OR/Prabhupada 0222 - ଏହି ଆନ୍ଦୋଳନକୁ ଆଗକୁ ବଢ଼େଇବା ବନ୍ଦ କର ନାହିଁ

Revision as of 16:22, 22 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0222 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


His Divine Grace Srila Bhaktisiddhanta Sarasvati Gosvami Prabhupada's Disappearance Day, Lecture -- Los Angeles, December 9, 1968

ତେବେ ଏହା ଏକ ଅତି ଭଲ ଆନ୍ଦୋଳନ । ଅହଂ ତ୍ଵାଂ ସର୍ବପାପେଭ୍ୟୋ ମୋକ୍ଷାୟିଷ୍ୟାମି ମା ଶୁଚିଃ (BG 18.66) । ଭଗବଦ୍ ଗୀତା କୁହେ, ଭଗବାନ କୁହଁନ୍ତି, ଲୋକମାନଙ୍କର କଷ୍ଟ ସେମାନଙ୍କର ପାପୀ କାର୍ଯ୍ୟକଳାପ ଯୋଗୁଁ ଅଛି, ଅଜ୍ଞାନତା । ଅଜ୍ଞାନତା ପାପୀ କାର୍ଯ୍ୟକଳାପର କାରଣ । ଯେପରିକି ଏକ ବ୍ୟକ୍ତି ଜାଣି ନାହିଁ । ମନେକର ମୋ ପରି ଏକ ବିଦେଶୀ ଆମେରିକାକୁ ଆସେ ଏବଂ ସେ ଜାଣି ନାହିଁ... କାରଣ ଭାରତରେ...ଯେମିତି ତୁମ ଦେଶରେ, ମୋଟର ଗାଡ଼ି ଡ଼ାହାଣ ପଟର ଚାଲେ, ଭାରତରେ, ଲଣ୍ଡନରେ ମଧ୍ୟ ମୁଁ ଦେଖିଛି, ମୋଟର ଗାଡ଼ି ବାମ ପଟେ ଚାଲେ । ତେଣୁ ମନେକର ଯଦି ସେ ଜାଣି ନାହିଁ, ସେ ଗାଡ଼ି ବାମ ପଟେ ଚଲାଏ ଏବଂ କୌଣସି ଦୁର୍ଘଟଣା ହୁଏ, ଏବଂ ତାକୁ ପୋଲିସ ହାଜତକୁ ନିଏ । ଏବଂ ଯଦି ସେ କହିବ, "ମହାଶୟ, ମୁଁ ଜାଣିନାହିଁ ଯେ ଏଠାରେ ଗାଡ଼ି ଡ଼ାହାଣ ପଟେ ଚଲାଯାଏ," ତାହା ତାକୁ ଦଣ୍ଡରୁ ମୁକ୍ତ କରିବ ନାହିଁ । ଆଇନ୍ ତାକୁ ଦଣ୍ଡ ଦେବ । ତେଣୁ ଅଜ୍ଞାନତା ହେଉଛି ନିୟମ ଭଙ୍ଗ କରିବା କିମ୍ଵା ପାପ କର୍ମ କରିବାର କାରଣ । ଏବଂ ଯଥା ଶୀଘ୍ର ତୁମେ କିଛି ପାପ କର୍ମ କରିବ, ତୁମକୁ ତାହାର ପରିଣାମ ଭୋଗ କରିବାକୁ ପଡ଼ିବ । ତେଣୁ ସମଗ୍ର ଦୁନିଆ ଅଜ୍ଞାନତାରେ ଅଛି, ଏବଂ ଏହି ଅଜ୍ଞାନତା ଯୋଗୁଁ ସେ ବିଭିନ୍ନ ପ୍ରକାରର ଫଳ ଏବଂ ପ୍ରତିଫଳର ଅଡ଼ୁଆରେ ପଡ଼ୁଛି । ଏହି ଭୌତିକ ଦୁନିଆରେ କିଛି ଭଲ ନାହିଁ, ଏଠାରେ ସବୁ କିଛି ଖରାପ । ତେଣୁ ଆମେ କିଛି ଭଲ ଏବଂ କିଛି ଖରାପ ତିଆରି କରୁଛୁ । ଏଠାରେ...କାରଣ ଭଗବଦ୍ ଗୀତାରୁ ଆମେ ବୁଝିପାରୁଛୁ ଯେ ଏହି ସ୍ଥାନ ହେଉଛି ଦୁଃଖାଳୟମଶାଶ୍ଵତମ୍ (BG 8.15) । ଏହି ସ୍ଥାନ ହେଉଛି ଦୁଃଖ ଭୋଗ କରିବାର ସ୍ଥଳୀ । ତେବେ ତୁମେ କିପରି କହିପାରିବ ଯେ, ଦୟନୀୟ ଅବସ୍ଥାରେ ତୁମେ କିପରି କହିପାରିବ, ଯେ "ଏହା ଭଲ" କିମ୍ଵା "ଏହା ଖରାପ ।" ସବୁକିଛି ଖରାପ । ତେଣୁ ଯେଉଁ ଲୋକମାନେ ଜାଣି ନାହାଁନ୍ତି - ଭୌତିକ, ବଦ୍ଧ ଜୀବନ - ସେମାନେ କିଛି ତିଆରି କରନ୍ତି, "ଏହା ଭଲ, ଏହା ଖରାପ," କାରଣ ସେମାନେ ଜାଣି ନାହାଁନ୍ତି ଏଠାରେ ସବୁ ଖରାପ, କିଛି ଭଲ ନାହିଁ । ଜଣେ ବ୍ୟକ୍ତି ଏହି ଭୌତିକ ଜଗତ ପ୍ରତି ଅତ୍ୟନ୍ତ ନିରାଶାବାଦୀ ହେବା ଉଚିତ୍ । ତେବେ ସେ ଆଧ୍ୟାତ୍ମିକ ଜୀବନରେ ଉନ୍ନତି କରିପାରିବ । ଦୁଃଖାଳୟମଶାଶ୍ଵତମ୍ (BG 8.15) । ଏହି ସ୍ଥାନ ଦୁଃଖରେ ପୂର୍ଣ୍ଣ, ଏବଂ ତୁମେ ଯଦି ବିଶ୍ଳେଷଣ କରିବ, ତୁମେ କେବଳ ଦୁଃଖ ପାଇବ । ସେଥିପାଇଁ ସମସ୍ତ ଅସୁବିଧା ହେଉଛି ଯେ ଆମକୁ ଆମର ଭୌତିକ ବଦ୍ଧ ଜିବନ ତ୍ୟାଗ କରିବାକୁ ହେବ, ଏବଂ କୃଷ୍ଣ ଚେତନାରେ ଆମେ ନିଜକୁ ଆଧ୍ୟାତ୍ମିକ ସ୍ତରକୁ ଉର୍ତ୍ତୀଣ୍ଣ କରିବା ପାଇଁ ଚେଷ୍ଟା କରିବାକୁ ହେବ ଏବଂ ତାପରେ ଭଗବଦ୍ ଧାମକୁ ଉର୍ତ୍ତୀଣ୍ଣ ହୋଇପାରିବା, ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6), ଯେଉଁଠାକୁ ଯାଇ, କେହି ମଧ୍ୟ ଏହି ଭୌତିକ ଜଗତକୁ ଫେରି ଆସନ୍ତି ନାହିଁ । ଏବଂ ତାହା ହେଉଛି ଭଗବାନଙ୍କର ପରମ ଧାମ ।

