OR/Prabhupada 0362 - ଯେପରି ଆମର ବାର ଜଣ ଜିବିସି ଅଛନ୍ତି, ସେହିପରି କୃଷ୍ଣଙ୍କର ବାର ଜଣ ଜିବିସି ଅଛନ୍ତି

Revision as of 02:09, 13 January 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0362 - in all Languages Category:OR-Quotes - 1974 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 1.13.15 -- Geneva, June 4, 1974

ଯଦି ତୁମେ ରାସ୍ତାରେ ଯାଉଛ, ଯଦି ତୁମେ ଚାଲୁ ଚାଲୁ ଏକ ପିମ୍ପଡ଼ିକୁ ମାରି ଦିଅ, ତୁମକୁ ଦଣ୍ତ ଦିଆଯିବ । ଏହା ହେଉଛି ପ୍ରକୃତିର ନିୟମ । ଆମେ ଏପରି ଏକ ଅସୁରକ୍ଷିତ ସ୍ଥିତିରେ ଅଛୁ । ପ୍ରତ୍ୟେକ ଗତିବିଧିରେ ଦଣ୍ଡ ଅଛି । ବର୍ତ୍ତମାନ, ଯଦି ତୁମେ ଶାସ୍ତ୍ରରେ ବିଶ୍ଵାସ କର, ତେବେ ତାହା ଅଲଗା କଥା । ଯଦି ତୁମେ ବିଶ୍ଵାସ କର ନାହିଁ, ତେବେ ତୁମର ଯାହା ଇଛା ତାହା କର । କିନ୍ତୁ ଶାସ୍ତ୍ରରୁ ଆମେ ପ୍ରକୃତି, କିମ୍ଵା ଭଗବାନଙ୍କର, ବହୁତ, ବହୁତ କଡ଼ା, ବହୁତ, ବହୁତ କଡ଼ା ନିୟମଗୁଡ଼ିକୁ ବୁଝିପାରିବା । ତେଣୁ ମଣ୍ଡୁକ ମୁନୀ ମଧ୍ୟ ଯମରାଜଙ୍କୁ ଗାଳି କରିଥିଲେ, ଯେ "ମୋର ପିଲା ଦିନେ, ଅଜାଣତରେ ମୁଁ କିଛି କରିଥିଲି, ଏବଂ ଯାହା ପାଇଁ ତୁମେ ମୋତେ ଏତେ ବଡ଼ ଦଣ୍ଡ ଦେଇଛ । ତେଣୁ ତୁମେ ଏକ ବ୍ରାହ୍ମଣ କିମ୍ଵା କ୍ଷତ୍ରିୟ ହେବା ପାଇଁ ଯୋଗ୍ୟ ନୁହଁ । ତୁମେ ଶୂଦ୍ର ହୋଇଯାଅ ।" ତେଣୁ ସେ ଶୂଦ୍ର ହେବା ପାଇଁ ଅଭିଶାପ ପାଇଥିଲେ । ସେଥିପାଇଁ ଯମରାଜ ବିଦୂର ରୂପର ଜନ୍ମ ନେଲେ ଏବଂ ଏକ ଶୂଦ୍ର ମାଁର ଗର୍ଭରୁ ଜନ୍ମ ନେଲେ । ଏହା ହେଉଛି ବିଦୂରଙ୍କର ଜନ୍ମର ଇତିହାସ ।

ତେବେ ତାଙ୍କର ଅନୁପସ୍ଥିତିରେ, ଅର୍ଯ୍ୟମା, ଦେବତାମାନଙ୍କ ମଧ୍ୟରୁ ଜଣେ, ସେ ଯମରାଜଙ୍କ ଜାଗାରେ କାମ କରିଥିଲେ । ସେଥିପାଇଁ ଏହା କୁହାଯାଇଛି, ଅଭିଭ୍ରଦ ଅର୍ଜ୍ୟମ ଦଣ୍ଡମ । କାର୍ଯ୍ୟାଳୟ ଚାଲିବା ଉଚିତ୍, ନ୍ୟାୟାଧିଷଙ୍କ ପଦବୀ ଖାଲି ରହି ପାରିବ ନାହିଁ । କାହାକୁ ତ ଆସିକି କାର୍ଯ୍ୟ ବହନ କରିବାକୁ ହେବ । ସେଥିପାଇଁ ଅର୍ଯ୍ୟମ କାର୍ଯ୍ୟ ବହନ କରୁଥିଲେ । ଯଥାବାଦ୍ ଅଘ-କରିଷୁ । ଅଘ-କରିଷୁ ମାନେ... ଅଘ ମାନେ ପାପ କାମ, ଏବଂ କରିଷୁ । କରିଷୁ ମାନେ ଜଣେ ଯିଏ ପାପ କର୍ମ କରେ । ଏବଂ ଯଥାବଦ୍ । ଯଥାବଦ୍ ମାନେ ବାସ୍ତବିକ ରୂପରେ, କିପରି ତାକୁ ଦଣ୍ଡ ଦିଆଯିବ । ଯଥାବାଦ୍ ଅଘ-କରିଷୁ । ଯାବଦ୍ ଦାଧର ସୂଦ୍ରତ୍ଵମ୍ । ଯେପର୍ଯ୍ୟନ୍ତ ଯମରାଜା ଶୂଦ୍ର ରୂପରେ ରହିଥିଲେ, ଅର୍ଜ୍ୟମ ତାଙ୍କ ସ୍ଥାନରେ ଯମରାଜାଙ୍କ ଭଳି କାର୍ଯ୍ୟ ବାହନ କରିଥିଲେ । ଏହା ହେଉଛି ଭାବାର୍ଥ । (ଭାବାର୍ଥ ପଡୁଛନ୍ତି:) "ବିଦୁର, ଏକ ଶୂଦ୍ର ମାଁଙ୍କ ଗର୍ଭରୁ ଜନ୍ମ ନେଇଥିଲେ, ତାଙ୍କୁ ବର୍ଜିତ କରାଯାଇଥିଲା ଏମିତି କି ତାଙ୍କ ଭାଈ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କ ସହିତ ରାଜକୀୟ ଉତ୍ତୋରାଧିକାରୀର ଭାଗରେ ସାମିଲ ହେବା ପାଇଁ । ତେବେ କିପରି ସେ ଧର୍ମପ୍ରଚାରକର ସ୍ଥାନ ଦଖଲ କରି ଶିକ୍ଷା ଦେଇଥିଲେ ଏତେ ବଡ ବିଦ୍ଵାନକୁ...? ଉତ୍ତର ହେଉଛି ଯେ ଯଦିଓ ଏହା ସ୍ଵୀକାର କରାଯାଇଛି ଯେ ସେ ଜନ୍ମରୁ ଏକ ଶୂଦ୍ର, କାରଣ ସେ ମୈତ୍ରେୟ ଋଷିଙ୍କ ପ୍ରାଧିକାରରେ ଜଗତକୁ ପରିତ୍ୟାଗ କରିଥିଲେ ଆଧ୍ୟାତ୍ମିକ ଜ୍ଞାନୋଦୟ ପାଇଁ ଏବଂ ତାଙ୍କ ଦ୍ଵାରା ସମ୍ୟକରୂପେ ଶିକ୍ଷିତ ହୋଇଥିଲେ ଆଧ୍ୟାତ୍ମିକ ଜ୍ଞାନରେ, ସେ ସମ୍ପୂର୍ଣ୍ଣ ଯୋଗ୍ୟ ଥିଲେ ଆଚାର୍ଯ୍ୟ ବା ଆଧ୍ୟାତ୍ମିକ ଧର୍ମଗୁରୁଙ୍କ ପଦବୀକୁ ଦଖଲ କରିବା ପାଇଁ ।" ବିଦୁର ଏକ ଶୂଦ୍ର ଥିଲେ, ଜନ୍ମରୁ ଶୂଦ୍ର । ତେବେ ସେ କିପରି ଧର୍ମପ୍ରଚାରକ ହୋଇପାରିଥିଲେ? ତ କାରଣ ହେଉଛି... "ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଅନୁସାରେ, ଯେକେହି ଆଧ୍ୟାତ୍ମିକ ଜ୍ଞାନ ବା ପରମେଶ୍ଵରଙ୍କ ବିଜ୍ଞାନ ସହିତ ଅବଗତ, ସେ ବ୍ରାହ୍ମଣ ହେଉ ବା ଶୂଦ୍ର, ଗୃହସ୍ଥ ହେଉ ବା ସନ୍ୟାସୀ, ସେ ଆଧ୍ୟାତ୍ମିକ ଗୁରୁ ହେବା ପାଇଁ ଯୋଗ୍ୟ ।" ନାଁ ଯେ ସେ ଏକ ଜନ୍ମରୁ ଶୂଦ୍ର, ସେ ଧର୍ମ ପ୍ରଚାର କରିପାରିବ ନାହିଁ, ସେ ଆଚାର୍ଯ୍ୟ ବା ଆଧ୍ୟାତ୍ମିକ ଗୁରୁଙ୍କ ପଦବୀ ଗ୍ରହଣ କରିପାରିବ ନାହିଁ । ଏହା ଚୈତନ୍ୟ ସିଦ୍ଧାନ୍ତ ନୁହେଁ । ଚୈତନ୍ୟ ସିଦ୍ଧାନ୍ତ ଏହି ଶରୀର, ବାହ୍ୟ ଶରୀର ସମ୍ଵନ୍ଧିୟ ନୁହେଁ । ଚୈତନ୍ୟ ସିଦ୍ଧାନ୍ତ ଆତ୍ମା ସମ୍ଵନ୍ଧିୟ । ଏହି ଆନ୍ଦୋଳନ ହେଉଛି ଆତ୍ମାର ଉନ୍ନତିର ଆନ୍ଦୋଳନ, ଆତ୍ମାର ଅଧଃପତନରୁ ରକ୍ଷା କରିବା । ସେଥିପାଇଁ ଲୋକମାନେ କେବେ କେବେ ଆଶ୍ଚର୍ଯ୍ୟ ହୁଅନ୍ତି । ଜୀବନର ଶାରୀରିକ ଧାରଣା, ସେହି ଗତିବିଧିଗୁଡ଼ିକ କର୍ମ ହେବ । ଆଧ୍ୟାତ୍ମିକ ଜୀବନର ମଞ୍ଚରେ, ସେହି କର୍ମ ଭକ୍ତି ହୋଇଯିବ । ସେହି କର୍ମ ଭକ୍ତି ହୋଇଯିବ । ତେଣୁ ଭକ୍ତି ନିଷ୍କ୍ରିୟତା ନୁହେଁ । ଭକ୍ତି ସର୍ବ ସକ୍ରିୟ ଅଟେ । ଯତ୍କରୋଷି ଯଦଶ୍ନାସି ଯଜ୍ଜୁହୋଷି ଦଦାସି ଯତ୍ ଯତ୍ତପସ୍ୟସି କୌନ୍ତେୟ ତତ୍କୁରୁଷ୍ଵ ମଦର୍ପଣମ୍ (BG 9.27) । ଏହା ହେଉଛି ଭକ୍ତି, ଭକ୍ତି ଯୋଗ । କୃଷ୍ଣ ସମସ୍ତଙ୍କୁ କୁହଁନ୍ତି, "ଯଦି ତୁମେ ତୁମର କର୍ମ ତ୍ୟାଗ କରି ପାରିବ ନାହିଁ, ତେବେ ତାହା ଠିକ୍ ଅଛି । କିନ୍ତୁ ତୁମର କର୍ମର ପରିଣାମ, ମୋତେ ଦିଅ । ତାପରେ ଏହା ଭକ୍ତି ହୋଇଯିବ ।

ତେବେ ବିଦୂର ଯମରାଜ ଥିଲେ । ସେ କେବଳ ସାଧାରଣ ଯମରାଜ ନ ଥିଲେ, କିନ୍ତୁ ସେ ମହାନ ଅଧିକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ । ଶାସ୍ତ୍ରରେ ବର୍ଣ୍ଣତ ବାର ଜଣ ଅଧିକାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଯମରାଜ । ବଳିର ବୈୟାସକିର୍ ବୟମ୍ । ଏହା ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା କରାଯାଇଛି । ଯମରାଜ କୃଷ୍ଣଙ୍କର ଜିବିସିରୁ ଜଣେ । ହଁ । ଯେପରି ଆମର ବାର ଜଣ ଜିବିସି ଅଛନ୍ତି, ସେହିପରି କୃଷ୍ଣଙ୍କର ବାର ଜଣ ଜିବିସି ଅଛନ୍ତି ।

ସ୍ଵୟମ୍ଭୂର୍ ନାରଦଃ ଶମ୍ଭୁ
କୁମାରଃ କପିଳୌ ମନୁଃ
ପ୍ରହଲାଦୌ ଜନକୌ ଭୀଷ୍ମୌ
ବଳିର୍ ବ୍ୟୈାସକିର୍ ବ୍ୟମ୍
(SB 6.3.20)

ସେହି ବାରଜଣ କୃଷ୍ଣ ଚେତନା ପ୍ରଚାର କରିବା ପାଇଁ ଅଧିକୃତ ଅଟନ୍ତି । ତେବେ ଆମକୁ ଅନୁସରଣ କରିବାର ଅଛି । ମହାଯନୋ ଯେନ ଗତଃ ସ ପଂଥାଃ (CC Madhya 17.186) । ସେଥିପାଇଁ ଆମେ ଏହି ଜିବିସି ତିଆରି କରିଛୁ । ତେଣୁ ସେମାନଙ୍କୁ ବହୁତ ଦାୟିତ୍ଵବାନ ପୁରୁଷ ହେବାକୁ ପଡ଼ିବ । ଅନ୍ୟଥା, ସେମାନେ ଦଣ୍ଡିତ ହେବେ । ସେମାନେ ଶୂଦ୍ର ହେବା ପାଇଁ ଦଣ୍ଡିତ ହେବେ । ଯଦିଓ ଯମରାଜ ହେଉଛନ୍ତି ଜଣେ ଜିବିସି, ସେ ଏକ ଛୋଟ ଭୁଲ କରିଛନ୍ତି । ସେ ଶୂଦ୍ର ହେବା ପାଇଁ ଦଣ୍ତିତ ହୋଇଥିଲେ । ତେଣୁ ଯେଉଁମାନେ ଜିବିସିରେ ଅଛନ୍ତି, ସେମାନେ ଇସ୍କନର କାର୍ଯ୍ୟ ପ୍ରଶାସନ ପାଇଁ ବହୁତ, ବହୁତ ସତର୍କ ରହିବା ଉଚିତ୍ । ଅନ୍ୟଥା ସେମାନେ ଦଣ୍ଡିତ ହେବେ । ଯେପରି ପଦବୀ ହେଉଛି ବହୁତ ବଡ଼, ସେହିପରି, ଦଣ୍ଡ ମଧ୍ୟ ବହୁତ ବଡ଼ । ତାହା ହେଉଛି ଅସୁବିଧା । ତୁମେ ଏହି ଉଦାହରଣରେ ଦେଖିପାରିବ, ବିଦୂର । ତାଙ୍କୁ ତୁରନ୍ତ ଦଣ୍ଡ ଦିଆ ଯାଇଥିଲା । ସେ ଛୋଟ ଭୁଲ କରିଥିଲେ । କାରଣ ଋଷିମାନେ, ମୁନୀମାନେ, ସେମାନେ ଅଭିଷାପ ଦିଅନ୍ତି ।