OR/Prabhupada 0338 - ଏହି ଲୋକତନ୍ତ୍ରର ମୂଲ୍ୟ କ'ଣ? ସମସ୍ତେ ମୂର୍ଖ ଏବଂ ଦୁର୍ଜନ

Revision as of 11:32, 12 January 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0338 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 1.31 -- London, July 24, 1973

ଚତୁର୍ବିଧା ଭଜନ୍ତେ ମାମଂ ସୁକୃତିନ । ସୁକୃତିନ ମାନେ ଧାର୍ମିକ । କୃତି ମାନେ ସାଂସାରିକ କାମରେ ଅତି ନିପୁଣ । ତେଣୁ ଜଣେ ଯିଏ ଧାର୍ମିକ କାର୍ଯ୍ୟରେ ନିଯୁକ୍ତ, ସେମାନଙ୍କୁ ସୁକୃତି କୁହାଯାଏ । ଦୁଇ ପ୍ରକାରର କାର୍ଯ୍ୟ ଅଛି: ଧର୍ମ ବିରୋଧି କାମ ବା ପାପ କାମ ଧର୍ମ ସମ୍ଵନ୍ଧିୟ କାମ । ତେଣୁ ଜଣେ ଯିଏ ମନ୍ଦିର ବା ଗିରିଜାଘରକୁ ପ୍ରାର୍ଥନା କରିବାକୁ ଯାଏ, "ଓଃ ଭଗବାନ୍, ପ୍ରତିଦିନ ଆମକୁ ଆମର ଖାଦ୍ୟ ଦିଅନ୍ତୁ," ବା "ଭଗବାନ, ଆମକୁ କିଛି ଟଙ୍କା ଦିଅନ୍ତୁ," ବା "ଭଗବାନ, ଏ ଯନ୍ତ୍ରଣାରୁ ମୋତେ ମୁକ୍ତ କରନ୍ତୁ," ସେମାନେ ମଧ୍ୟ ଧାର୍ମିକ । ସେମାନେ ଅଧର୍ମି ନୁହଁନ୍ତି । ଅଧର୍ମି ଲୋକମାନେ, ସେମାନେ କେବେ ବି ଆତ୍ମସମର୍ଣ କରନ୍ତି ନାହିଁ ଭଗବାନଙ୍କୁ, କୃଷ୍ଣଙ୍କ ନିକଟରେ । ନ ମାଂ ଦୁଷ୍କୃତିନୋ ମୂଢାଃ ପ୍ରପଦ୍ୟନ୍ତେ ନରାଧମାଃ (BG 7.15) । ଏହି ଶ୍ରେଣୀର ଲୋକମାନେ, ପାପୀ, ଦୁର୍ଜନ ଲୋକମାନେ, ନିମ୍ନ ଶ୍ରେଣୀର ମାନବ, ଏମାନଙ୍କର ଜ୍ଞାନକୁ ମାୟା ଚୋରିକରି ନେଇଛି ଏବଂ ଅସୁର- ଏହି ଶ୍ରେଣୀର ଲୋକେ କଦାପି ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କରିବେ ନାହିଁ । ସେଥିପାଇଁ ସେମାନେ ଦୁଷ୍କୃତିନୋ, ଅଧର୍ମି । ତ କୃଷ୍ଣ ପବିତ୍ର ଅଟନ୍ତି । କିନ୍ତୁ ହେଲେ ମଧ୍ୟ ସେ ପରିବାରର ମଙ୍ଗଳ କାମନା କରନ୍ତି । ଏହା ତା'ର ଦୋଷ । ହୁଁ, ଆର୍ଜୁନ । ପରିବାର ସମୃଦ୍ଧି । ସେ ସମାଜ ସହିତ ଖୁସି ହେବାପାଇଁ ଚାହାଁନ୍ତି, ବନ୍ଧୁତା ଏବଂ ପ୍ରେମରେ । ସେଥିପାଇଁ ସେ କହୁଛନ୍ତି ଯେ ନ କାଙ୍-କ୍ଷେ ବିଜୟଂ । ଏହାକୁ ବୈରାଗ୍ୟ କୁହାଯାଏ । ଶ୍ମସାନ ବୈରାଗ୍ୟ । ଏହାକୁ ଶ୍ମସାଣ ବୈରାଗ୍ୟ କୁହାଯାଏ । ଶ୍ମସାନ ବୈରାଗ୍ୟ ମାନେ ଭାରତରେ, ହିନ୍ଦୁମାନେ, ସେମାନେ ମୃତ ଶରୀରକୁ ଦହନ କରନ୍ତି । ତ ଆତ୍ମୀୟମାନେ ସେହି ଶରୀରକୁ ଦହନ କରିବା ପାଇଁ ଶ୍ମଶାନକୁ ନିଅନ୍ତି, ଏବଂ ଯେତେବେଳେ ଶରୀର ଜଳୁଛି, ସେଠି ଉପସ୍ଥିତ ଥିବା ସମସ୍ତେ, ସେ ସମୟ ପାଇଁ, ଅଳ୍ପ ତ୍ୟାଗୀ ହୋଇଯାଅନ୍ତି: "ଓଃ, ଏହି ଶରୀର । ଆମେ ଏହି ଶରୀର ପାଇଁ କାମ କରୁଛୁ । ବର୍ତ୍ତମାନ ତାହା ନଷ୍ଟ ହୋଇଯାଇଛି । ଏହା ଜଳି ପାଉଁସ ହୋଇଯାଇଛି । ତେଣୁ ଲାଭ କ'ଣ?" ଏହି ପ୍ରକାରର ବୈରାଗ୍ୟ, ବୈରାଗ୍ୟ, ଦେଖିବାକୁ ମିଳେ । କିନ୍ତୁ ଯେମିତି ହିଁ ସେ ଶ୍ଣଶାନରୁ ବାହାରକୁ ଆସେ, ସେ ପୁଣି ତା'ର କାର୍ଯ୍ୟକଳାପ ଆରମ୍ଭ କରିଦିଏ । ଶ୍ମଶାନରେ ସେ ତ୍ୟାଗୀ ହୋଇଯାଏ । ଆଉ ଯେମିତି ହି ଘରକୁ ଆସେ, ଉତ୍ସାହିତ ହୋଇଯାଏ, ଉତ୍ସାହିତ, କେମିତି ଅର୍ଥ ରୋଜଗାର କରିବି, କେମିତି ଅର୍ଥ ପାଇବି, କେମିତି ଅର୍ଥ ପାଇବି, କେମିତି ଅର୍ଥ ପାଇବି । ତେଣୁ ଏହି ପ୍ରକାରର ବୈରାଗ୍ୟକୁ ଶ୍ମଶାନ ବୈରାଗ୍ୟ କୁହାଯାଏ, ଅସ୍ଥାୟୀ । ସେ ବୈରାଗ୍ୟ ହୋଇପାରିବ ନାହିଁ । ଏବଂ ସେ କହିଲା ନ କାଙ୍-କ୍ଷେ ବିଜୟଂ:(BG 1.31) "ମୋତେ ଏହି ବିଜୟଲାଭ ଦରକାର ନାହିଁ । ମୋତେ ଏହା ଦରକାର ନାହିଁ ।" ଏହା ଅସ୍ଥାୟୀ ଭାବୁକ୍ତତା । ଅସ୍ଥାୟୀ ଭାବୁକ୍ତତା । ଏହି ଲୋକମାନେ, ସେମାନେ ପରିବାରିକ ଜୀବନ ପ୍ରତି ଆସକ୍ତ । ସେମାନେ ଏମିତି କହିପାରନ୍ତି ଯେ, ଯେ "ମୋତେ ଏହି ସୁଖ ଦରକାର ନାହିଁ, ବହୁତ ଭଲ ସ୍ଥିତି ଦରକାର ନାହିଁ, ବିଜୟଲାଭ । ମୋତେ ଦରକାର ନାହିଁ ।" କିନ୍ତୁ ତାକୁ ସବୁକିଛି ଦରକାର । ତାକୁ ସବୁ କିଛି ଦରକାର । କାରଣ ସେ ଜାଣି ନାହିଁ ଶ୍ରେୟାସ କ'ଣ । ଶ୍ରେୟାସ ହେଉଛି କୃଷ୍ଣ । ପ୍ରକୃତରେ, ଜଣେ ଯେତେବେଳେ କୃଷ୍ଣଙ୍କୁ ପାଏ, ବା କୃଷ୍ଣ ଚେତନାକୁ ପାଏ, ତେବେ ସେ କହିପାରିବ ଯେ "ମୋତେ ଏହା ଦରକାର ନାହିଁ ।" ସେମାନେ ତାହା କହିପାରିବେ ନାହିଁ ।ସେମାନେ କାହିଁକି କହିବେ, "ମୋତେ ଏହା ଦରକାର ନାହିଁ?" ଏଠାରେ ଆମର କ'ଣ ଅଛି? ମନେକର ମୋର ଏକ ସାମ୍ରାଜ୍ୟ ଅଛି । ତ ତାହା ମୋର ସାମ୍ରାଜ୍ୟ? ନାଁ । ତାହା କୃଷ୍ଣଙ୍କ ସାମ୍ରାଜ୍ୟ । କାରଣ କୃଷ୍ଣ କହୁଛନ୍ତି ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକମହେଶ୍ଵରମ୍ (BG 5.29) । ସେ ହେଉଛନ୍ତି ମାଲିକ । ମୁଁ ହୁଏତ ତାଙ୍କ ପ୍ରତିନିଧି ହୋଇପାରେ । କୃଷ୍ଣ ଚାହାଁନ୍ତି ଯେ ସମସ୍ତେ କୃଷ୍ଣ ଚେତନାଶୀଳ ହୁଅନ୍ତୁ ।

ତେଣୁ ରାଜାଙ୍କ କର୍ତ୍ତବ୍ୟ ହେଉଛି, କୃଷ୍ଣଙ୍କ ପ୍ରତିନିଧି ହେଵା, ସମସ୍ତ ନାଗରିକଙ୍କୁ କୃଷ୍ଣ ଚେତନାଶୀଳ କରାଇବା । ତେବେ ସେ ତାଙ୍କ କର୍ତ୍ତବ୍ୟ ଠିକ ଭାବରେ କରୁଛନ୍ତି । ଏବଂ କାରଣ ସମ୍ରାଟମାନେ ଏମିତି କରିନଥିଲେ, ସେଥିପାଇଁ ବର୍ତ୍ତମାନ ସବୁଆଡେ ଏକ ରାଜତନ୍ତ୍ରକୁ ସମାପ୍ତ କରିଦିଆଯାଇଛି । ତେବେ ପୁଣି ସମ୍ରାଟ, ରାଜତନ୍ତ୍ର ଯେଉଁଠାରେ ଅଛି, ଅଳ୍ପ, ଅତି କମରେ ରାଜତନ୍ତ୍ର ଦେଖେଇବା ପାଇଁ, ଯେପରି ଏଠାରେ ଇଂଲଣ୍ଡରେ ଅଛି, ବାସ୍ତବରେ ଯଦି ସମ୍ରାଟ କୃଷ୍ଣ ଚେତନାଶୀଳ ହୋଇଯାଆନ୍ତି, ବାସ୍ତବରେ କୃଷ୍ଣଙ୍କର ପ୍ରତିନିଧି ହୋଇଯାଆନ୍ତି, ତେବେ ସାମ୍ରାଜ୍ୟର ସମ୍ପୂର୍ଣ୍ଣ ମୂଖ ପରିବର୍ତ୍ତନ ହୋଇଯିବ । ତାହା ଆବଶ୍ୟକ । ଆମର କୃଷ୍ଣ ଚେତନା ଆନ୍ଦୋଳନ ଏହି ଉଦ୍ଦେଶ୍ୟ ପାଇଁ ଅଛି । ଆମେ ଏହି ତଥାକଥିତ ଲୋକତନ୍ତ୍ରକୁ ବହୁତ ବେଶୀ ପସନ୍ଦ କରୁ ନାହୁଁ । ଏହି ଲୋକତନ୍ତ୍ରର ମୂଲ୍ୟ କ'ଣ? ସମସ୍ତେ ମୂର୍ଖ ଏବଂ ଦୁର୍ଜନ ଅଟନ୍ତି । ସେମାନେ ଅନ୍ୟ ଏକ ମୂର୍ଖ ଏବଂ ଦୁର୍ଜନକୁ ମତଦାନ କରନ୍ତି, ଏବଂ ସେ ପ୍ରଧାନମନ୍ତ୍ରୀ, କିମ୍ଵା ଏହା କିମ୍ଵା ତାହା ହୋଇଯାଏ । ଯେପରି... ଏତେ ସାରା ମାମଲାରେ । ତାହା ଲୋକମାନଙ୍କ ପାଇଁ ଭଲ ନୁହେଁ । ଆମେ ଏହି ତଥାକଥିତ ଲୋକତନ୍ତ୍ରର ପକ୍ଷରେ ନାହୁଁ, କାରଣ ସେମାନେ ପ୍ରଶିକ୍ଷିତ ନୁହଁନ୍ତି । ଯଦି ରାଜା ପ୍ରଶିକ୍ଷିତ ଥାଏ... ତାହା ରାଜତନ୍ତ୍ରର ପ୍ରଣାଳୀ ଥିଲା । ଯେପରି ଯୁଦ୍ଧିଷ୍ଠିର ମାହାରାଜ କିମ୍ଵା ଅର୍ଜୁନ କିମ୍ଵା ଯେ କେହି । ସମସ୍ତ ରାଜା । ରାଜର୍ଷି । ସେମାନଙ୍କୁ ରାଜର୍ଷି କୁହାଯାଉ ଥିଲା ।

ଇମଂ ବିବସ୍ଵତେ ଯୋଗଂ
ପ୍ରୋକ୍ତ ବାନହମବ୍ୟୟମ୍
ବିବସ୍ଵାନ୍ ମନବେ ପ୍ରାହି
ମନୁରିକ୍ଷ୍ଵାକବେଽବ୍ରବୀତ୍
(BG 4.1)

ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ (BG 4.2) । ରାଜର୍ଷୟଃ । ରାଜା, ଅର୍ଥାତ୍, ସେ କେବଳ ରାଜା ନୁହେଁ । ସେ ଏକ ମାହାନ ୠଷି, ସାଧୁ ବ୍ୟକ୍ତି, ଯେପରି ମାହାରାଜ ଯୁଦ୍ଧିଷ୍ଠିର କିମ୍ଵା ଅର୍ଜୁନ । ସେମାନେ ହେଉଛନ୍ତି ସାଧୁ ବ୍ୟକ୍ତି । ସେମାନେ ସାଧାରଣ ନୁହଁନ୍ତି, ଏହି ମଦୁଆ ରାଜା, କି "ମୋ ପାଖରେ ବହୁତ ଟଙ୍କା ଅଛି ।" ମୋତେ ପିଇବାକୁ ଦିଅ ଏବଂ ବେଶ୍ୟାର ନାଚ ହେବାକୁ ଦିଅ ।" ସେପରି ନୁହେଁ । ସେମାନେ ହେଉଛନ୍ତି ଋଷି । ଯଦିଓ ସେମାନେ ରାଜା ଥିଲେ, ସେମାନେ ଋଷି ଥିଲେ । ସେହି ପ୍ରକାରର ରାଜାଙ୍କର ଆବଶ୍ୟକତା ଅଛି, ରାଜର୍ଷି । ତାପରେ ଲୋକମାନେ ସୁଖୀ ହେବେ । ବଙ୍ଗାଳୀରେ ଏକ ବ୍ୟଙ୍ଗ ଅଛି, ରାଜାର ପାପେ ରାଜ ନଷ୍ଟ ଗୃହିଣୀ ଦୋଷେ ଗୃହସ୍ଥ ଭ୍ରଷ୍ଟ । ଗୃହସ୍ଥ ଜୀବନରେ, ପାରିବାରିକ ଜୀବନରେ, ଯଦି ସ୍ତ୍ରୀ ଭଲ ନାହିଁ, ତେବେ ସେହି ଘରେ କେହି ଖୁସୀ ହୋଇ ପାରିବେ ନାହିଁ, ଗୃହସ୍ଥ ଜୀବନ, ପାରିବାରିକ ଜୀବନ । ସେହିପରି ଏକ ସାମ୍ରାଜ୍ୟରେ, ଯଦି ରାଜା ଅଧର୍ମୀ ଅଟେ, ତେବେ ସବୁକିଛି, ସମସ୍ତେ ପୀଡ଼ିତ ହେବେ । ଏହା ହେଉଛି ଅସୁବିଧା ।