OR/Prabhupada 0209 - କିପରି ଘରକୁ ଫେରିବ, ଭଗବଦ୍ ଧାମକୁ

Revision as of 17:08, 21 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0209 - in all Languages Category:OR-Quotes - 1975 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 6.1.16 -- Denver, June 29, 1975

ତେଣୁ ମନୁଷ୍ୟ ଜୀବନ ଶୁଦ୍ଧିକରଣ ପାଇଁ ହୋଇଛି । ଆମେ ଆମର ଦୈନିକ ଖାଦ୍ୟ ପାଇବା ପାଇଁ କଠିନ ପରିଶ୍ରମ କରୁଛୁ । ଲୋକମାନଙ୍କୁ ଖାଦ୍ୟ ଅଳସୁଆ ଭାବରେ ବସିଲେ ମିଳେ ନାହିଁ । ତାହା ସମ୍ଭବ ନୁହେଁ । ସେମାନେ କଠିନ ପରିଶ୍ରମ କରନ୍ତି । ଡେନଭର ର ଏହା ସୁନ୍ଦର ସହର । ଏହାର ଉତ୍ପତି ଜଙ୍ଗଲ କିମ୍ଵା ମରୁଭୂମିରୁ ହୋଇନାହିଁ । ଏହି ସହରକୁ ଭଲ ଭାବରେ ନିର୍ମାଣ କରିବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼େ, ଏହା ପୂର୍ଣ୍ଣ ଭାବରେ ଛିଡ଼ା ହୋଇଛି । ତେଣୁ ଆମକୁ କାମ କରିବାକୁ ହେବ । ଯଦି ଆମେ ଖୁସୀ ଚାହୁଁଛୁ, ତେବେ ଆମକୁ କାମ କରିବାକୁ ହେବ । ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ କୃଷ୍ଣ କୁହଁନ୍ତି ଯେ ଯାନ୍ତି ଦେବବ୍ରତା ଦେବାନ୍ (BG 9.25) । କେହି ଏହି ଭୌତିକ ବାତାବରଣରେ ଖୁସୀ ହେବା ପାଇଁ କାମ କରୁଛି, ଏହି ଜଗତରେ ବହୁତ ବଡ଼ ମଣିଷ ହୋଇ, କିମ୍ଵା ଟିକିଏ ଅଧିକ ବୁଦ୍ଧିମାନ, ସେମାନେ ଏହି ଜୀବନରେ ଖୁସୀ ନାହିଁନ୍ତି, କିନ୍ତୁ ସେମାନେ ପରବର୍ତ୍ତୀ ଜିବନରେ ଖୁସୀ ହେବା ପାଇଁ ଚାହାଁନ୍ତି । ବେଳେ ବେଳେ ସେମନେ ଉଚ୍ଚତର ଗ୍ରହମାନଙ୍କୁ ଯିବାକୁ ଚାହାଁନ୍ତି । ତେଣୁ ଯାନ୍ତି ଦେବବ୍ରତା ଦେବାନ୍ ପିତୃନ୍ ଯାନ୍ତି ପିତୃବ୍ରତାଃ (BG 9.25) । ତେଣୁ ତୁମେ ଯେପରି କାମ କର, ତୁମକୁ ଇଛା ଅନୁସାରେ ପରିଣାମ ମିଳେ । କିନ୍ତୁ ଶେଷ ପଂକ୍ତିରେ, କୃଷ୍ଣ କହିଛନ୍ତି, ମଦ୍ ଯାଜିନୋଽପି ମାମ୍: "ଯଦି ତୁମେ ମୋ ପାଇଁ କାମ କରିବ କିମ୍ଵା ମୋତେ ପୂଜା କରିବ, ତେବେ ତୁମେ ମୋ ପାଖକୁ ଆସିବ ।" ତେବେ କୃଷ୍ଣଙ୍କ ପାଖକୁ ଯିବା ଏବଂ ଏହି ଭୌତିକ ଦୁନିଆରେ ରହିବା ମଧ୍ୟରେ ଅନ୍ତର କେଉଁଠାରେ ରହିଲା? ଅନ୍ତର ହେଉଛି ଆବ୍ରହ୍ମଭୂବନାଲ୍ଲୋକାଃ ପୁନାରାବର୍ତିନୋ ଽଜୁର୍ନ (BG 8.16) । ଏହି ଭୌତିକ ଜଗତରେଯଏପରିକି ଯଦି ତୁମେ ଉଚ୍ଚତର ଗ୍ରହକୁ ଯାଅ, ବ୍ରହ୍ମଲୋକ, ତଥାପି, ସେଠାରେ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି ଅଛି । କିମ୍ଵା ତୁମକୁ ପୁଣି ଥରେ ଫେରିବାକୁ ହେବ । ଯେପରି ଏହି ଲୋକମାନେ ଚନ୍ଦ୍ର ଗ୍ରହ୍ମକୁ ଯାଉଛନ୍ତି ଏବଂ ପୁଣି ଥରେ ଏଠାକୁ ଫେରି ଆସୁଛନ୍ତି । ତେଣୁ ଏହି ପ୍ରକାରର ଯିବା ଏବଂ ଏଠାକୁ ଫେରି ଅସିବା ଭଲ ନୁହେଁ । ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) । ଯଦି ତୁମେ ଏପରି ଗ୍ରହକୁ ଯାଅ ଯେଉଁଠାରୁ ତୁମକୁ ଏହି ଭୌତିକ ଦୁନିଆକୁ ଫେରିବାକୁ ପଡ଼ିବ ନାହିଁ, ତାହା ହେଉଛି ସର୍ବୋଚ୍ଚ ପୂର୍ଣ୍ଣତା । ତାହା ହେଉଛି କୃଷ୍ଣାଲୋକ ।

ତେଣୁ କୃଷ୍ଣ କହିଛନ୍ତି ଯେ "ଯଦି ତୁମେ ଏହି ଭୌତିକ ଦୁନିଆରେ ଖୁସୀ ହେବା ପାଇଁ କଠିନ ପରିଶ୍ରମ କରୁଛ, ସେହି ଶ୍ରମରେ, ଯଦି ତୁମେ ମୋତେ ପୂଜା କର, କୃଷ୍ଣ, ତେବେ ତୁମେ ମୋ ପାଖକୁ ଆସିବ ।" ମଦ୍ ଯାଜିନୋଽପି ମାମ୍ । ବିଶେଷ ରୂପରେ ଲାଭ କ'ଣ? ମାମୁପେତ୍ୟ ପୁନର୍ଜନ୍ମ ଦୁଃଖଳୟମଶାଶ୍ଵତମ୍ ନାପ୍ନୁବନ୍ତ: (BG 8.15) "ଯେ କେହି ମୋ ପାଖକୁ ଆସେ, ତାକୁ ପୁଣି ଏହି ଭୌତିକ ଜଗତକୁ ଫେରିବାକୁ ପଡ଼େ ନାହିଁ ।" ତେଣୁ ଆମର କୃଷ୍ଣ ଚେତନା ଅନ୍ଦୋଳନ ଲୋକମାନଙ୍କୁ ଶିକ୍ଷା ଦେଉଛି କିପରି ଘରକୁ ଫେରିବ, ଭଗବଦ୍ ଧାମକୁ, କୃଷ୍ଣ । ତାହା ଶାଶ୍ଵତ ଭାବରେ ଲୋକମାନଙ୍କୁ ଖୁସୀ କରିବ । ତେଣୁ ଏହି ଜୀବନରେ ମଧ୍ୟ, କୃଷ୍ଣ ଚେତନା ଶୀଳ ବ୍ୟକ୍ତି, ସେମାନେ ଦୁଃଖୀ ନୁହଁନ୍ତି । ତୁମେ ବ୍ୟବହାରିକ ରୂପରେ ଦେଖିପାରିବ । ଆମେ ଏକ ଭଲ ଘରେ ବସିଛୁ ଏବଂ ହରେ କୃଷ୍ଣ ମନ୍ତ୍ର ଜପ କରୁଛୁ ଏବଂ ପ୍ରସାଦ ଗ୍ରହଣ କରୁଛୁ । ଦୁଃଖ କେଉଁଠାରେ ଅଛି? କୌଣସି ଦୁଃଖ ନାହିଁ । ଏବଂ ଅନ୍ୟ ପ୍ରକ୍ରିୟାଗୁଡ଼ିକ, ସେମାନଙ୍କୁ ଅନେକ ଦୁଃଖ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼େ । ଏଠାରେ, କୃଷ୍ଣ ଚେତନା, କୌଣସି ଦୁଃଖ ନାହିଁ । ତାହା ଭଗବଦ୍ ଗୀତାରେ କୁହାଯାଇଛି: ସୁସୁଖଂ କର୍ତୁମବ୍ୟୟମ୍ (BG 9.2) । ସୁସୁଖଂ । ତୁମେ ଯେତେବେଳେ ଭକ୍ତି ସେବା କର, ଏହା କେବଳ ସୁଖଂ ନୁହେଁ - ସୁଖଂ ଅର୍ଥାତ୍ ଖୁସୀ - କିନ୍ତୁ ଅନ୍ୟ ଏକ ଶଦ୍ଦ ଯୋଡ଼ା ଯାଏ, ସୁସୁଖଂ, "ଅତି ଆରାମ ଦାୟକ, ଅତି ଖୁସୀ ।" କର୍ତୁମ, ଭକ୍ତି ସେବା କରିବା, ଅତି ପ୍ରସନ୍ନତା, ଅତି ଖୁସୀ । ଏବଂ ଅବ୍ୟୟମ୍ । ଅବ୍ୟୟମ୍ ଅର୍ଥାତ୍ ଯାହା ତୁମେ କର, ତାହା ତୁମର ସ୍ଥାୟୀ ସମ୍ପତ୍ତି ଅଟେ । ଅନ୍ୟ ଜିନିଷଗୁଡ଼ିକ ସ୍ଥାୟୀ ନୁହଁନ୍ତି । ମନେକର ତୁମେ ଅତି ଉନ୍ନତ ଶିକ୍ଷିତ ବ୍ୟକ୍ତି । ତୁମେ ଏମ.ଏ, ପି.ଏଚ୍.ଡି, ଏବଂ କିଛି, କିଛିରେ ଉତ୍ତୀର୍ଣ୍ଣ ହୋଇଛ । କିନ୍ତୁ ଏହା ଅବ୍ୟୟମ୍ ନୁହେଁ; ଏହା ହେଉଛି ବ୍ୟୟମ୍ । ବ୍ୟୟମ୍ ଏହା ସମାପ୍ତ ହୁଏ ନାହିଁ । ଯଥା ଶୀଘ୍ର ତୁମର ଶରୀର ସମାପ୍ତ ହୋଇଯିବ, ତୁମର ତଥା କଥିତ ସମସ୍ତ ଉପାଧି ସମାପ୍ତ ହୋଇଯିବ । ତାପରେ ପରବର୍ତ୍ତୀ ଜୀବନରେ, ଯଦି ତୁମେ ମନୁଷ୍ୟ ହୁଅ...ଅବଶ୍ୟ ଏମ୍.ଏ, ପି.ଏଚ୍.ଡି ହେବା ପାଇଁ ସୁଯୋଗ ମିଳିବ, କିନ୍ତୁ ପ୍ରଥମ ଏମ୍.ଏ, ପି.ଏଚ୍.ଡି ଏହି ଜୀବନର, ତାହା ସମାପ୍ତ ହୋଇଯିବ ।

ତେଣୁ ଯାହା କିଛି ଆମେ ଏଠାରେ ପ୍ରାପ୍ତ କରୁଛୁ, ତାହା ଅବ୍ୟୟମ୍ ନୁହେଁ । ବ୍ୟୟମ୍ ଅର୍ଥାତ୍ ଖର୍ଚ୍ଚ, ଏବଂ ଅ ଅର୍ଥାତ୍ "ନା, ଖର୍ଚ୍ଚ ନୁହେଁ । ଯଦି ତୁମକୁ କିଛି ଟଙ୍କା ମିଳେ, ଯଦି ତୁମେ ଖର୍ଚ୍ଚ କର, ତେବେ ଏହା ବ୍ୟୟମ୍, କିଛି ସମୟ ପରେ ସମାପ୍ତ ହୋଇଯିବ । ଅବ୍ୟୟମ୍ ଅର୍ଥାତ୍ ତୁମେ ଯେତେ ଖର୍ଚ୍ଚ କରିପାରିବ, ତଥାପି ଏହା ସମାପ୍ତ ହେବ ନାହିଁ । ତାହା ହେଉଛି ଅବ୍ୟୟମ୍ । ତେଣୁ କୃଷ୍ଣଙ୍କର ଭକ୍ତି ସେବାକୁ କୁହାଯାଇଛି ସୁସୁଖଂ କର୍ତୁମବ୍ୟୟମ୍ । ତୁମର ଯାହା କିଛି କର, ଯଦି ତୁମେ ଦଶ ପ୍ରତିଶତ ସଫଳତା ପ୍ରାପ୍ତ କର, ତୁମର ସେହି ଦଶ ପ୍ରତିଶତ ହେଉଛି ସ୍ଥାୟୀ । ସେଥିପାଇଁ ଭଗବଦ୍ ଗୀତାରେ ଏହା କୁହାଯାଇଛି, ଶୁଚୀନାଂ ଶ୍ରୀମତାଂ ଗେହେ ଯୋଗଭ୍ରଷ୍ଟୋଽଭିଜାୟତେ (BG 6.41) । ଯେଉଁମାନେ ଭକ୍ତି ସେବା ଏହି ଜୀବନରେ ସମାପ୍ତ କରି ପାରନ୍ତି ନାହିଁ, ସେମାନଙ୍କୁ ଅନ୍ୟ ଏକ ମନୁଷ୍ୟ ଜୀବନର ସୁଯୋଗ ମିଳେ । କେବଳ ମନୁଷ୍ୟ ଜୀବନ ନୁହେଁ, ସେମାନେ ସ୍ୱର୍ଗୀୟ ଗ୍ରହମାନଙ୍କୁ ଯାଆନ୍ତି, ସେମାନେ ସେଠାରେ ଉପଭୋଗ କରନ୍ତି, ଏବଂ ପୁଣି ଥରେ ଏହି ଗ୍ରହକୁ ଫେରି ଆସନ୍ତି । ଏବଂ ତାହା ମଧ୍ୟ ସାଧାରଣ ବ୍ୟକ୍ତି ଭାବରେ ନୁହେଁ । ଶୁଚୀନାଂ ଶ୍ରୀମତାଂ ଗେହେ: ସେ ବହୁତ ପବିତ୍ର ପରିବାରରେ ଜନ୍ମ ଗ୍ରହଣ କରନ୍ତି, ଯେପରିକି ବ୍ରହ୍ମଣ-ବୈଷ୍ଣବ, ଶୁଚୀନଂ, ଏବଂ ଶ୍ରୀମତାଂ, ଅତି ଧନଶାଳୀ ପରିବାର । ତାପରେ ଏହା ତାର କର୍ତ୍ତବ୍ୟ । ତେଣୁ ଯେଉଁମାନେ ଧନୀ ପରିବାରରେ ଜନ୍ମ ଗ୍ରହଣ କରନ୍ତି... ତୁମେ ଆମେରିକୀୟମାନେ, ତୁମେ ଧନୀ ଜନ୍ମ ହୋଇଛ । ବାସ୍ତବରେ ଏମିତି ହିଁ । ତେଣୁ ତୁମେ ଏପରି ଭାବିବା ଉଚିତ୍, ଯେ "ଆମର ପୂର୍ବ ଭକ୍ତି ସେବା ଯୋଗୁଁ, କୃଷ୍ଣଙ୍କର କୃପାରୁ ଆମେ ଏହି ଦେଶରେ ଜନ୍ମ ଗ୍ରହଣ କରିଲୁ । ଦାରିଦ୍ର୍ୟ ନାହିଁ," ଶ୍ରୀମତାଂ । ତେଣୁ ତୁମେ କୃଷ୍ଣ ଚେତନା ଅତି ଗମ୍ଭୀରତାର ସହ ନେବା ଉଚିତ୍ । ତୁମକୁ ସୁଯୋଗ ମିଳିଛି । ତୁମେ ଦରିଦ୍ର ନୁହଁ । ତୁମକୁ ତୁମର ସମୟ ନଷ୍ଟ କରିବାର ଆବଶ୍ୟକତା ନାହିଁ , "ଖାଦ୍ୟ କେଉଁଠାରେ ଅଛି? ଖାଦ୍ୟ କେଉଁଠାରେ ଅଛି? ଖାଦ୍ୟ କେଉଁଠାରେ ଅଛି?" ଯେପରି ଅନ୍ୟ, ଅଭାବଗ୍ରସ୍ତ ଦେଶ, ସେମାନେ ଖାଦ୍ୟ ଖୋଜିବା ପାଇଁ ଲଜ୍ଜିତ ହେଉଛନ୍ତି । କିନ୍ତୁ ତୁମେ ଅତ୍ୟନ୍ତ ଭାଗ୍ୟଶାଳୀ, ତେଣୁ ଏହି ସୁଯୋଗକୁ ହିପ୍ପୀ ହୋଇ ବ୍ୟର୍ଥ କର ନାହିଁ । ବ୍ୟର୍ଥ କର ନାହିଁ । ଭକ୍ତ ହୁଅ, କୃଷ୍ଣଙ୍କର ଭକ୍ତ । କୃଷ୍ଣ ଚେତନା ଆନ୍ଦୋଳନ ଅଛି, ଏବଂ ଆମର ଏତେ ସାରା କେନ୍ଦ୍ର ଅଛି । କେବଳ ଏହି କୃଷ୍ଣ ଚେତନା ବିଜ୍ଞାନ ଶିଖିବାକୁ ଚେଷ୍ଟା କର ଏବଂ ତୁମର ଜୀବନ ସାର୍ଥକ କର । ତାହା ଆମର ଅନୁରୋଧ ।

ବହୁତ ବହୁତ ଧନ୍ୟବାଦ ।