OR/Prabhupada 0335 - ଲୋକମାନଙ୍କୁ ପ୍ରଥମ ଶ୍ରେଣୀର ଯୋଗୀ ହେବା ପାଇଁ ଶିକ୍ଷା ଦେଉଛି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0335 - in all Languages Category:OR-Quotes - 1972 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Hyderabad]]
[[Category:OR-Quotes - in India, Hyderabad]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0334 - ଜୀବନର ବାସ୍ତବ ଆବଶ୍ୟକତା ହେଉଛି ଆତ୍ମାକୁ ସୁବିଧା ଯୋଗାଇ ଦେବା|0334|OR/Prabhupada 0336 - ଏହା କିପରି, ସେମାନେ ଭଗବାନଙ୍କ ପଛରେ ପାଗଳ?|0336}}
{{1080 videos navigation - All Languages|Oriya|OR/Prabhupada 0334 - ଜୀବନର ବାସ୍ତବ ଆବଶ୍ୟକତା ହେଉଛି ଆତ୍ମାକୁ ସୁବିଧା ଯୋଗାଇ ଦେବା|0334|OR/Prabhupada 0336 - ଏହା କିପରି, ସେମାନେ ଭଗବାନଙ୍କ ପଛରେ ପାଗଳ?|0336}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|4XMMo0ktZIA|ଲୋକମାନଙ୍କୁ ପ୍ରଥମ ଶ୍ରେଣୀର ଯୋଗୀ ହେବା ପାଇଁ ଶିକ୍ଷା ଦେଉଛି <br/>- Prabhupāda 0335 }}
{{youtube_right|UaVQSH4jv_4|ଲୋକମାନଙ୍କୁ ପ୍ରଥମ ଶ୍ରେଣୀର ଯୋଗୀ ହେବା ପାଇଁ ଶିକ୍ଷା ଦେଉଛି <br/>- Prabhupāda 0335 }}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:40, 1 October 2020



Lecture on BG 2.24 -- Hyderabad, November 28, 1972

ଏକ ବ୍ରାହ୍ମଣ, ସେ କୃଷ୍ଣଙ୍କୁ ପ୍ରାର୍ଥନା କରୁଛି: "ହେ ପ୍ରଭୁ, ମୁଁ ମୋର ଇନ୍ଦ୍ରିୟଗୁଡିକର ଦାସ ହୋଇଯାଇଛି ।" ଏଠି ସମସ୍ତେ ଇନ୍ଦ୍ରିୟଗୁଡିକର ଦାସ ଅଟନ୍ତି । ସେମାନେ ଇନ୍ଦ୍ରିୟକୁ ଉପଭୋଗ କରିବାକୁ ଚାହାଁନ୍ତି । ଉପଭୋଗ ନୁହେଁ- ସେମାନେ ଇନ୍ଦ୍ରିୟଗୁଡିକୁ ସେବା କରିବାକୁ ଚାହାଁନ୍ତି । ମୋର ଜୀଭ କହୁଛି, "ଦୟାକରି ମୋତେ ଅମକ ରେଷ୍ଟୋରାଣ୍ଟକୁ ନେଇଯାଅ ଏବଂ ମୋତେ ଅମକ ଚିକେନ ଝୋଳ ଦିଅ ।" ମୁଁ ସେହି କ୍ଷଣରେ ଚାଲିଯାଏ, ମୋର ଜୀଭର ଆଦେଶ ପାଳନ କରିବା ପାଇଁ । ସେଥିପାଇଁ ଉପଭୋଗ କରିବା ନାଁରେ, ଆମେମାନେ ଇନ୍ଦ୍ରିୟଗୁଡିକର ସେବା କରୁଛୁ । ସଂସ୍କୃତରେ ଏହାକୁ ଗୋଦାସ କୁହାଯାଏ । ଗୋ ମାନେ ଇନ୍ଦ୍ରିୟ । ତେଣୁ ଯେପର୍ଯ୍ୟନ୍ତ ତୁମେ ଗୋସ୍ଵାମୀ ହୋଇନାହଁ, ତୁମର ଜୀବନ ନଷ୍ଟ କରୁଛ । ଗୋସ୍ଵାମୀ । ତୁମେ ଇନ୍ଦ୍ରିୟଗୁଡିକର ଆଦେଶ ପାଳନ କରିବା ଉଚିତ୍ ନୁହଁ । ତୁମକୁ ଇନ୍ଦ୍ରିୟମାନଙ୍କୁ ଆଦେଶ ଦେବାକୁ ହେବ । ଯଥା ଶିଘ୍ର ଜୀଭ କହୁଛି, "ବର୍ତ୍ତମାନ, ତୁମେ ମୋତେ ସେ ରେଷ୍ଟୋରାଣ୍ଟକୁ ନେଇଯାଅ, ବା ମୋତେ ସିଗାରେଟ ଦିଅ," ଯଦି ତୁମେ କହୁଛ, "ନାଁ । ସିଗାରେଟ ନାହିଁ, ରେଷ୍ଟୋରାଣ୍ଟ ନାହିଁ; କେବଳ କୃଷ୍ଣ ପ୍ରସାଦ," ତେବେ ତୁମେ ଗୋସ୍ଵାମୀ । ତେବେ ତୁମେ ଗୋସ୍ଵାମୀ । ଏହା ହେଉଛି ଲକ୍ଷଣ, ସନାତନ । କାରଣ ମୁଁ କୃଷ୍ଣଙ୍କର ସାସ୍ଵତ ଦାସ । ତେଣୁ ଏହାକୁ ସନାତନ ଧର୍ମ କୁହାଯାଏ । ତାହା ଆମେ ଅଜାମିଲା-ଉପକ୍ଷାନରେ ବର୍ଣ୍ଣନା କରୁଛୁ । ଏହି ସ୍ତରକୁ ପହଞ୍ଚିବା ସମ୍ଭବ । ତପସା ବ୍ରହ୍ମଚର୍ୟେନ ଶମେନ ଦମେନ ଶୋଚେନ ତ୍ୟାଗେନ ଯମେନ ନିୟମେନ (SB 6.1.13) । ସେଥିପାଇଁ ସମସ୍ତ ବୈଦିକ ଶାସ୍ତ୍ରର ଉଦେଶ୍ୟ ହେଉଛି ଇନ୍ଦ୍ରିୟଗୁଡିକୁ ନିୟନ୍ତ୍ରଣ କରିବା । ଯୋଗ । ଜୋଗ ଇନ୍ଦ୍ରିୟ-ସମୟମ । ତାହା ହେଉଛି ଯୋଗ । ଯୋଗମାନେ କିଛି ଜାଦୁବିଦ୍ୟା ପ୍ରଦର୍ଶନି ନୁହେଁ । ଏହା ହେଉଛି ପ୍ରଥମ ଶ୍ରେଣୀର ଜାଦୁବିଦ୍ୟା । ଯଦି ତୁମେ ଯୋଗ ଅଭ୍ୟାସ କରୁଛ... ମୁଁ ଅନେକ ତଥାକଥିତ ଯୋଗୀମାନଙ୍କୁ ଦେଖିଛି, କିନ୍ତୁ ସେମାନେ ଧୁମ୍ରପାନ ନ କରିବା ପାଇଁ ସେମାନେ ନିଜ ଇନ୍ଦ୍ରିୟଗୁଡିକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ତୁମେ ଦେଖୁଛ । ଧୁମ୍ରପାନ ଏବଂ ଏମିତିଆ ଅନେକ କାମ ଚାଲିଛି । ଏବଂ ତଥାପି, ସେମାନେ ଯୋଗୀ ରୂପରେ ଜଣା ଯାଆନ୍ତି । କେଉଁ ପ୍ରକାରର ଯୋଗୀ । ଯୋଗୀ ଅର୍ଥାତ୍ ଜଣେ ଯିଏ ନିଜର ଇନ୍ଦ୍ରିୟଗୁଡିକୁ ନିୟନ୍ତ୍ରଣ କରିପାରିଛି । ଶମେନ ଦମେନ ବ୍ରହ୍ମଚର୍ଯେନ । ଏଠାରେ ଅଛି... ଭଗବଦ୍ ଗୀତାରେ ଏହା ସବୁ ସ୍ପଷ୍ଟ କରାଯାଇଛି ଯେଉଁଠାରେ ଯୋଗ ପ୍ରଣାଳୀ ବର୍ଣନା କରାଯାଇଛି । ଏବଂ ପାଞ୍ଚହଜାର ବର୍ଷ ପୂର୍ବେ, ଅର୍ଜୁନ ଏହି ଯୋଗ ବିଷୟରେ ଶୁଣୁ ଥିଲେ, ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା । ତେବେ ସେ ଏକ ଗୃହସ୍ଥ ଥିଲେ, ଏବଂ ରାଜନୀତିଜ୍ଞ ମଧ୍ୟ, କାରଣ ସେ ରାଜ ପରିବାରର ଥିଲେ । ସେ ରାଜ୍ୟ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଯୁଦ୍ଧ କରୁଥିଲେ । ତେବେ ଅର୍ଜୁନ ସ୍ପଷ୍ଟ ଭାବରେ କହିଲେ, "ମୋର ପ୍ରିୟ କୃଷ୍ଣ, ଏହା ସମ୍ଭବ ନୁହେଁ ଯେ ମୁଁ ଏକ ଯୋଗୀ ହେବି, କାରଣ ଏହା ଏକ କଷ୍ଟକର କାମ । ତୁମେ ମୋତେ ଏକ ଏକାନ୍ତ ସ୍ଥାନରେ ବସିବା ପାଇଁ କହୁଛ, ଏକ ପବିତ୍ର ସ୍ଥାନରେ, ଏବଂ ସିଧା ହୋଇ, କେବଳ ମୋର ନାକର ବିନ୍ଦୁକୁ ଦେଖିବା, କେବଳ ମୋର ନାକ, ବହୁତ ସାରା କଥା ଅଛି...କିନ୍ତୁ ଏହା ମୋ ପାଇଁ ସମ୍ଭବ ନୁହେଁ ।" ସେ ସ୍ପଷ୍ଟ ଭାବରେ ମନା କରି ଦେଲେ । ତେଣୁ କୃଷ୍ଣ, ତାଙ୍କର ସାଙ୍ଗ ଏବଂ ଭକ୍ତକୁ ପ୍ରୋତ୍ସାହନ କରିବା ପାଇଁ... ସେ ବୁଝି ପାରିଲେ ଯେ ଅର୍ଜୁନ ନିରାଶ ହୋଇ ଯାଉଛନ୍ତି । ସେ ସ୍ପଷ୍ଟ ଭାବରେ ସ୍ଵୀକାର କରୁଛନ୍ତି ଯେ ଏହା ତାଙ୍କ ପାଇଁ ସମ୍ଭବ ନୁହେଁ । ବାସ୍ତବରେ, ସେ ହେଉଛନ୍ତି ଏକ ରାଜନୀତିଜ୍ଞ । ଯୋଗୀ ହେବା କିପରି ତାଙ୍କ ପାଇଁ ସମ୍ଭବ ହେବ? କିନ୍ତୁ ଆମର ରାଜନୀତିଜ୍ଞମାନେ, ସେମାନେ ବିଜ୍ଞାପନ କରୁଛନ୍ତି ଯେ ସେମାନେ ଯୋଗ ଅଭ୍ୟାସ କରୁଛନ୍ତି । କେଉଁ ପ୍ରକାରର ଯୋଗ? କ'ଣ ସେମାନେ ଅର୍ଜୁନଙ୍କ ଠାରୁ ଅଧିକ ହୋଇ ଯାଇଛନ୍ତି? ଏହି ପତିତ ଯୁଗରେ? ପାଞ୍ଚହଜାର ବର୍ଷ ପୂର୍ବେ, କେତେ ଅନୁକୂଳ ସ୍ଥିତି ଥିଲା । ଏବଂ ବର୍ତ୍ତମାନ, ଏପରି ପ୍ରତିକୂଳ ସ୍ଥିତିରେ, ବିକୃତ ସ୍ଥିତିରେ, ତୁମେ ଏକ ତଥା କଥିତ ଯୋଗୀ ହେବା ପାଇଁ ଚାହୁଁଛ? ଏହା ସମ୍ଭବ ନୁହେଁ । କୃତେ ଯଦ ଧ୍ୟାୟତୋ ବିଷ୍ଣୁମ (SB 12.3.52) । ଯୋଗ ଅର୍ଥାତ୍ ବିଷ୍ଣୁଙ୍କ ଉପରେ ଧ୍ୟାନ କରିବା । ତାହା ସତ୍ୟ ଯୁଗରେ ସମ୍ଭବ ଥିଲା । ଠିକ୍ ଯେପରି ବାଲ୍ମୀକି । ସେ ଷାଠିଏ ହଜାର ବର୍ଷ ପାଇଁ ତପସ୍ୟା କରିଲେ, ଏବଂ ପୂର୍ଣ୍ଣ ହୋଇଗଲେ । ତେବେ କିଏ ଷାଠିଏ ହଜାର ବର୍ଷ ପାଇଁ ବଞ୍ଚିବ? ତେଣୁ ଏହା ସମ୍ଭବ ନୁହେଁ । ତେଣୁ ସେଥିପାଇଁ କୃଷ୍ଣ, ତାଙ୍କୁ ପ୍ରୋତ୍ସାହନ କରିବା ପାଇଁ... ବାସ୍ତବରେ, ଯୋଗର ଉଦ୍ଦେଶ୍ୟ ହେଉଛି, ସେ ଅର୍ଜୁନଙ୍କୁ ବୁଝେଇ ଥିଲେ,

ଯୋଗିନାମପି ସର୍ବେଷାଂ
ମଦ୍ ଗତେନାନ୍ତରାତ୍ମନା
ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ
ସ ମେ ଯୁକ୍ତ ତମୋ ମତଃ
(BG 6.47)

ପ୍ରଥମ ଶ୍ରେଣୀର ଯୋଗୀ । କିଏ? ଯୋଗିନାମପି ସର୍ବେଷାଂ ମଦ୍ ଗତେନାନ୍ତରାତ୍ମନା । ଯିଏ ସର୍ବଦା ମୋତେ ସ୍ମରଣ କରେ, କୃଷ୍ଣ ।

ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ପ୍ରଥମ ଶ୍ରେଣୀର ଯୋଗୀ ହେବା ପାଇଁ ଶିକ୍ଷା ଦେଉଛି । କୃଷ୍ଣଙ୍କ ବିଷୟରେ ଭାବ । ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ/ ହରେ ରାମ, ହରେ ରାମ, ରାମ ରାମ, ହରେ ହରେ । ଏହା ବାଜେ କଥା ନୁହେଁ । ଏହା ହେଉଛି ବାସ୍ତବିକ ତଥ୍ୟ । ତୁମେ ଯୋଗୀ ହୋଇ ପାରିବ । ତୁମେ ବ୍ରାହ୍ମଣ ହୋଇ ପାରିବ । ବ୍ରହ୍ମ-ଭୂୟାୟ କଳ୍ପତେ ।

ମାଂ ଚ ଯୋଽବ୍ୟଭିଚାରେଣ
ଭକ୍ତି ଯୋଗେନ ସେବତେ
ସ ଗୁଣାନ୍ ସମତୀତ୍ୟୈତାନ୍
ବ୍ରହ୍ମଭୂୟାୟ କଳ୍ପତେ
(BG 14.26)

ତେଣୁ ଜଣକୁ ଯେତେ ବେଳେ ଆନୁଭବ ହୋଇଯାଏ, ଆତ୍ମାନୁଭୂତି ବ୍ୟକ୍ତି, ବ୍ରହ୍ମ-ଭୂତ, (SB 4.30.20) ବ୍ରହ୍ମଭୂତଃ ପ୍ରସନ୍ନାତ୍ମା (BG 18.54), ତେବେ ତା ପାଇଁ କ'ଣ ରହିଯାଏ? ତାହା ହେଉଛି ଜୀବନର ଅନ୍ତିମ ଲକ୍ଷ୍ୟ, ଅହମ୍ ବ୍ରହ୍ମାସ୍ମୀ ହେବା । ବୈଦିକ ସାହିତ୍ୟ ଆମକୁ ଶିକ୍ଷା ଦିଏ ଯେ " ଭାବ ନାହିଁ କି ତୁମେ ଏହି ପଦାର୍ଥ ପାଇଁ ହୋଇଛ । ତୁମେ ହେଉଛ ବ୍ରାହ୍ମଣ ।" କୃଷ୍ଣ ହେଉଛନ୍ତି ପରବ୍ରହ୍ମ, ଏବଂ ଆମେ ହେଉଛୁ ଅଧିନସ୍ଥ ବ୍ରାହ୍ମଣ । ନିତ୍ୟ କୃଷ୍ଣ ଦାସ । ଆମେ ହେଉଛୁ ସେବକ ବ୍ରାହ୍ମଣ । ସେ ହେଉଛନ୍ତି ମାଲିକ ବ୍ରା‍ହ୍ମଣ । ତେଣୁ, ଏହା ବୁଝିବା ପରିବର୍ତ୍ତେ କି ମୁଁ ହେଉଛି ସେବକ ବ୍ରାହ୍ମଣ, ମୁଁ ଭାବୁଛି ମୁଁ ହେଉଛି ମାଲିକ ବ୍ରାହ୍ମଣ । ତାହା ହେଉଛି ଅନ୍ୟ ଏକ ଭ୍ରମ । ତାହା ହେଉଛି ଅନ୍ୟ ଏକ ଭ୍ରମ ।