OR/Prabhupada 0270 - ସମସ୍ତଙ୍କର ପ୍ରାକୃତିକ ପ୍ରବୃତ୍ତି ଅଛି

Revision as of 09:24, 13 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0270 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.7 -- London, August 7, 1973

ପ୍ରଦ୍ୟୁମ୍ନ: ଅନୁବାଦ, "ବର୍ତ୍ତମାନ ମୁଁ ମୋର କର୍ତ୍ତବ୍ୟ ଭାବି ସ୍ଥିର କରି ପାରୁ ନାହିଁ ଏବଂ ଦୁର୍ବଳତା ଯୋଗୁଁ ମୁଁ ମୋର ମାନସିକ ଭାରସାମ୍ୟ ହରାଇଛି । ଏ ଅବସ୍ଥାରେ, ମୋ ପକ୍ଷରେ କ'ଣ ଶ୍ରେୟସ୍କର ଦୟାକରି ସ୍ପଷ୍ଟଭାବରେ ମୋତେ କୁହନ୍ତୁ । ବର୍ତ୍ତମାନ ମୁଁ ଆପଣଙ୍କର ଶିଷ୍ୟ ହେଲି ଏବଂ ଆପଣଙ୍କର ସଂପୂର୍ଣ୍ଣ ଶରଣରେ ଆସିଲି । ଦୟାକରି ମୋତେ ଉପଦେଶ ପ୍ରଦାନ କରନ୍ତୁ ।"

ପ୍ରଭୁପାଦ: ଏହା ଭଗବଦ୍ ଗୀତାର ଅତି ମହତ୍ତ୍ଵପୂର୍ଣ୍ଣ ଶ୍ଳୋକ ଅଟେ । ଏହା ହେଉଛି ଜୀବନର ଏକ ମୋଡ଼ । କାର୍ପଣ୍ୟ-ଦୋଷ । କୃପଣ, ଦୋଷ ଅର୍ଥାତ୍ ଭୁଲ । ଯେତେବେଳେ ଜଣେ ତାର ସ୍ଥିତି ଅନୁଯାୟୀ କାର୍ଯ୍ୟ କରେ ନାହିଁ, ତାହା ହେଉଛି ଭୁଲ । ଏବଂ ତାହାକୁ କୃପଣତା କୁହାଯାଏ । ତେଣୁ ସମସ୍ତଙ୍କର ପ୍ରାକୃତିକ ପ୍ରବୃତ୍ତି ଅଛି, ସ୍ଵଭାବ । ଯସ୍ୟ ହି ସ୍ଵଭାବସ୍ୟ ତସ୍ୟାସୋ ଦୁରତିକ୍ରମଃ । ସ୍ଵଭାବ, ପ୍ରାକୃତିକ ପ୍ରବୃତ୍ତି । ଏହା ଏକ ସାଧାରଣ ଉଦାହରଣ, ଏହା କୁହାଯାଇଛି, ଯେ ଯସ୍ୟ ହି ସ୍ଵଭାବସ୍ୟ ତସ୍ୟସୋ ଦୁରତିକ୍ରମଃ ଜଣେ...ଅଭ୍ୟାସ ହେଉଛି ଦ୍ଵିତୀୟ ସ୍ଵଭାବ । ଜଣେ ଯାହାର, ଯିଏ ଅଭ୍ୟସ୍ତ, କିମ୍ଵା ଜଣେ ଯାହାର ସ୍ଵଭାବ, କୌଣସି ପ୍ରକାରରେ ବିଶେଷ, ଏହାକୁ ପରିବର୍ତ୍ତନ କରିବା ଅତି କଷ୍ଟକର । ଉଦାହରଣ ଦିଆଯାଇଛି: ସ୍ଵା ଯଦି କ୍ରିୟତେ ରାଜା