OR/Prabhupada 0329 - ଏକ ଗାଈକୁ ହତ୍ୟା କର କିମ୍ବା ଏକ ପନିପରିବାର ହତ୍ୟା କର, ତାହାର ପାପ କର୍ମ ଅଛି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0329 - in all Languages Category:OR-Quotes - 1976 Category:OR-Quotes - Con...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in Australia]]
[[Category:OR-Quotes - in Australia]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0328 - ଏହି କୃଷ୍ଣ ଚେତନା ଆନ୍ଦୋଳନ ସମସ୍ତଙ୍କୁ ସ୍ଵୀକାର କରୁଛି|0328|OR/Prabhupada 0330 - ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ନିଜର ଯତ୍ନ ନେବାକୁ ହେବ|0330}}
{{1080 videos navigation - All Languages|Oriya|OR/Prabhupada 0328 - ଏହି କୃଷ୍ଣ ଚେତନା ଆନ୍ଦୋଳନ ସମସ୍ତଙ୍କୁ ସ୍ଵୀକାର କରୁଛି|0328|OR/Prabhupada 0330 - ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ନିଜର ଯତ୍ନ ନେବାକୁ ହେବ|0330}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|JSK5JiBPE6g|ଏକ ଗାଈକୁ ହତ୍ୟା କର କିମ୍ବା ଏକ ପନିପରିବାର ହତ୍ୟା କର, ତାହାର ପାପ କର୍ମ ଅଛି<br />- Prabhupāda 0329}}
{{youtube_right|1k0XlwsblpE|ଏକ ଗାଈକୁ ହତ୍ୟା କର କିମ୍ବା ଏକ ପନିପରିବାର ହତ୍ୟା କର, ତାହାର ପାପ କର୍ମ ଅଛି<br />- Prabhupāda 0329}}
<!-- END VIDEO LINK -->
<!-- END VIDEO LINK -->


Line 35: Line 35:
ଶ୍ରୀମାନ ଡିକ୍ସନ୍: ହଁ । ମୁଁ ପଚାରିବାର କାରଣ ପନିପରିବା ଅପେକ୍ଷା ପଶୁମାନଙ୍କର ଜୀବନ ଅଧିକ ପ୍ରାଧାନ୍ୟ କି?  
ଶ୍ରୀମାନ ଡିକ୍ସନ୍: ହଁ । ମୁଁ ପଚାରିବାର କାରଣ ପନିପରିବା ଅପେକ୍ଷା ପଶୁମାନଙ୍କର ଜୀବନ ଅଧିକ ପ୍ରାଧାନ୍ୟ କି?  


ପ୍ରଭୁପାଦ: ପ୍ରାଧାନ୍ୟର କୌଣସି ପ୍ରଶ୍ନ ନାହିଁ । ଆମର ତତ୍ତ୍ଵଜ୍ଞାନ ହେଉଛି ଯେ ଆମେମାନେ ଭଗବାନଙ୍କ ସେବକ । ତେଣୁ ଭଗବାନ ଖାଆନ୍ତି, ଏବଂ ଯାହାକିଛି ଖାଦ୍ୟ ପଦାର୍ଥ ବଳକା ସେ ଛାଡନ୍ତି, ତାହା ଆମେ ଗ୍ରହଣ କରୁ । ତେଣୁ ଭଗବଦ୍ ଗୀତାରେ... ତୁମେ ଏହି ଶ୍ଳୋକ ପାଇବ । ପତ୍ରଂ ପୁଷ୍ପଂ ଫଳଂ ତୋୟା ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ([[Vanisource:BG 9.26|BG 9.26]]) । ଠିକ୍ ଯେପରି ତୁମେ ଏଠାକୁ ଆସିଛ । ତେଣୁ ଯଦି ମୁଁ ତୁମକୁ କିଛି ଖାଦ୍ୟ ଅର୍ପଣ କରିବାକୁ ଚାହେଁ, ତୁମକୁ ପଚାରିବା ମୋର କର୍ତ୍ତବ୍ୟ, "ଶ୍ରୀମାନ ନିକ୍ସନ୍, ଆପଣ କ'ଣ ଖାଇବାକୁ ଚାହାଁନ୍ତି?" ତେବେ ତୁମେ କହିବ, "ମୁଁ ଏହା ବହୁତ ପସନ୍ଦ କରେ ।" ତେବେ, ଯଦି ମୁଁ ତୁମକୁ ସେହି ଖାଦ୍ୟ ଦିଏ, ତେବେ ତୁମେ ପ୍ରଶନ୍ନ ହେବ । ତେଣୁ କୃଷ୍ଣଙ୍କୁ ଆମେ ଏହି ମନ୍ଦିରକୁ ଡାକିଛୁ, ତେଣୁ ଆମେ ଅପେକ୍ଷା କରିଛୁ, ସେ କେଉଁ ଖାଦ୍ୟ ପଦାର୍ଥ ଖାଇବାକୁ ଚାହୁଁଛନ୍ତି? ତେବେ ସେ କହିଲେ...  
ପ୍ରଭୁପାଦ: ପ୍ରାଧାନ୍ୟର କୌଣସି ପ୍ରଶ୍ନ ନାହିଁ । ଆମର ତତ୍ତ୍ଵଜ୍ଞାନ ହେଉଛି ଯେ ଆମେମାନେ ଭଗବାନଙ୍କ ସେବକ । ତେଣୁ ଭଗବାନ ଖାଆନ୍ତି, ଏବଂ ଯାହାକିଛି ଖାଦ୍ୟ ପଦାର୍ଥ ବଳକା ସେ ଛାଡନ୍ତି, ତାହା ଆମେ ଗ୍ରହଣ କରୁ । ତେଣୁ ଭଗବଦ୍ ଗୀତାରେ... ତୁମେ ଏହି ଶ୍ଳୋକ ପାଇବ । ପତ୍ରଂ ପୁଷ୍ପଂ ଫଳଂ ତୋୟା ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ([[Vanisource:BG 9.26 (1972)|BG 9.26]]) । ଠିକ୍ ଯେପରି ତୁମେ ଏଠାକୁ ଆସିଛ । ତେଣୁ ଯଦି ମୁଁ ତୁମକୁ କିଛି ଖାଦ୍ୟ ଅର୍ପଣ କରିବାକୁ ଚାହେଁ, ତୁମକୁ ପଚାରିବା ମୋର କର୍ତ୍ତବ୍ୟ, "ଶ୍ରୀମାନ ନିକ୍ସନ୍, ଆପଣ କ'ଣ ଖାଇବାକୁ ଚାହାଁନ୍ତି?" ତେବେ ତୁମେ କହିବ, "ମୁଁ ଏହା ବହୁତ ପସନ୍ଦ କରେ ।" ତେବେ, ଯଦି ମୁଁ ତୁମକୁ ସେହି ଖାଦ୍ୟ ଦିଏ, ତେବେ ତୁମେ ପ୍ରଶନ୍ନ ହେବ । ତେଣୁ କୃଷ୍ଣଙ୍କୁ ଆମେ ଏହି ମନ୍ଦିରକୁ ଡାକିଛୁ, ତେଣୁ ଆମେ ଅପେକ୍ଷା କରିଛୁ, ସେ କେଉଁ ଖାଦ୍ୟ ପଦାର୍ଥ ଖାଇବାକୁ ଚାହୁଁଛନ୍ତି? ତେବେ ସେ କହିଲେ...  


ଗୁରୁ-କୃପା: "ଯଦି ଜଣେ ମୋତେ ପ୍ରେମ ଏବଂ ଭକ୍ତିର ସହିତ ଏକ ପତ୍ର, ଏକ ଫୁଲ, ଫଳ କିମ୍ବା ଜଳ ଅର୍ପଣ କରେ, ମୁଁ ଏହା ସ୍ଵୀକାର କରିବି ।"  
ଗୁରୁ-କୃପା: "ଯଦି ଜଣେ ମୋତେ ପ୍ରେମ ଏବଂ ଭକ୍ତିର ସହିତ ଏକ ପତ୍ର, ଏକ ଫୁଲ, ଫଳ କିମ୍ବା ଜଳ ଅର୍ପଣ କରେ, ମୁଁ ଏହା ସ୍ଵୀକାର କରିବି ।"  

Latest revision as of 22:40, 1 October 2020



Room Conversation -- April 23, 1976, Melbourne

ଶ୍ରୀମାନ ଡିକ୍ସନ୍: ମାଂସ ଖାଇବାରେ କଟୁ ଅଲୋଚନା କରିବା, ଏହା ଏହି ତଥ୍ୟରୁ ଆସିଅଛି ଯେ ପଶୁମାନଙ୍କର ଜୀବନ ଅଛି ଯାହା ସ୍ଵୀକୃତ ହୋଇଛି...

ପ୍ରଭୁପାଦ: ପନିପରିବା ଗୁଡିକର ଜୀବନ ଅଛି ।

ଶ୍ରୀମାନ ଡିକ୍ସନ୍: ହଁ । ମୁଁ ପଚାରିବାର କାରଣ ପନିପରିବା ଅପେକ୍ଷା ପଶୁମାନଙ୍କର ଜୀବନ ଅଧିକ ପ୍ରାଧାନ୍ୟ କି?

ପ୍ରଭୁପାଦ: ପ୍ରାଧାନ୍ୟର କୌଣସି ପ୍ରଶ୍ନ ନାହିଁ । ଆମର ତତ୍ତ୍ଵଜ୍ଞାନ ହେଉଛି ଯେ ଆମେମାନେ ଭଗବାନଙ୍କ ସେବକ । ତେଣୁ ଭଗବାନ ଖାଆନ୍ତି, ଏବଂ ଯାହାକିଛି ଖାଦ୍ୟ ପଦାର୍ଥ ବଳକା ସେ ଛାଡନ୍ତି, ତାହା ଆମେ ଗ୍ରହଣ କରୁ । ତେଣୁ ଭଗବଦ୍ ଗୀତାରେ... ତୁମେ ଏହି ଶ୍ଳୋକ ପାଇବ । ପତ୍ରଂ ପୁଷ୍ପଂ ଫଳଂ ତୋୟା ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି (BG 9.26) । ଠିକ୍ ଯେପରି ତୁମେ ଏଠାକୁ ଆସିଛ । ତେଣୁ ଯଦି ମୁଁ ତୁମକୁ କିଛି ଖାଦ୍ୟ ଅର୍ପଣ କରିବାକୁ ଚାହେଁ, ତୁମକୁ ପଚାରିବା ମୋର କର୍ତ୍ତବ୍ୟ, "ଶ୍ରୀମାନ ନିକ୍ସନ୍, ଆପଣ କ'ଣ ଖାଇବାକୁ ଚାହାଁନ୍ତି?" ତେବେ ତୁମେ କହିବ, "ମୁଁ ଏହା ବହୁତ ପସନ୍ଦ କରେ ।" ତେବେ, ଯଦି ମୁଁ ତୁମକୁ ସେହି ଖାଦ୍ୟ ଦିଏ, ତେବେ ତୁମେ ପ୍ରଶନ୍ନ ହେବ । ତେଣୁ କୃଷ୍ଣଙ୍କୁ ଆମେ ଏହି ମନ୍ଦିରକୁ ଡାକିଛୁ, ତେଣୁ ଆମେ ଅପେକ୍ଷା କରିଛୁ, ସେ କେଉଁ ଖାଦ୍ୟ ପଦାର୍ଥ ଖାଇବାକୁ ଚାହୁଁଛନ୍ତି? ତେବେ ସେ କହିଲେ...

ଗୁରୁ-କୃପା: "ଯଦି ଜଣେ ମୋତେ ପ୍ରେମ ଏବଂ ଭକ୍ତିର ସହିତ ଏକ ପତ୍ର, ଏକ ଫୁଲ, ଫଳ କିମ୍ବା ଜଳ ଅର୍ପଣ କରେ, ମୁଁ ଏହା ସ୍ଵୀକାର କରିବି ।"

ପ୍ରଭୁପାଦ: ପତ୍ରଂ ପୁଷ୍ପଂ ଫଳଂ । ସେ ଅତି ସାଧାରଣ ଜିନିଷ ମାଗୁଛନ୍ତି ଯାହା ସମସ୍ତେ ଅର୍ପଣ କରିପାରିବେ । ଯେପରି ଏକ ଛୋଟ ପତ୍ର, ପତ୍ରଂ, ଏକ ଛୋଟ ଫୁଲ, ପୁଷ୍ପଂ, ଏକ ଛୋଟ ଫଳ, ଏବଂ ଅଳ୍ପ ଜଳ କିମ୍ବା କ୍ଷୀର । ତେଣୁ ତାହା ଆମେ ଅର୍ପଣ କରୁ । ଆମେ ଏହି ସାମଗ୍ରୀ ଗୁଡିକୁ ନେଇ ବିଭିନ୍ନ ପ୍ରକାରର ଜିନିଷ ତିଆରି କରୁ, ପତ୍ରଂ ପୁଷ୍ପଂ ଫଳଂ ତୋୟା (ଭ.ଗୀ. ୯.୨୬), ଏବଂ କୃଷ୍ଣ ଖାଇ ସାରିବା ପରେ, ଆମେ ଏହାକୁ ଗ୍ରହଣ କରୁ । ଆମେ ହେଉଛୁ ସେବକ; ଆମେ କୃଷ୍ଣ ଛାଡିଥିବା ଅବଶିଷ୍ଟ ଖାଦ୍ୟ ପଦାର୍ଥକୁ ଗ୍ରହଣ କରୁ । ଆମେ ସାକାହାରୀ ନୁହେଁ କି ମାଂସାହାରୀ ନୁହେଁ । ଆମେ ହେଉଛୁ ପ୍ରସାଦ ଭକ୍ଷଣକାରୀ । ଆମେ ପନିପରିବା କିମ୍ବା ବିନା ପନିପରିବା ପାଇଁ ଖାତିର କରୁନାହୁଁ, କାରଣ ତୁମେ ଏକ ଗାଈକୁ ହତ୍ୟା କର କିମ୍ବା ଏକ ପନିପରିବାର ହତ୍ୟା କର, ତାହାର ପାପ କର୍ମ ଅଛି । ଏବଂ ପ୍ରକୃତିର ନିୟମାନୁଯାୟୀ, ଏହା କୁହାଯାଇଛି ଯେ ଯେଉଁ ପଶୁ ମାନଙ୍କର, ହାତ ନାହିଁ ସେମାନେ ଯେଉଁ ପଶୁମାନଙ୍କର ହାତ ଅଛି ତାଙ୍କର ଖାଦ୍ୟ । ଆମେମାନେ ମଧ୍ୟ ହାତ ଥିବା ପଶୁ । ଆମେ ମନୁଷ୍ୟ ମାନେ ମଧ୍ୟ ହାତ ଥିବା ପଶୁ, ଏଵଂ ସେମାନେ ମଧ୍ୟ ପଶୁ -ହାତ ନାହିଁ କିନ୍ତୁ ଚାରୋଟି ଗୋଡ ଅଛି । ଏବଂ ଯେଉଁ ପଶୁମାନଙ୍କର ଗୋଡ ନାହିଁ ସେମାନେ ହେଉଛନ୍ତି ଉଦ୍ଭିଦ । ଅପାଦାନି ଚତୁଷ-ପାଦଂ । ଏହି ପଶୁମାନେ ଯାହାର ଗୋଡ ନାହିଁ, ସେମାନେ ହେଉଛନ୍ତି ଚାରି ଗୋଡ ଥିବା ପଶୁମାନଙ୍କର ଖାଦ୍ୟ । ଠିକ୍ ଯେପରି ଗାଈ ଘାସ ଖାଏ, ଛେଳି ଘାସ ଖାଏ । ତେଣୁ ପନିପରିବା ଖାଇବାରେ, କୌଣସି ଗୁରୁତ୍ଵ ନାହିଁ । ତେବେ ଛେଳି ଏବଂ ଗାଈମାନଙ୍କର ଅଧିକ ଶ୍ରେୟ ଅଛି, ଅଧିକ ଶ୍ରେୟ ଅଛି, କାରଣ ସେମାନେ ପନିପରିବା ବ୍ୟତିତ ଅନ୍ୟ କିଛି ସ୍ପର୍ଶ କରନ୍ତି ନାହିଁ । ତେଣୁ ଆମେ ଛେଳି ଏବଂ ଗାଈ ହେବା ପାଇଁ ପ୍ରଚାର କରୁନାହୁଁ । ନାଁ । ଆମେ ପ୍ରଚାର କରୁଛୁ ଯେ ତୁମେ କୃଷ୍ଣଙ୍କର ସେବକ ହୁଅ । ତେଣୁ ଯାହା କିଛି କୃଷ୍ଣ ଖାଆନ୍ତି, ଆମେ ତାହାକୁ ଗ୍ରହଣ କରୁ । ଯଦି କୃଷ୍ଣ କହିବେ ଯେ "ମୋତେ ମାଂସ ଦିଅ, ମୋତେ ଅଣ୍ଡା ଦିଅ," ତେବେ ଆମେ କୃଷ୍ଣଙ୍କୁ ମାଂସ ଏବଂ ଅଣ୍ଡା ଅର୍ପଣ କରିବା ଉଚିତ୍ ଏବଂ ତାହା ଆମେ ଗ୍ରହଣ କରିବା ଉଚିତ୍ । ତେଣୁ ଭାବନାହିଁ ଯେ ଆମେ ସାକାହାରୀ ଏବଂ ମାଂସାହାରୀ ପଛରେ ଅଛୁ । ନାଁ । ତାହା ଆମର ତତ୍ଵଜ୍ଞାନ ନୁହେଁ । କାରଣ ତୁମେ ପନିପରିବା ଗ୍ରହଣ କର ବା ମାଂସ ଗ୍ରହଣ କର, ତୁମେ ହତ୍ୟା କରୁଛ । ଏବଂ ତୁମକୁ ହତ୍ୟା କରିବାକୁ ହେବ କାରଣ ଅନ୍ୟଥା ତୁମେ ବଞ୍ଚିପାରିବ ନାହିଁ । ତାହା ହେଉଛି ପ୍ରକୃତିର ନିୟମ ।

ଶ୍ରୀମାନ୍ ଡିକ୍ସନ: ହଁ ।

ପ୍ରଭୁପାଦ: ତେଣୁ ଆମେ ମାନେ ସେହି ମାର୍ଗ ପାଇଁ ନାହୁଁ ।

ଶ୍ରୀମାନ୍ ଡିକ୍ସନ: ଠିକ ଅଛି ତେବେ ଆପଣ କାହିଁକି ନିଷେଧ କରୁଛନ୍ତି...

ପ୍ରଭୁପାଦ: ନିଷେଧ ଏହିପରି ଯେ, ମାଂସ ଖାଇବା ନିଷେଧ, କାରଣ ଗାଈର ସୁରକ୍ଷା ଆବଶ୍ୟକ । ଆମକୁ କ୍ଷୀରର ଆବଶ୍ୟକତା ଅଛି । ଏବଂ କ୍ଷୀର ପିଇବା ପରିବର୍ତ୍ତେ, ଯଦି ଆମେ ଗାଈକୁ ଖାଇବା, ତେବେ କ୍ଷୀର କେଉଁଠୁ ମିଳିବ?

ଶ୍ରୀମାନ୍ ଡିକ୍ସନ୍: ତେବେ କ୍ଷୀର ଅତ୍ୟନ୍ତ ଆବଶ୍ୟକ ।

ପ୍ରଭୁପାଦ: ବହୁତ, ବହୁତ ମହତ୍ତ୍ଵପୂର୍ଣ୍ଣ ।

ଶ୍ରୀମାନ୍ ଡିକ୍ସନ୍: ପଶୁଙ୍କୁ ନ ଖାଇଲେ ଖାଦ୍ୟ ପଦାର୍ଥର ଉତ୍ପାଦନ ସମ୍ବନ୍ଧରେ, ଏହି ଦୁନିଆରେ ଅତ୍ୟନ୍ତ ଭଲ ହେବ ।

ପ୍ରଭୁପାଦ: ନାଁ, କ୍ଷୀର ଆବଶ୍ୟକ । କିଛି ଶ୍ଵେତସାରଯୁକ୍ତ ଭିଟାମିନ୍ ଖାଦ୍ୟର ଆବଶ୍ୟକ ଅଛି । ସେହି ଆବଶ୍ୟକତା କ୍ଷୀର ପୂର୍ଣ୍ଣ କରେ । ସେଥିପାଇଁ ବିଶେଷତଃ...

ଶ୍ରୀମାନ୍ ଡିକ୍ସିନ୍: କ'ଣ ଆପଣ ଶସ୍ୟରୁ ସମସ୍ତ ଆବଶ୍ୟକତା ପୁରଣ କରିପାରିବେ ନାହିଁ କି?

ପ୍ରଭୁପାଦ: ଶସ୍ୟ ନାଁ । ଶସ୍ୟ କେବଳ ଶ୍ଵେତସାର ଅଟେ । ଚିକିତ୍ସା ବିଜ୍ଞାନ ଅନୁଯାୟୀ, ଆମକୁ ଚାରୋଟି ଭିନ୍ନ ଶ୍ରେଣୀର ଆବଶ୍ୟକତା ଅଛି: ମଣ୍ଡ ଜାତୀୟ, ଶ୍ଵେତସାର, ପୁଷ୍ଟିସାର ଏବଂ ଚର୍ବି ଜାତୀୟ । ତାହା ହେଉଛି ସମ୍ପୂର୍ଣ୍ଣ ଖାଦ୍ୟ । ତେଣୁ ଏହିସବୁ ତୁମେ ଭାତ, ଡାଲି ଏବଂ ଗହମରୁ ପାଇଯିବ । ଏହିସବୁ ଜିନିଷରେ ଅଛି... ଡାଲି ଏବଂ ଗହମରେ ପୁଷ୍ଟିସାର ଅଛି । ଏବଂ କ୍ଷୀରରେ ମଧ୍ୟ ପୁଷ୍ଟିସାର ଅଛି । ପୁଷ୍ଟିସାର ଆମର ଆବଶ୍ୟକତା ଅଛି । ଚର୍ବି ଆମେ କ୍ଷୀରରୁ ପାଇବା । ଚର୍ବିର ଆବଶ୍ୟକତା ଅଛି । ଏବଂ ପନିପରିବା, ଶ୍ଵେତସାର; ଏବଂ ଶସ୍ୟ, ମଣ୍ଡ ଜାତୀୟ । ତେଣୁ ଯଦି ତୁମେ ଏହିସବୁ ଜିନିଷ ଗୁଡିକୁ ନେଇ ଅତି ଭଲ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବ, ତୁମକୁ ପୂର୍ଣ୍ଣତା ମିଳିବ । ଏବଂ କୃଷ୍ଣଙ୍କୁ ଅର୍ପଣ କରିବ, ତେବେ ଏହା ଶୁଦ୍ଧ ହେବ । ତେବେ ତୁମେ ସମସ୍ତ ପାପକର୍ମରୁ ମୁକ୍ତ ହୋଇଯିବ । ଅନ୍ୟଥା, ଏପରିକି ଯଦି ତୁମେ ପନିପରିବାର ହତ୍ୟା କର, ତୁମକୁ ପାପ ଲାଗିବ କାରଣ ତାହାର ମଧ୍ୟ ଜୀବନ ଅଛି । ଅନ୍ୟ ଏକ ଜୀବର ହତ୍ୟା କରବାର ତୁମକୁ ଅଧିକାର ନାହିଁ । କିନ୍ତୁ ତୁମକୁ ବଞ୍ଚିବାର ଅଛି । ଏହା ହେଉଛି ତୁମର ସ୍ଥିତି । ସେଥିପାଇଁ ତାହାର ସମାଧାନ ହେଉଛି ଯେ ତୁମେ ପ୍ରସାଦ ଗ୍ରହଣ କର । ଯଦି ପନିପରିବା କିମ୍ଵା ମାଂସ ଖାଇବା ଦ୍ଵାରା ପାପ ହୁଏ ତେବେ ଏହା ଖାଇବା ବ୍ୟକ୍ତିକୁ ଲାଗିବ । ଆମେ ତ ଅବଶେଷ ଗ୍ରହଣ କରୁ ।