OR/Prabhupada 0326 - ଭଗବାନ ହେଉଛନ୍ତି ପରମ ପିତା, ପରମ ମାଲିକ, ପରମ ବନ୍ଧୁ

Revision as of 22:41, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.13 -- Pittsburgh, September 8, 1972

ବର୍ତ୍ତମାନ, ଅାତ୍ମା କିପରି ଅନ୍ୟ ଶରୀରରେ ପ୍ରବେଶ କରୁଛି? ମନେକର ଏହି ଜୀବନ ପରେ, ମୋତେ ଭଲ ଜୀବନ ମିଳେ, ତାହା ଭଲ କଥା । କିନ୍ତୁ ଯଦି ମୋତେ ନୀଚ ଜୀବନ ମିଳେ, ତେବେ ଅବସ୍ଥା କ'ଣ? ମନେକର ପରବର୍ତ୍ତୀ ଜୀବନରେ ମୋତେ ଏକ ବିଲେଇ କିମ୍ଵା କୁକୁର କିମ୍ଵା ଗାଈର ଜୀବନ ମିଳେ । ମନେକର ତୁମେ ପୁଣି ଥରେ ଆମେରିକାରେ ଜନ୍ମ ଗ୍ରହଣ କର । କିନ୍ତୁ ଯଦି ତୁମେ ତୁମର ଶରୀର ପରିବର୍ତ୍ତନ କର, ତେବେ ସଂପୂର୍ଣ୍ଣ ପରିସ୍ଥିତି ବଦଳି ଯାଏ । ମନୁଷ୍ୟ ରୂପରେ, ତୁମକୁ ରାଜ୍ୟରୁ ସମସ୍ତ ସୁରକ୍ଷା ମିଳେ, କିନ୍ତୁ ଯେତେବେଳେ ତୁମେ ଅନ୍ୟ ଏକ ଶରୀର ହୋଇଯାଅ, ବୃକ୍ଷ କିମ୍ଵା ପଶୁ, ବ୍ୟବହାର ଭିନ୍ନ ହୋଇଯାଏ । ପଶୁମାନେ ବଦ୍ଧସ୍ଥଳୀକୁ ଯାଉଛନ୍ତି; ବୃକ୍ଷକୁ କଟା ଯାଉଛି । କୌଣସି ବିରୋଧ ନାହିଁ । ତେବେ ଏହା ହେଉଛି ଭୌତିକ ଜୀବନର ଅବସ୍ଥା । ବେଳେ ବେଳେ ଆମକୁ ଜୀବନର ଭଲ ସ୍ଥିତି ମିଳୁଛି, ବେଳେ ବେଳେ ଆମକୁ ଜୀବନର ନୀଚ ସ୍ଥିତି ମିଳୁଛି । କୌଣସି ପ୍ରତିଶୃତି ନାହିଁ । ତାହା ମୋର କାମ ଉପରେ ନିର୍ଭର କରେ । ତାହା ହେଉଛି ବ୍ୟବହାରିକ । ଏହି ଜୀବନରେ ମଧ୍ୟ, ଯଦି ତୁମେ ଶିକ୍ଷିତ, ତେବେ ତୁମର ଭବିଷ୍ୟତ ଭାରି ଭଲ । ଯଦି ତୁମେ ଅଶିକ୍ଷିତ, ତେବେ ତୁମର ଭବିଷ୍ୟତ ଏତେ ଉଜ୍ଜଳ ନୁହଁ । ସେହିପରି, ଏହି ମନୁଷ୍ୟ ରୂପି ଜୀବନ, ଆମେ ଏହି ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତିର ସମାଧାନ କରିପାରିବା । ଏବଂ ତାହା ମନୁଷ୍ୟ ରୂପି ଜୀବନର ଏକମାତ୍ର କାମ, କିପରି ଜୀବନର ଏହି ଭୌତିକ ଅବସ୍ଥାରୁ ବାହାରି ପାରିବା: ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି । ଆମେ ସମାଧାନ କରି ପାରିବା । ଏବଂ ସେହି ସମାଧାନ ହେଉଛି କୃଷ୍ଣ ଚେତନା । ଯଥା ଶୀଘ୍ର ଆମେ କୃଷ୍ଣ ଚେତନାଶୀଳ ହେବା... କୃଷ୍ଣ ଚେତନା ଅର୍ଥାତ୍ କୃଷ୍ଣ, ପରମ, ସେ ହେଉଛନ୍ତି ଭଗବାନ । ଆମେ କୃଷ୍ଣଙ୍କର ଅଂଶ ବିଶେଷ ଅଟୁ । ଏହା ହେଉଛି କୃଷ୍ଣ ଚେତନା । ବୁଝିବା ପାଇଁ ସରଳ । ତାହା...ଯେପରି ତୁମେ ତୁମ ପିତାଙ୍କୁ ବୁଝ, ଏବଂ ତୁମର ଭାଈଙ୍କୁ ଏବଂ ନିଜକୁ । ତୁମେମାନେ ସମସ୍ତେ ପିତାଙ୍କର ପୁତ୍ର । ତେବେ ଏହା ବୁଝିବା କଷ୍ଟକର ନୁହେଁ । ଯେପରି ପିତା ପୁରା ପରିବାରର ଭରଣ ପୋଷଣ କରନ୍ତି, ସେହିପରି, କୃଷ୍ଣ, ପରମ ଭଗବାନ, କିମ୍ଵା ଭଗବାନ, ତାଙ୍କର ଅନେକ ଅସଂଖ୍ୟ ପୁତ୍ର ଅଛନ୍ତି, ଜୀବମାନେ, ଏବଂ ସେ ପୁରା ଶରୀରର ଭରଣ ପୋଷଣ କରୁଛନ୍ତି, ପୁରା ପରିବାର । ଅସୁବିଧା କ'ଣ? ତାପରେ ପରବର୍ତ୍ତୀ କର୍ତ୍ତବ୍ୟ ହେଉଛି ଚେତନାକୁ ବିକସିତ କରିବା । ଯେପରି ଏକ ଭଲ ପୁତ୍ର, ଯେତେବେଳେ ସେ ଅନୁଭବ କରେ ଯେ "ପିତା ମୋ ପାଇଁ ବହୁତ କିଛି କରିଛନ୍ତି । ମୁଁ ଏହାର ପରିଶୋଧ କରିବା ଉଚିତ୍, କିମ୍ଵା ଅତିକମରେ ଦାୟିତ୍ଵ ସ୍ଵୀକାର କରିବା ଉଚିତ୍ ଯାହା ମୋର ପିତା ମୋ ପାଇଁ କରିଛନ୍ତି," ଏତିକି ଅନୁଭବକୁ କୃଷ୍ଣ ଚେତନା କୁହାଯାଏ । ତେଣୁ କୃଷ୍ଣ ଚେତନାଶୀଳ ହେବା ପାଇଁ, ଆମେ କେବଳ ତିନୋଟି ଜିନିଷ ବୁଝିବା ଉଚିତ୍:

ଭୋକ୍ତାରଂ ଯଜ୍ଞତପସାଂ
ସର୍ବଲୋକମହେଶ୍ଵରମ୍
ସୁହୃଦଂ ସର୍ବଭୂତାନାଂ
ଜ୍ଞାତ୍ଵା ମାଂ ଶାନ୍ତିମୃଚ୍ଛତି
(BG 5.29)

ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଖୁସି ହେବା ପାଇଁ ଚେଷ୍ଟା କରୁଛନ୍ତି, ସନ୍ତୁଷ୍ଟ । ତାହା ହେଉଛି ଅସ୍ତିତ୍ଵ ପାଇଁ ସଂଘର୍ଷ । କିନ୍ତୁ ଯଦି ଆମେ ଏହି ତିନୋଟି ସିଦ୍ଧାନ୍ତ ବୁଝିପାରିବା, ଯେ ଭଗବାନ ହେଉଛନ୍ତି ପରମ ପିତା, ଭଗବାନ ହେଉଛନ୍ତି ପରମ ମାଲିକ, ଭଗବାନ ହେଉଛନ୍ତି ପରମ ବନ୍ଧୁ, ଏହି ତିନୋଟି ଜିନିଷ, ଯଦି ତୁମେ ବୁଝି ପାରିବ, ତେବେ ତୁମେ ତୂରନ୍ତ ଶାନ୍ତ ହୋଇଯିବ । ତୂରନ୍ତ । ତୁମେ ବନ୍ଧୁ ଖୋଜ ସାହାର୍ଯ୍ୟ ପାଇବା ପାଇଁ, ଏତେ ସାରା । କିନ୍ତୁ ଯଦି ତୁମେ କେବଳ ଭଗବାନ, କୃଷ୍ଣଙ୍କୁ ସ୍ଵୀକାର କର, ବନ୍ଧୁ ରୂପେ, ପରମ ବନ୍ଧୁ, ତୁମର ବନ୍ଧୁତାର ସମସ୍ୟାର ସମାଧାନ ହୋଇଯିବ । ସେହିପରି, ଯଦି ଆମେ ଭଗବାନଙ୍କୁ ପରମ ମାଲିକ ରୂପେ ଗ୍ରହଣ କରିବା, ତେବେ ଆମର ଅନ୍ୟ ଅସୁବିଧା ସମାଧାନ ହୋଇଯିବ । କାରଣ ଆମେ ମାଲିକ ହେବାର ମିଥ୍ୟା ଦାବୀ କରୁଛୁ ସେହି ଜିନିଷଗୁଡ଼ିକ ଉପରେ ଯାହା ଭଗବାନଙ୍କର ଅନ୍ତର୍ଗତ । ମିଥ୍ୟା ଦାବୀ ଦ୍ଵାରା ଯେ "ଏହି ଭୁମି, ଆମେରିକାର ଏହି ଭୁମି, ଆମେରିକୀୟମାନଙ୍କର; ଆଫ୍ରିକାର ଭୂମି ଅଫ୍ରିକିୟମାନଙ୍କର ।" ନା । ସମସ୍ତ ଭୂମି ଭଗବାନଙ୍କର । ଆମେ ଭିନ୍ନ ଭିନ୍ନ ପୋଷାକରେ ଭଗବାନଙ୍କର ଭିନ୍ନ ଭିନ୍ନ ପୁତ୍ର ଅଟୁ । ପିତାଙ୍କର ସମ୍ପତ୍ତି ଉପଭୋଗ କରିବା ପାଇଁ ଆମର ଅଧିକାର ଅଛି, ଭଗବାନ, ଅନ୍ୟମାନଙ୍କର ଅଧିକାର ଉଲଘଂନ ନ କରି । ଯେପରି ପରିବାରରେ, ଆମେ ରହୁ, ଏତେ ସାରା ଭାଈ । ତେବେ ଯାହା କିଛି ମାତା ପିତା ଆମକୁ ଖାଇବାକୁ ଦିଅନ୍ତି ଆମେ ଖାଉ । ଆମେ ଅନ୍ୟମାନଙ୍କର ଥାଳୀରେ ଅତିକ୍ରମଣ କରୁ ନାହୁଁ । ତାହା ସଭ୍ୟ ପରିବାର ନୁହେଁ । ସେହିପରି, ଯଦି ତୁମେ ଭଗବାନ ଚେତନାଶୀଳ ହୁଅ, କୃଷ୍ଣ ଚେତନାଶୀଳ, ତେବେ ଦୁନିଆର ସମସ୍ତ ସମସ୍ୟା - ସମାଜଶାସ୍ତ୍ର, ଧାର୍ମିକ, ଅର୍ଥନୈତିକ ବିକାସ, ରାଜନୀତି - ସବୁକିଛିର ସମାଧାନ ହୋଇଯିବ । ତାହା ହେଉଛି ତଥ୍ୟ ।

ସେଥିପାଇଁ ଆମେ ଏହି କୃଷ୍ଣ ଚେତନା ଆନ୍ଦୋଳନ ପ୍ରସାର କରିବାକୁ ଚାହୁଁଛୁ, ମାନବ ସମାଜର ସଂପୂର୍ଣ୍ଣ ଲାଭ ପାଇଁ । ଆମେ ବୁଦ୍ଧିମାନ ବ୍ୟକ୍ତିମାନଙ୍କୁ ଅନୁରୋଧ କରୁଛୁ, ବିଶେଷକରି ଛାତ୍ର ସମ୍ପ୍ରଦାୟକୁ, ଏହି ଆନ୍ଦୋଳନରେ ଯୋଗ ଦେବା ପାଇଁ, ଏହି ଆନ୍ଦୋଳନ କ'ଣ ତାହା ବୈଜ୍ଞାନିକ ଭାବରେ ବୁଝିବାକୁ ଚେଷ୍ଟା କରିବା ପାଇଁ । ଆମର ଅନେକ ପୁସ୍ତକ ଅଛି, ଅତି କମରେ ଦୁଇ ଡର୍ଜନ ପୁସ୍ତକ, ବଡ଼, ବଡ଼, ମୋଟା ପୁସ୍ତକ । ତେବେ ତୁମେ ତାହା ପଢ଼ି ପାରିବ, ତୁମେ ଏହି ଆନ୍ଦୋଳନକୁ ବୁଝିବାକୁ ଚେଷ୍ଟା କରି ପାରିବ, ଏବଂ ଆମ ସହ ଯୋଗ ଦେଇପାରିବ ।

ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ । (କରତାଳି)