OR/Prabhupada 0238 - ଭଗବାନ ଭଲ ଅଟନ୍ତି, ସେ ଭାରୀ ଭଲ

Revision as of 13:08, 23 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0238 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.3 -- London, August 4, 1973

ତେଣୁ ଅତଃ ଶ୍ରୀ କୃଷ୍ଣ ନାମାଦି ନ ଭାବେଦ ଗ୍ରହ୍ୟମ ଇନ୍ଦ୍ର୍ୟିଃ (CC Madhya 17.136) । ତେଣୁ କୃଷ୍ଣଙ୍କର ଏହି ବ୍ୟବହାର, କିପରି ସାଧାରଣ ଲୋକ ବୁଝିପାରିବେ? କାରଣ ସେମାନଙ୍କ ପାଖରେ ସାଧାରଣ ଇନ୍ଦ୍ରିୟ ଅଛି, ସେଥିପାଇଁ ସେମାନେ ଭୁଲ କରନ୍ତି । କୃଷ୍ଣ କାହିଁକି? ଏପରିକି କୃଷ୍ଣଙ୍କର ଭକ୍ତ, ବୈଷ୍ଣବ । ତାହା ମଧ୍ୟ କୁହାଯାଇଛି । ବୈଷ୍ଣବ କ୍ରିୟା ମୁଦ୍ରା ବିଜ୍ଞେହ ନା ଭୁଜହୟ (CC Madhya 17.136) । ଏପରିକି ବୈଷ୍ଣବ ଆଚାର୍ଯ୍ୟ, ସେ କ'ଣ କରୁଛନ୍ତି, ଅତି ଦକ୍ଷ ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ବୁଝିପାରନ୍ତି ନାହିଁ ସେ ଏପରି କାହିଁକି କରୁଛନ୍ତି । ସେଥିପାଇଁ ଆମେ ଉଚ୍ଚତମ ଅଧିକାରୀମାନଙ୍କୁ ନକଲ କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ, କିନ୍ତୁ ଆମକୁ ଉଚ୍ଚତମ ଅଧିକାରୀଙ୍କ ଦ୍ଵାରା ଦିଆଯାଇଥିବା ଅଦେଶ ପାଳନ କରିବାକୁ ହେବ, ନଷେଧାଜ୍ଞ । ଏହା ସମ୍ଭବ ନୁହେଁ । କୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧ କରିବା ପାଇଁ ଉତ୍ତେଜିତ କରୁଛନ୍ତି । ତାହାର ଅର୍ଥ ନୁହେଁ ଆମେ ମଧ୍ୟ ତାହା କରିବା, ଉତ୍ତେଜିତ, ନା । ତାହା ଅନୈତିକତା । କୃଷ୍ଣଙ୍କ ପାଇଁ ଏହା ଅନୈତିକତା ନୁହେଁ । ସେ ଯାହା କିଛି କରୁଛନ୍ତି...ଭଗବାନ ଭଲ ଅଟନ୍ତି, ସେ ଭାରୀ ଭଲ । ଆମେ ଏହା ସ୍ଵୀକାର କରିବା ଉଚିତ୍ । ସେ ଯାହା କିଛି କରୁଛନ୍ତି, ସେ ସବୁ ଭଲ । ଏହା ହେଉଛି ଏକ ପକ୍ଷ । ଏବଂ ମୁଁ ଯାହା କିଛି କରୁଛି ଅଧିକାରୀଙ୍କର ବିନା ଆଦେଶରେ, ସେ ସବୁ ଖରାପ । ତାଙ୍କୁ ଅନ୍ୟ କାହାଠାରୁ ଆଦେଶ ନେବାର ଆବଶ୍ୟକତା ନାହିଁ । ଈଶ୍ଵରଃ ପରମଃ କୃଷ୍ଣଃ (Bs. 5.1) । ସେ ହେଉଛନ୍ତି ସର୍ବୋଚ୍ଚ ନିୟନ୍ତ୍ରକ । ସେ କାହାର ନିର୍ଦ୍ଦେଶ ଆବଶ୍ୟକ କରନ୍ତି ନାହିଁ । ସେ ଯାହା କରନ୍ତି, ତାହା ହେଉଛି ଠିକ୍ । ଏହା ହେଉଛି କୃଷ୍ଣଙ୍କର ବୁଝାମଣା । ଏବଂ ଏହା ନୁହେଁ ଯେ ମୁଁ କୃଷ୍ଣଙ୍କୁ ମୋ ହିସାବରେ ଅଧ୍ୟୟନ କରିବି । କୃଷ୍ଣ ତୁମ ପରୀକ୍ଷା କିମ୍ଵା ପରୀକ୍ଷଣର ବିଷୟ ବସ୍ତୁ ନୁହଁନ୍ତି । ସେ ସମସ୍ତଙ୍କ ଠାରୁ ଉର୍ଦ୍ଧ୍ଵରେ । ସେ ହେଉଛନ୍ତି ଦିବ୍ୟ । ସେଥିପାଇଁ ଯେଉଁମାନଙ୍କର ଦିବ୍ୟ ଦୃଷ୍ଟି ନାହିଁ, ସେମାନେ କୃଷ୍ଣଙ୍କୁ ଭୁଲ ବୁଝନ୍ତି । ଏଠାରେ ସେ ପ୍ରତ୍ୟକ୍ଷ ଭାବରେ ପ୍ରଲୋଭିତ କରୁଛନ୍ତି,

