OR/Prabhupada 0207 - ଦାୟିତ୍ଵହୀନ ଭାବରେ ଜୀବନ ଯାପନ କର ନାହିଁ



Lecture on SB 6.1.16 -- Denver, June 29, 1975

ଆମେ ଶୁଦ୍ଧିକରଣ ପ୍ରକ୍ରିୟା ଉପରେ ଆଲୋଚନା କରୁଛୁ । ବିଭିନ୍ନ ପ୍ରକ୍ରିୟା ବର୍ଣ୍ଣନା କରାଯାଇଛି, ପ୍ରାୟଶ୍ଚିତ ଏବଂ ତପସ୍ୟା ଦ୍ଵାରା । ଆମେ ଆଲୋଚନା କରିଛୁ । ଏବଂ ତାପରେ କେବଳୟା ଭକ୍ତ । ଭକ୍ତିରେ ସବୁକିଛି ଅନ୍ତର୍ଭୁକ୍ତ - କର୍ମ, ଜ୍ଞାନ, ଯୋଗ, ସବୁକିଛି । ଏବଂ ଏହା ବିଶେଷ କରି କୁହାଯାଇଛି, ଯେ ତପସ୍ୟା ଏବଂ ଅନ୍ୟ ବିଧି ଦ୍ଵାରା, ସମ୍ଭାବନା ଅଛି, କିନ୍ତୁ ଏହା ସଫଳ ହୋଇ ନ ପାରେ । କିନ୍ତୁ ଆମେ ଯଦି ଏହି ପ୍ରକ୍ରିୟା, ଭକ୍ତି ସେବା ଅଙ୍ଗୀକାର କରିବା, ତେବେ ଏହା ନିଶ୍ଚିତ ହେବ । ତେଣୁ ଏହି ଶୁଦ୍ଧିକରଣ ପ୍ରକ୍ରିୟା ଅର୍ଥାତ୍ ନିବୃତ୍ତି-ମାର୍ଗ । ଏବଂ ପ୍ରବୃତ୍ତି-ମାର୍ଗ ଅର୍ଥାତ୍ ବିନା କୌଣସି ଜ୍ଞାନରେ କି ଆମେ କୁଆଡ଼େ ଯାଉଛୁ, ଦ୍ରୃତ ଗତିରେ ଚାଲି ଯିବା - ଆମେ ସବୁକିଛି କରୁ, ଯାହା ଆମେ ପସନ୍ଦ କରୁ । ତାହାକୁ ପ୍ରବୃତ୍ତି-ମାର୍ଗ କୁହାଯାଏ । ଲୋକମାନେ ସାଧାରଣତଃ ପ୍ରବୃତ୍ତି-ମାର୍ଗରେ ବ୍ୟସ୍ତ । ବିଶେଷକରି ଏହି ଯୁଗରେ, ସେମାନେ ଖାତିର୍ କରନ୍ତି ନାହିଁ ଆଗକୁ କ'ଣ ହେବାକୁ ଯାଉଛି । ସେଥିପାଇଁ ସେମାନେ ଉପଶମ ଅନୁଭବ କରନ୍ତି ଯେ "ମୃତ୍ୟୁ ପରେ କୌଣସି ଜୀବନ ନାହିଁ । ଆମେ ଏହି ଜୀବନକୁ ସର୍ବଶ୍ରେଷ୍ଠ କ୍ଷମତାରେ ଉପଭୋଗ କରିବା । ତାପରେ ମୃତ୍ୟୁ ପରେ, ଯାହା ହେବ କିଛି କଥା ନାହିଁ ।" ସର୍ବପ୍ରଥମେ, ସେମାନେ ପରବର୍ତ୍ତୀ ଜୀବନ ଉପରେ ବିଶ୍ଵାସ କରିବା ପାଇଁ ମନା କରନ୍ତି । ଏବଂ ଏପରିକି ପରବର୍ତ୍ତୀ ଜୀବନ ଥିଲେ ମଧ୍ୟ, ଏବଂ ଯଦି ମୁଁ ବିଲେଇ ଏବଂ କୁକୁର ହେବାକୁ ଯାଉଛି, ସେମାନଙ୍କୁ କୌଣସି ଆପତ୍ତି ନାହିଁ । ଏହା ହେଉଛି ଆଧୁନିକ ଯୁଗର ଅନୁଭବ, ଦାୟିତ୍ଵହୀନ ଜୀବନ ।

କିନ୍ତୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ଶିକ୍ଷା ଦେଉଛି ଯେ "ଦାୟିତ୍ଵହୀନ ଭାବରେ ଜୀବନ ଯାପନ କର ନାହିଁ ।" ଉଦାହରଣ ସ୍ଵରୁପ, ତୁମେ କହିପାରିବ, "ଜୀବନ ନାହିଁ ।" କିନ୍ତୁ ମୁଁ ଯଦି ଯୁକ୍ତି ରଖିବି, "ମନେକର ଜୀବନ ଅଛି..." ବର୍ତ୍ତମାନ ଏହା ମଧ୍ୟ ପରିକଳ୍ପନା, କାରଣ କେହି ନୁହେଁ...ଯେଉଁମାନେ ଅଜ୍ଞାନତାରେ ଅଛନ୍ତି, ସେମାନେ ଜାଣି ନାହିଁନ୍ତି ଜୀବନ ଅଛି କି ନାହିଁ । ତେଣୁ ତୁମେ ଯୁକ୍ତି କରୁଛ, "ଜୀବନ ନାହିଁ," କିନ୍ତୁ ତୁମେ ଜାଣି ନାହଁ ଜୀବନ ଅଛି କି ନାହିଁ । ତାହା ତୁମ ଜ୍ଞାନ ବାହାରେ । ତେଣୁ ମନେକର ତୁମେ ଉଦ୍ଭୟ ପ୍ରକାରରେ ନିଅ ଏବଂ ଏହା ଉପରେ ବିଚାର କର... ତୁମେ କେବଳ ଏହି ପ୍ରସଙ୍ଗରେ ଭାବୁଛ ଯେ ଜୀବନ ନାହିଁ । ବର୍ତ୍ତମାନ, ତୁମେ ମୋ ପ୍ରସ୍ତାବ କାହିଁକି ନେଉ ନାହଁ, "ଯଦି ଜୀବନ ଅଛି?" କାରଣ ତୁମେ ନିଶ୍ଚିତ ନୁହଁ, ଜୀବନ ଅଛି କି । ଆମେ କହୁଛୁ ଜୀବନ ଅଛି । ଆମେ ଉଦାହରଣ ନେଉଛୁ: ଯେପରି ଏହି ଶିଶୁ ତାର ପରବର୍ତ୍ତୀ ଜୀବନ ପାଇଛି । ଶିଶୁ କହିପାରେ, "ଜୀବନ ନାହିଁ ପରବର୍ତ୍ତୀ ଜୀବନ ।" କିନ୍ତୁ ବାସ୍ତବରେ ତାହା ତଥ୍ୟ ନୁହେଁ । ତଥ୍ୟ ହେଉଛି, ଜୀବନ ଅଛି । ଶିଶୁ ଏହି ଶରୀର ପରିବର୍ତ୍ତନ କରିବ ଏବଂ ସେ ଏକ ବାଳକ ହୋଇଯିବ । ଏବଂ ବାଳକ ଏହି ଶରୀର ପରିବର୍ତ୍ତନ କରିବ; ସେ ଯୁବକ ହୋଇଯିବ । ତାହା ହେଉଛି ତଥ୍ୟ । କିନ୍ତୁ କେବଳ ଜିଦ୍ କରି ଯଦି ତୁମେ କହିବ ଜୀବନ ନାହିଁ...ତାହା ତୁମେ କହିପାରିବ । କିନ୍ତୁ ଏହି ଯିକ୍ତି ନିଅ: ଯଦି ଜୀବନ ଅଛି, ତେବେ କେତେ, ଦାୟିତ୍ଵହୀନ ଭାବରେ, ତୁମେ ତୁମର ଜୀବନର ଭବିଷ୍ୟତ ଅନ୍ଧକାରମୟ କରୁଛ? ସେହି ଉଦାହରଣ: ଯଦି ଏକ ଶିଶୁ ବିଦ୍ୟାଳୟ ଯିବ ନାହିଁ, ଶିକ୍ଷା ଗ୍ରହଣ କରିବ ନାହିଁ, ଯଦି ସେ ଭାବିବ, "ଅନ୍ୟ କୌଣସି ଜୀବନ ନାହିଁ ଏହି ଜୀବନ ବ୍ୟତୀତ, ମୁଁ ଦିନ ସାରା ଖେଳିବି । ମୁଁ କାହିଁକି ବିଦ୍ୟାଳୟ ଯିବି?" ସେ ଏପରି କହିପାରେ, କିନ୍ତୁ ଜୀବନ ଅଛି, ଏବଂ ସେ ଯଦି ଶିକ୍ଷା ଗ୍ରହଣ କରିବ ନାହିଁ, ପରବର୍ତ୍ତୀ ଜନ୍ମରେ, ଯେତେବେଳେ ସେ ଯୁବକ ଥିଲା, ଯଦି ତାକୁ ଏକ ଭଲ ସ୍ଥିତିରେ ମୁତୟନ ନ କରାଯାଏ ତେବେ ସେ ପୀଡ଼ିତ ହେବ । ଏହା ହେଉଛି ଦାୟିତ୍ଵହୀନ ଜୀବନ ।

