OR/Prabhupada 0367 - ବୃନ୍ଦାବନ ମାନେ ହେଉଛି କୃଷ୍ଣ ହେଉଛନ୍ତି କେନ୍ଦ୍ର

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on BG 7.1 -- Bombay, December 20, 1975

ତେବେ କୃଷ୍ଣ ନିଜେ ଭଗବଦ୍ ଗୀତାର ନିର୍ଦ୍ଦେଶ ଦେଉଛନ୍ତି ତାଙ୍କୁ ବୁଝିବା ପାଇଁ, ତେବେ ଆମେ ଏହାର ଫାଇଦା ଉଠାଇବା ଉଚିତ୍, ଅନ୍ୟଥା ଆମେ ମନୁଷ୍ୟ ଜୀବନର ଏହି ସୁଯୋଗକୁ ହାତଛଡା କରୁଛୁ, କୃଷ୍ଣ କିଛି ବିଲେଇ ଏବଂ କୁକୁରମାନଙ୍କୁ ଭଗବଦ୍ ଗୀତା ପଢ଼ଉ ନାହାଁନ୍ତି । ସେ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିକୁ ଶିକ୍ଷା ଦେଉଛନ୍ତି, ଇମମଂ ରାଜର୍ଷୟୋ ବିଦୁଃ । ତେଣୁ ଭଗବଦ୍ ଗୀତା ରାଜର୍ଷି, ବହୁତ ଧନୀ, ସମୃଦ୍ଧ, ତା ସହିତ ସାଧୁ ହୋଇଥିବା ବ୍ୟକ୍ତି ପାଇଁ ଅଛି । ପୂର୍ବେ ସମସ୍ତ ରାଜା ରାଜର୍ଷି ଥିଲେ । ରାଜା ଏବଂ ଋଷି ଏକା ସାଙ୍ଗରେ ସଂଯୁକ୍ତ । ତେବେ ଭଗବଦ୍ ଗୀତା ବଦମାସ ବର୍ଗ ପାଇଁ ନାହିଁ । ଏହା ସମାଜର ପ୍ରମୁଖମାନଙ୍କ ଦ୍ଵାରା ବୁଝା ଯିବା ଉଚିତ୍: ଯଦ୍ ଯଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ (BG 3.21) । ତେଣୁ ଯେଉଁମାନେ ସମାଜର ନେତା ହେବାର ଦାବା କରନ୍ତି, ସେମାନେ ଭଗବଦ୍ ଗୀତା ବୁଝିବା ଉଚିତ୍, କିପରି ବ୍ୟବହାରିକ ଏବଂ ବାସ୍ତବିକ ନେତା ହୋଇପାରିବ, ଏବଂ ତାପରେ ସମାଜ ଲାଭବାନ ହେବ । ଏବଂ ଯଦି ଆମେ ଭଗବଦ୍ ଗୀତା ଏବଂ କୃଷ୍ଣଙ୍କର ନିର୍ଦ୍ଦେଶକୁ ଅନୁସରଣ କରିବା, ତେବେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ଏହା ଏକ ସାଂପ୍ରଦାୟିକ ଧାର୍ମିକ କିମ୍ଵା ହଠଧର୍ମ ନୁହେଁ । ଏହା ତାହା ନିହେଁ । ଏହା ଏକ ବିଜ୍ଞାନ - ସାମାଜିକ ବିଜ୍ଞାନ, ଦାର୍ଶନିକ ବିଜ୍ଞାନ, ସାଂସ୍କୃତିକ ବିଜ୍ଞାନ । ସବୁକିଛି ସେଥିରେ ଅଛି ।

ତେଣୁ ଆମର ଅନୁରୋଧ ହେଉଛି ଯେ ତୁମେ ସମସ୍ତେ ଗୁରୁ ହୋଇଯାଅ । ତାହା ହେଉଛି ଚୈତନ୍ୟ ମାହାପ୍ରଭୁଙ୍କର ଆଦେଶ । ସେ ଚାହୁଁଛନ୍ତି କି ସମସ୍ତେ ଗୁରୁ ହୋଇଯାନ୍ତୁ । କିପରି? ସେ କୁହଁନ୍ତି କି:

ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ
ଆମାର ଆଜ୍ଞାୟ ଗୁରୁ ହୟା ତାରା ଏଇ ଦେଶ
(CC Madhya 7.128)

ଏହା ହେଉଛି ଗୁରୁ । ମନେକର ତୁମେ ପରିବାରର ସଦସ୍ୟ । ତେବେ ଅନେକ ଜୀବ । ତୁମର ପୁତ୍ରମାନେ, ତୁମର ପୁତ୍ରିମାନେ, ତୁମର ବୋହୁ, କିମ୍ବା ପିଲାମାନେ, ତୁମେ ସେମାନଙ୍କ ଗୁରୁ ହୋଇପାରିବ । ଠିକ୍ ଏପରି ତୁମେ ସଧ୍ୟାରେ ବସିପାର ଏବଂ ଭଗବଦ୍ ଗୀତା ବିଷୟରେ କଥା ହୋଇପାର, ଯାରେ ଦେଖେ ତାରେ କୁହେ କୃଷ୍ଣ ଉପଦେଶ (CC Madhya 7.128) । ତୁମକୁ କିଛି ନିର୍ମାଣ କରିବାର ଆବଶ୍ୟକତା ନାହିଁ । ନିର୍ଦ୍ଦେଶ ଅଛି, ତୁମେ କେବଳ ପୁନରାବୃତ୍ତି କର ଏବଂ ସେମାନଙ୍କୁ ଶୁଣିବାକୁ ଦିଅ - ତୁମେ ଗୁରୁ ହୋଇଯିବ । ଏହା ଆଦୌ କଷ୍ଟକର ନୁହେଁ । ତେବେ ତାହା ହେଉଛି ଆମର ପ୍ରଚାର । ଆମେ ଏକା ଗୁରୁ ହେବା ପାଇଁ ଚାହୁଁନାହୁଁ, କିନ୍ତୁ ଆମେ ଏପରି ପ୍ରଚାର କରିବାକୁ ଚାହୁଁଛୁ ଯେ ସମସ୍ତେ, ମୂଖ୍ୟ ବ୍ୟକ୍ତି, କିମ୍ଵା କୌଣସି ବ୍ୟକ୍ତି, ସେ ତାର ଚାରି ପାଖରେ ଗୁରୁ ହୋଇଯିବ । ଯେକେହି ତାହା କରି ପାରିବେ । ଏପରିକି ଏକ କୁଲି, ସେ ମଧ୍ୟ, ତାର ପରିବାର ଅଛି, ତାର ବନ୍ଧୁ ଅଛନ୍ତି, ତେବେ ଯଦିଓ ସେ ଅଶିକ୍ଷିତ, ସେ କୃଷ୍ଣଙ୍କର ନିର୍ଦ୍ଦେଶ ଶୁଣି ପାରିବ, ଏବଂ ସେ ତାହା ପ୍ରଚାର କରି ପାରିବ । ଏହା ଆମେ ଚାହୁଁଛୁ । ଏବଂ ଆମେ ସମସ୍ତ ସମ୍ମାନୀୟ ଭଦ୍ରବ୍ୟକ୍ତି, ନେତାମାନଙ୍କୁ ଏହା ଶିଖିବା ପାଇଁ ନିମନ୍ତ୍ରିତ କରୁଛୁ । ଏହା ଅତି ସରଳ: ମନ୍ମନା ଭବ ମଦଭକ୍ତୋ ମଦଯାଜୀ ମାଂ ନମସ୍କୁରୁ (BG 18.55), ଏବଂ କୃଷ୍ଣଙ୍କର ଏହି ଆଦେଶ ନିଷ୍ପାଦନ କରିବା ଦ୍ଵାରା, ସେ ଆଶ୍ଵସନା ଦିଅନ୍ତି, "ତୁମେ ମୋ ପାଖକୁ ଆସିବ ।" ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) । ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି କୌନ୍ତେୟ (BG 4.9) । ଅତି ସରଳ କଥା ।

ତେଣୁ ଆମର ଏକ ଅନୁରୋଧ ହେଉଛି ସମାଜର ନେତାମାନେ ଗମ୍ଭୀରତାର ସହିତ ଭଗବଦ୍ ଗୀତାର ଶିକ୍ଷାଗୁଡିକୁ ଆପଣେଇବେ, ନିଜେ ଜାଣିବେ, ଏବଂ ଅନ୍ୟମାନଙ୍କୁ ଶିଖେଇବେ । ତାହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ । ଏହା ଆଦୌ କଷ୍ଟକର ନୁହେଁ, ଏହା ଅତି ସହଜ । ସମସ୍ତେ ଏହା କରି ପାରିବେ । କିନ୍ତୁ ପରିଣାମ ହେଉଛି ଯେ ଯଥା ଶୀଘ୍ର ତୁମେ ବୁଝ, ଲୋକମାନେ କୃଷ୍ଣଙ୍କୁ ବୁଝନ୍ତି, ଜନ୍ମ କର୍ମ ଚ ମେ ଦିବ୍ୟମେବଂ ଯୋ ବେତ୍ତି ତତ୍ତ୍ଵତଃ (BG 4.9), ଯେ କେହି କୃଷ୍ଣଙ୍କୁ ବୁଝିପାରେ, ପରିଣାମ ହେଉଛି ତକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି... ଏହି ଶରୀର ତ୍ୟାଗ କରିଲା ପରେ ସେ ଆଉ ଭୌତିକ ଶରୀର ଗ୍ରହଣ କରେ ନାହିଁ । ସେ ତାର ଆଧ୍ୟାତ୍ମିକ ପରିଚୟରେ ରୁହେ ଏବଂ କୃଷ୍ଣଙ୍କର ସମାଜ ଉପଭୋଗ କରେ । ତାହା ହେଉଛି ବୃନ୍ଦାବନ । ଗୋପୀଜନ-ବଲ୍ଲଭ । କୃଷ୍ଣ... କୃଷ୍ଣ, ବୃନ୍ଦାବନ ମାନେ ହେଉଛି କୃଷ୍ଣ ହେଉଛନ୍ତି କେନ୍ଦ୍ର । ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ପାତ୍ର । ଗୋପୀମାନେ, ଗୋପାଳ ବାଳକମାନେ, ବାଛୁରୀମାନେ, ଗାଈମାନେ, ଗଛମାନେ, ଫଳ, ଫୁଲ, ପିତା, ମାତା - ସମସ୍ତେ କୃଷ୍ଣଙ୍କ ପ୍ରତି ଆକର୍ଷିତ । ତାହା ହେଉଛି ବୃନ୍ଦାବନ । ତେବେ ଏହା ପ୍ରତିରୂପ ଅଟେ, ଏହା ହେଉଛି ବୃନ୍ଦାବନ, ଏବଂ ପ୍ରକୃତ ବୃନ୍ଦାବନ ଅଛି । ଏହା ମଧ୍ୟ ଅସଲି । ପୂର୍ଣ୍ଣରେ କୌଣସି ଅନ୍ତର ନାହିଁ । କିନ୍ତୁ ଆମର ବୁଝାମଣା ପାଇଁ ମୂଳ ବୃନ୍ଦାବନ ମଧ୍ୟ ଅଛି,

ଚିନ୍ତାମଣି ପ୍ରକର ସଦ୍ମଶୁ କଳ୍ପ ବୃକ୍ଷ
ଲକ୍ଷାବୃତେଶୁ ସୁରଭୀର ଅଭିପାଳୟନ୍ତମ
ଲକ୍ଷ୍ମୀ ସହସ୍ର ଶତ ସମ୍ଭ୍ରମ ସେବ୍ୟମାନମ୍
ଗୋବିନ୍ଦମ୍ ଆଦି ପୂରୁଷମ ତମ ଅହମ ଭଜାମି
(Bs. 5.29)
ବେଣୁ କ୍ଵାଣନ୍ତମ ଅରବିନ୍ଦ ଦଳାୟତାକ୍ଷମ
ବରହାବତସମ ଅସିତାମ୍ବୁଦ ସୁନ୍ଦରାନ୍ଗମ
କଂଦର୍ପ କୋଟି କମନୀୟ ବିଶେଷ ଶୋଭମ୍
ଗୋବିନ୍ଦମ ଆଦି ପୂରୁଷମ ତମ ଅହମ ଭଜାମି
(Bs. 5.30)

ଏହା ହେଉଛି ଗୋଳକ ବୃନ୍ଦାବନର ବର୍ଣ୍ଣନା ।