OR/Prabhupada 0268 - କୃଷ୍ଣଙ୍କର ଶୁଦ୍ଧ ଭକ୍ତ ନ ହୋଇ କେହି କୃଷ୍ଣଙ୍କୁ ବୁଝିପାରିବେ ନାହିଁ



Lecture on BG 2.10 -- London, August 16, 1973

ତେବେ ଏହା ଅତ୍ୟନ୍ତ କଷ୍ଟକର । କୃଷ୍ଣଙ୍କର ଶୁଦ୍ଧ ଭକ୍ତ ନ ହୋଇ କେହି କୃଷ୍ଣଙ୍କୁ ବୁଝିପାରିବେ ନାହିଁ । କାରଣ କୃଷ୍ଣ କୁହଁନ୍ତି, ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ (BG 18.55) । ତତ୍ତ୍ଵତଃ, ସତରେ । ତତ୍ତ୍ଵତଃ ଅର୍ଥାତ୍ ସତ । ଯଦି ଜଣେ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରେ ଯେପରି ସେ ଅଛନ୍ତି, ତେବେ ତାକୁ ଏହି ଭକ୍ତି ଯୋଗର ପ୍ରକ୍ରିୟା ଗ୍ରହଣ କରିବାକୁ ହେବ, ଭକ୍ତ, ଭକ୍ତି । ହୃଷୀକେଣ ହୃଷୀକେଶ ସେବନମ ଭକ୍ତିର ଉଚ୍ୟତେ (CC Madhya 19.170) । ଯେତେବେଳେ ଜଣେ ହୃଷୀକେଶଙ୍କର ସେବକ ରୂପରେ ନିଯୁକ୍ତ ହୁଏ, ଇନ୍ଦ୍ରିୟମାନଙ୍କର ମାଲିକ । ମାଲିକ, ଏବଂ ହୃଷୀକେଣ, ଯେତେବେଳେ ତୁମର ଇନ୍ଦରୀୟଗୁଡ଼ିକ ମଧ୍ୟ ଇନ୍ଦ୍ରିୟମାନଙ୍କର ମାଲିକଙ୍କର ସେବାରେ ନୁଯୁକ୍ତ ହୁଅନ୍ତି, ତେବେ ତୁମେ ମଧ୍ୟ ଇନ୍ଦ୍ରିୟମାନଙ୍କର ମାଲିକ ହୋଇଯାଅ । ତୁମେ ମଧ୍ୟ । କାରଣ ତୁମର ଇନ୍ଦ୍ରିୟଗୁଡିକ ହୃଷୀକେଶଙ୍କର ସେବାରେ ନିଯୁକ୍ତ, ଇନ୍ଦ୍ରିୟମାନଙ୍କ ପାଖରେ ଅନ୍ୟ କୌଣସି ସୁଯୋଗ ନାହିଁ ନିଯୁକ୍ତ ହେବା ପାଇଁ । ବନ୍ଦ ହେବା ପାଇଁ । ସ ବୈ ମନଃ କୃଷ୍ଣ ପଦାରବିନ୍ଦ୍ୟୋଃ (SB 9.4.18) । ତେଣୁ ଏହା ହେଉଛି ଭକ୍ତି ଯୋଗର ପ୍ରକ୍ରିୟା । ଯଦି ତୁମେ ଇନ୍ଦ୍ରିୟମାନଙ୍କର ମାଲିକ ହେବା ପାଇଁ ଚାହୁଁଛ, ଗୋସ୍ଵାମୀ, ସ୍ଵାମୀ, ତେବେ ତୁମକୁ ସର୍ବଦା ତୁମର ଇନ୍ଦ୍ରିୟମାନଙ୍କୁ ହୃଷୀକେଶଙ୍କ ସେବାରେ ନିଯୁକ୍ତ କରିବାକୁ ହେବ । ତାହା ହେଉଛି ଏକମାତ୍ର ପ୍ରକ୍ରିୟା । ଅନ୍ୟଥା ଏହା ସମ୍ଭବ ନୁହେଁ । ଯଥା ଶିଘ୍ର ତୁମେ ନିଜର ଇନ୍ଦ୍ରିୟଗୁଡିକୁ ଇନ୍ଦ୍ରିୟମାନଙ୍କର ମାଲିକଙ୍କର ସେବାରେ ନିଯୁକ୍ତ କରିବା ପାଇଁ ଟିକିଏ ଢ଼ିଲା ହୋଇଯାଅ, ତୂରନ୍ତ ମାୟା ଅଛି, "ଦୟାକରି, ଚାଲ ।" ଏହା ହେଉଛି ପ୍ରକ୍ରିୟା । କୃଷ୍ଣ ଭୁଲିୟା ଜୀବ ଭୋଗ ବାଞ୍ଛା କରେ, ପାଶେତେ ମାୟା ତାରେ ଜାପଟିୟା ଧରେ । ଯଥା ଶିଘ୍ର ତୁମେ କୃଷ୍ଣଙ୍କୁ ଭୁଲି ଯାଅ, ଏପରିକି ଏକ କ୍ଷଣ ପାଇଁ ମଧ୍ୟ, ତୂରନ୍ତ ମାୟା ଅଛି: "ମୋର ପ୍ରିୟ ବନ୍ଧୁ, ଦୟାକରି, ଏଠାକୁ ଆସ ।" ସେଥିପାଇଁ ଆମକୁ ବହୁତ ସତର୍କ ରହିବାକୁ ହେବ । ଆମେ କୃଷ୍ଣଙ୍କୁ ମୂର୍ତ୍ତକ ପାଇଁ ମଧ୍ୟ ଭୁଲି ପାରିବା ନାହିଁ । ସେଥିପାଇଁ ଜପ କରିବା କାର୍ଯ୍ୟକ୍ରମ, ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ, ହରେ ରାମ, ହରେ ରାମ, ରାମ... ସର୍ବଦା କୃଷ୍ଣଙ୍କୁ ମନେ ରଖ । ତେବେ ମାୟା ତୁମକୁ ସ୍ପର୍ଶ କରିବା ପାଇଁ ସକ୍ଷମ ହେବ ନାହିଁ । ମାମ ଏବ ଯେ ପ୍ରପଦ୍ୟନ୍ତେ ମାୟାମ ଏତାନ ତରନ୍ତି । ମାୟା ସ୍ପର୍ଶ କରି ପାରିବ ନାହିଁ । ଠିକ୍ ଯେପରି ହରିଦାସ ଠାକୁର । ସେ ହୃଷୀକେଶଙ୍କର ସେବାରେ ନିଯୁକ୍ତ । ମାୟା ପୂର୍ଣ୍ଣ ଶକ୍ତି ସହିତ ଆସିଲା । ତଥାପି, ସେ ପରାଜିତ ହେଲା; ହରିଦାସ ଠାକୁର ପରାଜିତ ହୋଇ ନ ଥିଲେ ।