OR/Prabhupada 0288 - ଯେତେବେଳେ ତୁମେ ଭଗବାନଙ୍କ ବିଷୟରେ କୁହ, ତୁମେ ଜାଣିଛ କି ଭଗବାନଙ୍କର ପରିଭାଷା କ'ଣ?: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0288 - in all Languages Category:OR-Quotes - 1968 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Seattle]]
[[Category:OR-Quotes - in USA, Seattle]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0287 - ତୁମର ସ୍ମୃତିକୁ ପୁନଃଜାଗୃତ କର, କୃଷ୍ଣଙ୍କ ପ୍ରତି ତୁମର ଭଲ ପାଇବା|0287|OR/Prabhupada 0289 - ଯେଉଁମାନେ ଭଗବାନଙ୍କ ସାମ୍ରାଜ୍ୟରୁ ଆସନ୍ତି - ସେମାନେ ସମାନ ଅଟନ୍ତି|0289}}
{{1080 videos navigation - All Languages|Oriya|OR/Prabhupada 0287 - ତୁମର ସ୍ମୃତିକୁ ପୁନଃଜାଗୃତ କର, କୃଷ୍ଣଙ୍କ ପ୍ରତି ତୁମର ଭଲ ପାଇବା|0287|OR/Prabhupada 0289 - ଯେଉଁମାନେ ଭଗବାନଙ୍କ ସାମ୍ରାଜ୍ୟରୁ ଆସନ୍ତି - ସେମାନେ ସମାନ ଅଟନ୍ତି|0289}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|KdJmX-acGfk|ଯେତେବେଳେ ତୁମେ ଭଗବାନଙ୍କ ବିଷୟରେ କୁହ, ତୁମେ ଜାଣିଛ କି ଭଗବାନଙ୍କର ପରିଭାଷା କ'ଣ?<br />- Prabhupāda 0288}}
{{youtube_right|qiWO9vcQH9k|ଯେତେବେଳେ ତୁମେ ଭଗବାନଙ୍କ ବିଷୟରେ କୁହ, ତୁମେ ଜାଣିଛ କି ଭଗବାନଙ୍କର ପରିଭାଷା କ'ଣ?<br />- Prabhupāda 0288}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:41, 1 October 2020



Lecture -- Seattle, September 30, 1968

ଅତିଥି: ହୋଇପାରେ ଏହାର ଉତ୍ତର ଆପଣ ପୂର୍ବରୁ ଦେଇଛନ୍ତି । ମୁଁ ଠିକରେ କହି ପାରିବି ନାହିଁ । ମୁଁ ଶୁଣି ନାହିଁ । କିନ୍ତୁ ମୋତେ ସର୍ବଦା ଶିଖାଯାଇଛି, ଯେତେବେଳେ ମୁଁ ଏକ ଛୋଟ ପିଲା ଥିଲି, ଭଗବାନଙ୍କୁ ଭଲ ପାଇବା ପାଇଁ ଏବଂ ତାପରେ ମୁଁ ସବୁକିଛି ଭଲ ପାଇବି । କୃଷ୍ଣ ଭଗବାନ କି?

ପ୍ରଭୁପାଦ: ହଁ । ତୁମ ପାଖରେ ଆଉ କେହି ଭଗବାନ ଅଛନ୍ତି କି? କୃଷ୍ଣଙ୍କ ବ୍ୟତୀତ ଅନ୍ୟ କୌଣସି ଭଗବାନ?

ଅତିଥି: ଅହ, ଫେରେ ପ୍ରଶ୍ମ କ'ଣ ଥିଲା? ଓ, ନା, ନା...

