OR/Prabhupada 0267 - ବ୍ୟାସଦେବ ବର୍ଣ୍ଣନା କରିଛନ୍ତି କୃଷ୍ଣ କ'ଣ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0267 - in all Languages Category:OR-Quotes - 1973 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in United Kingdom]]
[[Category:OR-Quotes - in United Kingdom]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0266 - କୃଷ୍ଣ ହେଉଛନ୍ତି ଏକ ପୂର୍ଣ୍ଣ ବ୍ରହ୍ମଚାରୀ|0266|OR/Prabhupada 0268 - କୃଷ୍ଣଙ୍କର ଶୁଦ୍ଧ ଭକ୍ତ ନ ହୋଇ କେହି କୃଷ୍ଣଙ୍କୁ ବୁଝିପାରିବେ ନାହିଁ|0268}}
{{1080 videos navigation - All Languages|Oriya|OR/Prabhupada 0266 - କୃଷ୍ଣ ହେଉଛନ୍ତି ଏକ ପୂର୍ଣ୍ଣ ବ୍ରହ୍ମଚାରୀ|0266|OR/Prabhupada 0268 - କୃଷ୍ଣଙ୍କର ଶୁଦ୍ଧ ଭକ୍ତ ନ ହୋଇ କେହି କୃଷ୍ଣଙ୍କୁ ବୁଝିପାରିବେ ନାହିଁ|0268}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|5j9udkkBpTs|ବ୍ୟାସଦେବ ବର୍ଣ୍ଣନା କରିଛନ୍ତି କୃଷ୍ଣ କ'ଣ<br />- Prabhupāda 0267}}
{{youtube_right|payuDgJofhU|ବ୍ୟାସଦେବ ବର୍ଣ୍ଣନା କରିଛନ୍ତି କୃଷ୍ଣ କ'ଣ<br />- Prabhupāda 0267}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:40, 1 October 2020



Lecture on BG 2.10 -- London, August 16, 1973

ତେଣୁ କୃଷ୍ଣ ଭକ୍ତି ହେଉଛି ସେହିପରି । ଇନ୍ଦ୍ରିୟମାନଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ । ଯେପରି କୃଷ୍ଣଙ୍କର ଇନ୍ଦ୍ରିୟମାନଙ୍କ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଅଛି, ସେହିପରି, ବାସ୍ତବରେ ଯେଉଁମାନେ କୃଷ୍ଣଙ୍କର ପ୍ରକୃତ ଭକ୍ତ, ସେମାନଙ୍କର ଇନ୍ଦ୍ରିୟମାନଙ୍କ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଅଛି । ହୃଷୀକେଶ, ଠିକ୍ ଯେପରି ଯମୁନାଚାର୍ଯ୍ୟ । ସେ ପ୍ରାର୍ଥନା କରୁଛନ୍ତି, ସେ କହୁଛନ୍ତି, ଯଦ ଅଭଦି ମମ ଚିତ୍ତଃ କୃଷ୍ଣ ପଦାରବିନ୍ଦେ, ନବ ନବ ଧାମନି ଉଦୟତମ୍ ରଂତୁମ ଆସୀତଃ "ଯେବେ ଠାରୁ ମୁଁ ଦିବ୍ୟ ଆନନ୍ଦ ଅନୁଭବ କରିବା ଆରମ୍ଭ କରିଛି, କୃଷ୍ଣଙ୍କର ପାଦ ପଦ୍ମର ଆଶ୍ରୟ ନେଇଛି," ଯଦ ଅଭଦି ମମ ଚିତ୍ତଃ କୃଷ୍ଣ ପଦାରବିନ୍ଦେ, କୃଷ୍ଣ ପଦାରବିନ୍ଦେ, କୃଷ୍ଣଙ୍କର ପାଦପଦ୍ମ । "ଯେବେ ଠାରୁ ମୋର ଚିତ୍ତ, ମୋର ହୃଦୟ, କୃଷ୍ଣଙ୍କର ପାଦପଦ୍ମ ଦ୍ଵାରା ଆକର୍ଷିତ ହୋଇଛି," ତଦ ଅଭଦି ବତ ନାରୀ ସଙ୍ଗମେ, "ସେବେ ଠାରୁ, ଯଥା ଶିଘ୍ର ମୁଁ ଯୌନ ଜୀବନ ବିଷୟରେ ଚିନ୍ତା କରେ," ଭବତି ମୁଖ ବିକାରଃ, "ମୁଁ ଘୃଣା କରେ, ମୁଁ ଏହା ଉପରେ ଛେପ ପକାଏ ।" ଏହା ହେଉଛି କୃଷ୍ଣ ଭକ୍ତି । କୃଷ୍ଣ ଭକ୍ତି ହେଉଛି ସେହିପରି । ଭକ୍ତି ପରେଶାନୁଭବ ବିରକ୍ତିର ଅନ୍ୟତ୍ର ସ୍ୟାତ (SB 11.2.42)। ଏହି ଭୌତିକ ଦୁନିଆରେ ସବୁଠାରୁ ଆକର୍ଷକ ହେଉଛି ଏହି ଯୌନ ଜୀବନ । ଭୌତିକ ଦୁନିଆର ତାହା ହେଉଛି ମୂଳଦୁଆ । ଏହି ସମସ୍ତ ଲୋକମାନେ ଦିନ ରାତି କେବଳ ସେହି ଯୌନ ଜୀବନ ଉପଭୋଗ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଯନ ମୈଥୁନାଦି ଗୃହ...ସେମାନେ ଏତେ ବିପଦ ଉଠଉଛନ୍ତି । ସେମାନେ କାମ କରୁଛନ୍ତି, କର୍ମୀ, ସେମାନେ କଠିନ ପରିଶ୍ରମ କରୁଛନ୍ତି । ସେମାନଙ୍କର ଜୀବନର ପ୍ରସନ୍ନତା କ'ଣ? ଜୀବନର ପ୍ରସନ୍ନତା ହେଉଛି ମୈଥୁନ । ଯେନ ମୈଥୁନାଦ ଗୃହମେଧି ସୁଖମ ହି ତୁଚ୍ଛମ । ଅତି ଘୃଣିତ କାର୍ଯ୍ୟକଳାପ, କିନ୍ତୁ ତାହା ହେଉଛି ତାଙ୍କର ପ୍ରସନ୍ନତା । ଏହା ହେଉଛି ଭୌତିକ ଜୀବନ । ତେବେ କୃଷ୍ଣ ସେପରି ନୁହଁନ୍ତି । କିନ୍ତୁ ଦୁର୍ଜନମାନେ, ସେମାନେ ଛବି ଆଙ୍କୁଛନ୍ତି, ଏବଂ ସେହି ଛବିର ଅତି ପ୍ରଶଂସା କରାଯାଉଛି, ଯେ କୃଷ୍ଣ ଗୋପୀମାନଙ୍କୁ ଆଲିଙ୍ଗନ କରୁଛନ୍ତି । କେହି ଜଣେ ମୋତେ କହୁଥିଲେ ଯେ...ବିଗତ...କିଏ ଆସିଥିଲେ? ସେହି କୃଷ୍ଣଙ୍କର ଛବି । ତେଣୁ କୃଷ୍ଣ ଯେତେବେଳେ ପୁତାନାର ବଦ୍ଧ କରୁଥିଲେ, ସେହି ଛବି ସେମାନେ ଆଙ୍କିବେ ନାହିଁ, କିମ୍ଵା କଂସର ବଦ୍ଧ କରିବା, କିମ୍ଵା...କୃଷ୍ଣଙ୍କର ଏତେ ସାରା ଛବି ଅଛି । ଏହି ଛବିଗୁଡ଼ିକୁ ସେମାନେ କରିବେ ନାହିଁ, ଚିତ୍ରକାର । ସେମାନେ କେବଳ ଗୋପୀମାନଙ୍କ ସହିତ ତାଙ୍କର ଗୋପନୀୟ ବ୍ୟବହାରର ଛବି ଆଙ୍କିବେ । ଜଣେ ଯିଏ କୃଷ୍ଣଙ୍କୁ ବୁଝିପାରେ ନାହିଁ, କୃଷ୍ଣ କ'ଣ, ଯାହା ବ୍ୟାସଦେବ ନବମ ସ୍କନ୍ଦରେ ବର୍ଣ୍ଣନା କରିଛନ୍ତି କୃଷ୍ଣ କ'ଣ, କୃଷ୍ଣଙ୍କୁ ବିଝିବା ପାଇଁ, ଏବଂ ତାପରେ ଦଶମ ସ୍କନ୍ଦରେ ସେ କୃଷ୍ଣଙ୍କର ଜନ୍ମ ଅଗମନରୁ ଆରମ୍ଭ କରିଛନ୍ତି । କିନ୍ତୁ ଏହି ଦୁର୍ଜନମାନେ, ସେମାନେ ତୂରନ୍ତ ରାସ ଲୀଳା ଉପରକୁ ଡିଅଁନ୍ତି । ସର୍ବପ୍ରଥମେ କୃଷ୍ଣଙ୍କୁ ବୁଝ । ଠିକ୍ ଯେପରି ଯଦି ତୁମେ ଏକ ବହୁତ ବଡ଼ ବ୍ୟକ୍ତି ସହିତ ମିତ୍ରତା କର, ତେବେ ସର୍ବପ୍ରଥମେ ତାଙ୍କୁ ବୁଝିବାକିୁ ଚେଷ୍ଟା କର । ତାପରେ ତୁମେ ତାଙ୍କର ପାରିବାରିକ କାର୍ଯ୍ୟ କିମ୍ଵା ଗୋପନୀୟ କଥାଗୁଡ଼ିକୁ ବୁଝିବାକୁ ଚେଷ୍ଟା କର । କିନ୍ତୁ ଏହି ଲୋକମାନେ ରାସ ଲୀଳା ଉପରେ ଡ଼େଇଁ ପଡ଼ନ୍ତି । ଏବଂ ଭୁଲ ବୁଝନ୍ତି । ଏବଂ ସେଥିପାଇଁ ବେଳେ ବେଳେ ସେମାନେ କୁହଁନ୍ତି, "କୃଷ୍ଣ ହେଉଛନ୍ତି ଅନୈତିକ ।" କୃଷ୍ଣ ଅନୈତିକ କିପରି ହେଲେ? ସ୍ଵୀକାର କରିବା ଦ୍ଵାରା, କୃଷ୍ଣଙ୍କର ନାମ ଜପ କରିବା ଦ୍ଵାରା, ଅନୈତିକ ବ୍ୟକ୍ତି ନୈତିକ ହୋଇ ଯାଆନ୍ତି, ଏବଂ କୃଷ୍ଣ ହେଉଛନ୍ତି ଅନୈତିକ । ଟିକିଏ ମୂର୍ଖତା ଦେଖ । କେବଳ କୃଷ୍ଣଙ୍କର ନାମ ଜପ କରିବା ଦ୍ଵାରା, ସମସ୍ତ ଅନୈତିକ ବ୍ୟକ୍ତି ନୈତିକ ହୋଇଯାଆନ୍ତି । ଏବଂ କୃଷ୍ଣ ହେଉଛନ୍ତି ଅନୈତିକ । ଏବଂ ଏହା ଦୁର୍ଜନ ଅଧ୍ୟାପକ ଦ୍ଵାରା କୁହାଯାଇଛି ।