ସଃ କିମ୍ ନ ସୋ ଉପର୍ହନମ । ଯଦି ତୁମେ ଏକ କୁକୁରକୁ ରାଜା କରିବ, ଏହାର ମାନେ କି ସେ ତୁମର ଜୋତା ଚାଟିବା ଛାଡ଼ି ଦେବ? ହଁ, କୁକୁରେ ସ୍ଵଭାବ ହେଉଛି ଜୋତା ଚାଟିବା । ତେଣୁ ତୁମେ ତାକୁ ରାଜା ପରି ବସ୍ତ୍ର ପିନ୍ଧାଇଲେ ମଧ୍ୟ ଏବଂ ରାଜ ସଂହାସନରେ ବସାଇଲେ, ତଥାପି, ଯଥାଶିଘ୍ର ସେ ଏକ ଜୋତା ଦେଖେ, ସେ ଡେଇଁ ପଡିବ ଏବଂ ଏହାକୁ ଚାଟିବାକୁ ଲାଗିବ । ଏହାକୁ ସ୍ଵଭାବ କୁହାଯାଏ । କାର୍ପଣ୍ୟ ଦୋଷ ।

ତେଣୁ ପଶୁ ଜୀବନରେ, ଜଣଙ୍କର ସ୍ଵଭାବ ପରିବର୍ତ୍ତନ କରିବା ସମ୍ଭବ ନୁହେଁ, ଯାହା ଭୌତିକ ଶକ୍ତି ଦ୍ଵାରା ଦିଆଯାଇଛି, ପ୍ରକୃତି । ପ୍ରକୃତେଃ କ୍ରିୟମାଣାନି (BG 3.27): କାରଣଂ ଗୁଣସଙ୍ଗୋ ଽସ୍ୟ, କାରଣଂ ଗୁଣସଙ୍ଗୋ ଽସ୍ୟ ସଦସଦ୍ ଯୋନିଜନ୍ମସୁ (BG 13.22) କାହିଁକି? ସମସ୍ତ ଜୀବ ଭଗବାନଙ୍କର ଅଂଶ ବିଶେଷ । ସେଥିପାଇଁ ମୂଳ ରୂପରେ ଜୀବର ସ୍ଵଭାବ ଭଗବାନଙ୍କ ପରି ଭଲ । କେବଳ ଏହା ପରିମାଣର ପ୍ରଶ୍ନ । ଗୁଣ ସମାନ । ଗୁଣ ସମାନ । ମମୈବାଂଶୋ ଜୀବଭୂତଃ (BG 15.7) । ସେହି ଉଦାହରଣ । ଯଦି ତୁମେ ଟୋପାଏ ସମୁଦ୍ର ଜଳ ନେବ, ଗୁଣ, ରାସାୟନିକ ସଂରଚନା ସମାନ ରହିବ । କିନ୍ତୁ ପରିମାଣ ଭିନ୍ନ । ଏହା ଟୋପାଏ, ଏବଂ ସମୁଦ୍ର ହେଉଛି ବିଶାଳ ସାଗର । ସେହିପାରି, ଆମେ କୃଷ୍ଣଙ୍କ ପରି ସମାନ ଗୁଣର । ଆମେ ଅଧ୍ୟୟନ କରିପାରିବା । କାହିଁକି ଲୋକମାନେ ଭଗବାନଙ୍କୁ ଅବ୍ୟକ୍ତିକ କୁହଁନ୍ତି? ଯଦି ମୁଁ ସମାନ ଗୁଣର ଅଟେ, ତେବେ ଭଗବାନ ମଧ୍ୟ ବ୍ୟକ୍ତି ଅଟନ୍ତି, ସେ କିପରି ଅବ୍ୟକ୍ତିକ ହେଲେ? ଯଦି, ଗୁଣରେ, ଆମେ ସମାନ, ତେବେ ମୁଁ ବ୍ୟକ୍ତିଗତ ଭାବରେ ଯାହା ଅନୁଭବ କରୁଛି, ତେବେ କାହିଁକି ଭଗବାନଙ୍କର ବ୍ୟକ୍ତିତ୍ଵକୁ ମନା କରାଯିବା ଉଚିତ୍? ଏହା ଅନ୍ୟ ଏକ ନିରର୍ଥକ କଥା । ମାୟାବାଦୀ ଦୁର୍ଜନମାନେ, ସେମାନେ ବୁଝିପାରନ୍ତି ନାହିଁ ଭଗବାନଙ୍କର ସ୍ଵଭାବ କ'ଣ । ବାଇବେଲରେ ମଧ୍ୟ ଏହା କୁହାଯାଇଛି: "ମନୁଷ୍ୟକୁ ଭଗବାନଙ୍କ ପରି ଗଢ଼ା ଯାଇଛି ।" ତୁମେ ଭଗବାନଙ୍କର ଗୁଣ ଅଧ୍ୟୟନ କରିପାରିବ ତୁମର ଗୁଣକୁ ଅଧ୍ୟୟନ କରିବା ଦ୍ଵାରା, କିମ୍ଵା ଅନ୍ୟ କାହାର ଗୁଣର । କେବଳ ଅନ୍ତର ହେଉଛି ପରିମାଣର ଅନ୍ତର । ମୋର କିଛି ଗୁଣ ଅଛି, କିଛି ଉତ୍ପାଦନ କରିବାର କ୍ଷମତା । ଅମେ ମଧ୍ୟ ଉତ୍ପାଦନ କରୁ, ପ୍ରତ୍ୟେକ ଜୀବାତ୍ମା କିଛି ଉତ୍ପାଦନ କରୁଛନ୍ତି । କିନ୍ତୁ ତାର ଉତ୍ପାଦନକୁ ଭଗବାନଙ୍କର ଉତ୍ପାଦନ ସହିତ ତୁଳନା କରାଯାଇ ପାରିବ ନାହିଁ । ତାହା ହେଉଛି ଅନ୍ତର । ଆମେ ଏକ ଉଡିବା ଯନ୍ତ୍ର ଉତ୍ପାଦନ କରୁଛୁ । ଆମେ ଏତେ ଗର୍ବ କରୁଛୁ ଯେ: "ବର୍ତ୍ତମାନ ଆମେ ସ୍ଫୁଟନିକ ଆବିଷ୍କାର କରିଛୁ । ଏହା ଚନ୍ଦ୍ର ଗ୍ରହକୁ ଯାଉଛି ।" କିନ୍ତୁ ତାହା ପୂର୍ଣ୍ଣ ନୁହେଁ । ଏହା ଫେରି ଆସୁଛୁ । କିନ୍ତୁ ଭଗବାନ ଏତେ ସାରା ଉଡ଼ନ୍ତା ଗ୍ରହ ଉତ୍ପାଦନ କରିଛନ୍ତି, ଲକ୍ଷ ଏବଂ କୋଟି ଗ୍ରହ, ବହୁତ ଭାରୀ, ଭାରୀ ଗ୍ରହ । ଯେପରି ଏହି ଗ୍ରହ ଅନେକ ବଡ଼, ବଡ଼ ପର୍ବତ, ସମୁଦ୍ର ଧାରଣ କରିଛି, କିନ୍ତୁ ତଥାପି ଏହା ଉଡ଼ୁଛି । ଏହା ବାୟୁରେ ତୁଳା ପରି ଭାସୁଛି । ଏହା ହେଉଛି ଭଗବାନଙ୍କର ଶକ୍ତି । ଗାମାବିଶ୍ୟା (BG 15.13) । ଭଗବଦ୍ ଗୀତାରେ, ତୁମେ ପାଇବ: ଅହମ୍ ଧାରୟାମ୍ୟହମୋଜସା । କିଏ ଏହି ସମସ୍ତ ବଡ଼, ବଡ଼ ଗ୍ରହମାନଙ୍କୁ ସମ୍ଭାଳୁଛି? ଆମେ ଗୁରୁତ୍ଵାକର୍ଷଣ ବୁଝଉଛୁ । ଏବଂ ଶାସ୍ତ୍ରରେ ଆମେ ପାଇବା ଯେ ଏହା ସଂକର୍ଷଣ ଦ୍ଵାରା ଧାରଣ କରାଯାଇଛି ।