OR/Prabhupada 0305 - ଆମେ କହୁ ଭଗବାନ ମରି ଯାଇଛନ୍ତି । ତେଣୁ ଆମକୁ ଆମର ଚକ୍ଷୁ ଏହି ଭ୍ରମରୁ ଅନାବୃତ କରିବାକୁ ହେବ ।

Revision as of 14:04, 8 February 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0305 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, October 2, 1968

ପ୍ରଭୁପାଦ: ପଢ଼ି ଚାଲ ।

ତମାଳ କୃଷ୍ଣ: "ଜୀବ ହେଉଛି ସୂର୍ଯ୍ୟକିରଣର ଆଣବିକ ଅଂଶ ପରି, ଯେଉଁଠାରେ କୃଷ୍ଣଙ୍କୁ ପ୍ରଜ୍ଵଳିତ ଦୀପ୍ତିମାନ ସୂର୍ଯ୍ୟ ସହିତ ତୁଳନା କରାଯାଏ । ଭଗବାନ ଚୈତନ୍ୟ ଜୀବମାନଙ୍କୁ ଜଳୁଥିବା ଅଗ୍ନି କଣିକା ସହିତ ତୁଳନା କରିଛନ୍ତି ଏବଂ ପରମ ଭଗବାନଙ୍କୁ ସୂର୍ଯ୍ୟଙ୍କର ଜଳୁଥିବା ଅଗ୍ନି ସହିତ । ଭଗବାନ ଏହା ସହିତ ସମ୍ଵନ୍ଧିତ ବିଷ୍ଣୁ ପୁରାଣରୁ ଏକ ଶ୍ଳୋକ କହିଛନ୍ତି, ଯେଉଁଥିରେ ଏହା କୁହାଯାଇଛି ଯେ ସବୁକିଛି ଯାହା ଏହି ଲୌକିକ ଦୁନିଆ ଭିତରେ ପ୍ରକଟ ହୁଏ, କିନ୍ତୁ ହେଉଛି ପରମ ଭଗବାନଙ୍କର ଏକ ଶକ୍ତି । ଉଦାହରଣ ସ୍ଵରୂପ, ଯେପରି ଏକ ସ୍ଥାନରୁ ବାହାରୁଥିବା ଅଗ୍ନି ଏହାର ପ୍ରକାଶ ଏବଂ ଉତ୍ତାପ ଚାରିଆଡ଼େ ପ୍ରଦର୍ଶୀତ କରେ, ତେଣୁ ଭଗବାନ, ଯଦିଓ ଆଧ୍ୟାତ୍ମିକ ଦୁନିଆରେ ଏକ ସ୍ଥାନରେ ଅବସ୍ଥିତ, ତାଙ୍କର ବିଭିନ୍ନ ଶକ୍ତିଗୁଡ଼ିକୁ ସର୍ବତ୍ର ପ୍ରକଟ କରନ୍ତି ।"

ପ୍ରଭୁପାଦ: ବର୍ତ୍ତମାନ, ଏହା ଭାରୀ ସରଳ । ବୁଝିବାକୁ ଚେଷ୍ଟା କର । ଯେପରି ଏହି ଅଗ୍ନି, ଏହି ବତୀ, ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସ୍ଥିତ କିନ୍ତୁ ପ୍ରକାଶ ଏହି କକ୍ଷର ଚାରି ଆଡ଼େ ବିତରିତ ହୁଏ, ସେହିପରି ଯାହା କିଛି ତୁମେ ଦେଖୁଛ, ଏହି ଲୌକିକ ଆବିର୍ଭାବର ପ୍ରଦର୍ଶନ, ସେଗୁଡ଼ିକ ହେଉଛନ୍ତି ପରମ ଭଗବାନଙ୍କର ଶକ୍ତିର ପ୍ରଦର୍ଶନ । ପରମ ଭଗବାନ ଏକ ସ୍ଥାନରେ ଅବସ୍ଥିତ । ତାହା ଆମେ ଆମର ବ୍ରହ୍ମ ସଂହିତାରେ କହୁ: ଗୋବିନ୍ଦମ ଆଦି ପୁରୁଷମ ତମ ଅହମ୍ ଭଜାମି । ସେ ହେଉଛନ୍ତି ଏକ ବ୍ୟକ୍ତି । ଯେପରି ତୁମର ରାଷ୍ଟ୍ରପତି, ଶ୍ରୀ ଜନସନ୍, ସେ ୱାଶିଙ୍ଗଟନରେ ତାଙ୍କ କକ୍ଷରେ ବସିଛନ୍ତି, କିନ୍ତୁ ତାଙ୍କର କ୍ଷମତା, ତାଙ୍କର ଶକ୍ତି ସମଗ୍ର ରାଜ୍ୟରେ କାମ କରୁଛି । ଯଦି ଏହା ଭୌତିକ ଭାବରେ ସମ୍ଭବ, ସେହିପରି କୃଷ୍ଣ, କିମ୍ଵା ଭଗବାନ, ସର୍ବୋଚ୍ଚ ବ୍ୟକ୍ତି, ସେ ତାଙ୍କର ସ୍ଥାନରେ ସ୍ଥିତ, ଧାମ, ବୈକୁଣ୍ଠ କିମ୍ଵା ଭଗବାନଙ୍କର ସାମ୍ରାଜ୍ୟରେ, କିନ୍ତୁ ତାଙ୍କର ଶକ୍ତି କାମ କରୁଛି । ଅନ୍ୟ ଏକ ଉଦାହରଣ ହେଉଛି, ସୂର୍ଯ୍ୟ । ତୁମେ ଦେଖିପାରିବ ସୂର୍ଯ୍ୟ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସ୍ଥିତ, କିନ୍ତୁ ତୁମେ ଦେଖ ଯେ ସୂର୍ଯ୍ୟକିରଣ ସମଗ୍ର ବ୍ରହ୍ମାଣ୍ଡରେ ବିତରିତ ହେଉଛି । ସୂର୍ଯ୍ୟକିରଣ ତୁମ କକ୍ଷ ଭିତରେ ଅଛି । ତେନୁ ସେହିପରି, ତୁମେ ଯାହା କିଛି ବ୍ୟବହାର କରୁଛ, ତୁମେ ନିଜେ ମଧ୍ୟ, ଆମେମାନେ ସମସ୍ତେ ପରମ ଭଗବାନଙ୍କର ଶକ୍ତିର ପ୍ରଦର୍ଶନ ଅଟୁ । ଆମେ ତାଙ୍କ ଠାରୁ ଭିନ୍ନ ନାହୁଁ । କିନ୍ତୁ ଯେତେବେଳେ ମାୟାର ମେଘ କିମ୍ଵା ଭ୍ରମ ମୋର ଚକ୍ଷୁକୁ ଆଛାଦିତ କରେ, ଆମେ ସୂର୍ଯ୍ୟଙ୍କୁ ଦେଖିପାରୁ ନାହୁଁ । ସେହିପରି, ଯେତେବେଳେ ଜୀବନର ଭୌତିକ ସଂକଳ୍ପନା ମୋତେ ଆଛାଦିତ କରେ, ଆମେ ବୁଝି ପାରୁ ନାହୁଁ ଭଗବାନ କିଏ । ଆମେ କହୁ ଭଗବାନ ମରି ଯାଇଛନ୍ତି । ତେଣୁ ଆମକୁ ଆମର ଚକ୍ଷୁ ଏହି ଭ୍ରମରୁ ଅନାବୃତ କରିବାକୁ ହେବ । ତେବେ ତୁମେ ଭଗବାନଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖିପାରିବ: "ଏଠାରେ ଭଗବାନ ଅଛନ୍ତି ।" ହଁ । ବ୍ରହ୍ମ-ସଂହିତାରେ ଏହା କୁହାଯାଇଛି,

ପ୍ରେମାଞ୍ଜନ ଛୁରିତ ଭକ୍ତି ବିଲୋଚନେନ
ସଂତଃ ସଦେବ ହୃଦୟେଶୁ ବିଲୋକୟନ୍ତି
ଯମ ଶ୍ୟାମସୁନ୍ଦରମ ଅଚିନ୍ତ୍ୟ ଗୁଣ ସ୍ଵରୁପମ
ଗୋବିନ୍ଦମ ଆଦି ପୁରୁଷମ ତମ ଅହମ୍ ଭଜାମି
(Bs. 5.38)

ସେହି ପରମ ପରୁଷ ଭଗବାନ, ସେ ହେଉଛନ୍ତି ଶ୍ୟାମସୁନ୍ଦର । ଶ୍ୟାମସୁନ୍ଦର । ଶ୍ୟାମ ଅର୍ଥାତ୍ ଶ୍ୟାମଳ କିନ୍ତୁ ବହୁତ, ବହୁତ ସୁନ୍ଦର । ସେହି ସୁନ୍ଦର ବ୍ୟକ୍ତି, ପରମ ପୁରୁଷ, କୃଷ୍ଣ, ସାଧୁ ବ୍ୟକ୍ତିମାନଙ୍କ ଦ୍ଵାରା ଦେଖା ଯାଆନ୍ତି । ପ୍ରେମାଞ୍ଜନ ଛୁରିତ ଭକ୍ତି ବିଲୋଚନେନ । କାହିଁକି ସେମାନେ ଦେଖୁଛନ୍ତି? କାରଣ ସେମାନଙ୍କର ଆଖି ଭଗବାନଙ୍କର ପ୍ରେମର ଲେପ ଦ୍ଵାରା ପରିଷ୍କାର ହୋଇଯାଇଛି । ଯେପରି ଯଦି ତୁମର ଆଖି ଖରାପ ଅଛି, ତୁମେ କିଛି ଲେପ ଲଗାଅ, ଚିକିତ୍ସକଙ୍କ ଠାରୁ କିଛି ମଲହମ ନେଇ, ଏବଂ ତୁମର ଆଖି ପରିଷ୍କାର ଏବଂ ଉଜ୍ଵଳ ହୋଇଯାଏ, ତୁମେ ଭଲଭାବରେ ଜିନିଷଗୁଡ଼ିକୁ ଦେଖିପାର । ସେହିପରି, ଯେତେବେଳେ ତୁମର, ଏହି ଭୌତିକ ଆଖିରେ ଭଗବାନଙ୍କର ପ୍ରେମର ଲେପ ଲଗେଇବ, ତାପରେ ତୁମେ ଭଗବାନଙ୍କୁ ଦେଖିପାରିବ, "ଏଠାରେ ଭଗବାନ ଅଛନ୍ତି ।" ତୁମେ କହିବ ନାହିଁ ଭଗବାନ ହେଉଛନ୍ତି ମୃତ । ଏବଂ ସେହି ଆବରଣକୁ କାଢ଼ିବାକୁ ହେବ, ଏବଂ ସେହି ଆବରଣକୁ କାଢ଼ିବା ପାଇଁ ତୁମକୁ ଏହି କୃଷ୍ଣ ଚେତନା ଅନ୍ଦୋଳନ ଗ୍ରହଣ କରିବାକୁ ହେବ ।

ବହୁତ ବହୁତ ଧନ୍ୟବାଦ ।