OR/Prabhupada 0258 - ସାମ୍ବିଧାନିକ ଭାବରେ ଆମେ ସମସ୍ତେ ସେବକ ଅଟୁ

Revision as of 22:39, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, September 27, 1968

ଏକ ଭଲ ବଂଗାଳୀ କବିତା ଅଛି,

କୃଷ୍ଣ ଭୂଲିୟା ଜୀବ ଭୋଗ ବାଞ୍ଛା କରେ
ପାଶେତେ ମାୟା ତାତେ ଜାପଟିୟା ଧରେ

ଯଥା ଶିଘ୍ର ଅାମର ମୂଳ ଚେତନା ଭୌତିକ ଉପଭୋଗର ଚେତନା ସହିତ ଅଶୁଦ୍ଧ ହୋଇଯାଏ, ଯେ "ମୋତେ ସମସ୍ତ ବସ୍ତୁ ଉପରେ ପ୍ରଭୁତ୍ଵ ବିସ୍ତାର କରିବାର ଅଛି..." ଯଥା ଶିଘ୍ର ଆମେ ଏହି ପରି ଭାବରେ ଆମର ଚେତନାକୁ ପରିବର୍ତ୍ତନ କରୁ, ତାପରେ ଆମର ଅସୁବିଧା ଆରମ୍ଭ ହୁଏ । ତୂରନ୍ତ ମାୟା । ଏହି ଚେତନା, ଯେ "ମୁଁ ଏହି ଭୌତିକ ଦୁନିଆକୁ ମୋର ପୂର୍ଣ୍ଣ କ୍ଷମତା ସହିତ ଉପଭୋଗ କରି ପାରିବି..." ସମସ୍ତେ ତାହା କରିବା ପାଇଁ ଚେଷ୍ଟା କରୁଛନ୍ତି । ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ପିମ୍ପଡ଼ି ଠାରୁ ଆରମ୍ଭ କରି ସର୍ବୋଚ୍ଚ ଜୀବ, ବ୍ରହ୍ମାଙ୍କ ପର୍ଯ୍ୟନ୍ତ, ସମସ୍ତେ ଭଗବାନ ହେବା ପାଇଁ ଚେଷ୍ଟା କରୁଛନ୍ତି । ଯେପରି କିଛି ଦିନ ପୂର୍ବରୁ ତୁମ ଦେଶରେ ରାଷ୍ଟ୍ରପତି ହେବା ପାଇଁ ଅନେକ ପ୍ରଚାର ଚାଲିଥିଲା । କାହିଁକି? ସମାନ ଧାରଣା । ସମସ୍ତେ କୌଣସି ପ୍ରକାରର ଭଗବାନ ହେବା ପଛରେ । ଏହା ହେଉଛି ମାୟା । ଆମର କୃଷ୍ଣ ଚେତନା ଅନ୍ଦୋଳନ ସମ୍ପୂର୍ଣ୍ଣ ବିପରୀତ । ଆମେମାନେ କୃଷ୍ଣଙ୍କର ସେବକଙ୍କର ସେବକଙ୍କର ସେବକଙ୍କର ସେବକ ହେବା ପାଇଁ ଚେଷ୍ଟା କରୁଛୁ । ଠିକ୍ ବିପରୀତ । ଭଗବାନ ହେବା ପରିବର୍ତ୍ତୈ, ଆମେ କୃଷ୍ଣଙ୍କର ସେବକଙ୍କର ସେବକ ହେବା ପାଇଁ ଚାହୁଁଛୁ । ଗୋପୀ-ଭର୍ତୁ ପଦ-କମଳୟୋର ଦାସ-ଦାସାନୁଦାସ (CC Madhya 13.80) ।

ତେଣୁ ସଭ୍ୟତାର ଆଧୁନିକ ପ୍ରବୃତ୍ତିରେ, ଲୋକମାନେ କହିପାରନ୍ତି ଏହା ହେଉଛି ଚାକରର ମାନସିକତା । ଏହା ହେଉଛି ଭଲ ବିଚାର । "ମୁଁ କାହିଁକି ଏକ ଚାକର ହେବି?" ମୁଁ ମାଲିକ ହେବା ଉଚିତ୍ ।" କିନ୍ତୁ ଜଣେ ଜାଣି ନାହିଁ ଏହି ଚେତନା, ଯେ "ମୁଁ ମାଲିକ ହେବା ଉଚିତ୍ ," ଏହା ପୀଡ଼ିତ ହେବାର କାରଣ । ଏହି ତତ୍ତ୍ଵଜ୍ଞାନକୁ ବୁଝିବାକୁ ହେବ । କାରଣ ସାମ୍ବିଧାନିକ ଭାବରେ ଆମେ ସମସ୍ତେ ସେବକ ଅଟୁ । ଏହି ଭୌତିକ ଦୁନିଆର ମାଲିକ ହେବା ନାମରେ ଆମେ ଅମର ଇନ୍ଦ୍ରିୟମାନଙ୍କର ସେବକ ହୋଇଯାଇଛୁ । କାରଣ ସାମ୍ବିଧାନିକ ଭାବରେ ଆମେ ସମସ୍ତେ ସେବକ ଅଟୁ । ଆମେ ସେବା କରିବା ବିନା କିଛି କରି ପାରିବୁ ନାହିଁ । ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଯିଏ ଏହି ବୈଠକରେ ଉପସ୍ଥିତ ସେ ହେଉଛନ୍ତି ଏକ ସେବକ । ବର୍ତ୍ତମାନ, ଏହି ବାଳକମାନେ ଯେଉଁମାନେ କୃଷ୍ଣ ଚେତନାକୁ ଗ୍ରହଣ କରିଛନ୍ତି, ସେମାନେ କୃଷ୍ଣଙ୍କର ସେବକ ହେବା ପାଇଁ ରାଜି ହୋଇଛନ୍ତି । ତେଣୁ ସେମାନଙ୍କର ସମସ୍ୟାର ସମାଧାନ ହୋଇଗଲା । କିନ୍ତୁ ଅନ୍ୟମାନେ, ଯେଉଁମାନେ ଭାବୁଛନ୍ତି ଯେ "କାହିଁକି ମୁଁ ଭଗବାନଙ୍କର ସେବକ ହେବି କିମ୍ଵା ସ୍ଵାମୀଜୀଙ୍କର ସେବକ ହେବି? ମୁଁ ମାଲିକ ହେବି..." କିନ୍ତୁ ବାସ୍ତବରେ, ସେ ମାଲିକ ହୋଇ ପାରିବ ନାହିଁ । ସେ ହେଉଛି ତାର ଇନ୍ଦ୍ରିୟମାନଙ୍କର ସେବକ, ବାସ୍ । ଟିକିଏ ବୁଝିବାକୁ ଚେଷ୍ଟା କର । ସେବକ ହେବାକୁ ହିଁ ପଡ଼ିବ, କିନ୍ତୁ ସେ ତାର ଲାଳସାର ସେବକ ଅଟେ, ସେ ତାର କୃପଣତାର ସେବକ, ସେ ତାର ଲୋବର ସେବକ, ତାର କ୍ରୋଧର ସେବକ, ଅନେକ ଜିନିଷର ସେବକ । କାମାଦୀନାମ କଟି ନ କଟିଧା ପାଳିତା ଦୁର୍ନିଦେଶଃ । ଉଚ୍ଚ ସ୍ତରରେ, କେହି ମାନବତାର ସେବକ ହୋଇଯାଇଛି, କେହି ସମାଜର ସେବକ ହୋଇଯାଇଛି, କେହି ଦେଶର ସେବକ ହୋଇଯାଇଛି, କିନ୍ତୁ ବାସ୍ତବ ଉଦ୍ଦେଶ୍ୟ ହେଉଛି ଯେ "ମୁଁ ମାଲିକ ହେବି ।" ସେହି ରୋଗ ଅଛି । ରାଷ୍ଟ୍ରପତି ହେବା ପାଇଁ ପ୍ରାର୍ଥୀମାନେ, ସେମାନେ ନିଜର ଭିନ୍ନ ଭିନ୍ନ ଅଭିବ୍ୟକ୍ତିଗୁଡ଼ିକ ଉପସ୍ଥାପନ କରନ୍ତି, ନା, ଘୋଷଣା ପତ୍ର, ଯେ "ମୁଁ ଭଲ ଭାବରେ ଦେଶର ସେବା କରିବି । ଦୟାକରି ମୋତେ ତୁମର ଭୋଟ ଦିଅ ।" କିନ୍ତୁ ପ୍ରକୃତ ବିଚାର ହେଉଛି ଯେ "କୌଣସି ପ୍ରକାରରେ, ମୁଁ ଦେଶର ମାଲିକ ହେବି ।" ତେଣୁ ଏହା ହେଉଛି ମାୟା । ତେଣୁ ଯଦି ଆମେ ଏହି ଛୋଟ ତତ୍ତ୍ଵଜ୍ଞାନକୁ ବୁଝି ପାରିବା, ଯେ ସାମ୍ଵିଧାନିକ ଭାବରେ ମୁଁ ହେଉଛି ସେବକ... ସେଥିରେ କୌଣସି ସନ୍ଦେହ ନାହିଁ । କେହି କହି ପାରିବେ ନାହିଁ ଯେ "ମୁଁ ହେଉଛି ମୁକ୍ତ, ମୁଁ ହେଉଛି ମାଲିକ ।" କେହି କହି ପାରିବେ ନାହଁ । ଯଦି ସେ ସେପରି ଭାବେ, ତାହା ହେଉଛି ମାୟା । ଏହା ମିଥ୍ୟା ଅଟେ ।