ କରୁଛୁ ।

ପ୍ରଭୁପାଦ: ନୃତ୍ୟ କରିବା କାମ ନୁହେଁ? ଏବଂ ପୁସ୍ତକ ଲେଖିବା କାମ ନୁହେଁ? ପୁସ୍ତକ ବିକ୍ରି କରିବା କାମ ନୁହେଁ? ତେବେ କାମ କ'ଣ? ହମ୍? ଯେପରି ମାଙ୍କଡ ଡେଉଁଛି? ହଁ? ତାହା କାମ କି?

ଆମୋଘା: କିନ୍ତୁ ଆମେ ଲୋକମାନଙ୍କୁ ବ୍ୟବହାରିକ ରୂପରେ ସାହାର୍ଯ୍ୟ କରୁଛୁ ଯେପରିକି ଚିକିତ୍ସାଳୟରେ କିମ୍ଵା ମଦୁଆ...

ପ୍ରଭୁପାଦ: ନା, କ'ଣ...ତୁମେ କିପରି ସାହାର୍ଯ୍ୟ କରୁଛ? ତୁମେ ଭାବୁଛ କି ଯଦି ଜଣେ ଚିକିତ୍ସାଳୟ ଯାଏ ସେ ମରିବ ନାହିଁ? ଏବଂ କିପରି ତୁମେ ସାହାର୍ଯ୍ୟ କରୁଛ? ତୁମେ ଭାବୁଛ ତୁମେ ସାହାର୍ଯ୍ୟ କରୁଛ ।

ଅମୋଘା: କିନ୍ତୁ ସେ ଲମ୍ଵା ସମୟ ପର୍ଯ୍ୟନ୍ତ ଜୀବିତ ରୁହେ ।

ପ୍ରଭୁପାଦ: ତାହା ହେଉଛି ଅନ୍ୟ ଏକ ମୂର୍ଖତା । ତୁମେ କେତେ ଦିନ ପର୍ଯ୍ୟନ୍ତ ଜୀବିତ ରହିବ? ଯେତେବେଳେ ମୃତ୍ୟୁର ସମୟ ଅସିବ, ତୁମେ କ୍ଷଣକ ପାଇଁ ମଧ୍ୟ ଜୀବିତ ରହି ପାରିବ ନାହିଁ । ଯେତେବେଳେ ଏକ ବ୍ୟକ୍ତି ମୃତ୍ୟୁ ନିକଟରେ ଥାଏ, ତାର ଜୀବନ ସମାପ୍ତ ହୋଇଯାଇଛି । ଇଞେକସନ, ଔଷଧ, ଏକ ମିନିଟ୍ ଅଧିକ ଜୀବନ ଦେଇପାରେ? ଏପରି କୌଣସି ଔଷଧ ଅଛି? ଅମୋଘା:ହଁ, ଲାଗୁଛି ଥାଇପାରେ ।

ପ୍ରଭୁପାଦ:ନା... ଅମୋଘା:ବେଳେ ବେଳେ ଯେତେବେଳେ ସେମାନଙ୍କୁ ଔଷଧ ଦିଆଯାଏ ସେମାନେ ଅଧିକ ସମୟ ଜୀବିତ ରୁହଁନ୍ତି ।

ପରମହଂସ: ସେମେନେ କୁହଁନ୍ତି ଯେ ସେମାନେ ଠିକ୍ ଭାବରେ ହୃଦୟ ପ୍ରତିରୋପଣ କରିପାରିଲେ ସେମାନେ ଲୋକମାନଙ୍କୁ ବଞ୍ଚେଇ ପାରିବେ...

ପ୍ରଭୁପାଦ: ସେମାନେ କହିପାରନ୍ତି, ସେମାନେ...କାରଣ ଆମେ ସେମାନଙ୍କୁ ଦୁର୍ଜନ ଭାବରେ ଗ୍ରହଣ କରୁ, ମୁଁ ସେମାନଙ୍କର ଶଦ୍ଦଗୁଡ଼ିକୁ କାହିଁକି ନେବି? ଆମେ ସେମାନଙ୍କୁ ଦୁର୍ଜନ ଭାବରେ ନେବା ଉଚିତ୍, ବାସ୍ । (କେହି ଜଣେ ପୃଷ୍ଠ ଭୂମିରେ କଦର୍ଯ୍ୟ ଭାବରେ ଚିତ୍କାର କରିଲା, ପ୍ରଭୁପାଦ ସେମାନଙ୍କ ଉପରେ ଚିତ୍କାର କରିଲେ)(ହସ) ଅନ୍ୟ ଏକ ଦୁର୍ଜନ । ସେ ଜୀବନ ଉପଭୋଗ କରୁଛି । ତେଣୁ ଦୁନିଆ ଦୁର୍ଜନମାନଙ୍କ ଦ୍ଵାରା ପୂର୍ଣ୍ଣ । ଆମକୁ ଅତି ନିରାଶବାଦୀ ହେବା ଉଚିତ୍, ଆଶାବଦୀ ଅଦୌ ନୁହେଁ ଏହି ଦୁନିଆ ପାଇଁ । ଯେ ପର୍ଯ୍ୟନ୍ତ ତୁମେ ନିରାଶବାଦୀ ହୋଇନାହିଁ, ତୁମେ ଘରକୁ ଫେରିବା ପାଇଁ ଯୋଗ୍ୟ ହୋଇପାରିବ ନାହିଁ । ଯଦି ତୁମର ଟିକିଏ ଆକର୍ଷଣ ଅଛି ଏହି ଦୁନିଆ ପାଇଁ - "ଏହା ଭଲ" - ତେବେ ତୁମକୁ ଏଠାରେ ରହିବାକୁ ପଡ଼ିବ । ହଁ । କୃଷ୍ଣ ଭାରୀ ଶକ୍ତ ।

ପରମହଂସ: କିନ୍ତୁ ଜୀଶୁ କହିଛନ୍ତି: "ନିଜ ଭାଈକୁ ନିଜ ପରି ଭଲ ପାଅ ।" ତେବେ ଯଦି ଆମେ ନିଜ ଭାଈକୁ ଭଲ ପାଇବା...

ପ୍ରଭୁପାଦ: ଆମେ ଭଲ ପାଉଛୁ । ଆମେ କୃଷ୍ଣ ଚେତନା ଦେଉଛୁ । ତହା ହେଉଛି ଭଲ ପାଇବା, ପ୍ରକୃତ ଭଲ ପାଇବା । ଆମେ ସେମାନଙ୍କୁ ଶାଶ୍ଵତ ଜୀବନ ଦେଉଛୁ, ଶାଶ୍ଵତ ଭଲ ପାଇବା । ଯଦି ଆମେ ସେମାନଙ୍କୁ ଭଲ ପାଉ ନାହୁଁ, କାହିଁକି ଆମେ ଏତେ କଷ୍ଟ ସ୍ଵୀକାର କରୁଛି? ପ୍ରଚାରକ ଲୋକମାନଙ୍କୁ ଭଲ ପାଇବା ଉଚିତ୍ । ଅନ୍ୟଥା ସେ କାହିଁକି ସ୍ଵୀକାର କରୁଛି? ସେ ଏହା ନିଜ ପାଇଁ ଘରେ କରିପାରିବ । ସେ କାହିଁକି ସେ ଏତେ ସାରା କଷ୍ଟ ସ୍ଵୀକାର କରୁଛି? କାହିଁକି ମୁଁ ଅଶୀ ବର୍ଷ ବୟସରେ ଏଠାକୁ ଆସିଲି ଯଦି ମୁଁ ଭଲ ପାଉ ନାହିଁ? ତେବେ ଏକ ପ୍ରଚାରକ ଠାରୁ ଅଧିକ କିଏ ଭଲ ପାଇପାରିବ? ସେ ପଶୁମାନଙ୍କୁ ମଧ୍ୟ ଭଲ ପାଏ । ସେଥିପାଇଁ ସେମାନେ ପ୍ରଚାର କରୁଛନ୍ତି, "ମାଂସ ଖାଅ ନାହିଁ ।" ସେମାନେ ପଶୁମାନଙ୍କୁ ଭଲ ପାଆନ୍ତି କି, ଦୁର୍ଜନ? ସେମାନେ ଖାଆନ୍ତି, ଏବଂ ସେମାନେ ନିଜ ଦେଶକୁ ଭଲ ପାଆନ୍ତି, ବାସ୍ । କେହି ଭଲ ପାଆନ୍ତି ନାହିଁ । ଏହା କେବଳ ଇନ୍ଦ୍ରିୟ ସନ୍ତୁଷ୍ଟି । ଯଦି କେହି ଭଲ ପାଏ, ସେ କୃଷ୍ଣ ଚେତନାଶୀଳ ଅଟେ, ବାସ୍ । ସମସ୍ତେ ଦୁର୍ଜନ । ସେମାନେ ନିଜର ଇନ୍ଦ୍ରିୟ ସନ୍ତୁଷ୍ଟି ପଛରେ ଅଛନ୍ତି, ଏବଂ ସେମାନେ ଏକ ନାମଫଳକ ପକାନ୍ତି, "ମୁଁ ସମସ୍ତଙ୍କୁ ଭଲ ପାଏ ।" ଏହା ହେଉଛି ସେମାନଙ୍କର କାମ । ଏବଂ ମୂର୍ଖମାନେ ଗ୍ରହଣ କରୁଛନ୍ତି, "ଓ, ଏହି ବ୍ୟକ୍ତି ଅତ୍ୟନ୍ତ ପରୋପକାରୀ ।" ସେ କୌଣସି ବ୍ୟକ୍ତିକୁ ଭଲପାଏ ନାହିଁ । ସେ କେବଳ ଇନ୍ଦ୍ରିୟଗୁଡ଼ିକୁ ଭଲପାଏ । ବାସ୍ । ଇନ୍ଦ୍ରିୟମାନଙ୍କର ସେବକ, ବାସ୍ ।