OR/Prabhupada 0248 - କୃଷ୍ଣଙ୍କର ୧୬୧୦୮ ସ୍ତ୍ରୀ ଥିଲେ,ଏବଂ ବହୁ ସମୟରେ ସ୍ତ୍ରୀଙ୍କୁ ପାଇବା ପାଇଁ ପ୍ରତି ଥର ଯୁଦ୍ଧ କରୁଥିଲେ

Revision as of 16:24, 23 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0248 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.6 -- London, August 6, 1973

ପ୍ରଦ୍ୟୁମ୍ନ: "ନା ଆମକୁ ଜଣା ଭଲ କ'ଣ - ସେମାନଙ୍କ ଉପରେ ବିଜୟ ଲାଭ କରିବା, କିମ୍ଵା ସେମାନଙ୍କ ଦ୍ଵରା ପରାସ୍ତ ହେବା । ଧୃତରାଷ୍ଟ୍ରଙ୍କର ପୁତ୍ରମାନେ - ଯେଉଁମାନଙ୍କୁ ଯଦି ଆମେ ମାରିବା, ତେବେ ଆମେ ବଞ୍ଚିବାକୁ ଖାତିର କରିବା ଉଚିତ୍ ନୁହେଁ - ବର୍ତ୍ତମାନ ସେମାନେ ଯୁଦ୍ଧ କ୍ଷେତ୍ରରେ ଆମ ସମ୍ମୁଖରେ ଛିଡ଼ା ହୋଇଛନ୍ତି ।"

ପ୍ରଭୁପାଦ: ତେଣୁ ଏହି ଭାଈମାନଙ୍କର ଦୁଇ ଦଳ... ମାହାରାଜା ପାଣ୍ଡୁଙ୍କର ପାଞ୍ଚ ପୁତ୍ର ଥିଲେ ଏବଂ ଧୃତରାଷ୍ଟ୍ରଙ୍କର ଶହେ ପୁତ୍ର ଥିଲେ । ତେଣୁ ଏହା ହେଉଛି ପରିବାର, ଏକା ପରିବାର, ଏବଂ ଏହା ସେମାନଙ୍କ ମଧ୍ୟରେ ବୁଝାମଣା ଥିଲା, ଯେ ପରିବାର ବ୍ୟତୀତ ଅନ୍ୟ କେହି ସେମାନଙ୍କୁ ଆକ୍ରମଣ କରିବାକୁ ଆସେ, ସେମାନେ ୧୦୫ ଭାଇ ଏକଜୁଟ ହୋଇ ଯୁଦ୍ଧ କରିବେ । କିନ୍ତୁ ଯେତେବେଳେ ସେମାନଙ୍କ ମଧ୍ୟରେ ଯୁଦ୍ଧ କରିବା କଥା ଆସିଲା - ଏକ ପକ୍ଷ, ଶହେ ଭାଈ; ଏକ ପକ୍ଷରେ, ପାଞ୍ଚ ଭାଈ । କାରଣ ଏକ କ୍ଷତ୍ରିୟ ପରିବାର, ଏହା ବୁଝିବାକୁ ହେବ ସେମାନଙ୍କୁ ଯୁଦ୍ଧ କରିବାକୁ ହେବ । ଏପରିକି ତାଙ୍କ ବିବାହରେ ମଧ୍ୟ ଯୁଦ୍ଧ ହୁଏ । ବିନା ଯୁଦ୍ଧରେ, କ୍ଷତ୍ରିୟ ପରିବାରରେ ବାହାଘର ହୁଏ ନାହିଁ । କୃଷ୍ଣଙ୍କର ୧୬୧୦୮ ସ୍ତ୍ରୀ ଥିଲେ, ଏବଂ ବହୁ ସମୟରେ ସ୍ତ୍ରୀଙ୍କୁ ପାଇବା ପାଇଁ ପ୍ରତିଥର ଯୁଦ୍ଧ କରୁଥିଲେ । ଏହା ଖେଳ ଥିଲା । କ୍ଷତ୍ରିୟ ମାନଙ୍କୁ ଯୁଦ୍ଧ, ଏକ ଖେଳ ଥିଲା । ତେଣୁ ସେ ବ୍ୟଗ୍ର ହୋଇଯାଇଥିଲେ ଯେ ଏହି ପ୍ରକାରର ଲଢେଇକୁ ସେ ପ୍ରୋତ୍ସାହିତ କରିବେକି ନାହିଁ ।

ବଙ୍ଗାଳୀରେ ଏକ ଢଗ ଅଛି, ଖାବୋ କି ଖାବୋ ନା ଜଦି ଖାଓ ତୁ ପାଉସେ । "ଯେତେବେଳେ ତୁମେ ବିଚଳିତ ହୋଇଯିବ ଯେ ମୁଁ ଖାଇବି କି ନାହିଁ; ନ ଖାଇବା ଭଲ ହେବ ।" ବେଳେବେଳେ ଆମେ ଏହି ଅବସ୍ଥାରେ ଆସୁ, "ମୋତେ ଏତେ ଭୋକ ନାହିଁ, ତ ମୁଁ ଖାଇବି କି ନାହିଁ?" ଭଲ ଉପାୟ ଏହା ଯେ ତୁମେ ନ ଖାଇବା, ଏହା ନୁହେଁ ଯେ ତୁମେ ଖାଇବ । କିନ୍ତୁ ଯଦି ତୁମେ ଖାଇବ,ତେବେ ତୁମେ ଡିସମ୍ବର ମାସରେ ଖାଅ, ପୌଶ ମାସରେ । କାହିଁକି? ଏଠାରେ... ପଶ୍ଚିମବଙ୍ଗରେ...ପଶ୍ଚିମବଙ୍ଗ ଜଳବାୟୂ ହେଉଛି ଗ୍ରୀଷ୍ମ ମଣ୍ଡଳୀୟ, କିନ୍ତୁ ଯେତେବେଳେ ଶୀତ ଋତୁରେ, ତୁମକୁ ଉପଦେଶ ଦିଆଯାଏ ଯେ "ଯଦି ତୁମେ ଖାଅ ତେବେ ତାହା ଏତେ ହାନିକର ନୁହେଁ କାରଣ ଏହା ହଜମ ହୋଇଯିବ ।" ରାତିଟି ଲମ୍ଵା ଥିଲେ, ବା ଶୀତ ଦିନେ ହଜମ ଶକ୍ତି ଭଲ ରହେ । ତେଣୁ ଯେତେବେଳେ ତୁମେ ଦ୍ଵନ୍ଦରେ ଥିବ, ଯେ କରିବି କି କରିବି ନାହିଁ, " ଜାବୋ କି ଜାବୋନା ଯଦି ଜାଅ ତୁ ସୌଚେ: "ଯେତେବେଳେ ତୁମେ ଭାବିବ, ଯଦି ମୁଁ ଜିବି କି ନାହିଁ? ଭଲ ହେବ ଯଦି ଜିବିନାହିଁ । କିନ୍ତୁ ଯେତେବେଳେ ମଳମୂତ୍ର ଯିବାର ପ୍ରଶ୍ନ ଆସେ, ତୁମକୁ ନିଶ୍ଚିତରେ ଯିବାକୁ ହେବ ।" ଜାବୋ କି ଜାବୋନା ଯଦି ଜାଅ ତୁ ସୌଚେ, ଖାବୋ କି ଖାବୋ ନା ଜଦି ଖାଓ ତୁ ପାଉସେ । ଏହା ସବୁ ଅତି ବ୍ୟବହାରୀକ ଜ୍ଞାନ । ସେହିପରି, ଅର୍ଜୁନ ବର୍ତ୍ତମାନ ଦ୍ଵନ୍ଦରେ, "କି ମୁଁ ଯୁଦ୍ଧ କରିବି କି ନାହିଁ?" ତାହା ସବୁଆଡେ ଅଛି । ଯେତେବେଳେ ଆଧୁନିକ ରାଜନୀତିଜ୍ଞ ମାନଙ୍କ ମଧ୍ୟରେ ଯୁଦ୍ଧର ଘୋଷଣା ହୁଏ, ସେମାନେ ବିଚାର କରନ୍ତି... ଠିକ ଯେପରି ପୂର୍ବ ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ, ଜ ଯେତେବେଳେ ହିଟ୍ଲର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲେ... ସମସ୍ତେ ଜାଣିଥିଲେ ଯେ ହିଟ୍ଲର ବଦଲା ନେବେ କାରଣ ପ୍ରଥମ ବିଶ୍ଵ ଯୁଦ୍ଧରେ ସେ ପରାସ୍ତ ହୋଇଥିଲେ । ତେଣୁ ହିଟ୍ଲର ପୁଣି ପ୍ରସ୍ତୁତ ହେଉଥିଲେ । ମୋର ଜଣେ ଗୁରୁଭାଈ, ସେ ଜର୍ମାନୀରୁ ୧୯୩୩ରେ ଭାରତକୁ ଫେରିଥିଲେ । ସେହି ସମୟରେ ସେ ଜଣାଇଥିଲେ ଯେ "ଯୁଦ୍ଧ ନିଶ୍ଚିତରେ ହେବ । ହିଟ୍ଲର ଭାରୀ ଜୋରଶୋର ରେ ପ୍ରସ୍ତୁତ ହେଉଥିଲେ । ଯୁଦ୍ଧ ନିଶ୍ଚିତରେ ହେବା ପାଇଁ ।" ତେଣୁ ସେହି ସମୟରେ, ମୋତେ ଲାଗୁଛି, ତୁମ ଦେଶର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ଚାମ୍ବେର୍ଲେନ ଥିଲେ। ଏବଂ ସେ ହିଟ୍ଲରଙ୍କୁ ଦେଖା କରିଥିଲେ ଯୁଦ୍ଧକୁ ରୋକିବା ପାଇଁ । କିନ୍ତୁ ସେ ମାନି ନଥିଲେ । ତେଣୁ ସେହିପରି, ଏହି ଯୁଦ୍ଧର ଶେଷ ସମୟ ପର୍ଯ୍ୟନ୍ତ ଯୁଦ୍ଧକୁ ରୋକିବା ପାଇଁ ଚେଷ୍ଟା କରିଥିଲେ । ସେ ଦୁର୍ଯ୍ୟଧନକୁ ପ୍ରସ୍ତାବ ଦେଇଥିଲେ "ସେମାନେ କ୍ଷତ୍ରୀୟ, ତୋର ଦାଦା ପୁଅ ଭାଈମାନେ । ତୁ ତାଙ୍କର ରାଜ୍ୟକୁ ଛଡାଇ ନେଇଛୁ । କିଛି ଭାବିବୁନି, ଯେକୌଣସି ପ୍ରକାରରେ ତୁ ନେଇଛୁ । କିନ୍ତୁ ସେମାନେ ହେଉଛନ୍ତି କ୍ଷତ୍ରୀୟ । ତାଙ୍କର କିଛି ରୋଜଗାର ତ ହେବା ଦରକାର ନା । ତେଣୁ ତାଙ୍କୁ ଦେଇଦେ, ପାଞ୍ଚ ଭାଈଙ୍କୁ, ପାଞ୍ଚୋଟି ଗାଁ । ସମଗ୍ର ବିଶ୍ଵର ତୋର ସାମ୍ରାଜ୍ୟରୁ, ପାଞ୍ଚୋଟି ଗାଁ ତାଙ୍କୁ ଦେଇଦେ । ତେବେ ସେ..."ନା, ମୁଁ ଯୁଦ୍ଧ ବିନା ରାଜ୍ୟର ଏକ ଇଞ୍ଚ ମଧ୍ୟ ଦେବି ନାହିଁ ।" ସେଥିପାଇଁ, ଏହି ସ୍ଥିତିରେ ଯୁଦ୍ଧ ହେବା ଉଚିତ୍ ।