ତେଣୁ ପରବର୍ତ୍ତୀ ଜୀବନ ପାଇବା ପୂର୍ବରୁ, ଅାମେ ସମସ୍ତ ପାପୀ ଜୀବନରୁ ମୁକ୍ତ ହେବା ଉଚିତ୍ । ଅନ୍ୟଥା ଆମକୁ ଭଲ ଜୀବନ ମିଳିବ ନାହିଁ । ବିଶେଷକରି ଘରକୁ ଫେରିବା, ଭଗବତଧାମକୁ ଫେରିବା ପାଇଁ, ଜଣକୁ ଏହି ଜୀବନରେ ତାର ସମସ୍ତ ପାପ ପ୍ରତିକ୍ରିୟା ସମାପ୍ତ କରିବାକୁ ହେବ । ଭଗବଦ୍ ଗୀତାରେ ତୁମେ ପାଇବ,

ଯେଷାଂ ତ୍ଵନ୍ତଗତଂ ପାପଂ
ଜନାନାଂ ପୁଣ୍ୟକର୍ମଣାମ୍
ତେ ଦ୍ଵନ୍ଦ୍ଵମୋହନିର୍ମୁକ୍ତା
ଭଜନ୍ତେ ମାଂ ଦୃଢ଼ବ୍ରତାଃ
(BG 7.28)

କୃଷ୍ଣଙ୍କର ନିଷ୍ଠାବାନ୍ ଭକ୍ତ ହେବା ପାଇଁ, କୃଷ୍ଣଙ୍କର ପୂର୍ଣ୍ଣ ଭକ୍ତ, ଅର୍ଥାତ୍ ଜଣକୁ ସମସ୍ତ ପାପୀ ପ୍ରତିକ୍ରୟାରୁ ମୁକ୍ତ ହେବାକୁ ପଡ଼ିବ । ଯେଷାଂ ତ୍ଵନ୍ତଗତଂ ପାପଂ । କୌଣସି ପାପୀ କାର୍ଯ୍ୟକଳାପ କର ନାହିଁ । ଏବଂ ଯାହା କିଛି ପାପ କର୍ମ ସେ ତାର ପୂର୍ବ ଜନ୍ମରେ କରିଛି, ତାହା ମଧ୍ୟ ରଦ୍ଦ କରିଦିଆ ଯାଏ । ତାହା ମଧ୍ୟ ଅସ୍ଵୀକାର କରାଯାଏ । ଆଉ ପ୍ରତିକ୍ରିୟା ହୁଏ ନାହିଁ । ଯେଷାଂ ତ୍ଵନ୍ତଗତଂ ପାପଂ ଜନାନାଂ ପୁଣ୍ୟକର୍ମଣାମ୍ । ତେଣୁ ଲୋକମାନେ ପାପ କର୍ମ କିମ୍ଵା ପୂର୍ଣ୍ଣ୍ୟ କର୍ମରେ ନିଯୁକ୍ତ । ତେବେ ଯେଉଁମାନଙ୍କର ପୂର୍ବ ପାପ କର୍ମର ପ୍ରତିକ୍ରିୟା ସମାପ୍ତ ହୋଇନାହିଁ କିନ୍ତୁ ବର୍ତ୍ତମାନ ସମୟରେ, ସେମାନେ କେବଳ ପୂର୍ଣ୍ଣ୍ୟ କର୍ମରେ ନିଯୁକ୍ତ, ସେହି ବ୍ୟକ୍ତି, ଯେଷାଂ ତ୍ଵନ୍ତଗତଂ ପାପଂ ଜନାନାଂ ପୁଣ୍ୟକର୍ମଣାମ୍, ତେ, ସେହି ବ୍ୟକ୍ତି, ଦ୍ଵନ୍ଦ୍ଵମୋହନିର୍ମୁକ୍ତା, ବିନା କୌଣସି ଦ୍ଵିଧାରେ, ବିନା କୌଣସି ସନ୍ଦେହରେ, ଭଜନ୍ତେ ମାଂ ଦୃଢ଼ବ୍ରତାଃ । ତାହା ହେଉଛି, ତେଣୁ ଯେ କେହି ଦୃଢ଼ ବିଶ୍ଵାସ ଏବଂ ଭକ୍ତିର ସହିତ କୃଷ୍ଣଙ୍କର ସେବାରେ ନିଯୁକ୍ତ, ଏହା ବୁଝିବାକୁ ହେବ ଯେ ସେ ବର୍ତ୍ତମାନ ସମସ୍ତ ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ ।