OR/Prabhupada 0368 - ତୁମେ ମୂର୍ଖ ଭାବରେ ଭାବୁଛ ଯେ ତୁମେ ଶାଶ୍ଵତ ନୁହଁ
ପ୍ରଭୁପାଦ: ମୁଁ ଭାବୁଛି, ଏହା ହେଉଛି ବ୍ରହ୍ମବାଦୀ ସମାଜ । ହଁ? ସେହି ବିଶିଷ୍ଟତା । କିମ୍ଵା ରାମକୃଷ୍ଣ ମିଶନ ।
ଅଚ୍ୟୁତାନନ୍ଦ: ନା। ମୋକ୍ଷ ସେନା ।
ପ୍ରଭୁପାଦ: ମୋକ୍ଷ ସେନା, ଓ ।
ହରିକେଶ: ବାସ୍ତବରେ କେବଳ ଆମେ ହେଉଛୁ ମୋକ୍ଷ ସେନା ।
ଅଚ୍ୟୁତାନନ୍ଦ:... ଏକ ପ୍ରାଧିକରଣର ଅଧିକାର । ଆମେ ସେମାନଙ୍କର ପ୍ରାଧିକରଣ ସ୍ଵୀକାର କରୁଛୁ, କିନ୍ତୁ ତାର ଅନୁଭବ ଆସେ ତାର ପ୍ରତ୍ୟକ୍ଷ ଅନୁଭୁତିରୁ, ଯାହା ହେଉଛି, ଫେରି ଆସିବା...
ପ୍ରଭୁପାଦ: ଆମେ ସେପରି ପ୍ରାଧିକରଣ ସ୍ଵୀକାର କରୁ ନାହୁଁ, ଯିଏ ଅନ୍ୟମାନଙ୍କ ଠାରୁ ଅନୁଭବ ନିଏ । ଆମେ ଅଧିକାର ନେଉ ନାହୁଁ ଯିଏ...
କେଶବଲାଲ ତ୍ରିବେଦୀ: ଅନୁଭବୀ ।
ପ୍ରଭୁପାଦ: ସ୍ଵୟଂ ଚାଳିତ ଭାବରେ । ପରାସ୍ୟ ଭକ୍ତିର ବିବିଧୌବ ଶ୍ରୁୟତେ ସ୍ଵଭାବିକି ଜ୍ଞାନ-ବଳ-କ୍ରିୟା ଚ । ସ୍ଵଭାବ, ତୁମେ କରିପାରିବ... ଯେପରି ଯଦି ତୁମେ ମୋତେ ପଚାର କିପରି କିଛି କରାଯିବ, ଯଦି ମୁଁ କୁହେ, "ହଁ, ତୁମେ ଏପରି କର," ସ୍ଵଭାବିକୀ । ମୋତେ ପ୍ରକୃତିରୁ ଜ୍ଞାନ ମିଳିଛି ଯେ କିପରି ଏହା ଠିକ୍ ଭାବରେ କରି ହେବ । ତାହା ଚାଲିଛି । ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ (BG 9.10) । କୃଷ୍ଣ ତାହା ନିର୍ଦ୍ଦେଶ ଦେଉଛନ୍ତି କି "ତୁମେ ଏପରି କର ।" ତେବେ, ତୁମେ ଦେଖିବ, ସବୁକିଛି ଠିକ ଭାବରେ ହେଉଛି । ଏକ ନିମ୍ଵ ମଞ୍ଚିରୁ ଏକ ନିମ୍ଵା ଗଛ ବାହାରିବ । ଏହା ବହୁତ ଭଲ ଭାବରେ କୃଷ୍ଣଙ୍କ ଦ୍ଵାରା କରାଯାଇଛି - ବୀଜଂ ମାଂ ସର୍ବଭୂତାନାଂ (BG 7.10) । କି ନିମ୍ଵ ଗଛ ବାହାରିବ, ଆମ୍ଵ ଗଛ ନୁହେଁ । ରାସାୟନ ଏପରି ସଂଯୁକ୍ତ ହୋଇଛନ୍ତି । ତୁମେ ଜାଣି ନାହିଁ ସେଠାରେ କ'ଣ ଅଛି, ଏକ ଛୋଟ ମଞ୍ଜି, ବଟ ବୃକ୍ଷ । ଏବଂ ଏକ ବିଶାଳ ବର ଗଛ ବାହାରିବ, ଅନ୍ୟ କୌଣସି ଗଛ ନୁହେଁ । ତାହା ହେଉଛି ଜ୍ଞାନ । ସେ ସମ୍ପୂର୍ଣ୍ଣ ଦେଇଛନ୍ତି, ମୋର କହିବାର ଅର୍ଥ ହେଲା, ଏକ ଛୋଟ ମଞ୍ଜିରେ ସମସ୍ତ କାର୍ଯ୍ୟ । ସେଥିପାଇଁ କୃଷ୍ଣ କୁହଁନ୍ତି, ବୀଜଂ ମାଂ ସର୍ବଭୂତାନାଂ । କୌଣସି ଭୁଲ ନାହିଁ । ତୁମେ କେବଳ ଏହାକୁ ନିଅ ଏବଂ ଚାଷ କର ।
ଅଚ୍ୟୁତାନନ୍ଦ: ତେବେ ସେହି ସିଦ୍ଧାନ୍ତ, ଯାହା ଜିନିଷକୁ ବଢ଼ାଏ, ସବୁକିଛି, ଈଷୋପନିଶେଦ କୁହେ, ସୋ ଅହମ ଅସ୍ମୀ: "ମୁଁ ହେଉଛି ସେହି ସିଦ୍ଧାନ୍ତ ।" ଈଶୋପନିଷେଦ ଅନ୍ତିମ ଶ୍ଳୋକରେ କୁହେ, ସୋ ଅହମ ଅସ୍ମୀ: "ମୁଁ ହେଉଛି ତାହା ।"
ପ୍ରଭୁପାଦ: ଅସ୍ମୀ ଅର୍ଥାତ୍ "ଏହା ହେଉଛି ମୋର ଶକ୍ତି । ଏହା ହେଉଛି ମୋର ଶକ୍ତି ।"
ଅଚ୍ୟୁତାନନ୍ଦ: ନା, ଏହା କୁହେ...
ପ୍ରଭୁପାଦ: ଯଦି ମୁଁ କୁହେ ଯେ "ମୁଁ ହେଉଛି ଇସ୍କନ୍," ସେଥିରେ ଭୁଲ କ'ଣ? କାରଣ ମୁଁ ଏହା ନିର୍ମାଣ କରିଛି; ସେଥିପାଇଁ ମୁଁ କୁହେ, "ଇସ୍କନ୍ ଅର୍ଥାତ୍ ମୁଁ । ମୁଁ ହେଉଛି ଇସ୍କନ୍ ।" ତେବେ ସେଥିରେ ଭୁଲ କ'ଣ? ଏହା ଏପରି ଅଟେ । କୃଷ୍ଣଙ୍କର ଶକ୍ତି ଦ୍ଵାରା, ସବୁକିଛି ବାହାରକୁ ଆସିଛି । ସେଥିପାଇଁ କୁହଁନ୍ତି, "ମୁଁ ହେଉଛି ଏହା, ମୁଁ ହେଉଛି ଏହା, ମୁଁ ହେଉଛି ଏହା ।" ବିଭୂତି-ଭିନ୍ନମ । କାରଣ ସବୁକିଛି...ଜନ୍ମାଦି ଯସ୍ୟ ଯତଃ (SB 1.1.1) । ସବୁକିଛି କୃଷ୍ଣଙ୍କ ଠାରୁ ଆସିଛି ।
ଅଚ୍ୟୁତାନନ୍ଦ: ନା, ଈଶୋପନିଷେଦ କୁହେ ଯେ ତୁମେ ହେଉଛ ସେହି ସିଦ୍ଧାନ୍ତ । ଈଶୋପନିଷେଦ କୁହେ ଯେଉଁ ସିଦ୍ଧାନ୍ତ ସୂର୍ଯ୍ୟକୁ ପ୍ରକାଶିତ କରେ, ଯେ "ମୁଁ ହେଉଛି ସେହି ସିଦ୍ଧାନ୍ତ ।
ପ୍ରଭୁପାଦ: ହଁ, ଏକ ଭକ୍ତ ସ୍ଵୀକାର କରିପାରେ... ଆମେ ସ୍ଵୀକାର କରୁ ।
ଅଚ୍ୟୁତାନନ୍ଦ: ଯାହା ସୂର୍ଯ୍ୟଙ୍କୁ ପ୍ରକାଶିତ କରୁଛି, ମୁଁ ହେଉଛି ତାହା ।"
ପ୍ରଭୁପାଦ: ମୁୁଁ ତୁମ କଥା ବୁଝି ପାରୁ ନାହିଁ ।
ଅଚ୍ୟୁତାନନ୍ଦ: ସୋ ଅହମ ଅସ୍ମୀ, ସେହି ଷୋଡ଼ଶ...
ହରିକେଶ: "ଯେପରି ସୂର୍ଯ୍ୟକୁ, ଯେପରି ମୁଁ ।"
ପ୍ରଭୁପାଦ: ହଁ, ସୋ ଅହମ ଅସ୍ମୀ - କାରଣ ମୁଁ ହେଉଛି ଅଂଶବିଶେଷ ।
ଅଚ୍ୟୁତାନନ୍ଦ: ନା,କିନ୍ତୁ ଏହା କୁହେ "ମୁଁ ହେଉଛି ତାହା," ତାହା ନୁହେଁ କି "ମୁଁ ହେଉଛି ତାର ଅଂଶ ।" "ମୁଁ ହେଉଛି ତାହା ।"
ପ୍ରଭୁପାଦ: ନା । ଯଦି ସେ ଏହା କୁହେ, ଏହା ସ୍ଵୀକାର କରାଯାଇ ପାରିବ, କାରଣ ମୁଁ ଗୁଣାତ୍ମକ ଭାବେ ସମାନ ।
କେଶବଲାଲ ତ୍ରିବେଦୀ: ମାତ୍ରା, ବହୁତ ତଫାତ ଅଛି ।
ପ୍ରଭୁପାଦ: ହଁ । ଯଦି ମୁଁ କୁହେ, "ମୁଁ ହେଉଛି ଭାରତୀୟ," ସେଥିରେ ଭୁଲ କ'ଣ, ଯଦି ମୁଁ କୁହେ, "ମୁଁ ହେଉଛି ଭାରତୀୟ"?
ଅଚ୍ୟୁତାନନ୍ଦ: ତାହା ଭିନ୍ନ କଥା ।
ପ୍ରଭୁପାଦ: ହଁ । କିଛି ଅଲଗା ନାହିଁ ।
ଅଚ୍ୟୁତାନନ୍ଦ: କିନ୍ତୁ ପ୍ରତ୍ୟକ୍ଷ ଭାବରେ ଶ୍ରୁତିକୁ ସ୍ଵିକାର କରିବା ପାଇଁ, ଏହା କୁହେ କି ତୁମେ ସେହି ସମାନ ସିଦ୍ଧାନ୍ତ ଅଟ ।
ପ୍ରଭୁପାଦ: ଏବଂ ସେଥିପାଇଁ ତୁମକୁ ଗୁରୁଙ୍କ ନିକଟରୁ ଶିକ୍ଷା ଗ୍ରହଣକରିବା ଦରକାର ।ଏବଂ ଯଦି ତୁମେ ସିଧା ଗ୍ରହଣକରୁଛ, ତେବେ ତୁମେ ଏକ ମୂର୍ଖ ହୋଇରହିବ । ସେଥିପାଇଁ ତୁମକୁ ଏକ ଗୁରୁ ଆବଶ୍ୟକ । ତାହା ହେଉଛି ସୃତିର ନିର୍ଦ୍ଦେଶ । ତଦ୍-ବିଜ୍ଞାନାର୍ଥମ ସ ଗୁରୁମ୍ ଏବାଭିଗଛେତ (MU 1.2.12) | ତୁମକୁ ସୃତି ଶିଖିବାକୁ ହେବ । ତୁମକୁ ଏକ ଗୁରୁଙ୍କ ପାଖକୁ ଯିବାକୁ ହେବ ।
ଅଚ୍ୟୁତାନନ୍ଦ: ନାଁ, କିନ୍ତୁ ଏହା ତା'ପରେ ଅଛି । ଉପନିଷଦର ଅନ୍ତିମ ସିଦ୍ଧାନ୍ତ, ସୃତି, ପ୍ରାଧିକାରୀ, ଏହା ହେଉଛି ତୁମେ ସେହି ସିଦ୍ଧାନ୍ତ ।
ପ୍ରଭୁପାଦ: ହଁ, ମୁଁ ହେଉଛି ସେହି ସିଦ୍ଧାନ୍ତ । ନିତ୍ୟୋ ନିତ୍ୟାନାମ୍ ।
ଅଚ୍ୟୁତାନନ୍ଦ: ଠିକ୍ ଅଛି, କିଛି ମଧ୍ୟ ଅଧିକ ଅନନ୍ତ ହୋଇପାରିବ ନାହିଁ ଅନ୍ୟ ଅନନ୍ତ ତୁଳନାରେ ।
ପ୍ରଭୁପାଦ: ସମସ୍ତେ ହେଉଛନ୍ତି ଶାସ୍ଵତ ।
ଅଚ୍ୟୁତାନନ୍ଦ: ତେବେ ଏହା ପରସ୍ପର ବିରୋଧୀ । ନିତ୍ୟୋ ନିତ୍ୟାନାମ୍ । ତୁମେ କହିପାରିବ ନାହିଁ ଯେ ଗୋଟିଏ ଜିନିଷ ଅଧିକ ଶାସ୍ଵତ ଅନ୍ୟ ଏକ ଜିନିଷ ତୁଳନାରେ ।
ପ୍ରଭୁପାଦ: ନାଁ, ନାଁ । ଏହା ଅର୍ଥ ନୁହେଁ । ସମସ୍ତେ ଶାସ୍ଵତ ।
ଅଚ୍ୟୁତାନନ୍ଦ: ତେବେ କିପରି ଜଣେ ଅନ୍ୟଠାରୁ ଅଧିକ ଶାସ୍ଵତ... ପ୍ରଭୁପାଦ: ଯେପରି ଭଗବାନ୍ ହେଉଛନ୍ତି ଶାସ୍ଵତ, ତ ତୁମେ ମଧ୍ୟ ଶାସ୍ଵତ । କାରଣ ତୁମେ ଏହି ଭୌତିକ ଶରୀର ଧାରଣ କରିଛ, ତୁମେ ମୁର୍ଖତାରେ ଭାବୁଛ ଯେ ତୁମେ ଶାସ୍ଵତ ନୁହଁ । ଅନ୍ୟଥା, ଯେପରି ଭଗବାନ୍ ଶାସ୍ଵତ, ତୁମେ ମଧ୍ୟ ଶାସ୍ଵତ ।
ଅଚ୍ୟତାନନ୍ଦ: ତେବେ କାହିଁକି ଜଣେ ଅନ୍ୟଠାରୁ ଭିନ୍ନ ଯଦି ଉଭଦ ଶାସ୍ଵତ?
ପ୍ରଭୁପାଦ: ସୂର୍ଯ୍ୟ ସୂର୍ଯ୍ୟାଲୋକ ଠାରୁ ଭିନ୍ନ, କିନ୍ତୁ ଗୁଣ ହିସାବରେ ତାପ ଏବଂ ଆଲୋକ ଅଛି । କିନ୍ତୁ କାରଣ ସୂର୍ଯ୍ୟାଲୋକ ଅଛି, ତେବେ ତୁମେ କହିପାରିବ ନାହିଁ ଯେ ସୂର୍ଯ୍ୟ ଅଛି । ତାହା ତୁମେ କହିପାରିବ ନାହିଁ । ମତ୍ ସ୍ଥାନି ସର୍ବଭୂତାନି ନ ତେଷ୍ଵବସ୍ଥିତଃ (BG 9.4) । ସ୍ପଷ୍ଟ ଭାବରେ କୁହାଯାଇଛି ।
କେଶବଲାଲ ତ୍ରିବେଦି: ମୁଁ ଭାବୁଛି, ସ୍ଵାମୀଜୀ, ଆପଣ ଏହାକୁ ବର୍ଣ୍ଣନା କରିଛନ୍ତି, ଏବଂ ମୁଁ ଏଥିରୁ ତର୍କ ବାହାର କରିଲି, ଯେ "ମୁଁ ହେଉଛି ଈଶ, କିନ୍ତୁ ଏହା ନୁହେଁ ଯେ ମୁଁ ହେଉଛି ସର୍ବେଶ । ମୁଁ ହେଉଛି ଆତ୍ମନ କିନ୍ତୁ ପରମାତ୍ମାନ ନୁହେଁ ।" "ମୁଁ ହେଉଛି ଅଂଶ କିନ୍ତୁ ପରମାଂଶ ନୁହେଁ ।"
ପ୍ରଭୁପାଦ: ହଁ । ଏହା ଅନ୍ୟ ଏକ ଜାଗାରେ ବର୍ଣ୍ଣନା କରିଛି... ତୁମକୁ ଉଦାହରଣ ନେବାକୁ ହେବ । ଈଶ୍ଵର ପରମ କୃଷ୍ଣ (Bs 5.1) । ମୁଁ ମଧ୍ୟ ଈଶ୍ଵର ଅଟେ । ତାହା ମୁଁ ଅନେକ ଥର ବର୍ଣ୍ଣନା କରିଛି । କିନ୍ତୁ ତାହା ମାନେ ନୁହେଁ ମୁଁ ହେଉଛି ପରମେଶ୍ଵର । କୃଷ୍ଣ ହେଉଛନ୍ତି ପରମେଶ୍ଵର । ଏହି କୋଠା କ'ଣ?
କେଶବଲାଲ ତ୍ରିବେଦି: ଅହମ ବ୍ରହ୍ମାସ୍ମି ମୁଁ ବର୍ଣ୍ଣନା କରିବା ପାଇଁ ସକ୍ଷମ ନ ଥିଲି ଯେ ପର୍ଯ୍ୟନ୍ତ ମୁଁ ସ୍ଵାମୀଜୀଙ୍କୁ ଶୁଣିଲି ପ୍ରଥମ ଦିନ ରାଜେଶ୍ଵରରେ ମଂନ୍ଦପୁରରେ । ତହା ଠିକ୍ ଲାଗିଲା । ଅନ୍ୟଥା ମାୟାବାଦୀ, "ଠିକ୍ ଅଛି, କିନ୍ତୁ ଶଙ୍କରାଚାର୍ଯ୍ୟ କୁହଁନ୍ତି, ଅହମ ବ୍ରହ୍ମାସ୍ମି । ତୁମେ କାହିଁକି ନା କହୁଛ?" କାରଣ ବହୁତ ସାରା ଲୋକ ମୋତେ ପ୍ରଶ୍ନ କରନ୍ତି । ଏବଂ ଯେତେବେଳେ ମୁଁ ସାମ୍ନା କରେ, ମୁଁ ତାହା କହିପାରେ ନାହିଁ । କିନ୍ତୁ ଯେପରି ଭାବରେ ମୁକ୍ତିକୁ ସ୍ପଷ୍ଟ କରାଯାଇଛି, ମୁକ୍ତି, ହଁ, ଏବଂ ବକ୍ତୃତାରେ, ଏବଂ ଈଶ, ସର୍ବେଶ, ସେହି ସବୁ କଥା - ଆତ୍ମା, ପରମାତ୍ମା, ଅଂଶ, ପରମାଂଶ - ସେଥିରେ ମୁଁ ପାଇଲି ଯେ ଏହା ବ୍ୟାଖ୍ୟା କରାଯାଇ ପାରିବ । କାରଣ ଏତେ ସାରା ଲୋକମାନେ, ସେମାନେ ଜନସଭାରେ ପଚାରନ୍ତି ଯେପରି ଲାୟନ୍ କ୍ଲବ, ଯେଉଁଠାରେ ଆମେ ଏହି ବିଷୟଗୁଡିକ ଉପରେ କଥା ହେଉ । ତାପରେ ଆମେ ଆମ ବୁଦ୍ଧିର ଅନ୍ତ ଅନୁଭବ କରୁ । କିନ୍ତୁ ବର୍ତ୍ତମାନ ମୁଁ ଭାବୁଛି ମୁଁ ସେମାନଙ୍କୁ ବର୍ଣ୍ଣନା କରି ପାରିବି ।
ପ୍ରଭୁପାଦ: ତେବେ ମୋର ବ୍ୟାଖ୍ୟା ଠିକ୍ ଥିଲା?
କେଶବଲାଲ ତ୍ରିବେଦି: ହଁ, ସେମିତି ମୁଁ ଅନୁଭବ କରୁଛି । ଏବଂ ଏହା ଅଚ୍ୟୁତାନନ୍ଦ ସ୍ଵାମୀଙ୍କର ପ୍ରଶ୍ନ ପାଇଁ ମଧ୍ୟ ଲାଗୁ ହେବ, ମୁଁ ଭାବୁଛି ।
ଅଚ୍ୟୁତାନନ୍ଦ: ନା, ମୁଁ ତ କେବଳ ବାଡ଼ ବନଉଥିଲି ।
କେଶବଲାଲ ତ୍ରିବେଦି: ନା, ନା, ବାସ୍... ମୁଁ ଜାଣିଛି ।
ଅଚ୍ୟୁତାନନ୍ଦ: ତେବେ ଦୁର୍ଗା ବିଷ୍ଣୁଙ୍କ ଠାରୁ ବଡ଼, କାରଣ ବିଷ୍ଣୁ ଦୁର୍ଗାଙ୍କୁ ଆବଶ୍ୟକ କରିଲେ ତାଙ୍କୁ ଯୋଗ ନିଦ୍ରାରୁ ଉଠେଇବା ପାଇଁ ମଧୁ ଏବଂ କୈତଭଙ୍କୁ ମାରିବା ପାଇଁ । ତେବେ ସେ ତାଙ୍କୁ ନିୟନ୍ତ୍ରଣ କରନ୍ତି ।
ପ୍ରଭୁପାଦ: ହଁ, ଯଦି ମୁଁ ମୋର ସେବକକୁ କୁହେ ଯେ "ମୋତେ ସାତଟାରେ ଉଠେଇ ଦେବ," ତାହା ମାନେ ନୁହେଁ ଯେ...(ହାସ୍ୟ)