OR/Prabhupada 0247 - ପ୍ରକୃତ ଧର୍ମ ଅର୍ଥାତ୍ ଭଗବାନଙ୍କୁ ପ୍ରେମ କରିବା



Lecture on BG 2.9 -- London, August 15, 1973

ତେବେ ଭଗବଦ୍ ଗୀତା ସମାପ୍ତ ହୁଏ: ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । ଏବଂ ଭଗବଦ୍ ଗୀତା ଆରମ୍ଭ ହୁଏ ସେହି ପ୍ରସଙ୍ଗରୁ । ସେଥିପାଇଁ ଭଗବଦ୍ ଗୀତା ହେଉଛି ଶ୍ରୀମଦ୍ ଭାଗବତର ପ୍ରାଥମିକ ଅଧ୍ୟୟନ । ଭଗବତ ଆରମ୍ଭ ହୁଏ, ଧର୍ମ ପ୍ରୋଜ୍ଜହିତ କୈତବଃ ଅତ୍ର: "ବର୍ତ୍ତମାନ, ଏହି ଶ୍ରୀମଦ୍ ଭାଗବତରେ, ସମସ୍ତ ପ୍ରକାରର ଠକ ଧର୍ମ ବହିଷ୍କୃତ କରାଯାଇଛି, ପ୍ରୋଜ୍ଜଜିତ ।" ତେଣୁ ସମ୍ପର୍କ ଅଛି । ପ୍ରକୃତ ଧର୍ମ ଅର୍ଥାତ୍ ଭଗବାନଙ୍କୁ ପ୍ରେମ କରିବା । ତାହା ହେଉଛି ପ୍ରକୃତ ଧର୍ମ । ସେଥିପାଇଃ ଭାଗବତ କୁହେ, ସ ବୈ ପୁମ୍ସାମ ପରୋ ଧର୍ମୋ ଯତୋ ଭକ୍ତିର ଅଧୋକ୍ଶଜେ: (SB 1.2.6)" ତାହା ହେଉଛି ପ୍ରଥମ ଶ୍ରେଣୀର ଧର୍ମ ।" ଏହାର ମାନେ ନୁହେଁ ଯେ ତୁମେ ଏହି ଧର୍ମ ଅନୁସରଣ କରିବ କିମ୍ଵା ସେହି ଧର୍ମ । ତୁମେ ଯେ କୌଣସି ଧର୍ମ ଅନୁସରଣ କରିପାର, ଏହା କିଛି ଫରକ ପକାଏ ନାହିଁ, ହିନ୍ଦୁ ଧର୍ମ ହେଉ କିମ୍ଵା ଖ୍ରୀଷ୍ଟିୟାନ ଧର୍ମ କିମ୍ଵା ମୁସଲମାନ ଧର୍ମ, ଯାହା ତୁମ ଇଛା । କିନ୍ତୁ ଆମକୁ ପରୀକ୍ଷା କରିବାକୁ ହେବ । ଯେପରି ଏକ ଛାତ୍ର ଯିଏ ଏମ୍.ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି । କେହି ଅନୁସନ୍ଧାନ କରନ୍ତି ନାହିଁ, "ତୁମେ କେଉଁ ମହାବିଦ୍ୟାଳୟରୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ?" ତୁମେ ଏମ୍.ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ?" ତାହା ଠିକ୍ ଅଛି ।" ଏବଂ ଆମେମାନେ ଚିନ୍ତା କରୁଛୁ କି, ତୁମେ ସ୍ନାତକ, ସ୍ନାତକୋତ୍ତର ଅଟ । ବାସ୍ । କେହି ଅନୁସନ୍ଧାନ କରନ୍ତି ନାହିଁ, "କେଉଁ ମହାବିଦ୍ୟାଲୟରୁ, କେଉଁ ଦେଶରୁ, କେଉଁ ଧର୍ମରୁ, ତୁମେ ଏମ୍.ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ?" ନା । ସେହିପରି କେହି ଅନୁସନ୍ଧାନ କରିବା ଉଚିତ୍ ନୁହେଁ, "ତୁମେ କେଉଁ ଧର୍ମରୁ ଅାସିଛ?" ଜଣେ ଏହା ଦେଖିବା ଉଚିତ୍ ଯେ ସେ ଏହି କଳା ଶିଖିଛି କି ନାହିଁ, କିପରି ଭଗବାନଙ୍କୁ ଭଲ ପାଇବ । ବାସ୍ । ତାହା ହେଉଛି ଧର୍ମ । କାରଣ ଏଠାରେ ଧର୍ମ ଅଛି: ସର୍ବଧର୍ମନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । ଏହା ହେଉଛି ଧର୍ମ । ଭାଗବତ କୁହଁନ୍ତି । ଧର୍ମ ପ୍ରୋଜ୍ଜହିତ କୈତବଃ ଅତ୍ରଃ "ସମସ୍ତ ଛଳ ପ୍ରକୃତିର ଧର୍ମ ଏହି ଭାଗବତରୁ ବାହାର କରି ଦିଆଯାଇଛି ।" କେବଳ ନିର୍ମତ୍ସରାନାମ୍, ଭଗବାନଙ୍କୁ ଯିଏ ଈର୍ଷା କରେ ନାହିଁ... "ମୁଁ କାହିଁକି ଭଗବାନଙ୍କୁ ଭଲ ପାଇବି? ମୁଁ କାହିଁକି ଭଗବାନଙ୍କୁ ପୂଜା କରିବି? ମୁଁ କାହିଁକି ଭଗବାନଙ୍କୁ ସ୍ଵୀକାର କରିବି? ସେମାନେ ସମସ୍ତେ ଅସୁର । ସେମାନଙ୍କ ପାଇଁ କେବଳ, ଶ୍ରୀମଦ୍ ଭାଗବତ, ସେମାନଙ୍କ ପାଇଁ କେବଳ, ଯେଉଁମାନେ ବାସ୍ତବରେ ଭଲ ପାଇବା ପାଇଁ ଗମ୍ଭୀର ଅଛନ୍ତି । ଅହେତୁକୀ ଅପ୍ରତିହତା ଯେନାତ୍ମା ସମ୍ପ୍ରସୀଦତି ।

ତେଣୁ ଜୀବନର ପ୍ରକୃତ ସଫଳତା ହେଉଛି ଯେ ଯେତେବେଳେ ତୁମେ ଶିଖିଯିବ କିପରି ଭଗବାନଙ୍କୁ ଭଲ ପାଇବ । ତାପରେ ତୁମର ହୃଦୟ ସନ୍ତୁଷ୍ଟ ହେବ । ଯମ୍ ଲଭଦ୍ଵା ଚାପରମ୍ ଲାଭମ୍ ମନ୍ୟତେ ନାଧିକମ୍ ତତଃ । ଯଦି ତୁମେ କୃଷ୍ଣ କିମ୍ଵା ଭଗବାନଙ୍କୁ ପ୍ରାପ୍ତ କର...କୃଷ୍ଣ ଅର୍ଥାତ୍ ଭଗବାନ । ଯଦି ତୁମ ପାଖରେ ଭଗବାନଙ୍କର ଅନ୍ୟ ନାମ ଅଛି, ତାହା ମଧ୍ୟ ସ୍ଵୀକାର କରାଯାଏ । କିନ୍ତୁ ଭଗବାନ, ସର୍ବୋଚ୍ଚ ଭଗବାନ, ସର୍ବୋଚ୍ଚ ବ୍ୟକ୍ତି । ତୁମେ ଯେତେବେଳେ ଏହା ପ୍ରାପ୍ତ କର...