OR/Prabhupada 0269 - ଦୁର୍ଜନମାନଙ୍କର ବ୍ୟାଖ୍ୟା ଦ୍ଵାରା ତୁମେ ଭଗବଦ୍ ଗୀତା ବୁଝିପାରିବ ନାହିଁ
Lecture on BG 2.10 -- London, August 16, 1973
ତେବେ କୃଷ୍ଣଙ୍କୁ ହୃଷୀକେଶ ରୂପରେ ବୁଝିବାକୁ ଚେଷ୍ଟା କର । ତେବେ ହୃଷୀକେଶ, କୃଷ୍ଣ, ହସିବାକୁ ଆରମ୍ଭ କରିଲେ ଯେ "ସେ ହେଉଛି ମୋର ବନ୍ଧୁ, ସ୍ଥିର ସହଯୋଗୀ, ଏବଂ ଏପରି ଦୁର୍ବଳତା । ସର୍ବପ୍ରଥମେ ସେ ଉତ୍ସାହିତ ଥିଲା ମୋତେ କହିବା ପାଇଁ ତାର ରଥକୁ ନେବା ପାଇଁ, ସେନୟୋରୁଭୟୋର୍ମଧ୍ୟେ । ବର୍ତ୍ତମାନ ବିଷୀଦନ୍ତନ, ବର୍ତ୍ତମାନ ସେ ବିଳାପ କରୁଛି । ତେବେ...ଆମେ ସମସ୍ତେ ସେହିପରି ମୂର୍ଖ ଅଟୁ । ଅର୍ଜୁନ ମୂର୍ଖ ନୁହଁନ୍ତି । ଅର୍ଜୁନଙ୍କୁ ଗୁଡାକେଶ ଭାବରେ ବର୍ଣ୍ଣନା କରାଯାଇଛି । କିପରି ସେ ମୂର୍ଖ ହୋଇ ପାରିବେ? କିନ୍ତୁ ସେ ମୂର୍ଖର ଭୂମିକା ସମ୍ପାଦନ କରୁଛନ୍ତି । ଯଦି ସେ ମୂର୍ଖର ଭୂମିକା ସମ୍ପାଦନ କରିବେ ନାହିଁ, କିପରି ଏହି ଭଗବଦ୍ ଗୀତା କୃଷ୍ଣଙ୍କର ମୁଖରୁ ବାହାରି ଥାନ୍ତା? ଏବଂ କାରଣ ସେ ହେଉଛନ୍ତି ଭକ୍ତ, ସେ ଏତେ ଭଲ ଭାବରେ ଭୂମିକା ସମ୍ପାଦନ କରୁଛନ୍ତି ଯେ କୃଷ୍ଣ ନିର୍ଦ୍ଦେଶ ଦେଉଛନ୍ତି । ତେବେ ପୂର୍ଣ୍ଣ ଶିକ୍ଷକ ଏବଂ ପୂର୍ଣ୍ଣ ଶିଷ୍ୟ, ଅର୍ଜୁନ । ଆମକୁ ସେମାନଙ୍କ ଠାରୁ ଶିଖିବାକୁ ହେବ...ଆମର ସ୍ଥିତି... ଅର୍ଜୁନ ଆମ ପରି ଏକ ସାଧାରଣ ବ୍ୟକ୍ତିର ପ୍ରତିନିଧିତ୍ଵ କରୁଛନ୍ତି, ଏବଂ କୃଷ୍ଣ ହେଉଛନ୍ତି ହୃଷୀକେଶ, ତାଙ୍କର ପରାମର୍ଶ ଦେଉଛନ୍ତି, ଉଚିତ୍ ପରାମର୍ଶ । ଯଦି ତୁମେ ଗ୍ରହଣ କରିବା, ଯଦି ଆମେ ଭଗବଦ୍ ଗୀତା ଅର୍ଜୁନଙ୍କ ପରି ବୁଝିବା ପାଇଁ ପଢ଼ୁ, ପୂର୍ଣ୍ଣ ଶିଷ୍ୟ, ଏବଂ ଯଦି ଆମେ କୃଷ୍ଣଙ୍କର ପରାମର୍ଶ ଏବଂ ନିର୍ଦ୍ଦେଶ ସ୍ଵୀକାର କରିବା, ପୂର୍ଣ୍ଣ ଶିକ୍ଷକ, ତେବେ ଆମେ ଜାଣିବା ଉଚିତ୍ ଯେ ଆମେ ଭଗବଦ୍ ଗୀତା ବୁଝିପାରିଛୁ । ମୋର ମାନସିକ କଳ୍ପନା ଦ୍ଵାରା, ଦୁର୍ଜନମାନଙ୍କର ବ୍ୟାଖ୍ୟା ଦ୍ଵାରା, ଜଣଙ୍କର ପାଣ୍ଡିତ୍ୟ ଦେଖାଇ, ତୁମେ ଭଗବଦ୍ ଗୀତା ବୁଝିପାରିବ ନାହିଁ । ତାହା ସମ୍ଭବ ନୁହେଁ । ବିନମ୍ରତା । ସେଥିପାଇଁ ଭଗବଦ୍ ଗୀତାରେ ଏହା କୁହାଯାଇଛି, ତଦ୍ ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବାୟା (BG 4.34) । ତେଣୁ ଆମକୁ ଅର୍ଜୁନଙ୍କ ପରି ଆତ୍ମସମର୍ପଣ କରିବାକୁ ହେବ, ସେ ଅତ୍ମସମର୍ପଣ କରିଥିଲେ । ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ଵାଂ ପ୍ରପନ୍ନମ୍ (BG 2.7) "ମୁଁ ଆପଣଙ୍କୁ ଆତ୍ମସମର୍ପଣ କରୁଛି । ମୁଁ ଆପଣଙ୍କର ଶିଷ୍ୟ ହେଉଛି ।" ଶିଷ୍ୟ ହେବା ଅର୍ଥାତ୍ ଆତ୍ମସମର୍ପଣ କରିବା, ସ୍ଵଇଛାରେ ନିର୍ଦ୍ଦେଶ ଗ୍ରହଣ କରିବା, ପରାମର୍ଶ, ଆଧ୍ୟାତ୍ମକ ଗୁରୁଙ୍କର ଆଦେଶ । ତେବେ ଅର୍ଜୁନ ପୂର୍ବରୁ ତାହା ସ୍ଵୀକାର କରି ସାରିଥିଲେ । ଯଦିଓ ସେ କହୁଛନ୍ତି ଯେ ନ ଯୋତ୍ସ୍ୟ, "କୃଷ୍ଣ, ମୁଁ ଯୁଦ୍ଧ କରିବି ନାହିଁ ।" କିନ୍ତୁ ମାଲିକ, ଯେତେବେଳେ ସେ ସବୁକିଛି ବର୍ଣ୍ଣନା କରିଲେ, ସେ ଯୁଦ୍ଧ କରିବେ । ମାଲିକଙ୍କର ଆଦେଶ । ଯୁଦ୍ଧ ନ କରିବା, ତାହା ହେଉଛି ତାଙ୍କର ଇନ୍ଦ୍ରିୟ ସନ୍ତୁଷ୍ଟି । ଏବଂ ଯୁଦ୍ଧ କରିବା, ଇଛା ନ ଥିଲେ ମଧ୍ୟ, ତାହା ହେଉଛି ମାଲିକଙ୍କର ସନ୍ତୁଷ୍ଟି ପାଇଁ । ଏହା ହେଉଛି ଭଗବଦ୍ ଗୀତାର ସାର ।
ତେଣୁ କୃଷ୍ଣ, ଅର୍ଜୁନଙ୍କୁ ଦେଖି, ବିଷୀଦନ୍ତ ବହୁତ ବେଶୀ ପ୍ରଭାବିତ ହୋଇଥିଲେ, ବିଳାପ କରିଲେ, ଯେ ସେ ତାର କର୍ତ୍ତବ୍ୟ କରିବା ପାଇଁ ପ୍ରସ୍ତୁତ ନାହିଁ । ସେଥିପାଇଁ ପରବର୍ତ୍ତୀ ଶ୍ଳୋକରେ ସେ ଆରମ୍ଭ କରିଲେ, ଯେ ଅଶୋଚ୍ୟାନନ୍ଵଶୋଚସ୍ତ୍ଵଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ (BG 2.11) । "ମୋର ପ୍ରିୟ ଅର୍ଜୁନ, ତୁମେ ମୋର ବନ୍ଧୁ । କିଛି କଥା ନାହିଁ, ମାୟା ଭାରୀ ଶକ୍ତିଶାଳୀ । ମୋର ବନ୍ଧୁ ହୋଇ ମଧ୍ୟ, ବ୍ୟକ୍ତିଗତ, ତୁମେ ଏତେ ଅଧିକ ମିଥ୍ୟା ଅନୁକମ୍ପାରେ ଅଭିଭୂତ । ତେଣୁ ମୋତେ କେବଳ ଶୁଣ ।" ସେଥିପାଇଁ ସେ କହିଲେ, ଅଶୋଚ୍ୟାନ "ତୁମେ ଏକ ବିଷୟବସ୍ତୁ ଉପରେ ବିଳାପ କରୁଛ ଯାହା କଦାପି ଭଲ ନୁହେଁ ।" ଅଶୋଚ୍ୟା । ଶୋଚ୍ୟା ଅର୍ଥାତ୍ ବିଳାପ କରିବା, ଏବଂ ଅଶୋଚ୍ୟା ଅର୍ଥାତ୍ ଜଣେ ବିଳାପ କରିବା ଉଚିତ୍ ନୁହେଁ । ଅଶୋଚ୍ୟା । ତେବେ ଆଶୋଚ୍ୟାନନ୍ଵଶୋଚସ୍ତ୍ଵଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ । "କିନ୍ତୁ ତୁମେ ଭାରୀ ଶିକ୍ଷିତ ବିଦ୍ଵାନ ବ୍ୟକ୍ତି ପରି କଥା ହେଉଛ ।" କାରଣ ସେ କଥା ହୋଇଛନ୍ତି । କିନ୍ତୁ ସେହି କଥାଗୁଡ଼ିକ ଠିକ୍ । ଅର୍ଜୁନ କହିଥିଲେ, ଯେ ବର୍ଣ୍ଣ ଶଙ୍କର, ଯେତେବେଳେ ମହିଳାମାନେ ପ୍ରଦୂଷିତ ହୁଅନ୍ତି, ତେବେ ଜନସଂଖ୍ୟା ବର୍ଣ୍ଣ ଶଙ୍କର ଅଟେ, ତାହା ହେଉଛି ତଥ୍ୟ । ଯାହା କିଛି ଅର୍ଜୁନ କୃଷ୍ଣଙ୍କୁ କହିଲେ ଯୁଦ୍ଧକୁ ପରିହାର କରିବା ପାଇଁ, ତେବେ ସେହି କଥାଗୁଡ଼ିକ ଠିକ୍ । କିନ୍ତୁ ଆଧ୍ୟାତ୍ମିକ ସ୍ତରରୁ...ସେହି କଥାଗୁଡ଼ିକ ଠିକ୍ ହୋଇପାରେ କିମ୍ଵା ଭୁଲ ହୋଇପାରେ, କିନ୍ତୁ ଆଧ୍ୟାତ୍ମିକ ସ୍ତରରୁ, ସେଗୁଡ଼ିକ ଗମ୍ଭୀର ଭାବରେ ବିଚାର କରାଯାଏ ନାହିଁ । ସେଥିପାଇଁ ଅଶୋଚ୍ୟାନନ୍ଵଶୋଚସ୍ତ୍ଵଂ । କାରଣ ତାଙ୍କର ବିଳାପ ଜୀବନର ଶାରୀରିକ ସଂକଳ୍ପନା ଉପରେ ଥିଲା । ସେହି ଜୀବନର ଶାରୀରିକ ସଂକଳ୍ପନା, କୃଷ୍ଣଙ୍କର ନିର୍ଦ୍ଦେଶରେ ବହୁତ ପୂର୍ବରୁ, ଏହାର ନିନ୍ଦା କରାଯାଇଛି । ଅଶୋଚ୍ୟାନନ୍ଵଶୋଚସ୍ତ୍ଵଂ (BG 2.11) "ତୁମେ ଜୀବନର ଶାରୀରିକ ସଂକଳ୍ପନା ଉପରେ ବିଳାପ କରୁଛ ।" କାରଣ ଯେ କେହି ଜୀବନର ଶାରୀରିକ ସଂକଳ୍ପନା ଅଛି, ସେ ପଶୁଠାରୁ ଭଲ ନୁହେଁ ।