ପ୍ରଭୁପାଦ: ଟିକିଏ ବୁଝିବାକୁ ଚେଷ୍ଟା କର ଭଗବାନ କ'ଣ ।

ଅତିଥି: ମୁଁ ଜାଣି ନ ଥିଲି ଯେ କୃଷ୍ଣ ହେଉଛନ୍ତି ଭଗବାନ ।

ପ୍ରଭୁପାଦ: ନା, ସବୁକିଛିର ପରିଭାଷା ଅଛି । ଯେପରି ଯଦି ମୁଁ କହିବି "ଏହା ହେଉଛି ଘଣ୍ଟା ।" ତେବେ ଏହାର ପରିଭାଷା ଅଛି । ଘଣ୍ଟା ଅର୍ଥାତ୍ ଏହା ଗୋଲ ଏବଂ ଏହାର ଧଳା ସମ୍ମୁଖ ଭାଗ ଅଛି ଏବଂ ଦୁଇଟି ହାତ ଅଛି, ଅନେକ ଆଙ୍ଗୁଟି ଅଛି ଯାହା ସମୟର ସଂକେତ ଦିଏ । ସେହିପରି, ମୁଁ ତୁମକୁ କିଛି ବିବରଣୀ ଦେଇ ପାରିବି । ତେଣୁ ଯେ କୌଣସି, ଯାହା କିଛି ତୁମେ ଦେଖୁଛ କିମ୍ଵା ଅନୁଭବ କରୁଛ କିମ୍ଵା ବୁଝିବାକୁ ଚେଷ୍ଟା କରୁଛ, କିଛି ପରିଭାଷା ରହିବା ଉଚିତ୍ । ତେଣୁ ଯେତେବେଳେ ତୁମେ ଭଗବାନଙ୍କ ବିଷୟରେ କୁହ, ତୁମେ ଜାଣିଛ କି ଭଗବାନଙ୍କର ପରିଭାଷା କ'ଣ?

ଅତିଥି: ହଁ । ମୁଁ ଭାବୁଥିଲି ସେ ହେଉଛନ୍ତି ପ୍ରେମ ।

ପ୍ରଭୁପାଦ: ପ୍ରେମ ପରିଭାଷା ନୁହେଁ; ପ୍ରେମ ହେଉଛି କାର୍ଯ୍ୟ । ହଁ, ପ୍ରେମ । ମୁଁ ଭଗବାନଙ୍କୁ ଭଲ ପାଏ । ପ୍ରେମ ହେଉଛି ମୋର କାର୍ଯ୍ୟ । କିନ୍ତୁ ଭଗବାନଙ୍କର କିଛି ପରିଭାଷା ରହିବା ଉଚିତ୍ । ତାହା ମଧ୍ୟ ତୁମେ ଜାଣିଛ । ତୁମେ ବର୍ତ୍ତମାନ ଭୁଲି ଯାଇଛ । ବର୍ତ୍ତମାନ, ଏକ ଶଦ୍ଦରେ, ସେମାନେ କୁହଁନ୍ତି "ଭଗବାନ ହେଉଛନ୍ତି ମାହାନ ।" ତେବେ କିପରି ତୁମେ ଜଣଙ୍କର ମାହନତା ପରୀକ୍ଷା କରି ପାରିବ? ପରବର୍ତ୍ତୀ ପ୍ରସଙ୍ଗ । ଯଦି ତୁମେ କହିବ ଯେ "ଏହି ବ୍ୟକ୍ତି ଭାରି ମାହାନ," ବର୍ତ୍ତମାନ ଏକ ବୁଝାମଣା ରହିବା ଉଚିତ୍, କିପରି ତୁମେ ବିଚାର କରିଲ ଯେ ସେ ହେଉଛିନ୍ତି ମାହାନ । ଏଗୁଡ଼ିକ ହେଉଛି ବୁଝାମଣାର ବିଭିନ୍ନ ସ୍ଥିତି । ତେବେ ତୁମେ କିପରି ବୁଝିପାରିଲ ଯେ ଭଗବାନ ହେଉଛନ୍ତି ମାହାନ? ତୁମର ଆକଳନ କ'ଣ, ଯେ ଏହି, ତଥ୍ୟରୁ, ଭଗବାନ ହେଉଛନ୍ତି ମାହାନ? ଯେପରି ତୁମର ବାଇବେଲରେ କୁହାଯାଇଛି, "ଭଗବାନ କହିଛନ୍ତି 'ସୃଜନ ହେବାକୁ ଦିଅ,' ଏବଂ ସୃଷ୍ଟି ହେଲା ।" ଏହା ନୁହେଁ କି? ଏହା ବକ୍ତବ୍ୟ ନୁହେଁ କି? ତେଣୁ ଏଠାରେ ମାହାନତା ଅଛି । ସେ କେବଳ କହିଲେ, "ସୃଜନ ହେବାକୁ ଦିଅ," ଏବଂ ସୃଷ୍ଟି ହେଲା । ତୁମେ ତାହା କରି ପାରିବ କି? ମନେକର ତୁମେ ଏକ ଭଲ ବଢ଼େଇ । ତୁମେ କହିପାରିବ କି, "ଏକ ଚୌକି ହେବାକୁ ଦିଅ," ଏବଂ ତୂରନ୍ତ ଏକ ଚୌକି ଆସିଯାଏ? ଏହା ସମ୍ଭବ କି? ମନେକର ତୁମେ ଏହି ଘଣ୍ଟାର ନିର୍ମାତା । ତୁମେ କହିପାରିବ କି "ମୁଁ କହୁଛି, ଏକ ଘଣ୍ଟା ହେବାକୁ ଦିଅ," ଏବଂ ସେଠାରେ ତୂରନ୍ତ ଘଣ୍ଟା ଅାସିଯିବ? ତାହା ସମ୍ଭବ ନୁହେଁ । ସେଥିପାଇଁ ଭଗବାନଙ୍କର ନାମ ହେଉଛି ସତ୍ୟ-ସଂକଳ୍ପ । ସତ୍ୟ ସଂକଳ୍ପ । ସତ୍ୟ ସଂକଳ୍ପ ଅର୍ଥାତ୍ ସେ ଯାହା କିଛି ଭାବନ୍ତି, ତୂରନ୍ତ ତାହା ଉପସ୍ଥିତ ହୁଏ । କେବଳ ଭଗବାନ ନୁହଁନ୍ତି, କିନ୍ତୁ ଯେଉଁମାନେ ଯୋଗରେ ପୂର୍ଣ୍ଣତା ପ୍ରାପ୍ତ କରିଛନ୍ତି, ସେମାନେ ଭଗବାନଙ୍କ ପରି ଇଛା କରି ପାରିବେ ନାହିଁ, କିନ୍ତୁ ଅଧିକାଂଶ । ଆଶ୍ଚର୍ଯ୍ୟ କଥା... ଏକ ଯୋଗୀ, ଯଦି ସେ ପୂର୍ଣ୍ଣତା ପ୍ରାପ୍ତ କରିଛି, ଯଦି ସେ କିଛି ଚାହୁଁଛି, ଯେ "ମୁଁ ଏହା ଚାହେଁ, "ତୂରନ୍ତ ଏହା ସେଠାରେ ଅଛି ।" ଏହାକୁ ସତ୍ୟ ସଂକଳ୍ପ କୁହାଯାଏ । ଏହିପରି ଭାବରେ, ଅନେକ ଉଦାହରଣ ଅଛି । ତାହା ହେଉଛି ମାହାନତା । କ'ଣ ମୁଁ...ଯେପରି ଆଧୁନିକ ବୈଜ୍ଞାନିକମାନେ, ସେମାନେ କିଛି ମାହାକାଶ ଯାନ ଉଡ଼େଇବାକୁ ଚେଷ୍ଟା କରୁଛନ୍ତି, ଭଲ ଗତିରେ, ଯେପରିକି ସେମାନେ ଚନ୍ଦ୍ର ଗ୍ରହକୁ ଯାଇପାରିବେ । ଆମେରିକାର ଏତେ ସାରା ବୈଜ୍ଞାନିକ, ରୁଷିୟା, ଏବଂ ଅନ୍ୟ ଦେଶମାନଙ୍କର, ସେମାନେ ଚେଷ୍ଟା କରୁଛନ୍ତି । କିନ୍ତୁ ସେମାନେ କରିପାରିବେ ନାହିଁ । ସେମାନଙ୍କର ସ୍ପୁଟନିକ ଫେରି ଆସୁଛି । କିନ୍ତୁ ଭଗବାନଙ୍କର ଶକ୍ତି ଦେଖ । ଲକ୍ଷ ଲକ୍ଷ ଗ୍ରହ ଭାସୁଛନ୍ତି କପାସ ପରି । ଏହା ହେଉଛି ମାହାନତା । ତେଣୁ କେହି ନିରର୍ଥକ, ଯଦି ସେ କୁହେ ଯେ "ମୁଁ ହେଉଛି ଭଗବାନ," ସେ ଏକ ଦୁର୍ଜନ । ଭଗବାନ ହେଉଛନ୍ତି ମାହାନ । ତୁମେ ନିଜକୁ ଭଗବାନଙ୍କ ସହିତ ତୁଳନା କରି ପାରିବ ନାହିଁ । କୌଣସି ତୁଳନା ନାହିଁ । କିନ୍ତୁ ଦୁର୍ଜନତା ଚାଲିଛି । "ସମସ୍ତେ ହେଉଛନ୍ତି ଭଗବାନ । ମୁଁ ହେଉଛି ଭଗବାନ, ତୁମେ ହେଉଛ ଭଗବାନ" - ତେବେ ସେ ହେଉଛି କୁକୁର । ତୁମେ ଭଗବାନଙ୍କର ଶକ୍ତି ପ୍ରଦର୍ଶନ କର, ତାପରେ ତୁମେ କୁହ । ପ୍ରଥମେ ଯୋଗ୍ୟ ହୁଅ, ତାପରେ ଇଛା କରେ । କେଉଁ ଶକ୍ତି ଅଛି ତୁମ ପାଖରେ? ଆାମେମାନେ ସର୍ବଦା ନିର୍ଭରଶୀଳ । ତେଣୁ ଭଗବାନ ହେଉଛନ୍ତି ମାହାନ, ଏବଂ ଆମେମାନେ ଭଗବାନଙ୍କ ଉପରେ ନିର୍ଭରଶୀଳ । ସେଥିପାଇଁ ସ୍ଵାଭାବିକ ଉପସଂହାର ହେଉଛି ଯେ ଆମକୁ ଭଗବାନଙ୍କର ସେବା କରିବାର ଅଛି । ଏହା ହେଉଛି ପୁରା (ଅସ୍ପଷ୍ଟ) । ସେବାର ଅର୍ଥ ହେଉଛି ପ୍ରେମର ସହିତ । ଯେ ପର୍ଯ୍ୟନ୍ତ...ବର୍ତ୍ତମାନ ଯେପରି ଏହି ବାଳକମାନେ, ମୋର ଶିଷ୍ୟମାନେ, ସେମାନେ ମୋର ସେବା କରୁଛନ୍ତି । ମୁଁ ଯାହା କହୁଛି, ସେମାନେ ତୂରନ୍ତ କାର୍ଯ୍ୟବନ୍ତ କରୁଛନ୍ତି । କାହିଁକି? ମୁଁ ଏକ ଭାରତୀୟ, ମୁଁ ଏକ ବିଦେଶୀ । ଦୁଇ ତିନି ବର୍ଷ ପୂର୍ବରୁ ମୁଁ ସେମାନେ ମୋତେ ଜାଣି ନ ଥିଲେ, ନା ମୁଁ ସେମାନଙ୍କୁ ଜାଣିଥିଲି । କାହିଁକି ସେମାନେ ତାହା କରୁଛନ୍ତି? କାରଣ ଏହା ହେଉଛି ପ୍ରେମ । ସେବା ଅର୍ଥାତ୍ ପ୍ରେମ ବିକାଶିତ କରିବା । ତେଣୁ ଯେ ପର୍ଯ୍ୟନ୍ତ ଭଗବାନଙ୍କ ପ୍ରତି ତୁମେ ତୁମର ପ୍ରେମ ବିକଶିତ କରି ନାହଁ ତୁମେ ତାଙ୍କର ସେବା କରିପାରିବ ନାହିଁ । କେଉଁଠାରେ ମଧ୍ୟ । ଯେତେବେଳେ ତୁମେ କିଛି ସେବା ଦିଅ, ଏହା ପ୍ରେମ ଉପରେ ଆଧାରିତ । ଯେପରିକି ମା ଅସହାୟ ଶିଶୁକୁ ସେବା ଦିଏ । କାହିଁକି? ପ୍ରେମ । ତେଣୁ ସେହିପରି, ଆମର ଜୀବନ ପୂର୍ଣ୍ଣ ହେବ ଯେତେବେଳେ ଆମର ପ୍ରେମ ପୂର୍ଣ୍ଣ ପରମ ପୁରୁଷଙ୍କ ସହିତ ପୂର୍ଣ୍ଣ ହେବ । ତେବେ ଏହା ଠିକ ଅଛି । ତୁମକୁ ଏହା ଶିଖିବାକୁ ହେବ । ଏହା ହେଉଛି କୃଷ୍ଣ ଚେତନା - କୃଷ୍ଣଙ୍କ ସହିତ ସମ୍ପର୍କରେ । ଯେପରି ମୁଁ ମୋର ଶିଷ୍ୟମାନଙ୍କୁ ଭଲ ପାଉଛି, ମୋର ଶିଷ୍ୟମାନେ ମୋତେ ଭଲ ପାଉଛନ୍ତି । କାହିଁକି? ମାଧ୍ୟମ କ'ଣ? କୃଷ୍ଣ ।