କ୍ଳୈବ୍ୟଂ ମା ସ୍ମ ଗମଃ ପାର୍ଥ
ନୈତତ୍ତ୍ଵଯ୍ୟୁପପଦ୍ୟତେ
କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ
ତ୍ୟକ୍ତ୍ୟୋତ୍ତିଷ୍ଠ ପରନ୍ତପ
(BG 2.3)

ପରନ୍ତପ ହେଉଛି, ଏହି ଶଦ୍ଦ, ଏହି ଶଦ୍ଦର ପ୍ରୟୋଗ କରାଯାଇଛି ଯେ "ତୁମେ ଏକ କ୍ଷେତ୍ରିୟ, ତୁମେ ରାଜା । ତୁମର କର୍ତ୍ତବ୍ୟ ହେଉଛି ଖଳ ବ୍ୟକ୍ତିଙ୍କୁ ଦଣ୍ଡ ଦେବା । ତାହା ହେଉଛି ତୁମର କର୍ତ୍ତବ୍ୟ । ତୁମେ ଖଳ ବ୍ୟକ୍ତିଙ୍କୁ କ୍ଷମା କରି ପାରିବ ନାହିଁ ।" ପୂର୍ବେ ରାଜାମାନେ ସେପରି ଥିଲେ... ରାଜା ନିଜେ ନ୍ୟାୟ ବିଚାର କରୁଥିଲେ । ଏକ ଅପରାଧିକୁ ରାଜାଙ୍କର ସମ୍ମୁଖକୁ ଅଣା ଯାଉଥିଲା, ଏବଂ ଯଦି ରାଜାଙ୍କୁ ଉଚିତ୍ ଲାଗିବ, ସେ ତାଙ୍କର ନିଜର ଖଣ୍ଡା ବାହାର କରିବେ, ତୂରନ୍ତ ତାର ମୁଣ୍ଡ କାଟିଦେବେ । ତାହା ରାଜାଙ୍କର କର୍ତ୍ତବ୍ୟ ଥିଲା । ଏପରିକି ଅନେକ ନୁହେଁ, ଶହେ ବର୍ଷ ପୂର୍ବରୁ କାଶ୍ମୀରରେ, ରାଜା, ଯଥା ଶୀଘ୍ର ଏକ ଚୋର ଧରା ପଡ଼ୁଥିଲା, ତାକୁ ରାଜାଙ୍କ ସମ୍ମୁଖକୁ ଅଣା ଯାଉଥିଲା, ଏବଂ ଯଦି ସେ ଚୋର ପ୍ରମାଣିତ ହୁଏ, ସେ ଚୋରି କରିଥିଲା, ତୂରନ୍ତ ରାଜା ବ୍ୟକ୍ତିଗତ ଭାବରେ ତାର ହାତ କାଟି ଦେଉଥିଲେ, କାଟୁଥିଲେ । ଏପରିକି ଶହେ ବର୍ଷ ପୂର୍ବରୁ । ତେବେ ଅନ୍ୟ ସମସ୍ତ ଚୋରମାନଙ୍କୁ ଚେତାବନୀ ଦିଆଯାଉଥିଲା, "ଏହାହେଉଛି ତୁମର ଦଣ୍ଡ ।" ତେଣୁ ସେଠାରେ କୌଣସି ଚୋରି ହେଉ ନ ଥିଲା । କୌଣସି ଚୋରୀ ନାହିଁ କାଶ୍ମୀରରେ । ଏପରିକି ଯଦି କାହାର କିଛି ରାସ୍ତାରେ ହଜିଯାଏ, ଏହା ପଡ଼ି ରହୁଥିଲା । କେହି ଏହାକୁ ସ୍ପର୍ଶ କରୁ ନ ଥିଲେ । ଆଦେଶ ହେଉଛି, ରାଜାଙ୍କର ଆଦେଶ ଥିଲା, "ଯଦି ରାସ୍ତାରେ କିଛି ଉପେକ୍ଷିତ ଅବସ୍ଥାରେ ପଡ଼ି ରହୁଛି, ତୁମେ ଏହାକୁ ଛୁଇଁ ପାରିବ ନାହିଁ । ଯେଉଁ ବ୍ୟକ୍ତି ଏହାକୁ ଛାଡ଼ିଛି, ସେ ଆସିବ; ସେ ଏହାକୁ ନେବ । ତୁମେ ଏହାକୁ ନେଇ ପାରିବ ନାହିଁ ।" ଏପରିକି ଶହେ ବର୍ଷ ପୂର୍ବରୁ । ତେଣୁ ଏହି ମୃତ୍ୟୁ ଦଣ୍ଡର ଆବଶ୍ୟକତା ଅଛି । ଆଜିକାଲି ମୃତ୍ୟୁ ଦଣ୍ଡକୁ କ୍ଷମା କରାଯାଉଛି । ହତ୍ୟାକାରୀମାନଙ୍କୁ ଫାଶୀ ଦିଆଯାଉ ନାହିଁ । ଏହି ସବୁ ଭୁଲ, ସବୁ ଦୁର୍ଜନତା । ଏକ ହତ୍ୟାକାରୀର ହତ୍ୟା କରାଯିବା ଉଚିତ୍ । କୌଣସି କୃପା ନାହିଁ । କାହିଁକି ଏକ ମନୁଷ୍ୟ ହତ୍ୟାକାରୀ? ଏପରିକି ଏକ ପଶୁ ହତ୍ୟାକାରୀକୁ ମଧ୍ୟ ତୂରନ୍ତ ଫାଶୀ ଦଣ୍ଡ ଦିଆଯିବା ଉଚିତ୍ । ତାହା ହେଉଛି ସାମ୍ରାଜ୍ୟ । ରାଜା ଅତି ଶକ୍ତ ହେବା ଉଚିତ୍ ।