OR/Prabhupada 0257 - ତେବେ ତୁମେ କିପରି ଭଗବାନଙ୍କର ନିୟମ ଉଲ୍ଲଂଘନ କରି ପାରିବ?



Lecture -- Seattle, September 27, 1968

ତେଣୁ ଆମର କାର୍ଯ୍ୟକ୍ରମ ହେଉଛି ପ୍ରକୃତ ପରମ ପୁରୁଷ ଭଗବାନ, କୃଷ୍ଣଙ୍କୁ ପୂଜା କରିବା । ଗୋବିନ୍ଦମ୍ ଆଦି ପୁରୁଷମ୍ ତମ୍ ଅହମ୍ ଭଜାମି । ଏହି ଭୌତିକ ଦୁନିଆରେ ସମସ୍ତେ ଖୁସୀ ପାଇବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ବିପଦରୁ ଉପଶମ ପାଇବା ପାଇଁ । ଦୁଇଟି ଜିନିଷ ଚାଲିଛି, ପ୍ରୟାସ । ବିଭିନ୍ନ ପ୍ରକ୍ରିୟା ଅଛି । ଭୌତିକ ପ୍ରକ୍ରିୟା ହେଉଛି ସମ୍ପୂର୍ଣ୍ଣ ଭାବରେ ଅସଂଗତ । ତାହା ପୂର୍ବରୁ ପ୍ରମାଣିତ ହୋଇ ସାରିଛି । ଭୌତିକ ଆରାମ କିମ୍ଵା ଖୁସୀର ପରିମାଣ ଯେତେ ହେଲେ ମଧ୍ୟ, ତଥା କଥିତ ଖୁସୀ, ଆମକୁ ବାସ୍ତବ ଖୁସୀ ଦେଇପାରିବ ନାହିଁ ଯାହାର ଲାଳସା ଆମର ଅଛି । ତାହା ସମ୍ଭବ ନୁହେଁ । ତେବେ ବିଭିନ୍ନ ଅନ୍ୟ ପ୍ରକ୍ରିୟା ମଧ୍ୟ ଅଛି । ଆମର ଭୌତିକ ବଦ୍ଧ ଜୀବନ ଯୋଗୁଁ ତିନି ପ୍ରକାରର ଦୁଃଖ ଅଛି: ଆଧ୍ୟାତ୍ମିକ, ଆଧିଭୌତିକ, ଆଧିଦୈବିକ । ଆଧ୍ୟାତ୍ମିକ ଅର୍ଥାତ୍ ଶରୀର ଏବଂ ମନ ସହିତ ସମ୍ଵନ୍ଧିତ । ଯେପରି ଏହି ଶରୀରରେ ବିପାକ କ୍ରିୟାର ବିଭିନ୍ନ କାର୍ଯ୍ୟରେ କିଛି ମତଭେଦ ହୁଏ, ଆମକୁ ଜର ହୁଏ, ଆମକୁ ଯନ୍ତ୍ରଣା ହୁଏ, ମୁଣ୍ଡବଥା - ଅନେକ ଜିନିଷ । ତେବେ ଏହି ଦୁଃଖଗୁଡ଼ିକୁ ଆଧ୍ୟାତ୍ମିକ କୁହାଯାଏ, ଶରୀର ସହିତ ସମ୍ବନ୍ଧିତ । ଏବଂ ଏହି ଆଧ୍ୟାତ୍ମିକ ଦୁଃଖର ଅନ୍ୟ ଏକ ଅଂଶ ହେଉଛି ମନ ଯୋଗୁଁ । ମନେକର ମୋର ଏକ ବଡ଼ କ୍ଷତି ହୋଇଛି । ତେବେ ମନ ଭଲ ସ୍ଥିତିରେ ରୁହେ ନାହିଁ । ତେଣୁ ଏହା ମଧ୍ୟ ପୀଡ଼ା ଅଟେ । ତେଣୁ ଶରୀରର ବ୍ୟାଧିଗ୍ରସ୍ତ ଅବସ୍ଥା ପାଇଁ, କିମ୍ଵା କିଛି ମାନସିକ ଅସନ୍ତୋଷ, ଦୁଃଖ ଅଛି । ତାପରେ ପୁଣି, ଆଧିଭୌତିକ - ଅନ୍ୟ ଜୀବମାନଙ୍କ ଦ୍ଵାରା ମିଳିଥିବା କଷ୍ଟ । ଯେପରି ଆମେ ମନୁଷ୍ୟ, ଆମେ ପ୍ରତିଦିନ ଲକ୍ଷ, ଲକ୍ଷ ପଶୁମାନଙ୍କୁ ବଦ୍ଧ ସ୍ଥଳୀକୁ ପଠଉଛୁ । ସେମାନେ କହି ପାରନ୍ତି ନାହିଁ, କିନ୍ତୁ ଏହାକୁ ଅଧିଭୌତିକ କୁହାଯାଏ, ଅନ୍ୟ ଜୀବମାନଙ୍କ ଦ୍ଵାରା ଦିଆଯାଇଥିବା ପୀଡ଼ା । ସେହିପରି, ଆମକୁ ମଧ୍ୟ ଅନ୍ୟ ଜୀବମାନଙ୍କ ଦ୍ଵାରା ଦିଆଯାଇଥିବା କଷ୍ଟ ଯୋଗୁଁ ପୀଡ଼ିତ ହେବାକୁ ପଡ଼େ । ଭଗବାନଙ୍କର ନିୟମ, ମୋର କହିବାର ଅର୍ଥ ହେଲା, ଉଲ୍ଲଂଘନ କରି ପାରିବ ନାହିଁ । ତେଣୁ ଭୌତିକ ନିୟମ, ରାଜ୍ୟର ନିୟମ, ତୁମେ ନିଜକୁ ଲୁଚେଇ ପାରିବ, କିନ୍ତୁ ଭଗବାନଙ୍କ ନିୟମରୁ ତୁମେ ନିଜକୁ ଲୁଚେଇ ପାରିବ ନାହିଁ । ଅନେକ ସାକ୍ଷୀ ଅଛନ୍ତି । ସୂର୍ଯ୍ୟ ହେଉଛି ତୁମ ସାକ୍ଷୀ, ଚନ୍ଦ୍ର ହେଉଛି ତୁମର ସାକ୍ଷୀ, ଦିନ ହେଉଛି ତୁମର ସାକ୍ଷୀ, ରାତି ହେଉଛି ସାକ୍ଷୀ, ଆକାଶ ହେଉଛି ସାକ୍ଷୀ । ତେବେ ତୁମେ କିପରି ଭଗବାନଙ୍କର ନିୟମ ଉଲ୍ଲଂଘନ କରି ପାରିବ? ତେଣୁ...କିନ୍ତୁ ଏହି ଭୌତିକ ପ୍ରକୃତି ଏପରି ଗଢ଼ା ହୋଇଛି ଯେ ଆମକୁ ପୀଡ଼ିତ ହେବାକୁ ପଡ଼ିବ । ଆଧ୍ୟାତ୍ମିକ, ଶରୀର ସହିତ ସମ୍ଵନ୍ଧିତ, ମନ ସହିତ ସମ୍ଵନ୍ଧିତ, ଏବଂ ଅନ୍ୟ ଜୀବମାନଙ୍କ ଦ୍ଵାରା ଦିଆଯାଇଥିବା ପୀଡ଼ା, ଏବଂ ଅନ୍ୟ ଏକ ପୀଡ଼ା ହେଉଛି ଆଧିଦୈବିକ । ଅାଧିଦୈବିକ, ଯେପରି କେହି ଭୂତ ଦ୍ଵାରା ପୀଡ଼ିତ, ଭୂତ ତା ଉପରେ ଆକ୍ରମଣ କରିଛି । ଭୂତମାନଙ୍କୁ ଦେଖି ହୁଏ ନାହିଁ, କିନ୍ତୁ ସେ ପୀଡ଼ିତ ଅଛି, କିଛି ନିରର୍ଥକ କଥା କହୁଛି । କିମ୍ଵା ଅକାଳ ଅଛି, ଭୂମିକମ୍ପ, ଯୁଦ୍ଧ, ମାହାମାରୀ, ଅନେକ କଥା । ତେବେ ପୀଡ଼ା ସର୍ବଦା ଅଛି । କିନ୍ତୁ ଆମେ ସମଯୋଜିତ କରିବାକୁ ଚେଷ୍ଟା କରୁଛୁ । ପୀଡ଼ା ସର୍ବଦା ଅଛି । ସମସ୍ତେ ପୀଡ଼ାରୁ ବାହାରିବାକୁ ଚେଷ୍ଟା କରୁଛନ୍ତି, ତାହା ହେଉଛି ତଥ୍ୟ । ଅସ୍ତିତ୍ଵ ପାଇଁ ପୁରା ସଂଘର୍ଷ ହେଉଛି ପୀଡ଼ାରୁ ବାହାରିବା । କିନ୍ତୁ ବିଭିନ୍ନ ପ୍ରକାରର ବିଧି ଅଛି । କେହି କୁହେ ତୁମେ ଏହି ପ୍ରକାରରେ ପୀଡ଼ାରୁ ବାହାର, କେହି କୁହେ ତୁମେ ସେହି ପ୍ରକାରରେ ପୀଡ଼ାରୁ ବାହାର । ତେବେ ଅାଧୁନିକ ବୈଜ୍ଞାନିକମାନଙ୍କ ଦ୍ଵାରା, ଦାର୍ଶନିକମାନଙ୍କ ଦ୍ଵାରା ବିଧି ଦିଆଯାଏ, ନାସ୍ତିକ କିମ୍ଵା ଆସ୍ତିକମାନଙ୍କ ଦ୍ଵାରା, କର୍ମୀ ଅଭିନେତାମାନଙ୍କ ଦ୍ଵାରା, ବହୁତ ସାରା ଅଛନ୍ତି । କିନ୍ତୁ କୃଷ୍ଣ ଚେତନା ଅାନ୍ଦୋଳନ ଅନୁସାରେ, ତୁମେ ସମସ୍ତ ପ୍ରକାରର ପୀଡ଼ାରୁ ବାହାରି ପାରିବ ଯଦି ତୁମେ କେବଳ ତୁମର ଚେତନା ବଦଳାଇବ, ବାସ୍ । ତାହା ହେଉଛି କୃଷ୍ଣ ଚେତନା । ଯେପରି ମୁଁ ତୁମକୁ ଅନେକ ଥର ଉଦାହରଣ ଦେଇଛି... ଆମର ସମସ୍ତ ଯନ୍ତ୍ରଣା ହେଉଛି ଜ୍ଞାନର ଅଭାବ ଯୋଗୁଁ, ଅଜ୍ଞାନତା । ସେହି ଜ୍ଞାନ ଭଲ ଅଧିକାରୀମାନଙ୍କ ସହିତ ସହଯୋଗ ଦ୍ଵାରା ପ୍ରାପ୍ତ କରାଯାଇ ପାରିବ ।