OR/Prabhupada 0322 - ଶରୀର ଭଗବାନଙ୍କ ଦ୍ଵାରା ତୁମର କର୍ମ ଅନୁସାରେ ତୁମକୁ ପ୍ରଦାନ କରାଯାଏ

Revision as of 08:43, 25 May 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0322 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 1.15.40 -- Los Angeles, December 18, 1973

ଆମକୁ ପରମ ପିତାଙ୍କ ଦ୍ଵାରା ଦିଆଯାଇଛି, "ବର୍ତ୍ତମାନ ଏହା ତୁମର ଆମେରିକା । ଏହା ତୁମର ଭାରତ ।" କିନ୍ତୁ କିଛି ଆମେରିକା କିମ୍ଵା ଭାରତର ଅନ୍ତର୍ଗତ ନୁହେଁ । ଏହା ପିତାଙ୍କ ଅନ୍ତର୍ଗତ, ପରମ ପିତା । ତେଣୁ ଯେ ପର୍ଯ୍ୟନ୍ତ ସେମାନେ ଚେତନାକୁ ଆସି ନାହାଁନ୍ତି, ଯେ "ପିତା ମୋତେ ଉପଭୋଗ କରିବାକୁ ଦେଇଛନ୍ତି, ଯେ ଏହା ହେଉଛି ମୋର, କିନ୍ତୁ ବାସ୍ତବରେ ଏହା ପିତାଙ୍କ ଅନ୍ତର୍ଗତ..." ଏହା ହେଉଛି କୃଷ୍ଣ ଚେତନା । ଏହାକୁ କୃଷ୍ଣ ଚେତନା କୁହାଯାଏ ।

ସେଥିପାଇଁ ଯେଉଁମାନେ କୃଷ୍ଣ ଚେତନାଶୀଳ, ପୂର୍ଣ୍ଣ ଭାବରେ ଚେତନାଶୀଳ ଯେ "ମୋର କିଛି ନାହିଁ । ସବୁକିଛି ଅନ୍ତର୍ଗତ..."ଈଶାବସ୍ୟମ ଇଦମ ସର୍ବମ ଯତ କିଂଚ (Iso mantra 1) । "ଏପରିକି କ୍ଷୁଦ୍ର ଜିନିଷ ମଧ୍ୟ, ଏପରିକି ଅଣୁ, ତାହା ଭଗବାନଙ୍କର ଅନ୍ତର୍ଗତ । ମୁଁ ମାଲିକ ନୁହେଁ ।" ଯଦି ତୁମକୁ ଏହି ଚେତନା ଆସେ, ତେବେ ତୁମେ ମୁକ୍ତ । ତାହା ଭଗବଦ୍ ଗୀତାରେ କୁହାଯାଇଛି,

ମାଂ ଚ ଯୋଽବ୍ୟଭିଚାରେଣ
ଭକ୍ତିଯୋଗେନ ସେବତେ
ସ ଗୁଣାନ୍ ସମତୀତ୍ୟୈତାନ୍
ବ୍ରହ୍ମଭୂୟାୟ କଳ୍ପତେ
(BG 14.26)

ବନ୍ଧନ ହେଉଛି ଗୁଣମୟୀ ମାୟା, ଗୁଣାତ୍ମକ ପ୍ରକୃତିକ ଗୁଣ ଦ୍ଵାରା ଆବୃତ୍ତ । ତାହା ହେଉଛି ବନ୍ଧନ । କିନ୍ତୁ ଯଦି ଜଣେ ଭକ୍ତି ଯୋଗରେ ନିଯୁକ୍ତ, ସେ ଏହି ବନ୍ଧନରେ ରୁହେ ନାହିଁ କାରଣ ସେ ଯଥାର୍ଥ ସବୁ କିଛି ଜାଣିଛି । ତେବେ...ଯେପରି ମୁଁ ବିଦେଶୀ ଏବଂ ମୁଁ...ତେଣୁ ମୁଁ ତୁମ ଦେଶକୁ ଆସିଛି । ତେଣୁ ଯଦି ମୁଁ ଦାବୀ କରିବି ଯେ "ଏହି ଦେଶ ହେଉଛି ମୋର," ତେବେ ଅସୁବିଧା ହେବ । କିନ୍ତୁ ଯଦି ମୁଁ ଜାଣିଛି ଯେ ମୁଁ ଏକ ପର୍ଯ୍ୟଟକ ଭାବରେ ଆସିଛି କିମ୍ଵା ଏକ ବିଦେଶୀ ଭାବରେ ମୁଁ ଏଠାକୁ ଆସିଛି, ତେବେ କୌଣସି ଅସୁବିଧା ହେବ ନାହିଁ । ମୁଁ ସ୍ଵତନ୍ତ୍ର ଭାବରେ ଚାଲି ପାରିବି । ମୁଁ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କର ସମସ୍ତ ସୁବିଧା ପାଇ ପାରିବି । କୌଣସି ଅସୁବିଧା ନାହିଁ । ସେହିପରି, ଆମେ ଏଠାକୁ ଏହି ଭୌତିକ ଦୁନିଆରେ, ଯାତ୍ରୀ ଭାବରେ ଆସିଛୁ, ପର୍ଯ୍ୟଟକ ଭାବରେ, ଏବଂ ଯଦି ଆମେ ଦାବୀ କରିବା ଯେ "ଏହି ଭୌତିକ ଦୁନିଆ ମୋର ଅନ୍ତର୍ଗତ," କିମ୍ଵା ଲୋକମାନଙ୍କର ଏକ ଦଳର, କିମ୍ଵା ରାଷ୍ଟ୍ରମାନଙ୍କ ଏକ ସମୂହର, ତାହାକୁ ଅଜ୍ଞାନତା କୁହାଯାଏ ।

ତେଣୁ କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ଏହି ଅଜ୍ଞାନତାକୁ ଦୂର କରିବା, ଲୋକମାନଙ୍କୁ ବୁଦ୍ଧିମାନ କରିବା, ଯେ "କିଛି ବି ତୁମର ଅନ୍ତର୍ଗତ ନୁହେଁ । ସବୁକିଛି ଭଗବାନଙ୍କର ଅନ୍ତର୍ଗତ ।" ତେବେ ଏଠାରେ ସାଧାରଣ ପ୍ରକ୍ରିୟା ଅଛି, ତ୍ୟାଗ କରିବା, ତାହା ମାହାରାଜା ଯୁଦ୍ଧିଷ୍ଠିର, ସେ କହୁଛନ୍ତି... କାରଣ ଯେପରି ମୁଁ ପୂର୍ବରୁ ବର୍ଣ୍ଣନା କରିଛି, ଯେ କାରଣ ଆମେମାନେ ଅହଂକାରର ଧାରଣାରେ ଅତ୍ୟଧିକ ଲୀନ, "ମୁଁ ଏହି ଶରୀର, ଏବଂ ଏହି ଶରୀର ସହିତ ଯାହା ସମ୍ଵନ୍ଧିତ ତାହା ମୋର ଅଟେ ।" ଏହା ହେଉଛି ଭ୍ରମ, ମୋହ । ଏହାକୁ ମୋହ କୁହାଯାଏ, ଭ୍ରମ । ଜନସ୍ୟ ମୋହ ଅୟମ । ମୋହ ଅର୍ଥାତ୍ ଭ୍ରମ । ଏହା ହେଉଛି ଭ୍ରମ । ଭ୍ରମ କ'ଣ? ଅହମ ମାମେତି (SB 5.5.8) "ମୁଁ ଏହି ଶରୀର, ଏବଂ ଏହି ଶରୀର ସହିତ ଯାହା ସମ୍ଵନ୍ଧିତ, ଏହା ମୋର ଅଟେ ।" ଏହାକୁ ମୋହ କୁହାଯାଏ, ଭ୍ରମ । ଏପରିକି ଶରୀର ମଧ୍ୟ ତାର ନୁହେଁ, କାରଣ ଶରୀର ଭଗବାନଙ୍କ ଦ୍ଵାରା ତୁମର କର୍ମ ଅନୁସାରେ ତୁମକୁ ପ୍ରଦାନ କରାଯାଏ । ଯେପରି ତୁମର ଅର୍ଥ ପ୍ରଦାନ ଅନୁସାରେ, ଘର ମାଲିକ ତୁମକୁ ଏକ ଘର ଦିଏ । ଘର ତୁମର ନୁହେଁ । ତହା ହେଉଛି ଏକ ତଥ୍ୟ । ଯଦି ତୁମେ ସପ୍ତାହକୁ ୫୦୦ ଡଲାର ଦେବ, ତୁମକୁ ବହୁତ ଭଲ ଘର ମିଳିବ । ଏବଂ ଯଦି ତୁମେ ୨୫ ଡଲାର ଦେବ, ତେବେ ଅନ୍ୟ ଏକ ପାଇବ । ସେହିପରି, ଏହି ବିଭିନ୍ନ ପ୍ରକାରର ଶରୀର ଆମେ ପାଇଛୁ... ସମସ୍ତଙ୍କୁ ଆମେ ପାଉ, ବିଭିନ୍ନ ପ୍ରକାରର । ଏହା ହେଉଛି ଘର । ବାସ୍ତବରେ, ଏହା ହେଉଛି ଘର କାରଣ ମୁଁ ଏହି ଶରୀର ଭିତରେ ରହୁଛି ।ମୁଁ ଏହି ଶରୀର ନୁହେଁ । ତାହା ହେଉଛି ଭଗବଦ୍ ଗୀତାର ନିର୍ଦ୍ଦେଶ । ଦେହିନୋଽସ୍ମିନ୍ ଯଥା ଦେହେ (BG 2.13) । ଅସ୍ମିନ୍ ଦେହେ, ଦେହି ଅଛି, ଭଡାଟିଆ, ମାଲିକ ନୁହେଁ । ଭଡାଟିଆ । ଯେପରି ଯେ କୌଣସି ଘରେ, ଭଡାଟିଆ ଜଣେ ଏବଂ ମାଲିକ ହେଉଛି ଜଣେ । ସେହିପରି, ଏହା ହେଉଛି ଘର, ଏହି ଶରୀର । ମୁଁ ହେଉଛି ଜୀବାତ୍ମା, ଭଡାଟିଆ । ମୁଁ ମୋର ଅର୍ଥ ଦେୟ ଅନୁସାରେ ଏହାକୁ ଭଡାରେ ନେଇଛି କିମ୍ଵା କର୍ମ ଅନୁସାରେ ।