ତେବେ ଭଗବଦ୍ ଗୀତାରେ ଉଲ୍ଲେଖ ଅଛି । ତେଣୁ ଏହି କୃଷ୍ଣ ଚେତନା ହେଉଛି ସ୍ଵୀକୃତ, ଅତି ମହତ୍ଵପୂର୍ଣ୍ଣ । ବର୍ତ୍ତମାନ, ତୁମେ ଆମେରିକୀୟ ବାଳକ ଏବଂ ବାଳିକାମାନେ ଯେଉଁମାନେ ଏହି ଆନ୍ଦୋଳନ ଗ୍ରହଣ କରିଛ, ଦୟାକରି ଏହାକୁ ଅଧିକ ଗମ୍ଭୀର ଭାବରେ ନିଅ ଏବଂ... ତାହା ହେଉଛି ଚୈତନ୍ୟ ମାହାପ୍ରଭୁ ଏବଂ ମୋର ଗୁରୁ ମାହାରାଜଙ୍କର ଲକ୍ଷ୍ୟ, ଏବଂ ଆମେମାନେ ମଧ୍ୟ ଗୁରୁଶିଷ୍ୟ ମାଧ୍ୟମରେ ଏହାକୁ ପାଳନ କରିବାକୁ ଚେଷ୍ଟା କରୁଛୁ । ତୁମେମାନେ ମୋତେ ସାହାର୍ଯ୍ୟ କରିବାକୁ ଆଗକୁ ଆସିଛ । ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ମୁଁ ଚାଲିଯିବି, କିନ୍ତୁ ତୁମେମାନେ ଜୀବିତ ରହିବ । ଏହି ଆନ୍ଦୋଳନକୁ ଆଗକୁ ବଢ଼େଇବା ବନ୍ଦ କର ନାହିଁ , ଏବଂ ତୁମେ ଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆର୍ଶୀବାଦ ପାଇବ ଏବଂ ପରମ ପୂର୍ଜ୍ୟ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦଙ୍କ ଠାରୁ ଆର୍ଶୀବାଦ ପାଇବ ।

ବହୁତ ବହୁତ ଧନ୍ୟବାଦ ।