କାରଣ ଅମେ କାହକୁ ଭଲପାଉ । ଭଲପାଇବା ପ୍ରବୃତ୍ତି ଅଛି । ସମସ୍ତଙ୍କ ଠାରେ । କିନ୍ତୁ ଭୁଲ ଦିଗରେ ଅଛି । ସେଥିପାଇଁ କୃଷ୍ଣ କୁହଁନ୍ତି, "ଏହି ସମସ୍ତ ଭଲ ପାଇବା ବସ୍ତୁକୁ ବାହାର କର । ମୋତେ ଭଲ ପାଇବା ପାଇଁ ଚେଷ୍ଟା କର ।" ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ (BG 18.66) । ଏହି ପରି ଭାବରେ ତୁମର ଭଲପାଇବା ତୁମକୁ କଦାପି ସନ୍ତୁଷ୍ଟ କରିବା ପାଇଁ ସକ୍ଷମ ହେବ ନାହିଁ । ଯେନାତ୍ମା ସମ୍ପ୍ରସିଦତି । ଯଦି ତୁମେ ପ୍ରକୃତ ସନ୍ତୁଷ୍ଟତା ଚାହୁଁଛ, ତେବେ ତୁମେ କୃଷ୍ଣଙ୍କୁ ଭଲ ପାଇବା ଉଚିତ୍, କିମ୍ଵା ଭଗବାନଙ୍କୁ । ତାହା ହେଉଛି ସମ୍ପୂର୍ଣ୍ଣ ତତ୍ତ୍ଵଜ୍ଞାନ..., ବୈଦିକ ତତ୍ତ୍ଵଜ୍ଞାନ । କିମ୍ଵା ଯେ କୌଣସି ତତ୍ତ୍ଵଜ୍ଞାନ ତୁମେ ନିଅ । କାରଣ ପରିଶେଷରେ, ତୁମେ ତୁମର ସନ୍ତୁଷ୍ଟି ଚାହଁ, ମନର ପୂର୍ଣ୍ଣ ସନ୍ତୁଷ୍ଟି । ତାହା କେବଳ ପ୍ରାପ୍ତ କରାଯାଇ ପାରିବ ଯେତେବେଳେ ତୁମେ ଭଗବାନଙ୍କୁ ଭଲ ପାଇବ । ସେଥିପାଇଁ ସେହି ଧର୍ମ ପ୍ରଥମ ଶ୍ରେଣୀର ଯାହା ଶିଖାଏ, ପ୍ରାର୍ଥୀମାନଙ୍କୁ ଶିକ୍ଷିତ କରାଏ କିପରି ଭଗବାନଙକୁ ଭଲ ପାଇବ । ତାହା ହେଉଛି ପ୍ରଥମ ଶ୍ରେଣୀର ଧର୍ମ ।

ସ ବୈ ପୁମ୍ସାମ୍ ପରୋ ଧର୍ମୋ ଯତୋ ଭକ୍ତି...(SB 1.2.6) । ଏବଂ ସେହି ଭଲ ପାଇବା ବିନା କୌଣସି ଉଦ୍ଦେଶ୍ୟରେ । ଯେପରିକି ଏଠାରେ ଏହି ଭୌତିକ ଦୁନିଆରେ, "ମୁଁ ତୁମକୁ ଭଲ ପାଏ, ତୁମେ ମୋତେ ଭଲ ପାଅ ।" ଅନ୍ତରାଳରେ କିଛି ଉଦ୍ଦେଶ୍ୟ ଅଛି । ଅହୈତୁକି ଅପ୍ରତିହତା । ଅହୈତୁକି, କୌଣସି ଉଦ୍ଦେଶ୍ୟ ନାହିଁ । ଅନ୍ୟାଭିଳାଷିତ ଶୁନ୍ୟମ୍ [Bhakti-rasāmṛta-sindhu 1.1.11] । ଅନ୍ୟ ସମସ୍ତ ଇଛାଗୁଡ଼ିକୁ ଶୂନ୍ୟ କରିବା । ଶୂନ୍ୟ । ତାହା ଭଗବଦ୍ ଗୀତାରେ ଶିକ୍ଷା ଦିଆଯିବ ।