OR/Prabhupada 0301 - ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି - ସେମାନେ ନୃତ୍ୟ କରୁଛନ୍ତି

Revision as of 18:01, 28 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0301 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, October 2, 1968

ବର୍ତ୍ତମାନ ଏହି କୃଷ୍ଣ ଚେତନା ଆନ୍ଦୋଳନ ଆମକୁ ଭଗବାନ ଚୈତନ୍ୟଙ୍କର ଶିକ୍ଷା ମାଧ୍ୟମରେ ବୁଝିବାକୁ ହେବ । ସେ ହେଉଛନ୍ତି...ପାଞ୍ଚଶହ ବର୍ଷ ପୂର୍ବେ, ସେ ବଙ୍ଗଳାରେ ଅବତରିତ ହୋଇଥିଲେ, ଭାରତର ଏକ ପ୍ରଦେଶ, ଏବଂ ସେ ବିଶେଷ ଭାବରେ କୃଷ୍ଣ ଚେତନା ଆନ୍ଦୋଳନର ପ୍ରଚାର କରିଥିଲେ । ତାଙ୍କର ଲକ୍ଷ୍ୟ ହେଉଛି ଯେ କେହି ଭାରତରେ ଜନ୍ମ ଗ୍ରହଣ କରିଛି ସେ ଏହି କୃଷ୍ଣ ଚେତନାର ସନ୍ଦେଶ ନେବା ଉଚିତ୍, ଏବଂ ସମଗ୍ର ଦୁନିଆରେ ଏହା ବିତରଣ କରିବା ଉଚିତ୍ । ସେହି ଆଦେଶ ନିଷ୍ପାଦନ କରିବା ପାଇଁ ଆମେ ତୁମ ଦେଶକୁ ଆସିଛୁ । ତେଣୁ ମୋର ଅନୁରୋଧ ହେଉଛି ଯେ ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ବୁଝିବାକୁ ଚେଷ୍ଟା କର, ତୁମର ସମସ୍ତ ଜ୍ଞାନ ସହିତ, ପରୀକ୍ଷା କରି, ଅନ୍ଧ ଭାବରେ ଗ୍ରହଣ କର ନାହିଁ । ବୁଝିବାକୁ ଚେଷ୍ଟା କର ତୁମର ଯୁକ୍ତି, ଜ୍ଞାନ, ତର୍କ, ଅନୁଭୁତି ସହିତ - ତୁମେ ହେଉଛ ମନୁଷ୍ୟ - ଏବଂ ତୁମେ ଏହାକୁ ଉତ୍କୃଷ୍ଟ, ଉତ୍କୃଷ୍ଟ ପାଇବ, ନିଃସନ୍ଦେହରେ । ଆମେ ଏହି ପୁସ୍ତକ ପ୍ରକାଶିତ କରିଛୁ, ଭଗବାନ ଚୈତନ୍ୟଙ୍କର ଶିକ୍ଷା, ଏବଂ ଅନ୍ୟ ପୁସ୍ତକଗୁଡିକୁ ମଧ୍ୟ, ଅନେକ ପୁସ୍ତକ । ତେଣୁ ସେଗୁଡିକୁ ପଢ଼ିବାକୁ ଚେଷ୍ଟା କର । ଏବଂ ଆମର ପତ୍ରିକା ଅଛି, ବେକ୍ ଟୁ ଗଡ୍ ହେଡ୍ । ଆମେ ଭାବପ୍ରବଣ ନାହୁଁ, ଯେ ଆମେ କେବଳ ନୃତ୍ୟ କରୁଛୁ । ନୃତ୍ୟର ମାହାନ ମୂଲ୍ୟ ଅଛି; ଯେ, ଯଦି ତୁମେ ଆମ ସହିତ ନୃତ୍ୟ କରିବ, ତୁମେ ଅନୁଭବ କରିବ । ଏହା ନୁହେଁ ଯେ କିଛି ପାଗଳ ଅନୁସରଣ କାରୀ ନୃତ୍ୟ କରୁଛନ୍ତି । ନା । ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି, ସେମାନେ ନୃତ୍ୟ କରୁଛନ୍ତି । ଏହା ଏତେ ଭଲ ଭାବରେ ତିଆରି ହୋଇଛି ଯେ ଏପରିକି ଏକ ବାଳକ - ଯେପରିକି ଏଠାରେ, ସେ ଏକ ବାଳକ - ସେ ଅଂଶ ଗ୍ରହଣ କରି ପାରିବ । ବିଶ୍ଵବ୍ୟାପୀ । ଯୋଗ ଦିଅ, ହରେ କୃଷ୍ଣ ଜପ କର ଏବଂ ନୃତ୍ୟ କର, ଏବଂ ତୁମେ ଅନୁଭବ କରିବ । ଅତି ସରଳ ବିଧି । ତୁମକୁ ଅତି ଉଚ୍ଚ ତତ୍ତ୍ଵଜ୍ଞାନ କିମ୍ଵା ଶଦ୍ଦର ଜାଦୁଗରୀ, ଏହା କିମ୍ଵା ତାହା ବୁଝିବା ଦରକାର ନାହିଁ । ସରଳ କଥା । ସରଳ କଥା କ'ଣ? ଭଗବାନ ହେଉଛନ୍ତି