OR/Prabhupada 0208 - ସେହି ବ୍ୟକ୍ତିର ଶରଣ ନିଅ ଯିଏ ହେଉଛି କୃଷ୍ଣଙ୍କର ଭକ୍ତ

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on SB 6.1.16 -- Denver, June 29, 1975

ଜଣେ ବୈଷ୍ଣବ କୌଣସି ପାପୀ କାର୍ଯ୍ୟକଳାପ କରେ ନାହିଁ, ଏବଂ ସେ ଯାହା କିଛି ଅତୀତରେ କରିଛି, ତାହା ମଧ୍ୟ ସମାପ୍ତ ହୋଇଯାଏ । ଏହା କୃଷ୍ଣ କହିଛନ୍ତି । କିମ୍ଵା ଅନ୍ୟ ଶଦ୍ଦରେ, ଯଦି ତୁମେ ଭକ୍ତିର ସହିତ ଭଗବାନଙ୍କର ସେବାରେ ନିଜକୁ ନିଯୁକ୍ତ କରିବ, ତେବେ ନିଶ୍ଚିତ ଭାବରେ ତୁମେ ପାପୀ କାର୍ଯ୍ୟକଳାପର ସମସ୍ତ ପ୍ରତିକ୍ରିାୟାରୁ ମୁକ୍ତ ହୋଇଯିବ ।

ତେବେ ଏହା କିପରି ସମ୍ଭବ? ଯଥା କୃଷ୍ଣାର୍ପିତ-ପ୍ରାଣଃ । ପ୍ରାଣଃ, ପ୍ରାଣଃ ଅର୍ଥେର ଧିୟା ବାଚା । ପ୍ରାଣ, ପ୍ରାଣ ଅର୍ଥାତ୍ ଜୀବନ । ଜଣେ ଯିଏ ତାର ଜୀବନ ଭଗବାନଙ୍କର ସେବାରେ ସମର୍ପଣ କରିଛି, ସେହି ବ୍ୟକ୍ତି । କିପରି କୃଷ୍ଣଙ୍କର ସେବାରେ ଜୀବନକୁ ସମର୍ପଣ କରିବା ସମ୍ଭବ ହେବ? ତାହା ମଧ୍ୟ ଏଠାରେ କୁହାଯାଇଛି: ତତ୍-ପୁରୁଷ-ନିଶେବାୟ । ତୁମକୁ ସେହି ବ୍ୟକ୍ତିର ଶରଣ ନେବାକୁ ହେବ ଯିଏ କୃଷ୍ଣଙ୍କର ଭକ୍ତ, ଏବଂ ତୁମକୁ ସେବା କରିବାକୁ ହେବ । ଅର୍ଥାତ୍ ତୁମକୁ ଏକ ଭକ୍ତକୁ ସ୍ଵୀକାର କରିବାକୁ ହେବ, ଏକ ବାସ୍ତବ ଭକ୍ତ, ଏକ ଶୁଦ୍ଧ ଭକ୍ତ, ତୁମର ମାର୍ଗ ଦର୍ଶକ ରୂପରେ । ତାହା ହେଉଛି ଆମର ପ୍ରକ୍ରିୟା । ରୂପ ଗୋସ୍ଵାମୀ ଭକ୍ତି ରସାମୃତ ସିନ୍ଧୁରେ କହିଛନ୍ତି, "ପ୍ରଥମ ପ୍ରକ୍ରିୟା ହେଉଛି, ପ୍ରଥମ ସୋପାନ ହେଉଛି ଆଦୌ ଗୁରୁବାଶ୍ରୟମ ଗୁରୁ ସ୍ଵୀକାର କରିବା ।" ଗୁରୁ ସ୍ଵୀକାର କରିବା ଅର୍ଥାତ୍ କୃଷ୍ଣଙ୍କର ପ୍ରତିନିଧି । ଯିଏ କୃଷ୍ଣଙ୍କର ପ୍ରତିନିଧି ନୁହେଁ, ସେ ଗୁରୁ ହୋଇପାରିବ ନାହିଁ । ଗୁରୁ ଅର୍ଥାତ୍ ନୁହେଁ ଯେ କୌଣସି ନିରର୍ଥକ ବ୍ୟକ୍ତି ଗୁରୁ ହୋଇପାରିବ । ନା । କେବଳ ତତ୍-ପୁରୁଷ । ତତ୍-ପୁରୁଷ ଅର୍ଥାତ୍ ଯିଏ ପରମ ପୁରୁଷ ଭଗବାନଙ୍କୁ ସବୁକିଛି ରୂପେ ସ୍ଵୀକାର କରିଛି । ତତ୍-ପୁରୁଷ-ନିଶେବାୟ । ଅର୍ଥାତ୍ ବୈଷ୍ଣବ, ଶୁଦ୍ଧ ଭକ୍ତ । ତେଣୁ ଏହା ଅତ୍ୟନ୍ତ କଷ୍ଟକର ନୁହେଁ । କୃଷ୍ଣଙ୍କର କୃପାରୁ ଶୁଦ୍ଧ ଭକ୍ତ ଅଛନ୍ତି, ତେଣୁ ଜଣକୁ ତାଙ୍କର ଶରଣ ନେବାକୁ ହେବ । ଆଦୌ ଗୁରୁବାଶ୍ରୟମ । ତାପରେ ସଦ୍-ଧର୍ମ-ପୃଚ୍ଛାତଃ: ଏକ ଯଥାର୍ଥ ଆଧ୍ୟାତ୍ମିକ ଗୁରୁ ସ୍ଵୀକାର କରିବା ପରେ, ଜଣେ ଜିଜ୍ଞାସୁ ହେବା ଉଚିତ୍ କୃଷ୍ଣଙ୍କର ବିଜ୍ଞାନ କ'ଣ ତାହା ଜାଣିବା ପାଇଁ । ସଦ୍-ଧର୍ମ-ପୃଚ୍ଛାତ୍ ସାଧୁ-ମାର୍ଗ-ଅନୁଗମନମ୍ । ଏବଂ ଏହି କୃଷ୍ଣ ଚେତନା ଅର୍ଥାତ୍ ଜଣେ ଏକ ଭକ୍ତର ପଦାନୁସରଣ କରିବା ଉଚିତ୍, ସାଧୁ-ମାର୍ଗ-ଅନୁଗମନମ୍ ।

ତେଣୁ ସେ ସାଧୁମାନେ କିଏ? ତାହା ମଧ୍ୟ ଶାସ୍ତ୍ରରେ କୁହାଯାଇଛି, ଆମେ ଅଗରୁ ଆଲୋଚନା କରିଛୁ ।

ସ୍ଵୟଂଭୂର୍ ନାରଦଃ ଶମ୍ଭୁଃ
କୁମାରଃ କପିଳୋ ମନୁଃ
ପ୍ରହଲାଦୋ ଜନକୋ ଭୀଷ୍ମୋ
ବଲିର ବ୍ୟୈସକିର ବୟମ
(SB 6.3.20)

ସେହି ଦୁଇ..., ବାରଜଣ ବ୍ୟକ୍ତିଙ୍କୁ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି, ଯେ ସେମାନେ ହେଉଛନ୍ତି ମହାଜନ, ସେମାନେ ଅଧୀକୃତ, ଯଥାର୍ଥ ଗୁରୁ, ଏବଂ ତୁମକୁ ସେମାନଙ୍କର ପଥ ଅନୁସରଣ କରିବାକୁ ହେବ । ଏହା କଷ୍ଟକର ନୁହେଁ । ତେଣୁ ସ୍ଵୟଂଭୁ ଅର୍ଥାତ୍ ଭଗବାନ ବ୍ରହ୍ମା । ସ୍ଵୟଂଭୁ ନାରଦଃ ଶମ୍ଭୁଃ । ଶମ୍ଭୁ ଅର୍ଥାତ୍ ଭଗବାନ ଶିବ । ତେଣୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ...ଏହି ବାରଜଣ ମହାଜନଙ୍କ ମଧ୍ୟରୁ, ଚାରିଜଣ ମହତ୍ତ୍ଵପୂର୍ଣ୍ଣ । ତାହା ହେଉଛି ସ୍ଵୟଂମ୍ଭୁ, ଅର୍ଥାତ୍ ବ୍ରାହ୍ମଣ, ଏବଂ ତାପରେ ଶମ୍ଭୁ, ଭଗବାନ ଶିବ, ଏବଂ ତାପରେ କୁମାରଃ । ଏବଂ ଅନ୍ୟ ଏକ ସଂପ୍ରଦାୟ ଅଛି, ଶ୍ରୀ ସଂପ୍ରଦାୟ, ଲକ୍ଷ୍ମୀଙ୍କ ଠାରୁ । ତେଣୁ ଆମକୁ ଏକ ଆଧ୍ୟାତ୍ମିକ ଗୁରୁ ସ୍ଵୀକାର କରିବାକୁ ହେବ ଯିଏ ଠିକ୍ ଭାବରେ ଏହି ଚାରି ସଂପ୍ରଦାୟରୁ ଗୁରୁଶିଷ୍ୟ ପରମ୍ପରାରେ ଆସୁଥିବେ । ତେବେ ଆମେ ଫାଇଦାରେ ରହିବା । ଯଦି ଆମେ ଏକ ତଥା କଥିତ ଗୁରୁ ସ୍ଵୀକାର କରିବା, ତେବେ ଏହା ସମ୍ଭବ ହେବ ନାହିଁ । ଆମକୁ ଗୁରୁଶିଷ୍ୟ ପରମ୍ପରାରେ ଗୁରୁ ସ୍ଵୀକାର କରିବାକୁ ହେବ । ସେଥିପାଇଁ ଏଠାରେ ଏହା କୁହାଯାଇଛି, ତତ୍-ପୁରୁଷ-ନିଶେବୟାଃ ଆମକୁ ଶ୍ରଦ୍ଧାର ସହିତ ଏବଂ ସର୍ବଦା ବିଶ୍ଵସ୍ଥ ଭାବରେ ତାଙ୍କର ସେବା କରିବାକୁ ହେବ । ତେବେ ଆମର ଉଦ୍ଦେଶ୍ୟ ପୁରା ହେବ । ଏବଂ ତୁମେ ଯଦି ଏହି କାର୍ଯ୍ୟ ଗ୍ରହଣ କରିବ, କୃଷ୍ଣଙ୍କୁ ଜୀବନ ସମର୍ପଣ କରିବା ଏବଂ ସର୍ବଦା କୃଷ୍ଣଙ୍କ ସେବାରେ ନିଯୁକ୍ତ ରହିବା ତତ୍-ପୁରୁଷଙ୍କର ନିର୍ଦ୍ଦେଶ ଅନୁସାରେ ଅର୍ଥାତ୍ ଯାହାର କୃଷ୍ଣ ଚେତନା ପ୍ରଚାର କରିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ନାହିଁ - ତେବେ ଆମର ଜୀବନ ସଫଳ ହେବ । ଆମେ ସମସ୍ତ ପାପୀ ପ୍ରତିକ୍ରିୟାରୁ ମୁକ୍ତ ହୋଇଯିବା, ଏବଂ ଶୁଦ୍ଧିକରଣ ବିନା... କାରଣ କୃଷ୍ଣ, କିମ୍ଵା ଭଗବାନ ହେଉଛନ୍ତି, ଶୁଦ୍ଧ । ଅର୍ଜୁନ କହିଛନ୍ତି, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍: "ମୋର ଭଗବାନ କୃଷ୍ଣ, ଅପଣ ହେଉଛନ୍ତି ପବିତ୍ରତମ ।" ତେଣୁ ଯେପର୍ଯ୍ୟନ୍ତ ଆମେ ଶୁଦ୍ଧ ହୋଇ ନାହୁଁ ଆମେ କୃଷ୍ଣଙ୍କ ପାଖରେ ପହଞ୍ଚି ପାରିବା ନାହିଁ । ତାହା ହେଉଛି ଶାସ୍ତ୍ରର ବକ୍ତବ୍ୟ । ବିନା ଅଗ୍ନି ହୋଇ, ତୁମେ ଅଗ୍ନିରେ ପ୍ରବେଶ କରିପାରିବ ନାହିଁ । ସେହିପରି, ସଂପୂର୍ଣ୍ଣ ଭାବରେ ଶୁଦ୍ଧ ହୋଇ ନ ପାରିଲେ, ତୁମେ ଭଗବାନଙ୍କ ସାମ୍ରାଜ୍ୟରେ ପ୍ରବେଶ କରିପାରିବ ନାହିଁ । ତାହା ସମସ୍ତ ଧାର୍ମିକ ପ୍ରଣାଳୀ ଦ୍ଵାରା ସ୍ଵୀକାର କରାଯାଇଛି । ଖ୍ରଷ୍ଟିୟାନ୍ ପ୍ରଣାଳୀ ମଧ୍ୟ ସେହିପରି, ଯେ ଶୁଦ୍ଧ ହେବା ବିନା ତୁମେ ଭଗବାନଙ୍କର ସାମ୍ରାଜ୍ୟରେ ପ୍ରବେଶ କରିପାରିବ ନାହିଁ ।