ମାହାନ, ସମସ୍ତେ ଜାଣିଛନ୍ତି, ଏବଂ ଆମେମାନେ ମାହାନଙ୍କର ଅଂଶ ବିଶେଷ । ତେଣୁ ଆମେ ଯେତେବେଳେ ମାହାନ ସହିତ ସଂଯୁକ୍ତ ହେଉ, ଅାମେ ମଧ୍ୟ ମାହାନ ହୋଇଯାଉ । ଯେପରି ତୁମର ଶରୀର, ତୁମ ଶରୀରର ଏକ ଛୋଟ ଭାଗ, ଏକ ଛୋଟ ଆଙ୍ଗୁଠି କିମ୍ଵା ପାଦ ଆଙ୍ଗୁଠି, ତାହାର ମଧ୍ୟ ପୁରା ଶରୀରରେ ସମାନ ମୂଲ୍ୟ ଅଛି । କିନ୍ତୁ ଯଥା ଶିଘ୍ର ସେହି ଛୋଟ ଭାଗ କିମ୍ଵା ବଡ ଭାଗ ଶରୀରରୁ ବିଚ୍ଛିନ୍ନ ହୋଇଯାଏ, ଏହାର ମୂଲ୍ୟ ରୁହେ ନାହିଁ । ଏହାର ମୂଲ୍ୟ ରୁହେ ନାହିଁ । ଏହି ଆଙ୍ଗୁଠି, ତୁମ ଶରୀରର ଏକ ଅତି ଛୋଟ ଭାଗ । ଯଦି ଯନ୍ତ୍ରଣା ଅଛି, ତୁମେ ହଜାର ହଜାର ଡଲାର ଖର୍ଚ୍ଚ କର । ତୁମେ ଚିକିତ୍ସକକୁ ଯନ୍ତ୍ରଣା ଭଲ କରିବା ପାଇଁ ହଜାର ହଜାର ଡଲାର ଦିଅ, ଏବଂ ଯେତେବେଳେ ଚିକିତ୍ସକ କୁହେ ଯେ "ଏହି ଆଙ୍ଗୁଠିକୁ," କ'ଣ କୁହାଯାଏ, "ବାହାର କରିବା କିମ୍ଵା କାଟିବାକୁ ହେବ, ବିଚ୍ଛିନ୍ନ, ଅନ୍ୟଥା ସମଗ୍ର ଶରୀର ସଂକ୍ରମିତ ହୋଇଯିବ," ତେବେ ଯେତେବେଳେ ଏହି ଆଙ୍ଗୁଠିକୁ ତୁମ ଶରୀରରୁ କାଟି ଦିଆଯାଏ, ତୁମେ ଏହା ପାଇଁ ଚିନ୍ତା କର ନାହିଁ । ଆଉ ମୂଲ୍ୟ ନାହିଁ । ଟିକିଏ ବୁଝିବାକୁ ଚେଷ୍ଟା କର । ଏକ ଟାଇପ୍ ଯନ୍ତ୍ର, ଏକ ଛୋଟ ପେଚ, ଯେତେବେଳେ ଏହା ହଜିଯାଏ, ତୁମର ଯନ୍ତ୍ର ଭଲ ଭାବରେ କାମ କରେ ନାହିଁ, ତୁମେ ଏକ ମରାମତି କରିବା ଦୋକାନକୁ ଯାଅ । ସେ ଦଶ ଡଲାର ମାଗେ । ତୁମେ ତୂରନ୍ତ ଦିଅ । ସେହି ଛୋଟ ପେଚ, ଯେତେବେଳେ ଏହା ଯନ୍ତ୍ରରୁ ବାହାରି ଯାଏ, ତାହାର ଏକ ପଇସାର ମଧ୍ୟ ମୂଲ୍ୟ ରୁହେ ନାହିଁ । ସେହିପରି, ଆମେ ସମସ୍ତେ ସର୍ବୋଚ୍ଚଙ୍କର ଅଂଶ ବିଶେଷ । ଯଦି ଆମେ ସର୍ବୋଚ୍ଚଙ୍କ ସହିତ କାମ କରିବା, ଅର୍ଥାତ୍ ଯଦି ଆମେ କୃଷ୍ଣ ଚେତନା କିମ୍ଵା ଭଗବାନ ଚେତନାରେ କାମ କରିବା, ଯେ "ମୁଁ ହେଉଛି ଅଂଶ ବିଶେଷ..." ଯେପରି ଏହି ଆଙ୍ଗୁଠି କାମକରେ ମୋର ଶରୀରର ପୂର୍ଣ୍ଣ ଚେତନାରେ । ଯେତେବେଳେ ଟିକିଏ ଯନ୍ତ୍ରଣା ହୁଏ ମୁଁ ଅନୁଭବ କରିପାରେ । ସେହିପରି, ଯଦି ତୁମେ ନିଜକୁ କୃଷ୍ଣ ଚେତନାରେ ସଂଲଗ୍ନ କରିବ, ତୁମେ ତୁମର ସାଧାରଣ ଅବସ୍ଥାରେ ରହିବ, ତୁମର ଜୀବନ ସଫଳ ହେବ । ଏବଂ ଯଥା ଶିଘ୍ର ତୁମେ କୃଷ୍ଣ ଚେତନାରୁ ବିଚ୍ଛିନ୍ନ ହେବ, ସମସ୍ତ ସମସ୍ୟା ସେଠି ରହିବ । ସମସ୍ତ ସମସ୍ୟା ସେଠି ରହିବ । ତେଣୁ ଅନେକ ଉଦାହରଣ ଅଛି ଆମେ ପ୍ରତିଦିନ କକ୍ଷରେ କହୁଛୁ । ତେବେ ଆମକୁ କୃଷ୍ଣ ଚେତନା ଗ୍ରହଣ କରିବାକୁ ହେବ ଯଦି ଅମେ ଖୁସୀ ହେବାକୁ ଚାହୁଁଛୁ, ଏବଂ ଆମର ସାଧାରଣ ଅବସ୍ଥାରେ ଅବସ୍ଥିତ ହେବା ପାଇଁ ଚାହୁଁଛୁ । ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ ।